ନୂଆ ଡିଏଫ୍ଓଙ୍କ ଦାୟିତ୍ୱ ଗ୍ରହଣ: ବିଭାଗୀୟ କର୍ମଚାରୀଙ୍କୁ ଦେଲେ ଏପରି ପରାମର୍ଶ

ଭଞ୍ଜନଗର,୧୯ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଦକ୍ଷିଣ ବନଖଣ୍ଡର ନୂତନ ଡିଏଫ୍ଓ
ଭାବେ ଭିପାସା ପାରୁଲ ଗୁରୁବାର ଅପରାହ୍ନରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହି ଅବସରରେ ପୂର୍ବତନ ଡି ଏଫ୍ ଓ ବିନୋଦ ଆଚାର୍ଯ୍ୟ ନୂଆଁ ଡିଏଫ୍ଓଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିବା ସହ ଦାୟିତ୍ୱ ହସ୍ତାନ୍ତର କରିଥିଲେ।

ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ନୂଆଁ ଡିଏଫ୍ଓଙ୍କୁ ମଧ୍ୟ ଫୁଲ ତୋଡା ଦେଇ ସ୍ବାଗତ କରିଥିଲେ। ଏଥିସହ ଏ ସି ଏଫ୍ ପ୍ରଦୀପ କୁମାର ବେହେରା, ସୋରଡା ଏ ସି ଏଫ୍ ନିହାର ରଞ୍ଜନ ମଲ୍ଲିକ, ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡା,ପୋଲସରା ରେଞ୍ଜର ଅନିଲ ପଣ୍ଡା, ବଡଗଡ଼ ରେଞ୍ଜର ଅଞ୍ଜନ ନାୟକ, ବୁଗୁଡ଼ା ରେଞ୍ଜର ପ୍ରଦୀପ କୁମାର ମିଶ୍ର ପ୍ରମୁଖ ଡି ଏଫ୍ ଓ ଙ୍କୁ ଭେଟି ସ୍ୱାଗତ କରିଥିଲେ।

ଏହାପରେ ପରେ ଡି ଏଫ୍ ଓ ଭିପସା ପାରୁଲ ସମସ୍ତ ରେଞ୍ଜର ଏବଂ ଏ ସି ଏଫ୍ ଙ୍କୁ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ। ଏହି ଅବସରରେ ସେ ଜଙ୍ଗଲ, ବନ୍ୟପ୍ରାଣୀ କିଭଳି ସୁରକ୍ଷିତ ରହିପାରିବ ସେଥିପ୍ରତି ପ୍ରାଥମିକତା ଦେବାକୁ ବିଭାଗୀୟ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ଘୁମୁସର ଦକ୍ଷିଣ ବନଖଣ୍ଡ ର ଭୌଗଳିକ ସ୍ଥିତି ଉପରେ ସମୀକ୍ଷା କରିଥିଲେ। ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗ କ୍ୟାଡ଼ର ଆଇ ଏଫ୍ ଏସ ଅଧିକାରିଣୀ ଭିପାସା ପାରୁଲ ହେଉଛନ୍ତି ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ସହଧର୍ମିଣୀ।

ତେଣୁ ସେ ଓଡ଼ିଶା କ୍ୟାଡ଼ରକୁ ପରିବର୍ତ୍ତନ କରି ଆସିବା ପରେ ଭଞ୍ଜନଗର ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀଣୀ ଭାବେ ଗତ ୧୨ ତାରିଖରେ ବଦଳି ହୋଇଥିଲେ। ଆଜି ସେ ତାଙ୍କର ନୂତନ ଦାୟିତ୍ୱରେ ଯୋଗ ଦେଇଛନ୍ତି। ଅନ୍ୟପଟେ ପୂର୍ବତନ ଡି ଏଫ୍ ଓ ଶ୍ରୀ ଆଚାର୍ଯ୍ୟଙ୍କ ଅନ୍ୟତ୍ର ବଦଳି ହୋଇନଥିବା ଯୋଗୁଁ ସେ ଭୁବନେଶ୍ୱର ପି ସି ସି ଏଫ୍ କାର୍ଯ୍ୟାଳୟରେ ପରବର୍ତ୍ତୀ ନିର୍ଦ୍ଧେଶ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ତେଣୁ ସେ ଏଠାରୁ ଆଜି ରିଲିଭ ହୋଇ ଭୁବନେଶ୍ୱର ଅଭିମୁଖେ ଚାଲି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ର ଦିବସରେ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା! ଟାର୍ଗେଟରେ ରାଜଧାନୀ ସମେତ ରାମ ମନ୍ଦିର, ଆଲର୍ଟରେ ଏଜେନ୍ସି

ନୂଆଦିଲ୍ଲୀ,୨୨।୧: ଗଣତନ୍ତ୍ର ଦିବସ (ଜାନୁଆରୀ ୨୬) ରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ଥିବାରୁ ଭାରତର ବିଭିନ୍ନ ସହରରେ ସତର୍କତା ଜାରି କରାଯାଇଛି।...

ରେଳଯାତ୍ରୀଙ୍କୁ Indian Railwayର ବଡ଼ ଉପହାର! ଏହାର ଦାମ୍‌ କମାଇଲା…         

ନୂଆଦିଲ୍ଲୀ,୨୨।୧: ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ଏକ ଛୋଟ କିନ୍ତୁ ମହତ୍ତ୍ୱପୂର୍ଣ୍ଣ ଉପହାର ଦେଇଛି। ଏବେ ଟ୍ରେନ ଓ ରେଳଷ୍ଟେଶନରେ ମିଳୁଥିବା ପ୍ୟାକେଜ୍ଡ ପାଣି ବୋତଲ...

BJD ରାଜ୍ୟସଭା ଏମପି ଶୁଭାଶିଷଙ୍କୁ ହତ୍ୟା ଧମକ, ୧୦ ଲକ୍ଷ ଟଙ୍କା ଦିଅ…

ପୁରୀ,୨୨।୧(ଅଜିତ୍‌ କୁମାର ମହାନ୍ତି)- ପୁରୀ ଜଗନ୍ନାଥ ମନ୍ଦିରରେ ଖୁବଶୀଘ୍ର ବୋମା ପଡ଼ିବ,ଖୁବଶୀଘ୍ର ପୁରୀ ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟେଇବୁ ଏବଂ ରାଜ୍ୟ ସଭା ଏମପି ଶୁଭାଶିଷ...

ଜୁଆର ମାଡକୁ ସହି ପାରୁନାହିଁ ଜିଓ ସିନ୍ଥେଟିକ ଟ୍ୟୁବୱାଲ, ଖସୁଛି ପଥର ପ୍ୟାକିଂ, ବର୍ଷା ପୂର୍ବରୁ କାମ ନ ହେଲେ…

କେନ୍ଦ୍ରାପଡ଼ା, ୨୨ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଗୋବିନ୍ଦପୁର, ଡିମିରିପାଳ, ପେତପଡା, ସଂସିଧା, ଏରଡଙ୍ଗ, ଦେସାହି, ପାଳମୀ, କେତୁଆପାଳ ପଞ୍ଚାୟତକୁ କାଣୀ, ଖରସ୍ରୋତା,...

ଗୋଟିଏ ସ୍ବାମୀଙ୍କୁ ୨ ସ୍ତ୍ରୀ: ପଞ୍ଚାୟତ ନେଲା ବଡ଼ ନିଷ୍ପତ୍ତି, ଜଣଙ୍କ ସହ ୩ ଦିନ, ଅନ୍ୟ ଜଣଙ୍କ ସହ ୩ ଦିନ, ଆଉ ରବିବାରରେ…

ଲକ୍ଷ୍ନୌ,୨୨।୧: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଗାଁ ପଞ୍ଚାୟତ ଏପରି ନିଷ୍ପତ୍ତି ଜାରି କରିଛି ଯାହା...

‘ମୁଁ ବିବାହିତ’…ଗର୍ଲଫ୍ରେଣ୍ଡଙ୍କୁ ନେଇ ଏମିତି କହିଲେ ଆମିର ଖାନ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରର ଶିରୋନାମା ପାଲଟିଛନ୍ତି। ସେ ନିକଟରେ ତାଙ୍କ ପ୍ରେମିକା ଗୌରୀ...

ଭୟଙ୍କର ଦୁର୍ଘଟଣା: ଓଭରବ୍ରିଜ୍‌ ନିକଟରେ କଣ୍ଟେନର-ଟ୍ରକ୍‌ ମୁହାଁମୁହିଁ ହେବାରୁ…

ଗଞ୍ଜାମ,୨୨ା୧(ଅନାଥ ତରାଇ): ଗଞ୍ଜାମସ୍ଥିତ ହୁମ୍ମା ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀପୁର ଓଭରବ୍ରିଜ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ବୁଧବାର ବିଲମ୍ବିତ ରାତିରେ ଏକ ଭୟଙ୍କର ସଡ଼କ...

ମଝି ଆକାଶରେ ଯାତ୍ରୀଙ୍କୁ ଆସିଲା ହାର୍ଟଆଟାକ୍‌, ଆଉ ତା’ପରେ…

ନୂଆଦିଲ୍ଲୀ,୨୨।୧: ନାଗପୁର ବିମାନବନ୍ଦରରେ ଉଡ଼ାଣ ସମୟରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହୋଇଯିବାରୁ ଉତ୍ତେଜନା ସୃଷ୍ଟି ହୋଇଛି। ଗାଜିଆବାଦରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri