ସାର, କୀଟନାଶକ ବିକ୍ରିରେ ଅନିୟମିତତା: ୮ ରିଟେଲରଙ୍କ ଲାଇସେନ୍ସ ରଦ୍ଦ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାର, କୀଟନାଶକ ବିକ୍ରିରେ ଅନିୟମିତତା ନେଇ ଜିଲା କୃଷି ବିଭାଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି କ୍ରମରେ କୃଷି ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ବିଭିନ୍ନ ସାର, କୀଟନାଶକ ବିକ୍ରିରେ ଅନିୟମିତତା ଧରାପଡ଼ିବା ପରେ ୮ ଲାଇସେନ୍ସପ୍ରାପ୍ତ ସାର ଏବଂ କୀଟନାଶକ ରିଟେଲର(ଦୋକାନୀ)ଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। ସେଥିମଧ୍ୟରେ ୭ ଲାଇସେନ୍ସପ୍ରାପ୍ତ ସାର ବିକ୍ରେତା ରିଟେଲର ଏବଂ ଜଣେ କୀଟନାଶକ ବିକ୍ରେତା ରିଟେଲର ଅନ୍ତର୍ଭୁକ୍ତ। ସମ୍ପୃକ୍ତ ସାର ବିକ୍ରେତା ରିଟେଲରମାନେ ହେଲେ ଅଡ଼ଗାଁର ସାହୁ ପେଷ୍ଟିସାଇଡସ୍‌, ଚକରକେନ୍ଦର ଏସ୍‌.ଏସ୍‌ ଟ୍ରେଡର୍ସ, ନୁନିଆଁ ଜାମପାଲିର ଗୋଦାବର୍ତ୍ତୀ ଶ୍ରୀନିବାସ ରାଓ ଫର୍ଟିଲାଇଜର୍ସ, ଜମୁର୍ଡ଼ାର ସୌରଭ ଟ୍ରେଡର୍ସ, ପାଇକମାଳ ବ୍ଲକର ମିଠାପାଲିସ୍ଥିତ କୃଷକ ସେବାକେନ୍ଦ୍ର, ମାଣ୍ଡୋସିଲର ପ୍ରଧାନ ଏଗ୍ରୋ ସର୍ଭିସ ଏବଂ ଗାଇସିଲେଟ ବ୍ଲକର ଗାଇସିଲେଟସ୍ଥିତ ପ୍ରଧାନ ଫର୍ଟିଲାଇଜର। ସେହିପରି ବରଗଡ଼ସ୍ଥିତ କୀଟନାଶକ ବିକ୍ରେତା ପାରସ୍‌ ଟ୍ରେଡର୍ସର ଲାଇସେନ୍ସକୁ ମଧ୍ୟ ରଦ୍ଦ କରି ଦିଆଯାଇଛି। ସାର, କୀଟନାଶକ ବିକ୍ରି ପାଇଁ ରହିଥିବା ସରକାରୀ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରୁଥିବା ଜଣାପଡ଼ିବା ପରେ ସମ୍ପୃକ୍ତ ରିଟେଲରମାନଙ୍କ ବିରୋଧରେ ସେଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜିଲା କୃଷି ବିଭାଗ ତରଫରୁ ସୂଚନା ମିଳିଛି।
ଏଠାରେ ଉଲ୍ଲେଖଯୋଗ୍ୟ, ସରକାରୀ ଧାର୍ଯ୍ୟଦରରେ ସାର ବିକ୍ରି ପାଇଁ ଜିଲାରେ ଲାଇସେନ୍ସପ୍ରାପ୍ତ ରିଟେଲର୍‌, ହୋଲସେଲର ଏବଂ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଗୁଡ଼ିକୁ ଦାୟିତ୍ୱ ଦିଆଯାଇଛି। ତେବେ କେତେକ ରିଟେଲର ସରକାରୀ ଧାର୍ଯ୍ୟ ଦରଠାରୁ ଅଧିକ ଦରରେ ସାର ଏବଂ କୀଟନାଶକ ବିକ୍ରି କରୁଥିବା ଅଭିଯୋଗ ହୋଇ ଆସୁଛି। ୟୁରିଆ ସାର ପ୍ୟାକେଟ୍‌(୪୫କି.ଗ୍ରା) ପ୍ରତି ୨୬୬ଟଙ୍କା ୫୦ପଇସା ରହିଛି। ମାତ୍ର ଏହାକୁ ୩୫୦ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ସେହିପରି ଡିଏପି ସାରକୁ ମଧ୍ୟ ଅନୁରୂପଭାବେ ଚଢ଼ାଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ସରକାରୀ ଧାର୍ଯ୍ୟଦର ମୁତାବକ ଡିଏପି ସାର ପ୍ୟାକେଟ୍‌(୫୦କି.ଗ୍ରା) ପ୍ରତି ୧୩୫୦ଟଙ୍କା ଅଟେ। କିନ୍ତୁ ଏହି ସାରକୁ ମଧ୍ୟ ଲାଇସେନ୍ସପ୍ରାପ୍ତ ରିଟେଲର, ହୋଲସେଲରମାନେ ୧୫୫୦ଟଙ୍କାରୁ ୧୬୦୦ଟଙ୍କାରେ ବିକ୍ରି କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲାରେ କୀଟନାଶକ ବିକ୍ରି କ୍ଷେତ୍ରରେ ମଧ୍ୟ କେତେକ ରିଟେଲର ଏଭଳି ଅନିୟମିତତା କରୁଥିବା ଅଭିଯୋଗ ହୋଇ ଆସୁଛି। ଏଭଳି ଅଭିଯୋଗ ପାଇବା ପରେ ଜିଲା କୃଷି ବିଭାଗ ପକ୍ଷରୁ ବିଭିନ୍ନ ସାର, କୀଟନାଶକ ଦୋକାନରେ ଧରପଗଡ଼ ଚାଲିଛି। ପ୍ରକାଶଥାଉ କି,ବରଗଡ଼ ଜିଲାରେ ସାର କଳାବଜାର ନେଇ ଗତ ଜୁଲାଇ ମାସ ୧୧ ତାରିଖ ଧରିତ୍ରୀରେ ପ୍ରଥମେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri