ଦୁର୍ନୀତି ଅଭିଯୋଗରେ ଗିରଫ ହେଲେ ପୂର୍ବତନ ରାଷ୍ଟ୍ରପତି

କଲମ୍ବୋ,୨୨।୮: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି। ସେପ୍ଟେମ୍ବର ୨୦୨୩ରେ ଏକ ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ତାଙ୍କ ସ୍ତ୍ରୀଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ଉତ୍ସବରେ ଯୋଗଦେବା ପାଇଁ ବିକ୍ରମସିଂଘେଙ୍କ ଲଣ୍ଡନ ଯାତ୍ରା ବିଷୟରେ ପଚରାଯିବା ପରେ ତାଙ୍କୁ ଅଟକ ରଖାଯାଇଥିଲା।

ଜଣେ ଅଧିକାରୀ କହିଛନ୍ତି, ତାଙ୍କୁ କଲମ୍ବୋ ଫୋର୍ଟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ। ବିକ୍ରମସିଂଘେଙ୍କ ଉପରେ ଦେଶର ସମ୍ବଳକୁ ବ୍ୟକ୍ତିଗତ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରିବାର ଅଭିଯୋଗ ଆସିଛି।

ହାଭାନାରୁ ଫେରିବା ସମୟରେ ରନିଲ ବିକ୍ରମସିଂଘେ ୨୦୨୩ରେ ଲଣ୍ଡନରେ ଅଟକିଥିଲେ। ଏଠାରେ ସେ G-77 ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ବିକ୍ରମସିଂଘେ ଏବଂ ତାଙ୍କ ସ୍ତ୍ରୀ ମୈତ୍ରୀ ୱଲଭରହାମ୍ପଟନ ବିଶ୍ୱବିଦ୍ୟାଳୟରେ ଏକ ଉତ୍ସବରେ ଯୋଗ ଦେଇଥିଲେ। ବିକ୍ରମସିଂଘେ କହିଥିଲେ, ତାଙ୍କ ପତ୍ନୀ ତାଙ୍କ ଯାତ୍ରାର ଖର୍ଚ୍ଚ ନିଜେ ବହନ କରିଥିଲେ ଏବଂ ଏଥିରେ ସରକାରୀ ଟଙ୍କା ବ୍ୟବହାର କରାଯାଇ ନ ଥିଲା।

ପୋଲିସ ଅଭିଯୋଗ କରିଛି, ବିକ୍ରମସିଂଘେ ବ୍ୟକ୍ତିଗତ ଯାତ୍ରା ପାଇଁ ସରକାରୀ ଟଙ୍କା ବ୍ୟବହାର କରିଥିଲେ। ପୋଲିସର କହିବା ଅନୁଯାୟୀ, ତଦନ୍ତରୁ ଜଣାପଡିଛି ଯେ, ରାନିଲ ବିକ୍ରମସିଙ୍ଘେଙ୍କ ଅଙ୍ଗରକ୍ଷୀଙ୍କୁ ମଧ୍ୟ ସରକାରୀ କୋଷାଗାରରୁ ଦରମା ଦିଆଯାଇଥିଲା। ଏହି ମାମଲାରେ ତାଙ୍କର ବୟାନ ରେକର୍ଡ କରିବା ପାଇଁ ବିକ୍ରମସିଙ୍ଘେ CID କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏଠାରେ ତାଙ୍କୁ ଗିରଫ କରାଯାଇଥିଲା।

ଗୋତାବାୟା ରାଜପକ୍ଷେଙ୍କ କାର୍ଯ୍ୟକାଳ ପୂରଣ କରିବା ପାଇଁ ବିକ୍ରମସିଙ୍ଘେ ଜୁଲାଇ ୨୦୨୨ରେ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଦୁର୍ନୀତି ଅଭିଯୋଗକୁ ନେଇ ରାଜପକ୍ଷେଙ୍କ ବିରୋଧରେ ସମଗ୍ର ଶ୍ରୀଲଙ୍କାରେ ବିରୋଧ ପ୍ରଦର୍ଶନ ହୋଇଥିଲା। ଏଥିପାଇଁ ରାଜପକ୍ଷେଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ଶ୍ରୀଲଙ୍କାର ସବୁଠାରୁ ଖରାପ ଆର୍ଥିକ ସଙ୍କଟ ପରେ ୨୦୨୨ରେ ଦେଶର ଅର୍ଥନୀତିକୁ ସ୍ଥିର କରିବା ପାଇଁ ବିକ୍ରମସିଙ୍ଘେଙ୍କୁ ଶ୍ରେୟ ଦିଆଯାଏ, କିନ୍ତୁ ସେ ସେପ୍ଟେମ୍ବରରେ ପୁଣି ନିର୍ବାଚନରେ ହାରିଗଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେବେ, କେଉଁଠି ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ କ୍ରିକେଟ ଏସିଆ କପ ୨୦୨୫ ଡିସେମ୍ବର ୧୨ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନରେ ଦୁଇଟି ମ୍ୟାଚ ଖେଳାଯିବ। ଆୟୁଷ...

“ବିଏସ୍ଏଫ୍ ପୋଷ୍ଟ୍ ନିକଟକୁ ଯାଆନ୍ତୁ ନାହିଁ”: ମମତା ବାନାର୍ଜୀଙ୍କ ଚେତାବନୀ ଶୁଣି ଚିନ୍ତାରେ ଲୋକେ

କୋଲକାତା,୧୧।୧୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ଭୋଟର ସଂଶୋଧନ (SIR)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

ପାକିସ୍ତାନ ସହ ପ୍ରତିରକ୍ଷା ଚୁକ୍ତି ଭିତରେ ଭାରତକୁ କଡ଼ା ବାର୍ତ୍ତା ଦେଲେ ଟ୍ରମ୍ପ? F-16ର ଶକ୍ତି ବଢାଇବ ଆମେରିକା

ଓ୍ବାଶିଂଟନ,୧୧।୧୨: ଆମେରିକା ପାକିସ୍ତାନକୁ ଏହାର F-16 ଲଢ଼ୁଆ ବିମାନକୁ ଅପଗ୍ରେଡ କରିବା ପାଇଁ ୬୮୬ ଡଲାର ନିୟୁତ (ପ୍ରାୟ ୫,୮୦୦କୋଟି) ମୂଲ୍ୟର ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ...

ସଂସଦରେ ସ୍ପିକର ହଲାଇଲେ ଟଙ୍କା! ଏକ ଡଜନରୁ ଅଧିକ ସାଂସଦ କହିଲେ …

ଇସଲାମାବାଦ,୧୧।୧୨: ପାକିସ୍ତାନରେ ରାଜନେତାମାନେ ପ୍ରାୟତଃ ନିଜ ଭାଷଣରେ ସଚ୍ଚୋଟତା ଏବଂ ନ୍ୟାୟର କଥା କୁହନ୍ତି, କିନ୍ତୁ ଯେତେବେଳେ ପ୍ରକୃତ ପରୀକ୍ଷାର କଥା ଆସେ, ସାଂସଦମାନଙ୍କ କାର୍ଯ୍ୟ...

ରୋଷେଇ ଘରେ ଅସ୍ତ୍ର ଅଛି, ଭାଜପାକୁ…ମହିଳାଙ୍କୁ ଉସ୍‌କାଇଲେ ଦିଦି

କୋଲକାତା,୧୧।୧୨: ପଶ୍ଚିମବଙ୍ଗରେ SIRକୁ ନେଇ ରାଜନୀତି ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ମହିଳାମାନଙ୍କୁ ଭୋଟର ତାଲିକା ସମୀକ୍ଷା ସମୟରେ ଯଦି ସେମାନଙ୍କ ନାମ...

IPL Auctionରେ ଏହି ୩ ଖେଳାଳିଙ୍କୁ କିଣିବା ପାଇଁ କୌଣସି ସୀମା ପର୍ଯ୍ୟନ୍ତ ଯାଇପାରେ CSK

ନୂଆଦିଲ୍ଲୀ,୧୧।୧୨: IPL ୨୦୨୬ ପାଇଁ ମିନି ନିଲାମ ଡିସେମ୍ବର ୧୬ରେ ଆବୁଧାବିରେ ଅନୁଷ୍ଠିତ ହେବ। ଚେନ୍ନାଇ ସୁପର କିଙ୍ଗ୍ସ ନିଲାମରେ ୪୩.୪କୋଟି ଟଙ୍କା ଉପଲବ୍ଧ ଅଛି,...

ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର, ସର୍ଜରୀରେ ରୋଗ ଭଲ ହେବା ନେଇ ଏମ୍ସ ଡାକ୍ତରଙ୍କ ଘୋଷଣା

ନୂଆଦିଲ୍ଲୀ,୧୧।୧୨: ପୂର୍ବରୁ ଏକ କଥା ଥିଲା ଯେ, ଯେଉଁ ବ୍ୟକ୍ତିଙ୍କୁ ଥରେ ଡାଇବେଟିସ ହୁଏ ତାହା ଜୀବନସାରା ରହିଯାଇଥାଏ । ଆଜି ପର୍ଯ୍ୟନ୍ତ ଡାଇବେଟିସର କୌଣସି...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri