ବ୍ୟକ୍ତିଗତ ମାଲିକାନାରେ ଗୋବରୀ ନଦୀର ଅଂଶ, ସହର ମଧ୍ୟରେ ବଢୁଛି ଜବରଦଖଲ

କେନ୍ଦ୍ରାପଡ଼ା,୩୦ା୪ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିକୁ ଇତିମଧ୍ୟରେ ୧୫୭ ବର୍ଷ ପୂରିଛି। ରାଜ୍ୟର ଏହି ସର୍ବପୁରାତନ ମ୍ୟୁନିସିପାଲିଟି ସଂପ୍ରତି ବିବିଧ ସମସ୍ୟାରେ ବୁଡ଼ିରହିଛି। ଜବରଦଖଲ ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଟ୍ରାଫିକ୍‌ ନିୟନ୍ତ୍ରଣ ବ୍ୟବସ୍ଥା ସଠିକ ଧରଣର ଚାଲୁନାହିଁ। ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପୁରାଣ ପ୍ରସିଦ୍ଧ ପୋଖରୀ କେତେକ ବ୍ୟକ୍ତିଙ୍କ ଅଧୀନକୁ ଚାଲିଗଲାଣି। ଏହି ପୁରାତନ ସହରର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସ୍ଥାନୀୟ ସହରବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଅମରବର ବିଶ୍ୱାଳ କହିଛନ୍ତି, ସହରର ପୁରୁଣା ବସ୍‌ଷ୍ଟାଣ୍ଡରେ ପୂର୍ବରୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଥିବା ବେଳେ ବହୁ ପୌରାଣିକ ପୋଖରୀ ରହିଥିଲା। ମାତ୍ର ପୌରାଞ୍ଚଳର ୨୧ଟି ୱାର୍ଡରେ ଏବେ ଗୋଟିଏ ଦୁଇଟି ପୋଖରୀ ନଜରକୁ ଆସୁଛି। ପ୍ରାୟ ୨୦ଟି ପୁରାଣ ପ୍ରସିଦ୍ଧ ପୋଖରୀ ଓ ନିକଟସ୍ଥ ଗୋବରୀ ନଦୀ ଓ କେନାଲ ଏବେ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। କେନ୍ଦ୍ର ସରକାରଙ୍କ ଜଳଶକ୍ତି ଅଭିଯାନରେ ଏହି ପୋଖରୀ ଓ ନାଳର ପୁନରୁଦ୍ଧାର ହୋଇପାରନ୍ତା। ହେଲେ ତାହା ହେଉନାହିଁ। ସେକ୍‌ ସାବିର କହିଛନ୍ତି, ସହର ମଧ୍ୟରେ ଟ୍ରାଫିକ୍‌ ବ୍ୟବସ୍ଥା ଅସମ୍ଭାଳ ହୋଇଛି। ସୁଚିନ୍ତିତ ଯୋଜନା ନ ଥିବାରୁ ରାସ୍ତାଗୁଡ଼ିକ ସଙ୍କୁଚିତ ହୋଇଛି। ପ୍ରଶାସନିକ ଉଚ୍ଛେଦକୁ ସ୍ଥାନୀୟ ଲୋକ ମାନୁ ନ ଥିବାରୁ ଜବରଦଖଲ ସମସ୍ୟା ବଢ଼ିଛି। ତିନିମୁହାଣି ଅଙ୍ଗୁଳାଇ ରାସ୍ତାର ନୂଆ ବସ୍‌ଷ୍ଟାଣ୍ଡଠାରୁ ସାନ୍ତାସାହି ପୋଲ ପର୍ଯ୍ୟନ୍ତ ମୁଖ୍ୟ ବଜାର ରାସ୍ତା ବ୍ୟବସାୟୀଙ୍କ ଜବରଦଖଲ ହେତୁ ରାସ୍ତା ସଙ୍କୁଚିତ ହୋଇଛି। ଦ୍ୱିତୀୟ ବାଇପାସ୍‌ ରୋଡ଼ ନିର୍ମାଣ ଯୋଜନା ଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇ ପାରୁନାହିଁ।

ଏପରିକି ଗୋବରୀ ନଦୀପଠା ଓ ଗୋବରୀ କେନାଲର ସରକାରୀ ଜମି ଏବେ ଜବରଦଖଲକାରୀଙ୍କ ମାଲିକାନାରେ ଅଛି। କେଉଁ ପରିସ୍ଥିତିରେ ଏହି ଜବରଦଖଲକାରୀଙ୍କୁ ଜମି ଦଖଲ ପାଇଁ ମଞ୍ଜୁରୀ ମିଳିଛି ବୋଲି ପ୍ରଶ୍ନ କଲେ ଏହାର ଉତ୍ତର ପ୍ରଶାସନ ଦେଇପାରୁ ନାହିଁ। ରାସ୍ତା ସମ୍ପ୍ରସାରଣ ସମୟରେ ବିଦ୍ୟୁତ୍‌ ଖୁଣ୍ଟ ଉଠାଯାଉ ନ ଥିବାରୁ ଯାତାୟାତ ସମୟରେ ଗାଡ଼ିମୋଟର ଅଟକି ରହୁଛି। ସେକ୍‌ ଅମ୍‌ଜାନ କହିଛନ୍ତି, କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ରାସ୍ତା ଯୋଜନା ନାହିଁ। ରାଜ୍ୟର ଏହି ସର୍ବପୁରାତନ ସହରର ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ସହିତ ଅନୁଦାନ ଯୋଗାଇବା କଥା। ଏ ସମ୍ପର୍କରେ ପୌରାଧ୍ୟକ୍ଷା ସରିତା ସାହୁଙ୍କୁ ପଚାରିବାରୁ ସହରର ତିନିମୁହାଣି ଛକରେ ଥିବା କିଛି ଅଞ୍ଚଳରେ ଜବରଦଖଲ ହଟାଯାଇଛି। ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧାନ କ୍ଷେତରେ ବଜ୍ରପାତ; ଚାଲିଗଲା ନଣନ୍ଦ-ଭାଉଜଙ୍କ ଜୀବନ, ସୋହେଲାରେ ଶୋକର ଛାୟା

ସୋହେଲା,୧୭।୯(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କୁସୁର୍ଡା ଗ୍ରାମରେ ଗୁରୁବାର ଅଭାବନୀୟ ଘଟଣା ଘଟିଯାଇଛି । ବଜ୍ରପାତରେ ୨ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକମାନେ…

ଜୟ ଶାହାଙ୍କ ଟିମ୍‌ରେ ମିଳିଲା ବଡ଼ ଦାୟିତ୍ୱ, ICCରେ ଇତିହାସ ରଚିଲେ…

ନୂଆଦିଲ୍ଲୀ,୧୭ା୯: ଜିମ୍ବାୱେ କ୍ରିକେଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନସିଲ୍‌ (ICC) ତୱେଙ୍ଗୱା ମୁକୁହଲାନିଙ୍କୁ ଡେପୁଟି ଚେୟାରମ୍ୟାନ୍‌ ଭାବେ ନିଯୁକ୍ତ କରିଛି…

ବଲାଙ୍ଗୀରରେ ବିଶ୍ୱକର୍ମା ପୂଜା

ବଲାଙ୍ଗୀର, ୧୭।୯: ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ଗୁରୁବାର ବିଶ୍ୱକର୍ମା ପୂଜା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ବଲାଙ୍ଗୀର ନୂତନ ବସ ଟର୍ମିନାଲଠାରେ ଘରୋଇ…

ଗୁଣିଗାରେଡି ସନ୍ଦେହରେ ବାପପୁଅଙ୍କୁ ହତ୍ୟା ମାମଲା, ୧୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ପାରଳାଖେମୁଣ୍ଡି,୧୭ା୯(ଗିରିଧାରୀ ପରିଛା): ଗୁଣିଗାରେଡି ସନ୍ଦେହରେ ବାପା-ପୁଅଙ୍କୁ ହତ୍ୟା ମାମଲାରେ ପାରଳାଖେମୁଣ୍ଡି ଏଡିଜେ କୋର୍ଟ ୧୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ୨୦୨୧ ମସିହାରେ ଅଡବା…

ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର? ଜାଣନ୍ତୁ କାହିଁକି ହେଉଛି ଏମିତି ଚର୍ଚ୍ଚା

ପାଟନା,୧୭।୯: ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଜଡ଼ିତ ମେଣ୍ଟ ପରିବର୍ତ୍ତନର ସମ୍ଭାବନାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍‌ ଧରିଛି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)…

ହୃଦୟ ବିଦାରକ ଦୃଶ୍ୟ; ଶବ ପାଇଁ ନାହିଁ ଷ୍ଟ୍ରେଚର୍‌! ତଳେ ଘୋଷାଡ଼ି ନେଲେ ମୃତଦେହ

ପାଟନା,୧୭ା୯: ବିହାରର ବକ୍ସରରୁ ମାନବିକତା ଓ ମୃତଦେହର ସମ୍ମାନ ସହ ଜଡ଼ିତ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ…

୧୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ

ଗୁଡ଼ାରି,୧୭ା୯(ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ୧୪ ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। ସହରର ୧୪…

ମୋଦିଙ୍କ ଜନ୍ମଦିନରେ ରେଖା ଗୁପ୍ତାଙ୍କ ବଡ଼ ନିଷ୍ପତ୍ତି: ଦାନ କଲେ ନିଜର ସମସ୍ତ ଅଙ୍ଗ

ନୂଆଦିଲ୍ଲୀ,୧୭।୯: ଦିଲ୍ଲୀରେ ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ପାଇଁ ‘ଷ୍ଟେଟ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ’ (SOTO) ନାମକ ଏକ ସରକାରୀ ପ୍ଲାଟଫର୍ମ ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?