ଭାରତ ଉପରେ କାହିଁକି ଟାରିଫ୍‌ ଲଗାଇଲେ ଟ୍ରମ୍ପ, କହିଲେ ଏହି ବଡ଼ କାରଣ…

ଓ୍ବାଶିଂଟନ,୮ା୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ସମେତ ବିଶ୍ୱର ପ୍ରାୟ ୭୦ ଦେଶ ଉଦ୍ଦେଶ୍ୟରେ ଘୋଷଣା କରିଥିବା ଉଚ୍ଚ ଟାରିଫ୍‌ ଗୁରୁବାର ଭାରତୀୟ ସମୟ ପୂର୍ବାହ୍ନ ୯ଟାରୁ ଲାଗୁ ହୋଇଛି। ଜୁଲାଇ ୩୧ରେ ଟ୍ରମ୍ପ୍‌ ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ୨୫% ଆମଦାନୀ ଶୁଳ୍କ ଘୋଷଣା କରିଥିବାବେଳେ ଅଗଷ୍ଟ ୬ରେ ଅତିରିକ୍ତ ୨୫% ଟାରିଫ୍‌ କଷିଛନ୍ତି। ନୂଆ ଏକ୍‌ଜିକ୍ୟୁଟିଭ୍‌ ଅର୍ଡର ଅନୁସାରେ ଭାରତରୁ ଆମେରିକାକୁ ଆମଦାନୀ ହେବାକୁ ଥିବା ସାମଗ୍ରୀ ଉପରେ ମୋଟ ୫୦% ଟାରିଫ୍‌ ଲାଗିବ। ଗୁରୁବାର ୨୫% ଟାରିଫ୍‌ ଲାଗୁ ହୋଇଥିବାବେଳେ ୨୧ ଦିନ ପରେ ୫୦% ଟାରିଫ୍‌ କାର୍ଯ୍ୟକାରୀ ହେବ। ରୁଷିଆଠାରୁ ଭାରତ ତୈଳ କିଣିବା ଜାରି ରଖିଥିବାରୁ ଏପରି ଟାରିଫ୍‌ କଷାଯାଇଛି ବୋଲି ଟ୍ରମ୍ପ୍‌ ଦର୍ଶାଇଛନ୍ତି। ବିଶ୍ୱର ବହୁ ଦେଶ ଅନେକ ବିଲିୟନ୍‌ ଡଲାର ଆମେରିକାଠାରୁ ଲାଭ ଉଠାଇଥିବାବେଳେ ଏଣିକି ସମ୍ପୃକ୍ତ ଦେଶଗୁଡ଼ିକରୁ ଆମେରିକାକୁ ଆର୍ଥିକ ସ୍ରୋତ ବହିବା ଆରମ୍ଭ ହୋଇଛି ବୋଲି ସେ ନିଜ ସାମାଜିକ ଗଣମାଧ୍ୟମ ଟ୍ରୁଥ୍‌ ସୋସିଆଲରେ କହିଛନ୍ତି। ଅନ୍ୟପକ୍ଷେ ଏହି ପାରସ୍ପରିକ ଟିକସ ବିଶ୍ୱବ୍ୟାପୀ ଅର୍ଥନୀତିକୁ ପ୍ରଭାବିତ କରିବ ଏବଂ ଭାରତ ଏଥିଯୋଗୁ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ବିଶେଷଜ୍ଞମାନେ ମତ ଦେଲେଣି।

ବିଶେଷକରି ଭାରତର ବୟନଶିଳ୍ପ, ରାସାୟନିକ ଉଦ୍ୟୋଗ, କୃଷି, ଫାର୍ମା, ଜେମ୍ସ ଆଣ୍ଡ ଜୁଏଲେରୀ, ଲେଦର ଆଦି କ୍ଷେତ୍ର ବ୍ୟାପକ କ୍ଷତି ସହିବ ବୋଲି ଅର୍ଥନୀତିଜ୍ଞମାନେ ମତ ଦେଉଛନ୍ତି। ଅନ୍ୟପକ୍ଷେ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହିର୍ବ୍ୟାପାର ଓ ଆର୍ଥିକ ନୀତିକୁ ସମାଲୋଚନା କରିଛନ୍ତି। ମୋଦି କ୍ଷମତାକୁ ଆସିବା ପରଠୁ ଭାରତକୁ ସ୍ବାବଲମ୍ବୀ କରିବା ଉପରେ ଗୁରୁତ୍ୱ ଦେଉଥିବା କହିଆସୁଛନ୍ତି। କିନ୍ତୁ ବିଗତ ୧୧ ବର୍ଷରେ ଆମତ୍ନିର୍ଭରଶୀଳତାର ଲକ୍ଷ୍ୟ ହାସଲ ହୋଇ ନ ଥିବାରୁ ବର୍ଦ୍ଧିତ ଟାରିଫ୍‌ ଭାରତୀୟ ଅର୍ଥନୀତିକୁ ନିମ୍ନଗାମୀ କରିବା ଆଶଙ୍କା ଉପୁଜିଛି। ଏଭଳି ସ୍ଥଳେ ମୋଦି ଚାଇନା ଗସ୍ତ କରି ଶି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିବା ପରିବର୍ତ୍ତେ ପ୍ରଥମେ ଆମେରିକା ରାଷ୍ଟ୍ରପତିଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା ମାଧ୍ୟମରେ ସ୍ଥିତିରେ ସୁଧାର ଆଣିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

ଚେର୍ନୋବିଲରେ ପରମାଣୁ ଲିକେଜର ବିପଦ ଅଛି କି? ଚମକାଇବା ଭଳି ରିପୋର୍ଟ ଦେଲା UN

କ୍ୱିଭ,୭।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ୟୁକ୍ରେନର ଚେର୍ନୋବିଲ ପରମାଣୁ ପ୍ଲାଣ୍ଟର ସୁରକ୍ଷା କବଚ...

ଚିକିତ୍ସା ପାଇଁ ଲଣ୍ଡନ ଯାଇପାରିଲେନି ଖାଲେଦା ଜିଆ

ଢାକା,୭।୧୨: ଗୁରୁତର ଅସୁସ୍ଥ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କୁ ଚିକିତ୍ସା କରୁଥିବା ମେଡିକାଲ ବୋର୍ଡ ଶନିବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଙ୍କର ଲଣ୍ଡନ ଯାତ୍ରା...

ହଷ୍ଟେଲରେ ଆଖିବୁଜା ଗୁଳି ଚାଳନା, ୧୧ ମୃତ

କେପଟାଉନ,୭।୧୨: ଦକ୍ଷିଣ ଆଫ୍ରିକାରେ ଏକ ଭୟଙ୍କର ଗୁଳିକାଣ୍ଡ ଘଟିଛି। ଏଥିରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଦକ୍ଷିଣ ଆଫ୍ରିକା ପୋଲିସ ସେବା (SAPS) ଶନିବାର...

Justin Trudeau-Katy Perry Relationship: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ-କେଟି ପେରିଙ୍କ ସମ୍ପର୍କର ଖୁଲାସା, ନିଜେ ଶେୟାର କଲେ ଅପଡେଟ ପୋଷ୍ଟ

ଓଟାଓ୍ବା,୭।୧୨: ଆମେରିକୀୟ ପପ ଷ୍ଟାର କେଟି ପେରି ଶେଷରେ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଫଟୋ ଏବଂ...

ମୋଦିଙ୍କୁ ପାକିସ୍ତାନୀ ମହିଳାଙ୍କ ଚିଠି, କହିଲେ ମୋ ସ୍ୱାମୀ ଧୋକା ଦେଇଛି…

ନୂଆଦିଲ୍ଲୀ,୭।୧୨: ପାକିସ୍ତାନୀ ମହିଳା ନିକିତା ନାଗଦେବଙ୍କ ଏକ ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ, ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ନ୍ୟାୟ ପାଇଁ...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନାକୁ ଅନୁମୋଦନ, କ୍ୟାବିନେଟ୍‌ରେ ୬ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବା ଲାଗି ରାଜ୍ୟ ସରକାର ସ୍ଥିରକରି ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଆରମ୍ଭ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri