ମାଳିଦାଦର ପ୍ରାଥମିକ ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ: ସ୍ଥିତି ସମୀକ୍ଷା  କଲେ…

ଅମରପାଲି,୧୯।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନ ତୈଲା ପଞ୍ଚାୟତର ମାଳିଦାଦର ପ୍ରାଥମିକ ବିଦ୍ୟାଳୟକୁ କମ ପିଲା ଦର୍ଶାଇ ବନ୍ଦ କରି ଦିଆଯାଇଛି। ଏ ନେଇ ଗ୍ରାମର ମହିଳାମାନେ ସୁବର୍ଣ୍ଣପୁର ଜିଲାପାଳ ଡ.ନୃପରାଜ ସାହୁଙ୍କୁ ଗୁରୁବାର ଏକ ଦାବିପତ୍ର ପ୍ରଦାନ କରିଥିଲେ। ବନ୍ଦ ଥିବା ଉକ୍ତ ସ୍କୁଲକୁ ପୁନର୍ବାର ଖୋଲିବାକୁ ଦାବି କରିଥିଲେ।
ଅଭିଯୋଗ ପରେ ଜିଲାପାଳ ଏକ ଟିମ୍‌କୁ ନିର୍ଦ୍ଦେଶ ଦେଇ ଉକ୍ତ ଗ୍ରାମର ବନ୍ଦ ଥିବା ସ୍କୁଲ ଓ ଗ୍ରାମର ଛାତ୍ରୀଛାତ୍ରଙ୍କ ସମସ୍ୟା ଅବଗତ ନିମନ୍ତେ ପଠାଇଥିଲେ। ଶନିବାର ଏହି ଟିମ ମାଳିଦାଦରକୁ ଯାଇ ବନ୍ଦ ଥିବା  ସ୍କୁଲର ସ୍ଥିତି ନିରୀକ୍ଷଣ କରିବା ସହିତ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ତେବେ  ଗ୍ରାମରେ ଏବେ ଉକ୍ତ ସ୍କୁଲରେ ପଢ଼ିବା ପାଇଁ ପ୍ରାୟ ୨୮ ଜଣ ଛାତ୍ରୀଛାତ୍ର ଥିବା ଦେଖିଥିଲେ। ସମସ୍ତ ପିଲା ଏବେ ଗ୍ରାମରୁ ଦୂରରେ ଥିବା ଦାଦରପାଲି ୟୁପି ସ୍କୁଲକୁ ବିପଦପୂର୍ଣ୍ଣ ଭାବେ ଚାଲିଚାଲି ପଢି ଯାଉଥିବା ଦେଖିବାକୁ ମିଳିଥିଲା। ଜିଲାପାଳଙ୍କ ନିର୍ଦ୍ଦେଶରେ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଶାନ, ଦୁର୍ଜନତୈଲା ସିଆରସିସି ଅଶୋକ ଲୁହା, ଦାଦରପାଲି ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଗୋପାଳ ପ୍ରଧାନ ମିଳିତ ଭାବେ ମାଳିଦାଦରକୁ ଆସି ସ୍ଥିତି ନିରୀକ୍ଷଣ କରିଛନ୍ତି।
ସୂଚନା ଅନୁସାରେ, ମାଳିଦାଦର ଗ୍ରାମରେ  ପ୍ରାୟ ୫୦ରୁ ଅଧିକ ପରିବାର ରୁହନ୍ତୁ। ଗ୍ରାମରେ ପ୍ରାଥମିକ ଶିକ୍ଷା ପାଇଁ ଗତ ୨୦୦୪ ମସିହାରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଇଥିଲେ। ଏଠାରେ ପିଲାଙ୍କୁ ପଢ଼ାଇବା ପାଇଁ ଦୁଇ ଜଣ ଶିକ୍ଷକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା। ମାତ୍ର ୨୦୨୧ରେ ଉକ୍ତ ସ୍କୁଲରେ କମ ପିଲା ଦର୍ଶାଇ ସ୍କୁଲକୁ ବନ୍ଦ କରି ଦିଆଯାଇଥିଲା।

ଏହି ସ୍କୁଲ ବନ୍ଦ ପରେ ଏଠାରେ ପଢୁଥିବା ପିଲାଙ୍କୁ ଗ୍ରାମଠାରୁ ପ୍ରାୟ ୩ କିମି ଦୂରରେ ଥିବା ଦାଦରପାଲି ସ୍କୁଲକୁ ପଢ଼ି ଯିବାପାଇଁ ନିର୍ଦ୍ଦେଶ ଦିଆଗଲା। ଫଳରେ ଛୋଟ ଛୋଟ ପିଲାମାନେ ସ୍କୁଲକୁ ଏକୁଟିଆ ଯିବାରେ ସମସ୍ୟା ହେଉଛି। ଅଧିକାଂଶ ସମୟର ପିଲାମାନେ ସ୍କୁଲକୁ ପଢିବାକୁ ଯାଇ ପାରିଲେ ନାହିଁ। ତେଣୁ ଗ୍ରାମର ମହିଳାମାନେ ପୁନର୍ବାର ଉକ୍ତ ସ୍କୁଲକୁ ଖୋଲିବାକୁ ଦାବି କରିଥିଲେ। ଏବେ ଜିଲାପାଳଙ୍କ ତତ୍ପରତା ପରେ ପୁଣିଥରେ ସ୍କୁଲ ଖୋଲିବା ନେଇ ଆଶା ସଞ୍ଚାର ହୋଇଥିବା ଗ୍ରାମବାସୀପ୍ରକାଶ କରିଛନ୍ତି।

 

Dharitri – Odisha’s No.1, Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri