Posted inଖେଳ

ଆଗାମୀ BCCI ଅଧ୍ୟକ୍ଷ ହେବେ ସଚିନ ତେନ୍ଦୁଲକର? ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୧୧।୯: ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର ଗୁରୁବାର ଦିନ ସେହି ସମସ୍ତ ଅଟକଳକୁ ଖଣ୍ଡନ କରିଛନ୍ତି, ଯେଉଁଥିରେ କୁହାଯାଉଥିଲା ଯେ ସେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି। ତେନ୍ଦୁଲକରଙ୍କ ପ୍ରବନ୍ଧନ ଫାର୍ମ ଏ ସମ୍ବନ୍ଧରେ ଏକ ଆଧିକାରିକ ବିବୃତ୍ତି ଜାରି କରି ଏହି ଖବରଗୁଡ଼ିକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି।
ସଚିନ ତେନ୍ଦୁଲକରଙ୍କ ପ୍ରବନ୍ଧନ କମ୍ପାନୀ ପକ୍ଷରୁ ଜାରି ବିବୃତିରେ ସ୍ପଷ୍ଟ କୁହାଯାଇଛି ଯେ ସଚିନ ତେନ୍ଦୁଲକରଙ୍କ ନାମରେ ବିସିସିଆଇ ଅଧ୍ୟକ୍ଷ ପଦ ପାଇଁ ବିଚାର କରାଯାଉଛି ବା ନାମାଙ୍କିତ କରାଯାଉଛି ବୋଲି କିଛି ଖବର ଏବଂ ଗୁଜବ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି। ଆମେ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛୁ ଯେ ଏପରି କିଛି ହେଉନାହିଁ। ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ ଏହି ଭିତ୍ତିହୀନ ଅଟକଳଗୁଡ଼ିକୁ ଧ୍ୟାନ ନ ଦିଅନ୍ତୁ।
ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନୀଙ୍କ କାର୍ଯ୍ୟକାଳ ଜୁଲାଇ ମାସରେ ତାଙ୍କୁ ୭୦ ବର୍ଷ ହେବା ପରେ ସମାପ୍ତ ହୋଇଛି। ବୋର୍ଡର ସମ୍ବିଧାନ ଅନୁସାରେ ଅଧ୍ୟକ୍ଷ ପଦ ପାଇଁ ବୟସ ସୀମା ୭୦ ବର୍ଷ ର୍ନିଦ୍ଧାରିତ ହୋଇଛି। ବିନ୍ନୀଙ୍କୁ ଅକ୍ଟୋବର ୨୦୨୨ରେ ବିସିସିଆଇର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ଏପରି ପରିସ୍ଥିତିରେ ନୂଆ ଅଧ୍ୟକ୍ଷଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହି ସମୟରେ ତେନ୍ଦୁଲକରଙ୍କ ନାମ ଚର୍ଚ୍ଚାରେ ଆସିଥିଲା।
୨୮ ସେପ୍ଟେମ୍ବରରେ ହେବ ବାର୍ଷିକ ସାଧାରଣ ସଭା:
ବିସିସିଆଇର ବାର୍ଷିକ ସାଧାରଣ ସଭା(ଏଜିଏମ୍‌) ୨୮ ସେପ୍ଟେମ୍ବରରେ ଆୟୋଜିତ ହେବ। ଏହି ସଭା ସମୟରେ ନୂଆ ଅଧ୍ୟକ୍ଷଙ୍କ ନିର୍ବାଚନ କରାଯିବ। ଏହା ବ୍ୟତୀତ, ବିସିସିଆଇ ଲୋକପାଳ ଏବଂ ଆଚରଣ ଅଧିକାରୀଙ୍କ ନିଯୁକ୍ତି ମଧ୍ୟ ଏହି ସଭାରେ ହେବ। ସେହିପରି ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ରେ ଭାରତର ପ୍ରତିନିଧି ନିଯୁକ୍ତିର ନିଷ୍ପତ୍ତି ମଧ୍ୟ ନିଆଯିବ।

Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri