ଭବାନୀପାଟଣା,୨।୯(ଉତ୍ତମ କୁମାର ଦାଶ)-ଜାତୀୟ ମହିଳା କ୍ରିକେଟ ସମ୍ମିଳନୀରେ ଯୋଗ ଦେବାପାଇଁ ମନୋନୀତ ହୋଇଛନ୍ତି କଳାହାଣ୍ଡିର ସୁନା ଝିଅ ସାନଭିପ୍ରଜ୍ଞା ରାଉତ (ମାହୀ)। ଏହି ଖବର ଜଣାପଡ଼ିବା ପରେ ଜିଲାରେ ଖୁସିର ଲହରୀ ଖେଳିଯାଇଛି। ଜିଲାର କୋକସରା ବ୍ଲକ ଖପରାମାଲ ଗ୍ରାମେ ତଥା ଡହଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ମୋହିତ କୁମାର ରାଉତ ଓ ଜିଲା ଯାଦବ ମହିଳା ସଭାନେତ୍ରୀ ରଶ୍ମିରେଖା ରାଉତ ଯାଦବଙ୍କ ଝିଅ ହେଉଛନ୍ତି ସାନଭିପ୍ରଜ୍ଞା। ସେ ଅଲ୍ ଓଡିଶା କେନ୍ଦ୍ରୀୟ ବିଦ୍ୟାଳୟ ଭୁବନେଶ୍ବର ଟିମରେ ମନୋନୀତ ହେଇଛନ୍ତି। ବର୍ତ୍ତମାନ ସାନଭିପ୍ରଜ୍ଞା ଧର୍ମଗଡ କେନ୍ଦ୍ରୀୟ ବିଦ୍ୟାଳୟରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଆସନ୍ତା ଅକ୍ଟୋବର ମାସ ୭ ରୁ ୧୧ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କ୍ରୀଡା ସମ୍ମିଳନୀରେ ୧୭ ବର୍ଷରୁ କମ ବୟସ ମହିଳା କ୍ରିକେଟର ଭାବେ ଅଂଶଗ୍ରହଣ କରିବେ। ଏହି ସଫଳତାକୁ ଜିଲାର ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।


