୧୫ରୁ ବରଗଡ଼ ଧନୁଯାତ୍ରା କଳାକାର ଚୟନ: ନୂଆ କଳାକାରଙ୍କୁ ସୁଯୋଗ

ବରଗଡ଼,୧୧।୧୧(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସ ୨୪ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ତେବେ ଏଥର ମହୋତ୍ସବରେ ଅଭିନୟ ପାଇଁ କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯିବ। ଏଥିପାଇଁ ଅନେକ ଆଶାୟୀ ଆବେଦନ କରିଥିବାବେଳେ ଆସନ୍ତା ୧୫ତାରିଖରୁ ବିଭିନ୍ନ ଚରିତ୍ର ପାଇଁ କଳାକାର ଚୟନ କରାଯିବ।

ଦୀର୍ଘ ୩ଦିନ ଧରି ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ପରିସରରେ ଚୟନ ଅନୁଷ୍ଠିତ ହେବ । ୧୫ ତାରିଖ ଦେବକୀ, ନାରଦ, ଚାଣୁର , ମୁଷ୍ଟିକ, ସାର୍ତ୍ତକି, ବସୁଦେବ , ଅକ୍ରୁର ଏବଂ ଉଗ୍ରସେନ, ୧୬ତାରିଖ ମହାମନ୍ତ୍ରୀ ଓ ସେନାପତି ଏବଂ ୧୭ ତାରିଖ ଦିନ କଂସ ମହାରାଜ ସକାଶେ ସାକ୍ଷାତକାର ଅନୁଷ୍ଠିତ ହେବ।  କଂସ ମହାରାଜ ଚରିତ୍ରରେ ୪୪, ମହାମନ୍ତ୍ରୀରେ ୩୩, ସେନାପତିରେ ୭୪, ଦେବକୀରେ ୧୪,ନାରଦରେ ୨୦, ଚାଣୁରରେ ୧୭, ସାର୍ତ୍ତକିରେ ୧୦, ମୁଷ୍ଟିକରେ ୧୮, ବସୁଦେବରେ ୩୦, ଅକ୍ରୁରରେ ୨୦, ଉଗ୍ରସେନରେ ୧୧ ତଥା ସମୁଦାୟ ୨୯୧ କଳାକାର ଚୟନରେ ଅଂଶଗ୍ରହଣ କରିବେ। ଆବେଦନକର୍ତ୍ତା ନିଜ ଭୂମିକା ପାଇଁ ଉଦ୍ଦିଷ୍ଟ ତାରିଖରେ ପୂର୍ବାହ୍ନ ୯ଟା ୩୦ ମିନିଟ୍ସୁଦ୍ଧା ବିଜୁ ପଟ୍ଟନାୟକ ଟାଉନ ହଲରେ ପହଞ୍ଚିବା ପାଇଁ ଫୋନ୍ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ଵର ଶତପଥୀ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ମ୍ୟାଚ ଦେଖିବାକୁ ଯାଇ ନିଖୋଜ ଥିବା ୪ ନାବାଳକ ସୁରକ୍ଷିତ ଉଦ୍ଧାର

ଦେବଗଡ଼,୨୨।୧(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲାର ନିଖୋଜ ୪ ନାବାଳକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ରିଆମାଳ ଥାନା ଟିଙ୍କବୀର ଗ୍ରାମର ୪ ଜଣ ପଞ୍ଚମ ଶ୍ରେଣୀ...

ହାତୀ ମୃତଦେହ ଠାବ, ୭ଫୁଟ ତଳୁ ଉଦ୍ଧାର କଲା ବନ ବିଭାଗ 

କେସିଙ୍ଗା ,୨୨।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନ ଖଣ୍ଡ ଅଧିନସ୍ଥ ତହସିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳରେରେ ମୃତ ହାତୀର ଖଣ୍ଡ...

ମୁଜାଗଡ ପୋଷ୍ଟମାଷ୍ଟରଙ୍କ ଦୁର୍ଘଟଣାରେ ମୃତ୍ୟୁ, ସନ୍ଦେହରେ ପରିବାର ଲୋକେ

ଭଞ୍ଜନଗର,୨୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ପୋଷ୍ଟମାଷ୍ଟର ନାରାୟଣ ପାତ୍ର (୫୫)ଙ୍କର ବୁଧବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା କେଉଁଭଳି...

ମହିଳାଙ୍କ ପାଇଁ ଖୁସି ଖବର, ଆଜି ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୨।୧: ଅପେକ୍ଷାର ଅନ୍ତ ଘଟିବ। ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା। ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ମହିଳାମାନେ ଏହି...

ବାଙ୍କୀରେ ଧାନମଣ୍ଡି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବାଙ୍କୀ,୨୨ା୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉପଖଣ୍ଡରେ ଚଳିତବର୍ଷ ୪୯ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ)ରେ ମଣ୍ଡି ଖୋଲିବାକୁ...

ସମସ୍ତେ ଶୋଇଥିବା ବେଳେ ଲାଗିଲା ନିଆଁ, ଜଳିଗଲା ୧୦ ବଖରା ଘର

ବାସୁଦେବପୁର,୨୨।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଂଚାୟତର ନାୟକ ସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ଜଳିଯାଇଛ।...

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri