ବ୍ରାହ୍ମଣୀଗାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ଯୋଗଦେଲେ ୨୫୦ଜଣ, ଚି଼ହ୍ନଟ ହେଲେ ୧୮୫

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୧୮।୩(ଅରୁଣ ସାହୁ/ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୨୦୨୫/୨୬ଆର୍ଥିକ ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧନରେ ବ୍ଲକ ସହକାରୀ ସାମାଜିକ ସୁରକ୍ଷା ଅଧିକାରୀ କ୍ଷେତୀଶ ପ୍ରିୟଦର୍ଶି ସାହୁଙ୍କ ପରିଚାଳନାରେ ଶିବିରରେ ମୋଟ ୨୫୦ଜଣ ନିଜ ନାମ ପଞ୍ଜିକରଣ କରି ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ସେମାନଙ୍କ ମଧ୍ୟରେ ମୋଟ ୧୮୫ ଜଣ ଦିବ୍ୟାଙ୍ଗଙ୍କୁ ଚି଼ହ୍ନଟ କରାଯାଇଥିଲା ।

ସେମାନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ବିଡ଼ିଓ କହିଛନ୍ତି । ସେମାନଙ୍କ ମଧ୍ୟରେ ଅସ୍ଥିଶଲ୍ୟ ସମସ୍ୟା ରହିଥିବା  ୯୮ଜଣଙ୍କୁ ଚି଼ହ୍ନଟ କରାଯାଇଥିବା ବେଳେ ବାକ୍  ଓ ଶ୍ରବଣ ଶକ୍ତି ସମସ୍ୟା  ୩୩, ମସ୍ତିକ ବିକୃତି ୨୭, ରକ୍ତ ଶିକୁଳି୧୫ ଏବଂ ଦୃଷ୍ଟି ବାଧିତ ୧୨ ଜଣଙ୍କୁ ଚି଼ହ୍ନଟ କରାଯାଇଥିବା କୁହାଯାଇଛି । ଆସନ୍ତା ଦିନମାନଙ୍କରେ ସରକାରଙ୍କ ଦିବ୍ୟାଙ୍ଗଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ତଥା ଭତ୍ତା ପ୍ରଦାନ, ଶିକ୍ଷା ପାଇଁ ଆବଶ୍ୟକ ଉପକରଣ ଓ ଚଳଣି ବାଧିତଙ୍କ ପାଇଁ ଆବଶ୍ୟକ ଉପକରଣ ଆଦି ସୁବିଧା ଯୋଗାଇଦିଆଯିବ ବୋଲି କୁହାଯାଇଛି ।

ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଫୁଲବାଣୀ ସାମାଜିକ ସୁରକ୍ଷା ଅଧିକାରୀ ସୋମ୍ୟରଞ୍ଜନ ସାହୁ, ଦାରିଙ୍ଗବାଡିର ରାମକୃଷ୍ଣ ବେହେରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମମିତା କୁମାରୀ ପ୍ରଧାନ, ଜିଲା ଦିବ୍ୟାଙ୍ଗ ଥଇଥାନ କେନ୍ଦ୍ରର ଅଧିକାରୀ ଅକ୍ଷୟ କୁମାର ପଣ୍ଡା, ଦାରିଙ୍ଗବାଡି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ଏପିଓ କେଦାର ଚନ୍ଦ୍ର ପଣ୍ଡା, ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ଡ଼ାଃ. ନମାଇଁ ଚରଣ ବିଶିଙ୍କ ସମେତ ଡ଼ାଃ. ଦେବଜିତ୍ ଦାଶ,ଡ଼ାଃ. ଦିଲ୍ଲୀପ କୁମାର ମେହେର, ଡ଼ାଃ. ଜୟଦିପ କୁମାର ଘୋଷ,ଡ଼ାଃ. ସନ୍ଦୀପ କୁମାର ପ୍ରଧାନ ପ୍ରମୁଖ ପଞ୍ଜିକୃତ କରି ଯୋଗଦେଇଥିବା ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

ନନ୍ଦିନୀ ଦେବୀ ଥିଲେ ପ୍ରବୀଣ ନାରୀ ନେତ୍ରୀ

ଭୁବନେଶ୍ୱର, ୫ା୮(ବନ୍ଦନା ସେଠୀ):ଓଡ଼ିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ, ବରେଣ୍ୟ ସାହିତ୍ୟ ସାଧିକା ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧଦିବସ ଅବସରରେ ମଙ୍ଗଳବାର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି…

ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା: ଅରେଞ୍ଜ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୫ା୮(ବନ୍ଦନା ସେଠୀ):ଚଳିତ ମୌସୁମୀରେ ଏଯାଏ ରାଜ୍ୟରେ ଭଲ ବର୍ଷା ହୋଇଛି। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।…

ସାର ପଳାଉଛି ଛତିଶଗଡ଼: ଚାଷୀ ହତାଶ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ସର୍ବାଧିକ ଧାନ ଫସଲ ହେଉଥିବା ବରଗଡ଼ ଜିଲାରେ ବର୍ତ୍ତମାନ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇଦେଇଛି। ଜିଲାରେ ସାର ମହଜୁଦ ଅଛି, ଅଭାବ…

ଘରୁ ଡାକିନେଇ ଯୁକ୍ତ୨ ଛାତ୍ରଙ୍କୁ ବାଡ଼େଇ ମାରିଦେଲେ ୨ ସାଥୀ: ମଦ ପିଆଇ…

ଡେରାବିଶ, ୫ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଞ୍ଚଳର ଜଣେ ଯୁକ୍ତ୨ କଲେଜ ଛାତ୍ରଙ୍କୁ ଘରୁ ଡାକି ନେଇ ତାଙ୍କର ୨ଜଣ ସାଙ୍ଗ ମାଡ଼ମାରି…

ମୁଁ ଘରକୁ ଯିବିନି, ମୋତେ ମୋ ପ୍ରେମିକ ପାଖରେ ଛାଡିଦିଅ…ନାବାଳିକାଙ୍କ ହାଇଡ୍ରାମା ଦେଖି ପୋଲିସ ତାଜୁବ

ଭୁବନେଶ୍ୱର,୫ା୮ (ପ୍ରସନଜିତ୍‌ ସାହୁ):ମୁଁ ଘରକୁ ଯିବିନି। ମୋତେ ଜେଲରେ ଥିବା ମୋ ପ୍ରେମିକ ପାଖରେ ଛାଡିଦିଅ..। ଭୁବନେଶ୍ବର କୋର୍ଟ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଏମିତି ଚିତ୍କାର କରି…

ଆବାସିକ ବିଦ୍ୟାଳୟରେ ହିଂସାକାଣ୍ଡ: ୯ମ ଶ୍ରେଣୀ ପିଲାଙ୍କୁ ନିସ୍ତୁକ ପିଟିଲେ ୧୦ମ ଛାତ୍ର

କଲ୍ୟାଣସିଂହପୁର/ରାୟଗଡ଼ା, ୫।୮ (ଦୀପକ କୁମାର ପରିଡ଼ା/ କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ଥିବା ଆବାସିକ ବିଦ୍ୟାଳୟରେ ହିଂସାକାଣ୍ଡ ବଢ଼ିବାରେ ଲାଗିଛି। କୋଲନରା ବ୍ଲକ୍‌ ଅନ୍ତର୍ଗତ ରିଭଲକଣାସ୍ଥିତ…

ସୁନାବେଡ଼ା ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ: ଭିଡିଓ ଭାଇରାଲ ହେବା ପରେ…

ନୂଆପଡ଼ା,୫ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ବାଘ ରାସ୍ତାରେ ବୁଲୁଥିବା ଭିଡିଓ ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri