ଏକା ବଂଶରେ ପ୍ରେମ କରିବାରୁ ପ୍ରେମୀ ଯୁଗଳଙ୍କୁ ବଳଦ ଦଣ୍ଡ

ବନ୍ଧୁଗଁା,୧୨।୮ (ବେଣୁଧର ଲାବାଲା): ପରମ୍ପରା ଆଗରେ ପ୍ରଶାସନର ଜନ ସଚେତନତା ପଛରେ ପଡ଼ିଛି। ଏପରି ଅମାନବୀୟ କାର୍ଯ୍ୟକଳାପକୁ ରୋକିବାକୁ ସରକାରୀ ସ୍ତରରେ ଚେଷ୍ଟା ଚାଲିଥିବା ବେଳେ କମୁନି ଅନ୍ଧବିଶ୍ୱାସ। କିଛି ଦିନ ତଳେ ରାୟଗଡ଼ା ଜିଲାର କଞ୍ଜାମଯୋଡ଼ି ଓ କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ୍‌ ପେଦା ଇଟିକି ଗଁାରେ ବଳଦ ଦଣ୍ଡ ଭଳି ଅସାମାଜିକ ବ୍ୟବସ୍ଥାର ନିଦର୍ଶନ ଦେଖିବାକୁ ମିଳିଥିଲା। ପୁଣି ରବିବାର କୋରାପୁଟ ଜିଲା ବନ୍ଧୁଗଁା ବ୍ଲକ୍‌ ଆଲମଣ୍ଡା ପଞ୍ଚାୟତ ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତ ଚିଡିବାଲସା ଗଁାରେ ଏଭଳି ଘଟଣାର ପୁନରାବୃତ୍ତି ଘଟିଛି।

ଉକ୍ତ ଗଁାର ଏକା ବଂଶର ସମ୍ପର୍କୀୟ ଭଉଣୀ ଭାଇ ପରସ୍ପରକୁ ଭଲ ପାଇ ପୁଅ ଘରକୁ ଚାଲିଯାଇଥିଲେ। ଆଦିବାସୀ ପରମ୍ପରା ଅନୁସାରେ ଏହା ନିୟମର ଖିଲାପ ହୋଇଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରି ପ୍ରେମୀ ଯୁଗଳଙ୍କୁ ଦଣ୍ଡିତ କରିଛନ୍ତି। ସେମାନଙ୍କୁ ଲଙ୍ଗଳ ଦେଇ ଗଁା ଦାଣ୍ଡରେ ହଳ କରାଇଛନ୍ତି। ରବିବାର ସକାଳେ ଗାଁର ମୁଖିଆ ଜାନି ଓ ଅନ୍ୟମାନେ ଉପସ୍ଥିତ ରହି ପ୍ରେମୀ ଯୁଗଳ ପରମ୍ପରା ଭାଙ୍ଗିଥିବାରୁ ଗଁା ମଝିରେ ଥିବା ମଣ୍ଡପରେ ଲଙ୍ଗଳ ଦେଇ ହଳ କରାଇଥିଲେ। ସୂଚନା ଅନୁଯାୟୀ, ଯୁବକଙ୍କ ଦ୍ୱାରା ଲଙ୍ଗଳ ଟାଣିବା ପରେ ଯୁବତୀ ଲଙ୍ଗଳରେ ପାଣି ପକାଇଥାନ୍ତି। ଏହିପରି ତିନିଥର ଲଙ୍ଗଳ ଯୁଆଳି ବୁଲାଇବା ପରେ ଗଁାର ମୁଖିଆମାନେ ଯୁବକଙ୍କୁ ଘରକୁ ନେଇ ଛାଡ଼ିଥାନ୍ତି।

ଏହାପରଠାରୁ ପ୍ରେମୀ ଯୁଗଳ ବିନା ଦ୍ୱିଧାରେ ସ୍ବାମୀ ସ୍ତ୍ରୀ ଭାବେ ସମାଜରେ ରହିପାରିବେ ବୋଲି ଶୁଣାଣି କରିଥାନ୍ତି। ପ୍ରେମୀ ଯୁଗଳଙ୍କୁ ବଳଦ ଦଣ୍ଡ ଦେବା ଘଟଣା ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ସ୍ଥାନୀୟ ତହସିଲଦାର ସୋନାଲି ପାତ୍ର, ଆଇଆଇସି ପ୍ରସନ୍ନ କୁମାର ମିଶ୍ର, ବ୍ଲକ୍‌ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, ବିଡିଓ ମିନତି ଜଗଦ୍ଦେବ, ସିଡିପିଓ ଗୀତାଞ୍ଜଳି ମହାରଣା ଓ ସରପଞ୍ଚ ଗୌରୀ ମେଲେକା ଗଁାରେ ପହଞ୍ଚିଥିଲେ। ପ୍ରେମୀ ଯୁଗଳଙ୍କ ସମେତ ୱାର୍ଡମେମ୍ବର ବାଙ୍ଗୁରୁ କଲେକା ଓ ଗ୍ରାମବାସୀଙ୍କୁ ଏଭଳି ଦଣ୍ଡ ଦେବା ଆଇନ ଅନୁସାରେ ଅପରାଧ ବୋଲି କହିଥିଲେ। ଭବିଷ୍ୟତରେ ଏହିପରି ଗଁା କିମ୍ବା ଆଖପାଖରେ ନ ଘଟାଇବା ନେଇ ସଚେତନ କରିଥିଲେ। ବନ୍ଧୁଗଁା ପୋଲିସ ନିଜ ତରଫରୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଆଇଆଇସି ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri