ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜିରାବ୍ରିଜ ରାସ୍ତା ଜବରଦଖଲ: ପୁଣି ଜୋର୍‌ ଧରିଲା ଉଚ୍ଛେଦ ଦାବି

ବରଗଡ,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବହୁଚର୍ଚ୍ଚିତ ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜିରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଦାବି ପୁଣି ତେଜି ଉଠିଛି। ଏହି ଦାବି ନେଇ ବରଗଡ଼ ନାଗରିକ ମଞ୍ଚର ଏକ ପ୍ରତିନିଧି ଦଳ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଛନ୍ତି। ଏଠାରୁ ଜବରଦଖଲ ଉଚ୍ଛେଦ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ସେମାନେ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଆଗକୁ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରାଯିବ ବୋଲି ବରଗଡ଼ ନାଗରିକ ମଞ୍ଚ ଚେତାବନୀ ଦେଇଛି ।
ସେହିପରି ବରଗଡର ବିଭିନ୍ନ ସ୍ଥାନରେ ଜବର ଦଖଲ ଉଚ୍ଛେଦ ହେଉଥିବାବେଳେ ସହରବାସୀଙ୍କ ଦୀର୍ଘଦିନର ଦାବି ସତ୍ତ୍ବେ ବ୍ୟସ୍ତବହୁଳ ଏହି ରାସ୍ତାରୁ କାହିଁକି ଜବରଦଖଲ ଉଛେଦ ହେଉ ନାହିଁ ବୋଲି ବରଗଡ଼ ନାଗରିକ ମଞ୍ଚ ପ୍ରଶ୍ନ କରିଛି।

ଉକ୍ତ ରାସ୍ତାରୁ ଜବର ଦଖଲ ହଟାଯାଇ ରାସ୍ତା ପ୍ରଶସ୍ତିକରଣ କରିବା ସହିତ ଉଚ୍ଚ ନ୍ୟାୟାଳୟରେ ସରକାରଙ୍କ ପକ୍ଷରୁ ନିଯୁକ୍ତ ହୋଇଥିବା ଓକିଲଙ୍କୁ ତୁରନ୍ତ ପରିବର୍ତ୍ତନ କରିବାକୁ ନାଗରିକ ମଞ୍ଚ ଦାବି କରିଛି। ସେହିପରି ବରଗଡ଼ ସହର ମଧ୍ୟରେ ଥିବା ସିଏଚସି ଓ ଜିଲା ମୁଖ୍ୟ ଡାକ୍ତରଖାନାରେ ସ୍ବାସ୍ଥ୍ୟ ବ୍ୟବସ୍ଥା ସୁଦୃଢ କରିବା, ସହର ମଧ୍ୟରେ ଜଳାଶୟ ଗୁଡିକର ପୁନଃରୁଦ୍ଧାର, ବନ୍ଧକଟା ଗୁଡିକୁ ଜବରଦଖଲ ମୁକ୍ତ କରିବା, ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା, କ୍ୟାନସର ହସ୍ପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ଧାନବିକ୍ରିରୁ ବଞ୍ଚିତ ଚାଷୀଙ୍କ ଖରିଫ ଧାନ ଶୀଘ୍ର କିଣିବା, ଗ୍ରୀଷ୍ମ ଦିନରେ ପାନୀୟ ଜଳ ବ୍ୟବସ୍ଥା କରିବା, ଜବରଦଖଲ ଉଚ୍ଛେଦରେ ବିସ୍ଥାପିତମାନଙ୍କୁ ଶୀଘ୍ର ଥଇଥାନ କରିବାକୁ ମଞ୍ଚ ଦାବି କରିଛି। ମଞ୍ଚର ସଭାପତି ଭୀଷ୍ମଦେବ ସରାଫଙ୍କ ନେତୃତ୍ୱରେ ସମ୍ପାଦକ ଭବାନୀ ସାହୁ, ଶୟନ ପଣ୍ଡା, ଟିଙ୍କୁ ନନ୍ଦ, ନିତ୍ୟାନନ୍ଦ ବାଗ, ସୁରଥ ସାହୁ, ଶିବାନନ୍ଦ ମଟାରୀ, ଜିଭି ରାଓ, ଗଙ୍ଗା ପୂଝରୀ, ଲିଙ୍ଗରାଜ ପୁରୋହିତ, ବାସୁଦେବ ଦାଶ, ଜୀବନ ଲାଲ ଚୌଧୁରୀ, ମୁକୁନ୍ଦ ତାଣ୍ଡି, ସୁଜିତ କନ୍ଧେର, ମକରଧଜ ମେହେର, ରତନ ତାଣ୍ଡି, ରବି ପାଠୀ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କବିତା ଆସରରେ ମାତୃଭାଷାର ବିକାଶ ପାଇଁ ଆହ୍ବାନ

ହାଟଡିହୀ,୨l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ହାଟଡିହୀ ସାହିତ୍ୟ ଘର ପକ୍ଷରୁ ବର୍ଷାକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି…

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ଚିପ୍ସ ପ୍ୟାକେଟ୍‌ରେ ଥିବା ଖେଳନା ବଲ୍‌ ଗିଳି ଦେଲେ ଶିଶୁ, ଆଉ ତା’ପରେ…

ବେଙ୍ଗାଲୁରୁ,୨ା୮: କର୍ନାଟକର ମହୀଶୂର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷର ଜଣେ ବାଳକ କୁର୍‌କୁରେ ପ୍ୟାକେଟ୍‌ରେ ଥିବା ଛୋଟ ଖେଳନା ବଲ୍‌କୁ ଗିଳିଦେବାରୁ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri