କାଳବୈଶାଖୀର ଭୀଷଣ ତାଣ୍ଡବ: ତପ୍ତପାଣିରେ ଘର ଉପରେ ପଡ଼ିଗଲା ଗଛ, ଭିତରେ ଶୋଇଥିଲେ ପରିବାର

ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଧୀନ ବିଭିନ୍ନ ଗ୍ରାମାଞ୍ଚଳରେ ଗୁରୁବାର ରାତି ପ୍ରାୟ ସାଢେ ୧୧ ଟାରୁ ଭୋର ୪ ଟା ଯାଏ କାଳବୈଶାଖୀର ଭୀଷଣ ତାଣ୍ଡବ ଯୋଗୁ ବହୁ ସଂଖ୍ୟକ ଚାଳ ଛପର ଘର ଧ୍ବସ୍ତବିଧ୍ୱସ୍ତ ହୋଇ ପଡ଼ିଛି। ଗଞ୍ଜାମ – ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଉଷ୍ମ ପଶ୍ରବଣ ତପ୍ତପାଣିରେ ଶୁକ୍ରବାର ଭୋର ପ୍ରାୟ ୩ ଟାରେ ବଳରାମ ପ୍ରଧାନଙ୍କ କ୍ୟାବିନ ଓ ଘର ସମ୍ମୁଖରେ ଥିବା ଏକ ବିଶାଳକାୟ ଗଛ ଉପୁଡ଼ି କ୍ୟାବିନ ଓ ଘର ଉପରେ ପଡିଯିବାରୁ କ୍ୟାବିନ ଓ ଘର ଭାଙ୍ଗିଯାଇଛି। କ୍ୟାବିନରେ ଯାତ୍ରୀଙ୍କ ପାଇଁ ଚାହା କରୁଥିବା ଶୁଭମ ପ୍ରଧାନ(୧୭) ଗଛ ଗଣ୍ଡି ତଳେ ଚାପି ହୋଇଯାଇଥିଲେ। କିଛି ବ୍ୟକ୍ତି ତାଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କ ପରିବାର ଲୋକେ ଶୋଇଥିବାବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତପ୍ତପାଣି ଠାରେ ୩୨୬ ନଂ ଜାତୀୟ ରାଜପଥ ଉପରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିବାରୁ ବ୍ରହ୍ମପୁର – ରାୟଗଡ଼ା ରାସ୍ତାରେ ରାତି ୧୨ରୁ ଭୋର ୩ ଟା ଯାଏ ଗାଡ଼ି ଚଳାଚଳ ବନ୍ଦ ଥିଲା। ଖବରପାଇ ସାନଖେମୁଣ୍ଡି ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି କଟର ମେଶିନ ସାହାଯ୍ୟରେ ଗଛ ଡ଼ାଳ, ଗଣ୍ଡି କାଟି ରାସ୍ତା ସଫା କରିବା ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।ସେହିପରି ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ପିଏଚଡି ରୋଡ଼ରେ ଏକ ବୃହତକାୟ ଗଛ ଉପୁଡ଼ି ପଡ଼ିବାରୁ ରାସ୍ତା ଅବରୋଧ ହୋଇପଡ଼ିଥିଲା। ଶୁକ୍ରବାର ସକାଳେ ଦିଗପହଣ୍ଡି ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରିଥିଲେ। ଗୁରୁବାର ବିଳମ୍ବିତ ରାତିରୁ ଶୁକ୍ରବାର ଭୋର ପର୍ଯ୍ୟନ୍ତ ତୁହାକୁ ତୁହା ପ୍ରବଳ ବର୍ଷା ସହ ପ୍ରଚଣ୍ଡ ଘଡଘଡି ମାରିଥିଲା । ଯାହାଫଳରେ ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ସବୁ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ସହ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡ଼ିଥିଲା। ଦିଗପହଣ୍ଡି ସହର ସମେତ ୪ ଶହରୁ ଅଧିକ ଗ୍ରାମାଞ୍ଚଳ ରାତି ସାରା ଅନ୍ଧାରରେ ରହିଥିଲା । ଦିଗପହଣ୍ଡି ସହର ତଥା ଆଖପାଖ ଅଞ୍ଚଳରେ ଗୁରୁବାର ତମାମ ପ୍ରବଳ ଖରା ହୋଇଥିବା ବେଳେ ବିଳମ୍ବିତ ସନ୍ଧ୍ୟାରେ ହଠାତ୍‌ ଆକାଶରେ କଳାମେଘ ଘୋଟି ଆସି ରାତି ସାଢ଼େ ୧୧ ଟାରୁ ପ୍ରବଳ ବର୍ଷା ହୋଇଥିଲା ଏବଂ ପ୍ରବନର ବେଗ ମଧ୍ୟ ବଢିବା ସାଙ୍ଗକୁ ରାସ୍ତାଘାଟ ଶୂନଶାନ ହୋଇଯାଇଥିଲା । ଆଉ କେତେକ ସ୍ଥାନରେ ବଡ଼ ବଡ଼ ଗଛ ମୂଳରୁ ଉପଡି ପଡି ରାସ୍ତା ଉପରେ ପଡ଼ିରହିଥିଲା । ସେହିପରି କେତେକ ଗରିବ ଲୋକଙ୍କ ଝାଟି ମାଟି କୁଡିଆ ଘରର ଛପର ଉଡ଼ାଇ ନେଇଥିବା ବେଳେ ଆଉ କେତେକ ଲୋକଙ୍କ ଘର ଉପରେ ଗଛଡାଳ ଭାଙ୍ଗି ପଡିଥିବା ଜଣାପଡିଛି । ଅନ୍ୟପକ୍ଷରେ କିଛି ସ୍ଥାନରେ ବିଦ୍ୟୁତ୍‌ ତାର ଉପରେ ବୃହତକାୟ ଗଛ ସବୁ ପଡିଯିବାରୁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇପଡ଼ିଥିବା ଜଣାପଡିଛି । ପରେ ଅଗ୍ନିଶମବାହିନୀ ବିଭିନ୍ନ ରାସ୍ତା ଉପରେ ପଡିଥିବା ଗଛଗୁଡ଼ିକୁ ରାସ୍ତାରୁ ହଟାଇବା ପରେ ଯାତାୟାତ ସ୍ବାଭାବିକ ହୋଇଥିବା ଜଣାପଡିଛି। ଏନେଇ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁଙ୍କୁ ଯୋଗାଯୋଗ କରିବାରେ କାଳବୈଶାଖୀ ପ୍ରଭାବରେ ପ୍ରଚଣ୍ଡ ବଜ୍ରପାତ ହୋଇଥିଲେ ମଧ୍ୟ କୌଣସି ବଡ଼ ଧରଣର ଅଘଟଣ ଘଟିନଥିବା କହିଛନ୍ତି।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

ଉଜ୍ଜୈନରୁ ଅହମଦାବାଦ, ବଙ୍ଗଳାରୁ ଓଡ଼ିଶା ପର୍ଯ୍ୟନ୍ତ ଝଲସିଲା ସାରା ଦେଶ; ମୋଦିଙ୍କ ଜନ୍ମଦିନରେ ଜଳିଲା କୋଟି କୋଟି ଦୀପ

ନୂଆଦିଲ୍ଲୀ,୧୭।୯: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ସ୍ବତନ୍ତ୍ର ଅବସରକୁ ପାଳନ କରିବା ପାଇଁ ସାରା ଦେଶରେ ‘ସେବା-ସଂକଳ୍ପ ଅଭିଯାନ’…

NHAI ଉପରେ ସୁପ୍ରିମକୋର୍ଟଙ୍କ ପ୍ରଭାବ: ପ୍ରତି ୧୦୦ କିଲୋମିଟରରେ ଗୋଟିଏ ‘ପଶୁ ଆଶ୍ରୟସ୍ଥଳ’ ନିର୍ମାଣ କରାଯିବ

ନୂଆଦିଲ୍ଲୀ,୧୭।୯: ଜାତୀୟ ରାଜପଥରେ ବୁଲୁଥିବା ବୁଲା ପଶୁଙ୍କ ସମସ୍ୟା ଦେଶର ଅନେକ ରାଜ୍ୟକୁ ପ୍ରଭାବିତ କରୁଛି। ଏହି ପଶୁମାନଙ୍କ ଯୋଗୁ ଘଟୁଥିବା ଦୁର୍ଘଟଣାକୁ ନେଇ ସ୍ବତଃପ୍ରବୃତ୍ତ ଭାବେ…

ପାଣିରେ ବୁଡ଼ି ଚାଲିଗଲା ଯୁବତୀଙ୍କ ଜୀବନ

ଲାଞ୍ଜିଗଡ଼, ୧୭ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳର ଏକ ନାଳପାଣିରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ…

ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ଧରାପଡ଼ିଲେ ଅଭିଯୁକ୍ତ

ବଞ୍ଚୋ,୧୭।୯(ପ୍ରଦୋଷ ବିଶ୍ୱାଳ ): ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ କେନ୍ଦୁଝର ଜିଲା ଘସିପୁରା ଥାନା ପୋଲିସ ଗୁରୁବାର ଜଣେ ଯୁବକଙ୍କୁ ଗିରଫ କରିଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା; ଦ୍ରୁତତମ ଶତକର ରେକର୍ଡ ସ୍ଥାପନ କଲେ

ନୂଆଦିଲ୍ଲୀ,୧୭।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅଭିଷେକ ଶର୍ମା ମାତ୍ର ୩୦ଟି ବଲରେ ଶତକ ହାସଲ କରିଛନ୍ତି। ଏହି ସଫଳତା ସହିତ ସେ ଭାରତ…

ଓକେସିଏଲ ଗଞ୍ଜାମ-ଗଜପତି ଜିଲାର ମିଳିତ ବାର୍ଷିକ ସମ୍ମିଳନୀ

ଗଞ୍ଜାମ,୧୭।୯,(ଦିଲ୍ଲୀପି ସାମଲ/ଦାରିକା ପଟ୍ଟନାୟକ ): ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ସ୍ମାରକୀ ରିଡିଂ ରୁମ ପରିସରରେ ଗୁରୁବାର ଓକେସିଏଲ ଗଞ୍ଜାମ-ଗଜପତି ଜିଲାର ମିଳିତ ବାର୍ଷିକ ସମ୍ମିଳନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?