ଅପରେସନ ସିନ୍ଦୁରରେ ବଡ କ୍ଷତି ସହିଛି ପାକିସ୍ତାନ, ଏପର୍ଯ୍ୟନ୍ତ ଖୋଲିପାରୁନି ବିମାନ ବନ୍ଦର

ଓ୍ବାଶିଂଟନ୍‌,୧୯।୬: ପାକିସ୍ତାନ ମେ’ ମାସରେ ଅପରେସନ ସିନ୍ଦୁର ସମୟରେ ଭାରତୀୟ ମିସାଇଲ ଦ୍ୱାରା କ୍ଷତିଗ୍ରସ୍ଥ ହୋଇଥିବା ରହିମ ୟାର ଖାନ ବିମାନ ଘାଟି ପାଇଁ ପୁଣି ଥରେ ଏକ ନୋଟିସ ଟୁ ଏୟାରମେନ (NOTAM) ଜାରି କରିଛି।

OSINT ବିଶେଷଜ୍ଞ ଡାମିଅନ ସାୟମନ ଏକ୍ସରେ ଏହି ଅପଡେଟ ସେୟାର କରି ଲେଖିଛନ୍ତି, “ପାକିସ୍ତାନ ରହିମ ୟାର ଖାନ ପାଇଁ ପୁଣି ଥରେ NOTAM ଜାରି କରିଛି, ମେ’ ୨୦୨୫ରେ ଭାରତ ଦ୍ୱାରା ଆକ୍ରମଣ ହୋଇଥିବା ରନୱେ ଏବେ ଅନୁମାନିକ ୦୪ ଜୁଲାଇ ୨୦୨୫ ପର୍ୟ୍ୟନ୍ତ ବନ୍ଦ ରହିବ।”

ରହିମ ୟାର ଖାନ ଉପରେ ଆକ୍ରମଣ ଭାରତର ଅପରେସନ ସିନ୍ଦୁରର ଦ୍ୱିତୀୟ ପର୍ଯ୍ୟାୟର ଅଂଶ ଥିଲା, ଯାହା ମେ’ ୭ ରେ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଭାରତ ଆତଙ୍କବାଦୀ ଶିବିରଗୁଡିକୁ ଆକ୍ରମଣ କରିଥିଲା।

ମେ’ ମାସରେ ଆକ୍ରମଣ ପରେ କିଛି ଦିନ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ବିକାନେରରେ ଏକ ରାଲିରେ ଭାଷଣ ଦେଇ ପାକିସ୍ତାନ ଉପରେ ଆକ୍ରମଣ କରି ମନେ ପକାଇ ଦେଇଥିଲେ ଯେ ଭାରତୀୟ ମିସାଇଲ ଦ୍ୱାରା ଆକ୍ରମଣ ପରେ ରହିମ ୟାର ଖାନ ବିମାନ ଘାଟି ଏବେ ମଧ୍ୟ ଚାଲୁ ହୋଇନାହିଁ।

“ପାକିସ୍ତାନର ରହିମ ୟାର ଖାନ ବିମାନ ଘାଟି ଏବେ ମଧ୍ୟ ICU ରେ ଅଛି, କେବେ ଖୋଲିବ ତାହା ନିଶ୍ଚିତ ନୁହେଁ,” ପ୍ରଧାନମନ୍ତ୍ରୀ ମୋଦି କହିଥିଲେ।

ରହିମ ୟାର ଖାନ, ପାକିସ୍ତାନର ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ବିମାନ ଘାଟି। ଯାହା ପଞ୍ଜାବ ପ୍ରଦେଶର ସମାନ ନାମରେ ଥିବା ଆନ୍ତର୍ଜାତୀୟ ବିମାନ ବନ୍ଦର ଭିତରେ ଅବସ୍ତିତ। ଏହି ବିମାନ ଘାଟି ବ୍ୟାପକ କ୍ଷତିଗ୍ରସ୍ଖସ୍ତ ହୋଇଥିଲା, ଯାହା ଇସଲାମାବାଦର ସାମରିକ କ୍ଷମତା ଉପରେ ଏକ ବଡ଼ ଆଘାତ ଥିଲା।

ପାକିସ୍ତାନର ସିଭିଲ ଏଭିଏସନ ଅଥରିଟି ଘୋଷଣା କରିଛନ୍ତି ଯେ ଏକମାତ୍ର ରନୱେ ଏକ ସପ୍ତାହ ପାଇଁ ଚାଲୁ ରହିବ ନାହିଁ। ମେ’ ୧୦ ତାରିଖ ସନ୍ଧ୍ୟାରେ ଜାରି ହୋଇଥିବା ଔପଚାରିକ ନୋଟିସ ଟୁ ଏୟାରମେନ (NOTAM) ଅନୁସାରେ, ମେ’ ୧୦ ତାରୀଖ ପାକିସ୍ତାନ ସମୟ ଅପରାହ୍ନ ୪ଟା (ଭାରତୀୟ ସମୟ ଅପରାହ୍ନ ୪ଟା ୩୦ ମିନିଟ) ରୁ ଅନ୍ତତଃ ମେ’ ୧୧୮ ତାରୀଖ ସକାଳ ୪ଟା ୫୯ ମିନିଟ (ଭାରତୀୟ ସମୟ ସକାଳ ୫ଟା ୨୯ ମିନିଟ) ପର୍ୟନ୍ତ ବନ୍ଦଦ ରହବ। ତେବେ, ଏବେ ଏହି ବନ୍ଦ ଅବଧୁ ଜୁଲାଇ ୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଭାରତ ସରକାର ନିଶ୍ଚିତ କରିଛନ୍ତି ଯେ ପାକିସ୍ତାନର ସାମରିକ ଭିତ୍ତିଭୂମିକୁ ନିଷ୍କ୍ରିୟ କରିବା ପାଇଁ ଏହା ଏକ ବଡ ପଦକ୍ଷେପ ଥିଲା, ଯାହା ସାମାନ୍ୟ ସମ୍ପତ୍ତିରେ କ୍ଷତି କମାଇବାକୁ ଲକ୍ଷ୍ୟ ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri