ବଲିଉଡ୍‌ରେ ହଇଚଇ: ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରେ ଗୁଳିମାଡ଼,ଭୟରେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ଘରେ ଗୁଳିମାଡ଼। ତାଙ୍କ ବରେଲୀ (ଉତ୍ତର ପ୍ରଦେଶ)ସ୍ଥିତ ଘରେ ବିଳମ୍ବିତ ରାତିରେ ଗୁଳିମାଡ଼ କରାଯାଇଛି। ଏହାର ଦାୟିତ୍ୱ ରୋହିତ ଗୋଦାରା ଓ ଗୋଲ୍ଡି ବରାର ଆତଙ୍କବାଦୀ ଗୋଷ୍ଠୀ ନେଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏଥିରେ କେହି ଆହତ ହୋଇନାହାନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଆତଙ୍କବାଦୀ ଗୋଷ୍ଠୀ ଆକ୍ରମଣର ଦାୟିତ୍ୱ ନେଇଛନ୍ତି, ଯାହା ବେଶ ଭାଇରାଲ ହୋଉଛି।
ପୋଷ୍ଟରେ କୁହାଯାଇଛି ଯେ, ସେ ଆମର ପୂଜ୍ୟ ସନ୍ତମାନଙ୍କ (ପ୍ରେମାନନ୍ଦ ଜୀ ମହାରାଜ ଓ ଅନିରୁଦ୍ଧାଚାର୍ଯ୍ୟ ଜୀ ମହାରାଜ)ର ଅପମାନ କରିଛନ୍ତି। ସେ ଆମର ସନାତନ ଧର୍ମକୁ ତଳକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି। ଆମର ଦେବୀ-ଦେବତାମାନଙ୍କର ଅପମାନ ସହ୍ୟ କରାଯିବ ନାହିଁ। ଏହା କେବଳ ଜଣେ ଟ୍ରେଲର୍‌ ମାତ୍ର। ପରବର୍ତ୍ତୀ ଥର ଯଦି ସେମାନେ କିମ୍ବା କୌଣସି ଅନ୍ୟ ଆମର ଧର୍ମର ଅନାଦର କରିବେ, ତେବେ ସେମାନଙ୍କ ଘରରେ କେହି ଜୀବନ୍ତ ରହିବେ ନାହିଁ। ଏହି ବାର୍ତ୍ତା କେବଳ ତାଙ୍କ ପାଇଁ ନୁହେଁ, ବରଂ ଫିଲ୍ମ ଜଗତର ସମସ୍ତ ଅଭିନେତା ଓ ସେମାନଙ୍କ ସହ ଜଡ଼ିତ ସମସ୍ତଙ୍କ ପାଇଁ ମଧ୍ୟ।
ଏହି ଘଟଣାକୁ ନେଇ ଏବେ ଅଭିନେତ୍ରୀଙ୍କ ଘରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ଏହି ଗୁଳିମାଡ଼ ବିଳମ୍ବିତ  ରାତିରେ ହୋଇଥିଲା। ଘଟଣାର ସୂଚନା ମିଳିବା ପରେ ପୋଲିସ ଓ ଫୋରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘର ବାହାରୁ କେତେକ ଖାଲି ଖୋକା ଆବିଷ୍କୃତ ହୋଇଛି। ଏସ୍‌ପି କହିଛନ୍ତି ଯେ ତଦନ୍ତ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି ଏବଂ ସିସିଟିଭି ଫୁଟେଜ ଦେଖାଯାଉଛି। ଏହି ଘଟଣା ଫିଲ୍ମ ଜଗତରେ ଭୟର ବାତାବରଣ ସୃଷ୍ଟି କରିଛି ଏବଂ ପୁଲିସ ଗଭୀର ତଦନ୍ତ କରୁଛି।

Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri