ସାମ୍ପ୍ରତିକ ପରିସ୍ଥିତିରେ ଶ୍ରମିକଙ୍କ ଅବସ୍ଥା ନେଇ ଆଲୋଚନା

ଦିଗପହଣ୍ଡି,୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଏବଂ ସିଆଇଟିୟୁ ଅନୁବନ୍ଧିତ ଖେମୁଣ୍ଡି ବିଶକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘ ପକ୍ଷରୁ ମିଳିତ ଭାବେ ଶୁକ୍ରବାର ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ଶିବରାମ ପ୍ରଧାନ ଲାଲ ପତାକା ଉତ୍ତୋଳନ କରିଥିଲେ। ସିପିଆଇ ଗଞ୍ଜାମ ଜିଲା କମିଟି ସଦସ୍ୟ ଅଳକ ନାଥ ମିଶ୍ର, ସିପିଆଇ(ଏମ) ଗଞ୍ଜାମ ଜିଲା କମିଟିର ପୂର୍ବତନ ଜିଲା ସମ୍ପାଦକ କୈଳାସ ଷଡଙ୍ଗୀ , ସଂଘର କାର୍ଯ୍ୟକାରୀ ସଭାପତି ତଥା ଆଇନଜୀବୀ କୁରେଶୁ ପଣ୍ଡା ଅତିଥି ଭାବେ ଯୋଗ ଦେଇ ପଥପ୍ରାନ୍ତ ସଭାରେ କେନ୍ଦ୍ର ଓ ରାଜ୍ୟରେ ଶାସକ ଦଳ କିଭଳି ଶ୍ରମିକ ମାରଣ ନୀତି ପ୍ରଣୟନ କରି ଚାଲିଛନ୍ତି ସେ ସମ୍ପର୍କରେ ଉଦବୋଧନ ଦେବା ସହ ଶ୍ରମିକ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଅବତାରଣା କରିଥିଲେ।

ଏହି ସଭାରେ ଓଡ଼ିଶା ରାଜ୍ୟ କୃଷକ ସଭାର ଗଞ୍ଜାମ ଜିଲା ସମ୍ପାଦକ ତଥା ଆଇନଜୀବୀ ପି. ଶିବଶଙ୍କର, ଭି. ସୁଦର୍ଶନ ରାଜୁ, କୈଳାସ ପ୍ରଧାନ, ଉପେନ୍ଦ୍ର ବେହେରା, କୈଳାସ ମହାରଣା, ବିଶ୍ୱନାଥ ମହାରଣା, ପ୍ରଫୁଲ୍ଲ ମହାରଣା, ଅଭିମନ୍ୟୁ ସେଠୀ, ସୁଦାମ ସେଠୀ, ଲୋକନାଥ ସେଠୀ, ସୁଦର୍ଶନ ସେଠୀ, କଂଗ୍ରେସ ସେଠୀଙ୍କ ସମେତ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଓ ସିଆଇଟିୟୁର ବହୁସଂଖ୍ୟକ କାର୍ଯ୍ୟକର୍ତ୍ତା ଏବଂ ଶ୍ରମିକ ବୃନ୍ଦ ଉପସ୍ଥିତ ଥିଲେ।

ସେହିପରି ସ୍ଥାନୀୟ ଶ୍ରୀ ଚନ୍ଦ୍ରଚୂଡ଼େଶ୍ୱର ଶୈବପୀଠ ପ୍ରାଙ୍ଗଣରେ ଖେମୁଣ୍ଡି ବିଶ୍ୱକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘ ପକ୍ଷରୁ ‘ସାମ୍ପ୍ରତିକ ପରିସ୍ଥିତିରେ ଶ୍ରମଜୀବୀଙ୍କ ଅବସ୍ଥା’ ଶୀର୍ଷକ ଆଲୋଚନା ସଭାରେ ସଂଘର କାର୍ଯ୍ୟକାରୀ ସଭାପତି କୁରେଶୁ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ବିଶିଷ୍ଟ ବାମପନ୍ଥୀ ବ୍ୟକ୍ତି କୈଳାସ ଷଡ଼ଙ୍ଗୀ, ଫର୍‌ଓ୍ବାର୍ଡ ବ୍ଲକ ଗଞ୍ଜାମ ଜିଲା କମିଟି ସଭାପତି ସଭାପତି ବିଭୂଧେନ୍ଦ୍ର ପାଢ଼ୀ, କବି ବୃନ୍ଦାବନ ପଣ୍ଡା, ପ୍ରାଧ୍ୟାପକ ସଞ୍ଜୟ କୁମାର ଷଡ଼ଙ୍ଗୀ, ଖବରଦାତା ଗୋପାଳକୃଷ୍ଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ।

କବି ପୀତବାସ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ପ୍ରଗତିଶୀଳ କବିତା ପାଠୋତ୍ସବରେ କବୟିତ୍ରୀ ସୁଜାତାରାଣୀ ଶତପଥୀ, ସରୋଜିନୀ ସାହୁ, କବି ପଦ୍ମଚରଣ ମେକାପ, ବୃନ୍ଦାବନ ପଣ୍ଡା, ସଞ୍ଜୟ କୁମାର ଷଡ଼ଙ୍ଗୀ, ବିଭୁଧେନ୍ଦ୍ର ପାଢ଼ୀ,ପୀତବାସ ତ୍ରିପାଠୀ, ମନୋଜ କୁମାର କୁଣ୍ଡ , ତ୍ରିପତୀ ପ୍ରଧାନ,ଦୁର୍ଗାମାଧବ ମହାରଣା ପ୍ରମୁଖ ବହୁ କବୟିତ୍ରୀ କବି ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ସାମାଜିକ କର୍ମୀ ସୁଶାନ୍ତ କୁମାର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦଶପଲ୍ଲାରେ ଚାଞ୍ଚଲ୍ୟ: ୩ ଦିନ ଧରି ନିଖୋଜ ବିରଞ୍ଚିଙ୍କ ମୃତଦେହ ମାଟି ତଳୁ ଉଦ୍ଧାର, ଘଟଣାସ୍ଥଳରେ…

ନୟାଗଡ଼,୧।୧୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲା ଥାନା ଟାକରା ପଞ୍ଚାୟତ ଅସନିବେରେଣା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗତ ୩ ଦିନ ଧରି ନିଖୋଜ…

ବନ୍ୟା କ୍ଷତ ଶୁଖିନି, ପୁଣି ବାତ୍ୟା ଆଶଙ୍କା, ଅଞ୍ଚଳବାସୀଙ୍କୁ ସତର୍କ କରି ପ୍ରଶାସନ…

ପୁରୁଷୋତ୍ତମପୁର,୧ା୧୧(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପୁରୁଷୋତ୍ତମପୁର ଅଞ୍ଚଳରେ ଋଷିକୂଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ପାଣି ଘରୁ ନ ଶୁଖୁଣୁ ପୁଣି ୨, ୩ ଓ ୪…

ଅନ୍ତର୍ଜାତୀୟ ଭାରୋତ୍ତୋଳନରେ ଗୁଣପୁର ପୁଅଙ୍କ କମାଲ, ଜିତିଲେ ୩ଟି ସ୍ୱର୍ଣ୍ଣ, ରାୟଗଡ଼ାରେ ହେବ…

ଗୁଣପୁର,୧।୧୧(ସୁଜାତା ପାଢ଼ୀ): ହରିୟାଣାର ଫରିଦାବାଦଠାରେ ରବିବାର ଆୟୋଜିତ ଅନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗୁଣପୁର ‘ମହାବୀର ଏ-୧ ଜିମ୍’ର ପ୍ରତିଯୋଗୀମାନେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ…

ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଭାଜପା ରାଜ୍ୟ ସଭାପତି

ଛତ୍ରପୁର/ଗଞ୍ଜାମ,୧ା୧୧(ଦିଲ୍ଲୀପ ସାମଲ/ଅନାଥ ତରାଇ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିରେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ରବିବାର ଛତ୍ରପୁର ନିର୍ବାଚନମଣ୍ଡଳୀ…

ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ଯୋଜନା ପ୍ରସ୍ତୁତ କରିବାକୁ ସିପିଆଇର ଦାବି, ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ଜିଲାପାଳ…

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଦୁର୍ଦ୍ଦଶା ଓ ବ୍ୟାପକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ବିପନ୍ନଙ୍କୁ…

ବୋଲେରୋରେ ପିଛା କରି ବାଇକ୍ ଅଟକାଇଲେ, ମାଡ଼ ମାରି ମଉସାଙ୍କ ମୁଣ୍ଡ ଫଟାଇଥିଲେ; ପୁତୁରା ଗିରଫ, ଜେଲ୍‌କୁ ଗଲେ…

ଦିଗପହଣ୍ଡି,୧।୧୧(ଅଶେଷ ନାଥ ମିଶ୍ର): ପାରିବାରିକ କଳହକୁ ନେଇ ମଉସାଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତ ପୁତୁରାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗଞ୍ଜାମ ଜିଲା ସାନଖେମୁଣ୍ଡି…

‘ବଲାଙ୍ଗୀର ଦିନ୍’ ଉତ୍ସବର ଶୁଭାରମ୍ଭ: ନାଚ-ଗୀତରେ କମ୍ପିଲା ସହର, ରଙ୍ଗାରଙ୍ଗ ଶୋଭାଯାତ୍ରାରେ ଝୁମିଲେ ଲୋକେ

ବଲାଙ୍ଗୀର,୧।୧୧(ସୁନିଲ କୁମାର ମହାନ୍ତି): ଷଷ୍ଠ ‘ବଲାଙ୍ଗୀର ଦିନ୍’ ଉତ୍ସବ ପାଳନ ଆଜି ରବିବାର ଏକ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହ ଶୁଭାରମ୍ଭ ହୋଇଯାଇଛି। ବଲାଙ୍ଗୀର ଦିନ୍ ଆୟୋଜକ…

ବଢ଼ିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ପୁଣି ଖୋଲିଲା ୩ ଗେଟ୍‌

ସମ୍ବଲପୁର,୧ା୧୧(ପ୍ରମୋଦ ବହିଦାର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଉପର ପ୍ରବଳ ବର୍ଷା ଯୋଗୁ ମହାନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଛି। ସେହି ଅନୁପାତରେ ହୀରାକୁଦ ଜଳଭଣ୍ଡାରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?