ପୁସ୍ତକର ଚାହିଦା

ଏବେ ସହଜରେ ମୋବାଇଲରେ ବହୁତ କିଛି ମିଳିଯାଉଛି। ବହି ଅଲୋ ନେଟ୍‌ରେ କେତେକେତେ ବହିର ପସରା! ଗପ ହେଉ କି ପ୍ରବନ୍ଧ କିମ୍ବା କବିତା ହେଉ କି ସମ୍ବାଦ ହାତପାହାନ୍ତାରେ। ଇଣ୍ଟରନେଟ୍‌ ଥିଲେ ଟିପ ଅଗରେ। ଫଳରେ ବହିର ପୃଷ୍ଠା ଲେଉଟେଇବାର ପ୍ରଚେଷ୍ଟା କରିବେ କାହିଁକି? ପିଲାମାନେ ଲାଇବ୍ରେରିରେ ବହି ପଢ଼ିବା ଅପେକ୍ଷା ଫଟୋ ଉଠାଇ ଆଣି ଘରେ ପଢ଼ିବାକୁ ଅଧିକ ପସନ୍ଦ କରୁଛନ୍ତି। ବହି ଖାଲି ସଜ୍ଜା ହୋଇ ଥୁଆହେଉଛି। ଦୈନିକ ଖବରକାଗଜ, ମାଗାଜିନ୍‌ର କିଛିଟା ଅଂଶ ପଢ଼ାଯିବାର ନଜରରେ ଆସୁଛି। ସମ୍ବାଦପତ୍ର ଛପା ପରିମାଣ ବହୁ ପରିମାଣରେ କମିଗଲାଣି। ବୁଝିବାକୁ ହେବ, ପଢ଼ିବା ଯେ ଗଢ଼ିବା ପାଇଁ। କିନ୍ତୁ ଏ ଗଢ଼ିବା ଯେ କେତେ ସୁଗମ ହେଇଗଲାଣି, ତାହା ତାଙ୍କୁ ମୋବାଇଲ ଚେତାଇଦେବ। କେତେକେତେ ସନ୍ଧାନ ଦେବ। ଯେମିତି ଚାହୁଁଚ ସେମିତି ମିଳିପାରିବ। ଏ ପରିସ୍ଥିତିରେ ବହି ଦରକାର ହେବ କାହିଁକି?
ହଁ, ପାଠ୍ୟ ପୁସ୍ତକ କଥା ଛାଡ଼। ଏବେ ଯିବା ଧର୍ମପୁସ୍ତକ ଆଡ଼କୁ। ଗୀତା ହେଉଛି ଭାଗବତ ଭକ୍ତିର ସସମ୍ପନ୍ନ ଆଦର୍ଶବାଣୀଭରା ଧର୍ମଗ୍ରନ୍ଥ। ବେଦ, ପୁରାଣ ଯାହା ଖୋଜିବାକୁ ବର୍ଷ ବର୍ଷ ଲାଗିଯାଏ, ତାହା କ୍ଷଣକେ ଟିପ ଲାଗିଲେ ମୋବାଇଲରୁ ମିଳେ। ପୁସ୍ତକ ତଥାପି ସୃଷ୍ଟି ହେଉଛି। ବଜାରକୁ ଆସୁଛି। ତେବେ ବିକ୍ରି ବହୁତ କମ ହେଉଛି। ଏବେ ପୁସ୍ତକ କିଣିବାର ପ୍ରଚାର ଆବଶ୍ୟକ ହେଲାଣି। ଆପେ ଆପେ ପୁସ୍ତକ କିଣିବା ଲୋକଙ୍କ ସଂଖ୍ୟା ନଗଣ୍ୟ। ”ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ“ର ପରିଭାଷା ବଦଳିଗଲାଣି। ଯେଉଁ ଜ୍ଞାନୀବନ୍ଧୁ ଯାହା ବଖାଣିବେ, ତାହାଠାରୁ ଆହୁରି ଭଲ ଏବେ କୃତ୍ରିମ ଧୀ ସମ୍ପନ୍ନ ଯନ୍ତ୍ର (ଆର୍ଟିଫିସିଆଲ କମ୍ପ୍ୟୁଟର) ମୁହୂର୍ତ୍ତକେ ଜଣାଇପାରୁଛି। ସୁନ୍ଦର ସୁନ୍ଦର ଗୀତ ଗପ ତ ଏବେ ସାଧାରଣ କଥା।
ଧନ୍ୟରେ ବିଜ୍ଞାନ! କମ୍ପ୍ୟୁଟର ସିନା ପାଠପଢ଼ା ପିଲାଙ୍କର ଅତି ଅପରିହାର୍ଯ୍ୟ, ହେଲେ ଭାରତ ଭଳି ଗରିବ ଦେଶରେ ଅଧିକାଂଶଙ୍କ ଜୀବିକା ଚାଷ। ଏପରି ବହୁତ ପରିବାର ଅଛନ୍ତି ଯାହାଙ୍କ ଘରେ ବିଦ୍ୟୁତ୍‌ ଆଲୋକ ଅପହଞ୍ଚ। ସେମାନେ କରିବେ କ’ଣ? ଗୀତା, ଭାଗବତ, ରାମାୟଣ, ମହାଭାରତ ଗାଁରେ ଗାଁରେ, ଘରେ ଘରେ ପଢ଼ାଯାଏ। ପିଲେ କିନ୍ତୁ ଶିକ୍ଷିତ ହେଲା ପରେ ସେସବୁ ବଦଳିଯାଉଛି। ଧର୍ମ ଆଉ ବିଭେଦର କାରଣ ନ ହୋଇ ରୋଜଗାର ଏବେ ତା’ ସ୍ଥାନ ନେଲାଣି। ରକ୍ଷଣଶୀଳ ଲୋକେ ଧର୍ମକୁ ଆଧାରକରି କଥା କହିଲେ। ପିଲେ କହିଲେଣି ଧର୍ମ କ’ଣ ବଞ୍ଚାଇପାରିବ! ପାଳି ପୋଷିବାରେ ସହାୟକ ହେବ! ମଣିଷକୁ ମଣିଷ ପରି ବଞ୍ଚତ୍ବାକୁ ଆଧୁନିକ ସରଞ୍ଜାମ ଯୋଗାଇ ଉନ୍ନତ କରିପାରିବ! ବିନା ପଇସାରେ ପରା କିଛି ହେବନି। ଏବେ ତ ପରିସ୍ଥିତି ଆହୁରି ଅଧିକ ଜଟିଳ ହେବାକୁ ଗଲାଣି। ଏଇ ମଣିଷ ଗଢ଼ୁଛି କୃତ୍ରିମ ଜ୍ଞାନ କୌଶଳରେ ଅନେକ ଅଦ୍ଭୁତ ମେଶିନ। ସେହି ମେଶିନ ସବୁ ଏ ଲୋକଙ୍କୁ ନିଷ୍କ୍ରିୟ କରିବାକୁ ବସିଲାଣି। ରୋବୋର ଅବିଶ୍ରାନ୍ତ କାମ ଦେଶରୁ ଶ୍ରମ ଦିବସ ବହୁଳ ଭାବରେ ହ୍ରାସ କରିବାର ଲକ୍ଷଣ ଦେଖାଇଲାଣି। ଆଗ ପାଗ ଏବେ ନାହିଁ। ବ୍ୟବସ୍ଥା ବୈଷୟିକ ଶିକ୍ଷାକୁ ଆପଣେଇବାକୁ ବାଧ୍ୟ କଲାଣି। ହଁ, ଏତିକି ହୋଇପାରେ, ଆଜି ଯେଉଁ ଯନ୍ତ୍ରଟି ଶହେ ଲୋକଙ୍କର କାମ କରିପାରୁଛି, କାଲି ହୁଏତ ତାହା ଏକ ହଜ଼ାର ଲୋକଙ୍କର କାମ କରିପାରିବ। ଏହି ମେଶିନ ନିର୍ମାଣରେ ଅଧିକ ବୈଷୟିକ ଶିକ୍ଷାବିତ୍‌ଙ୍କର ବୁଦ୍ଧି ା ଜ୍ଞାନ ତଥା ମାନବ ସମ୍ବଳର ଉପଯୋଗ କରାଯାଇପାରେ। କିନ୍ତୁ ବେକାରୀ ବଢ଼ିବା ଥୟ। ରୋଜଗାର ହଟିବ। କ୍ରୟ ଶକ୍ତି କମିବ। ଜୀବନ ବଞ୍ଚାଇବା ଅସହଜ ହେବ। ସେଠି ପୁସ୍ତକ କଥା କିଏ ବୁଝିବ? ମୋବାଇଲରୁ ମନ ପସନ୍ଦର ବହି କ୍ଷଣଙ୍କ ମଧ୍ୟରେ ଅନାୟାସରେ ମିଳିପାରିବ। ତେବେ ଆଉ ପୁସ୍ତକ ଲେଖିବ କିଏ? ବହି ଛାପିବେ କାହିଁକି? ସମ୍ପୃକ୍ତ ସମସ୍ତ ବର୍ଗ ବେକାର ହେବେ। ରୋଜଗାର ସାତ ସପନ ହେବ। ପୁସ୍ତକ ଆସ୍ତେ ଆସ୍ତେ ଲୋକଲୋଚନରୁ ଅପସରିବାକୁ ଲାଗିବ। ସଂରକ୍ଷଣ ପାଇଁ ଆବଶ୍ୟକ ସ୍ଥାନ ଖୋଜା ପଡ଼ିବ ନାହିଁ। ମୋବାଇଲରେ କେତେ ଯେ ବହି ରହିଯିବ, ତାହା କଳନା କରି ହେବନି। ପୁସ୍ତକର କଳେବର ଲୋକେ ଭୁଲିଯିବେ। ଏଇ ଯେପରି ଢିଙ୍କି, ଧାନ ଉଷୁଁଆ ଚୁଲି, ଡିବିରିବତି, ଶଗଡ଼ ଆଦି ଆଉ ଦିଶୁନି, ବରଂ ପିଲେ ଶୁଣିଲେ ସେଗୁଡ଼ିକ କ’ଣ, କିପରି ଜିନିଷ ବୋଲି ପ୍ରଶ୍ନ କରୁଛନ୍ତି। ପୂର୍ବର ପୋଥିପତ୍ର ଯେପରି ଅଦୃଶ୍ୟ, ଦୁଷ୍ପ୍ରାପ୍ୟ ପୁସ୍ତକଗୁଡିକ ଠିକ ସେହି ଦଶା ଭୋଗିବେ। କବି, ଲେଖକ ଆଉ ଅମର ହୋଇ ରହିବେନି ! ଅସି ଠାରୁ ମସି ବଳବତ୍ତର ରହିବ ନାହିଁ। ପାଠକ ମିଳିବେ ନାହିଁ। ଧର୍ମ ଗ୍ରନ୍ଥ ସବୁ ଆସ୍ତେ ଆସ୍ତେ ହଜିଯିବେ। ପୁସ୍ତକ ସଂଗ୍ରହାଳୟର ସଂରକ୍ଷିତ ବସ୍ତୁ ସାଜିବ ଭବିଷ୍ୟତ ପିଢ଼ିଙ୍କ ଦର୍ଶନ ପାଇଁ।
ଗୁଣ୍ଡିଚା ବିହାର, ପୁରୀ
ମୋ: ୮୨୪୯୦୮୨୪୦୦


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri