ଥାନାକୁ ଡାକି ନାବାଳକଙ୍କୁ ଥାର୍ଡ ଡିଗ୍ରୀ, ଶାର୍ଟ-ପ୍ୟାଣ୍ଟ ଖୋଲିବାକୁ ଧମକ; ନ୍ୟାୟ ପାଇଁ…

ତିହିଡ଼ି,୯।୧୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ଜଣେ ନାବାଳକଙ୍କୁ ପୋଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ମାଡ଼ ମାରିବା ପରେ ନାବାଳକ ପିନ୍ଧିଥିବା ଶାର୍ଟ ପ୍ୟାଣ୍ଟ ଖୋଲିବାକୁ ପୋଲିସ ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଥାନାର ଜଣେ ଏସ୍‌ଆଇଙ୍କ ସମେତ ଅନ୍ୟ ଜଣେ କର୍ମଚାରୀ ମାଡ଼ ମାରିଥିବା ନେଇ ନାବାଳକଙ୍କ ବାପା ଶରତ ମାଝୀ ଶୁକ୍ରବାର ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାଡ଼ ଘଟଣାର ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି।

ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଏକ ମୋବାଇଲ ଚୋରି ଘଟଣାକୁ ନେଇ ନରେନ୍ଦ୍ରପୁର ଗ୍ରାମର ଜଣେ ମହିଳା ଗତ ମାସ ୨୭ ତାରିଖରେ ତାଙ୍କ ନାବାଳକ ପୁଅଙ୍କ ନଁାରେ ପୀରହାଟ ଥାନାରେ ଅଭିଯୋଗ କରିଥିଲେ। ପରଦିନ ଶରତ ମଧ୍ୟ ଏହି ଘଟଣାକୁ ନେଇ ଥାନାରେ ପାଲଟା ଅଭିଯୋଗ କରିଥିଲେ। ଗତ ୨ ତାରିଖ ରାତି ୮ଟାରେ ଥାନାରେ ହାଜର ହେବାକୁ ଶରତଙ୍କୁ ଫୋନ ଯୋଗେ ପୋଲିସ ଜଣାଇଥିଲେ। ତଦନୁଯାୟୀ ଶରତ ଏବଂ ତାଙ୍କ ନାବାଳକ ପୁଅ ଥାନାରେ ପହଞ୍ଚତ୍ଥିଲେ। ଥାନା ଅଧିକାରୀ ରୋଜାଲିନ ବେହେରା ଉଭୟ ପକ୍ଷଙ୍କୁ ଡାକି ମୋବାଇଲ ସମ୍ପର୍କରେ ପଚରାଉଚରା କରିଥିଲେ। ତାଙ୍କ ପୁଅ ମୋବାଇଲ ଚୋରି ଅଭିଯୋଗକୁ ଅସ୍ବୀକାର କରିବାରୁ ଥାନାର ଜଣେ ଏସ୍‌ଆଇ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ବାହାରକୁ ଟାଣି ନେଇ ନିସ୍ତୁକ ମାଡ଼ ମାରିଥିଲେ। ଥାନାର ଅନ୍ୟ ଜଣେ କର୍ମଚାରୀ ମଧ୍ୟ ନାବାଳକଙ୍କ ଛାତିକୁ ଏକ ପାଇପ୍‌ରେ ପିଟିବା ସହ ଗାଳିଗୁଲଜ କରିଥିଲେ। ଏଥିସହ ସେହି କର୍ମଚାରୀ ନାବାଳକଙ୍କୁ ଶାର୍ଟ ପ୍ୟାଣ୍ଟ ଖୋଲିବାକୁ ଧମକ ଦେବାରୁ ସେ ଶାର୍ଟ ଖୋଲିଥିଲେ। ରାତି ୧ଟା ପରେ ବାପ ପୁଅଙ୍କୁ ପୋଲିସ ଛାଡ଼ିଥିଲା। ତେବେ ପୋଲିସ ମାଡ଼ରେ ନାବାଳକ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ନାବାଳକ ସୁସ୍ଥ ହେବା ପରେ ତାଙ୍କ ବାପା ଏ ସମ୍ପର୍କରେ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିବା ସହ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଥାନାର ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ଆଇଆଇସି ବେହେରା କହିଛନ୍ତି, ଏକ ମୋବାଇଲ ଚୋରି ଘଟଣାର ତଦନ୍ତ ପାଇଁ ନାବାଳକ ଓ ତାଙ୍କ ବାପାଙ୍କୁ ଥାନାକୁ ଡକାଯାଇଥିଲା। ମାତ୍ର ପୋଲିସ ମାଡ଼ ମାରିଥିବା ଅଭିଯୋଗର ସତ୍ୟତା ନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri