Posted inଫୁରସତ

ଫୋନ୍‌ରେ କ’ଣ ସବୁ ଦେଖୁଛନ୍ତି ସହଜରେ ପଡ଼ିଯିବେ ଧରା, ଜାଣନ୍ତୁ କେମିତି…

ଆଜିର ଯୁଗରେ ସ୍ମାର୍ଟଫୋନ କେବଳ କଲ୍‌ କିମ୍ବା ମେସେଜିଂର ଏକ ମାଧ୍ୟମ ନୁହେଁ ବରଂ ଏହା ଆମ ବ୍ୟକ୍ତିଗତ ଜୀବନର ସବୁଠାରୁ ବଡ଼ ଅଂଶ ପାଲଟିଯାଇଛି ଫଟୋ, ଭିଡିଓ, ସୋସିଆଲ ମିଡିଆ, ବ୍ୟାଙ୍କିଂ ବିବରଣୀ ଏବଂ ଅନେକ ବ୍ୟକ୍ତିଗତ ଜିନିଷ ଏଥିରେ ଲୁଚି ରହିଥାଏ। ସେଥିପାଇଁ ଆମେ ପାସ୍‌ଓ୍ବାର୍ଡ, ଫିଙ୍ଗରପ୍ରିଣ୍ଟ୍‌ କିମ୍ବା ଫେସ୍‌ ଲକ୍‌ ସହିତ ଆମର ଫୋନକୁ ସୁରକ୍ଷିତ ରଖିଥାଉ।

କିନ୍ତୁ ଆପଣ କ’ଣ ଜାଣନ୍ତି, କେତେବେଳେ ଆପଣଙ୍କ ବନ୍ଧୁ, ଭାଇଭଉଣୀ କିମ୍ବା ପରିବାରର ସଦସ୍ୟମାନେ ଚୁପ୍‌ଚାପ୍‌ ଆପଣଙ୍କ ଫୋନ୍‌ ଖୋଲି ସେଥିରେ କ’ଣ ଅଛି ଦେଖିପାରନ୍ତି। ତା’ପରେ ଭୟ ଲାଗିଥାଏ ଯେ, ସେମାନେ କୌଣସି ବ୍ୟକ୍ତିଗତ ଜିନିଷ ଦେଖିନାହାନ୍ତି ତ? ଏବେ ଆପଣ ଏକ ବିଶେଷ ଟ୍ରିକ ସାହାଯ୍ୟରେ ଜାଣିପାରିବେ ଯେ, ଆପଣଙ୍କ ଫୋନ୍‌ରେ କେଉଁ ଆପ୍‌ ବ୍ୟବହାର କରାଯାଇଥିଲା, କେବେ ଏବଂ କେତେ ସମୟ ପାଇଁ।

ଆପଣଙ୍କ ଫୋନରେ ଏକ ସିକ୍ରେଟ୍‌ କୋଡ୍‌ ଅଛି ଯାହା ଆପଣଙ୍କ ମୋବାଇଲର ହିଷ୍ଟ୍ରି ଖୋଲିଥାଏ, ଅର୍ଥାତ୍ତ୍‌ ଏହା ଦେଖାଏ ଯେ କେଉଁ ଆପ କେବେ ଏବଂ କେତେ ସମୟ ପାଇଁ ଖୋଲା ଯାଇଥିଲା। ଏହ ସିକ୍ରେଟ୍‌ କୋଡ୍‌ *#*#4636#*#* କିମ୍ବା କେତେକ ଫୋନ୍‌ରେ ##4636## ଡାଏଲ କରିବାକୁ ପଡ଼ିଥାଏ।

ଯେଉଁ ଫୋନର ଡାଏଲର ଆପଣ ନମ୍ବର ଡାଏଲ କରିବେ ସେହି ଫୋନର ଡାଏଲରକୁ ଯାଆନ୍ତୁ। ଏଠାରେ ସେହି କୋଡ୍‌ ଟାଇପ କରନ୍ତୁ। କୋଡ ଏଣ୍ଟ୍ରି କରିବା ମାତ୍ରେ ଏକ ଗୁପ୍ତ ସେଟିଂସ ପୃଷ୍ଠା ସ୍ବୟଂଚାଳିତ ଭାବରେ ଖୋଲିଯିବ। ଆପଣଙ୍କ ସାମ୍ନାରେ ତିନୋଟି ଅପ୍ସନ ବା ବିକଳ୍ପ ଦେଖାଯିବ। ଫୋନ ସୂଚନା ବ୍ୟବହାର ଷ୍ଟାଟିଟିକ୍ସ ଏବଂ ଓ୍ବାଇଫାଇ ସୂଚନା ଦେଖାଯିବ।

ଏଠାରେ ଆପଣଙ୍କୁ ବ୍ୟବହାର ଷ୍ଟାଟିଟିକ୍ସର ଅପ୍ସନ ଉପରେ କ୍ଲିକ୍‌ କରିବାକୁ ପଡ଼ିବ। ବ୍ୟବହାର ଷ୍ଟାଟିଟିକ୍ସରେ ଆପଣ ଏକ ଲମ୍ବା ଲିଷ୍ଟ ଦେଖିବେ, ଯେଉଁଥିରେ ଏହି ସମସ୍ତ ଜିନିଷ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ। କେଉଁ ଆପ୍‌ ଖୋଲାଯାଇଥିଲା, କେବେ ଖୋଲାଯାଇଥିଲା, କେତେ ସମୟ ପାଇଁ ବ୍ୟବହାର କରାଯାଇଥିଲା, ସବୁକିଛି ଦେଖାଯିବ।

ଏହି କୋଡ ଅଧିକାଂଶ ଆଣ୍ଡ୍ରଏଡ୍‌ ଫୋନ୍‌ରେ କାମ କରେ, ଯଥା Samsung, Xiaomi, Realme, Vivo, Oppo, Motorola, ଇତ୍ୟାଦି। ଏହି ଟ୍ରିକ iPhone ରେ କାମ କରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri