ଏହି ଦିନରୁ ରାଜ୍ୟରେ ଥଣ୍ଡା ପଡିବ, ମାଡିଆସିବ ଶୀତ ସହ ଘନ କୁହୁଡ଼ି

ଭୁବନେଶ୍ୱର,୧୧।୧୦: ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଉଥିବା ବେଳେ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତର ଆଗମନ ହେବ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅନୁସାରେ, ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ। କିନ୍ତୁ ୧୩ ଓ ୧୪ ତାରିଖରେ ସମୁଦ୍ର ସଂଲଗ୍ନ ଜିଲା ଗୁଡ଼ିକରେ ହାଲୁକା ବର୍ଷା ହୋଇପାରେ। ୧୫ରୁ ରାତିରେ ତାପମାତ୍ରା କମିବା ଆରମ୍ଭ ହେବ ଏବଂ ୧୭ ତାରିଖ ସୁଦ୍ଧା କନ୍ଧମାଳ, କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଅଞ୍ଚଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇ ଶିଶିରପାତ ଓ କୁହୁଡ଼ିର ସମ୍ଭାବନା ରହିଛି।

୧୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ, ଯାହା ୫ ଦିନରୁ ଅଧିକ ସମୟ ରହି ଘନୀଭୂତ ହେବାର ଆଶଙ୍କା ରହିଛି। ତେବେ ଏହାର ଗତିପଥ ଓ ତୀବ୍ରତା ଏବେ ଅସ୍ପଷ୍ଟ ରହିଛି। ୧୩ ତାରିଖରୁ ଦକ୍ଷିଣ-ପଶ୍ଚିମ ବାୟୁ ଉତ୍ତର-ପୂର୍ବ ବାୟୁରେ ପରିବର୍ତ୍ତନ ହେବା ସହ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେବ। ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥାଗୁଡ଼ିକ ଅନୁଯାୟୀ, ଲା-ନିନାର ଆଗମନ ହୋଇଛି, ଯାହା ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ରହି ଅଧିକ ବର୍ଷା ଓ ଶୀତ ଆଣିପାରେ।

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri