Posted inଖେଳ

ପାକିସ୍ତାନକୁ ହରାଇଲା ଭାରତ

ହକଂ, ୭ା୧୧: ଭାରତର ପୂର୍ବତନ କ୍ରିକେଟର ରବିନ ଉଥପ୍ପା ଓ ଭରତ ଚିପ୍‌ଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏଠାରେ ଚାଲିଥିବା ହଂକଂ ସିକ୍ସେସ କ୍ରିକେଟ ଟୁର୍ନାମେଣ୍ଟର ଏକ ଗ୍ରୁପ୍‌ ‘ସି’ ମ୍ୟାଚରେ ଭାରତ ୨ ରନରେ ପାକିସ୍ତାନକୁ ପରାସ୍ତ କରିଛି।

ଶୁକ୍ରବାର ବର୍ଷା ଯୋଗୁ ଡିଏଲ୍‌ଏସ୍‌ ପଦ୍ଧତିରେ ଖେଳାଯାଇଥିବା ଏହି ମ୍ୟାଚର ଭାରତ ୬ ଓଭରରେ ୪ ଉଇକେଟ ବିନିମୟରେ ୮୬ରନ କରିଥିଲା। ଉଥପ୍ପା ମାତ୍ର ୧୧ ବଲ୍‌ରେ ୨୮ରନ କରିଥିବା ବେଳେ ଚିପ୍‌ଲି ୧୩ ବଲ୍‌ରେ ୨୪ ରନ କରି ଥିଲେ। ପାକିସ୍ତାନର ଆରମ୍ଭ ଉତ୍ସାହଜନକ ଥିଲା। ଦଳ ୩ ଓଭରରେ ୧ ଉଇକେଟ ବିନିମୟରେ ୪୧ ରନ କରିଥିବା ବେଳେ ପ୍ରବଳ ବର୍ଷା ଯୋଗୁ ଖେଳ ସ୍ଥଗିତ ରଖିବାକୁ ହୋଇଥିଲା।

ଫଳରେ ଡିଏଲ୍‌ଏସ୍‌ ପଦ୍ଧିତିର ସହାୟତା ନିଆଯିବାରୁ ଧାର୍ଯ୍ୟ ବିଜୟ ଲକ୍ଷ୍ୟ ସ୍କୋରଠାରୁ ପାକିସ୍ତାନ ୨ ରନ ପଛରେ ରହିଯାଇଥିଲା। ମ୍ୟାଚରେ ଷ୍ଟୁଆର୍ଟ ବିନି ଟାଇଟ୍‌ ବୋଲିଂ କରିଥିଲେ। ସେ ମାତ୍ର ୭ରନ ବିନିମୟରେ ଗୋଟିଏ ଉଇକେଟ ଅକ୍ତିଆର କରି ମ୍ୟାଚରେ ଫରକ ଆଣିଥିଲେ। ପୁଲ୍‌ ‘ବି’ରେ ୟୁଏଇ ବିପକ୍ଷରେ ଅଷ୍ଟ୍ରେଲିଆ ୧୦ ଉଇକେଟରେ ବିଜୟ ହାସଲ କରିଛି।

ଦଳ ମାତ୍ର ୩ ଓଭରରେ ୮୮ରନର ବିଜୟ ଲକ୍ଷ୍ୟକୁ ବିନା କୌଣସି ଉଇକେଟରେ ହାସଲ କରି ନେଇଥିଲା। ଦଳପକ୍ଷରୁ ଜ୍ୟାକ୍‌ ଉଡ୍‌ ୧୧ ବଲ୍‌ରେ ୫୫ରନ ସଂଗ୍ରହ କରିଥିବା ବେଳେ ନିକ୍‌ ହବ୍‌ସନ ମାତ୍ର ୫ ବଲ୍‌ରେ ୨୬ ରନ କରି ଅପରାଜିତ ରହିଥିଲେ। ପୁଲ୍‌ ‘ଏ’ରେ ଆଫଗାନିସ୍ତାନ ଏହାର ଫର୍ମ ଜାରି ରଖି ଦକ୍ଷିଣ ଆଫ୍ରିକାକୁ ୪୯ ରନରେ ପରାସ୍ତ କରିଛି। ଟୁର୍ନମେଣ୍ଟରେ ଦଳର ଏହା ହେଉଛି ଦ୍ୱିତୀୟ ବିଜୟ। ଅଧିନାୟକ ଗୁଲ୍‌ବଦନ ନାଇବ ୧୨ ବଲ୍‌ରେ ଦ୍ରୁତ ୫୦ ରନ ଏବଂ କରିମ ଜନତ ୧୧ ବଲ୍‌ରେ ୪୬ ରନ କରିଥିଲେ। ଆଫଗାନିସ୍ତାନ ନିର୍ଦ୍ଧାରିତ ୬ ଓଭରରେ ୨ଉଇକେଟ ବିନିମୟରେ ୧୪୮ରନ କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୨ଉଇକେଟ ବିନିମୟରେ ୯୯ରନ କରି ବିଜୟ ଲକ୍ଷ୍ୟଠାରୁ ବହୁ ପଛରେ ରହିଯାଇଥିଲା।

ପୁଲ୍‌ ‘ଡି’ରେ ବାଂଲାଦେଶ ୧୪ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଦଳର ଅଧିନାୟକ ଆକବଲ ଅଲି ମାତ୍ର ୯ବଲ୍‌ରେ ୩୨ରନ କରିଥିଲେ। ତେବେ ମେସାଡେକ୍‌ ହୋସେନ ୨୦ ରନ ବିନିମୟରେ ୩ ଉଇକେଟ ଅକ୍ତିଆର କରି ମ୍ୟାଚକୁ ବାଂଲାଦେଶ ସପକ୍ଷରେ ନେଇ ଆସିଥିଲେ। ସେମାନେ ୭୫ରନ ସ୍କୋରକୁ ଡିଫେଣ୍ଡ କରିବାରେ ସଫଳ ରହିଥିଲେ। ଶ୍ରୀଲଙ୍କା ୬ଉଇକେଟ ବିନିମୟରେ ୬୧ରନ କରିପାରିଥିଲା। ଟୁର୍ନାମେଣ୍ଟରେ ଶ୍ରୀଲଙ୍କାର ଏହା ଥିଲା ଦ୍ୱିତୀୟ ପରାଜୟ। ବର୍ଷାଯୋଗୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁଥିବା ମ୍ୟାଚ ବାତିଲ କରିଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri