କେବେ ପୂରଣ ହେବ ମୁଖ୍ୟମନ୍ତ୍ରୀଙ୍କ ୩୧ ନିର୍ଦ୍ଦେଶନାମା: ସଚିବଙ୍କୁ ମୁଖ୍ୟ ସଚିବଙ୍କ ତାଗିଦ

ଭୁବନେଶ୍ୱର,୧୨ା୮(ରବିନାରାୟଣ ଜେନା):୨୦୩୬ ମସିହା ସୁଦ୍ଧା ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଗଣିତ ହେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାକୁ ପୂରଣ କରିବା ପାଇଁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହିତ ଦିନରାତି ଉଦ୍ୟମ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବିକାଶ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୩ ମାସ ମଧ୍ୟରେ ୩୧ଟି ଦିଗ ଉପରେ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସ୍ବାସ୍ଥ୍ୟଠାରୁ ଶିକ୍ଷା ପର୍ଯ୍ୟନ୍ତ, କେଉଁ ଗୁରୁତ୍ୱପୂଣ୍ଣର୍ର୍ କାର୍ଯ୍ୟକ୍ରମ କେବେ ସୁଦ୍ଧା ଶେଷହେବ ସେନେଇ ‘ସମୟସୀମା’ ଧାର୍ଯ୍ୟ କରିଛନ୍ତି। ସଚିବଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ଆଶା ବହୁତ ଥିଲେ ହେଁ କେତେକ କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହେଉ ନ ଥିବା ସରକାରୀ ତଥ୍ୟରୁ ପରିଲକ୍ଷିତ ହୋଇଛି। ଏହାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କିଭଳି ତ୍ୱରିତ ତଥା ନିର୍ଦ୍ଦିଷ୍ଟ ସମୟ ଭିତରେ କାର୍ଯ୍ୟାନ୍ବୟନ ହେବ ତାହାକୁ ନେଇ ସପ୍ତାହକ ମଧ୍ୟରେ ସଚିବମାନଙ୍କୁ ୩ ଥର ଅବଗତ କରାଗଲାଣି। ମୁଖ୍ୟ ସଚିବଙ୍କ ଓଏସ୍‌ଡି କଲ୍ୟାଣ କୁମାର ରଥ ଚଳିତମାସ ୪ରେ ପତ୍ର ଲେଖି ଅବଗତ କରାଇଥିବାବେଳେ ୭ରେ ଯୋଜନା ଓ ସଂଯୋଜନ ବିଭାଗ ଓଏସ୍‌ଡି ଡି.କେ. ଜେନା ପତ୍ର ଲେଖି ଅବଗତ କରାଇଥିଲେ। ସେହିପରି ସୋମବାର ଓଏସ୍‌ଡି କଲ୍ୟାଣ କୁମାର ରଥ ବ୍ୟକ୍ତିଗତ ନୋଟ୍‌ଶିଟ୍‌ ଲେଖି ପୁନଶ୍ଚ ସଚିବମାନଙ୍କୁ ଜଣାଇ ଦେଇଛନ୍ତି।
କଲ୍ୟାଣ କୁମାର ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି, ମଙ୍ଗଳବାର ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ହେଲେ ପୂର୍ବରୁ ବିଭାଗ ପକ୍ଷରୁ ୧୦ଟି ଦିଗ ଉପରେ ଆଲୋଚନା ପାଇଁ ଯେଉଁ ଅବଗତ କରାଯାଇଥିଲା, ଏବେ ତା’ର ସଂଶୋଧନ କରାଯାଇଛି। ମଙ୍ଗଳବାର ମାତ୍ର ୪ଟି ଦିଗ ଉପରେ ବିସ୍ତୃତ ଆଲୋଚନା ହେବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ରହିଛି। ସେଥିମଧ୍ୟରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଦେଇଥିବା ନିର୍ଦ୍ଦେଶନାମା କେତେଦୂର ପାଳନ ହୋଇଛି ତାହା ଉପରେ ଦର୍ଶାଇବାକୁ ରହିଛି। ଏହାବାଦ୍‌ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାରେ ‘୫ମ ମୁଖ୍ୟ ଶାସନ ସଚିବସ୍ତରୀୟ ସମ୍ମିଳନୀ’ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହେବ। ଏହାସହ ‘ମୁଖ୍ୟମନ୍ତ୍ରୀଙ୍କ ଡାସ୍‌ବୋର୍ଡ’ ଏବଂ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଉପରେ ମଧ୍ୟ ଆଲୋଚନା ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୩ ମାସ ମଧ୍ୟରେ ପ୍ରଦାନ କରିଥିବା ୩୧ଟି ନିର୍ଦ୍ଦେଶନାମା ମଧ୍ୟରୁ ସ୍ବାସ୍ଥ୍ୟ ବିଭାଗକୁ ସର୍ବାଧିକ ୮ଟି ନିର୍ଦ୍ଦେଶ ଦିଆଯାଇଛି। ସେଥିମଧ୍ୟରେ ଗୁଟ୍‌ଖା, ପାନମସଲା ଏବଂ ଅନ୍ୟାନ୍ୟ ମାଦକଦ୍ରବ୍ୟ ନିଷେଧ ଦିଗରେ ସ୍ବତନ୍ତ୍ର ନିୟମ କିମ୍ବା ମାର୍ଗଦର୍ଶିକା କାର୍ଯ୍ୟକାରୀ କରିବାକୁ ମେ’୧୫ରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଜୁନ୍‌ ଦ୍ୱିତୀୟ ସପ୍ତାହ ସୁଦ୍ଧା ଗୃହ, ଆଇନ, ଖାଦ୍ୟଯୋଗାଣ ବିଭାଗ ସହ ସମନ୍ବୟ ରଖି କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା। ହେଲେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ସେହିପରି ବିଭିନ୍ନ ସରକାରୀ ମେଡିକାଲ କଲେଜର ସମସ୍ୟା, ନୂତନ ମେଡିକାଲ କଲେଜର ନୂତନ ଖସଡ଼ା ପ୍ରସ୍ତୁତ ସହିତ ଯାଞ୍ଚ ପ୍ରକ୍ରିୟା, ସମସ୍ତ ଉପଖଣ୍ଡସ୍ତରୀୟ ହସ୍ପିଟାଲରେ ଫିଜିଓଥେରାପି ସେଣ୍ଟର ଖୋଲିବା ପ୍ରସଙ୍ଗ, ରୋଗୀଙ୍କୁ ତ୍ୱରିତ ଚିକିତ୍ସା ପ୍ରକ୍ରିୟାରେ ସରଳୀକରଣ, ଚିକିତ୍ସାରେ ଅତ୍ୟାଧୁନିକ ବୈଷୟିକ ପଦ୍ଧତି ପ୍ରଣୟନ, ଏମ୍‌କେସିଜି ମେଡିକାଲ ସମସ୍ୟା, ସରକାରୀ ଡାକ୍ତରଖାନାରେ ‘ଡିଡିଆର୍‌ ଏବଂ ଡିଇଏକ୍ସଏ’ ଯନ୍ତ୍ରାଂଶ ବ୍ୟବସ୍ଥା ପ୍ରଭୃତି ରହିଥିଲା। ହେଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅବଧି ପୂରଣ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇ ନ ଥିବା ଜଣାପଡ଼ିଛି। ସେହିପରି ନିର୍ମାଣ, ସାଧାରଣ ପ୍ରଶାସନ, ନଗର ଉନ୍ନୟନ, ଅବକାରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି, ଉଚ୍ଚଶିକ୍ଷା, ଶିଳ୍ପ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ବ୍ୟକ୍ତିିଗତ ନୋଟ୍‌ଶିଟ୍‌ ସଂକ୍ରାନ୍ତରେ କୌଣସି ତଥ୍ୟ ସରକାରଙ୍କ ହସ୍ତଗତ ହୋଇ ନ ଥିବା ଓଏସ୍‌ଡିଙ୍କ ପତ୍ରରୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri