ଧରିତ୍ରୀ ଖବରଦାତାଙ୍କ ନାଁ ନେଇ ଫେକ୍‌ ଚିଠି

ଦାରିଙ୍ଗବାଡି,୨୫।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଧରିତ୍ରୀ ପ୍ରତିନିଧିଙ୍କ ନାମରେ ଫେକ ଚିଠି ଯାଇଛି ପ୍ରଶାସନିକ ଅଧିକାରୀଙ୍କ ନିକଟକୁ। ତେବେ ପ୍ରଶାସନିକ ଅଧିକାରୀମାନେ ସେଠାରେ ଅନୁପସ୍ଥିତ ଥିବାରୁ ଉକ୍ତ ଚିଠି ଫେରେଇ ଦିଆଯାଇଛି।
ପ୍ରକାଶ ଯେ, ବାଲିଗୁଡା ତହସିଲଦର ପ୍ରଫୁଲ ଚନ୍ଦ୍ର ଡାକୁଆ ଏବଂ ବାଲିଗୁଡା ଉପଜଲାପାଳ ଶୁଭଙ୍କର ମହାପାତ୍ରଙ୍କ ନାମରେ ଦୁଇଟି ଚିଠି ଜଣେ ଦୁର୍ବୃତ୍ତ ପଠାଇଛନ୍ତି। ଯାହାକି ୨୦୧୮ ମସିହାରେ ତହସିଲଦାର ଭାବେ ମାତ୍ର ୫ ମାସ କାର୍ଯ୍ୟକାରିଥିବା ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ଏବେ ଅବସର ନେଇଥିବା ବେଳେ ୨୦୨୨ ମସିହାରେ ବାଲିଗୁଡା ଉପଜିଲାପାଳ ଭାବେ କାର୍ଯ୍ୟକରୁଥିବା ଶୁଭଙ୍କର ମହାପାତ୍ରଙ୍କ ନିକଟକୁ ଚିଠିଟି ଯାଇଥିଲା ବର୍ତ୍ତମାନ ୨ ପ୍ରଶାସନିକ ଅଧିକାରୀ ଉକ୍ତ ଦାୟିତ୍ୱରେ ନ ଥିବା ବେଳେ କିଭଳି ଏବଂ କାହିଁକି ଏହିଭଳି ଚିଠି ଦିଆଯାଇଛି ଏବଂ ଉକ୍ତ ଚିଠି ରେ କ’ଣ ଉଲ୍ଲେଖ ରହିଛି ତାହା ଜଣାପଡିନ। ଏହି ଚିଠି ଯେତେବେକେ ବାଲିଗୁଡାରେ ପହଞ୍ଚିଥିଲା ସେ ସମ୍ପର୍କରେ ସେଠାକାର କର୍ମଚାରୀମାନେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଫୁଲ ଚନ୍ଦ୍ର ଡାକୁଆଙ୍କୁ ଅବଗତ କରିଥିଲେ ସେ ଏହି ସମ୍ପର୍କରେ ଧରିତ୍ରୀ ପ୍ରତିନିଧି ଅରୁଣ ସାହୁଙ୍କୁ ଫୋନ ଯୋଗେ ପଚାରୁଥିଲେ କି ଆପଣ କିଛି ଚିଠି ମୋ ନିକଟକୁ ପଠାଇଛନ୍ତି କି ? ଏହାର ଉତ୍ତରରେ ପ୍ରତିନିଧି ପଠାଇ ନ ଥିବା ଓ ଏହା ଫେକ କେହି ଦୁବୃର୍ତ୍ତ କରିଥାଇପାରନ୍ତି ବୋଲି ଜଣାଇଥିଲେ। ଫଳରେ ଡାକ ବିଭାଗ ଉକ୍ତ ଚିଠି ଗୁଡିକ ଫେରେଇ ନେଇଯାଇଥିବା କହିଛନ୍ତି।
ସୂଚନା ଯୋଗ୍ୟ, ଉକ୍ତ ଚିଠି ବ୍ରହ୍ମପୁର ମୁଖ୍ୟ ଡାକ କାର୍ଯ୍ୟାଳୟରୁ ସ୍ପିଡପୋଷ୍ଟ ମାଧ୍ୟମରେ ପଠାଯାଇଛି ବୋଲି ଉକ୍ତ ଚିଠିର କଭରରୁ ଜଣାପଡିଛି। ଏ ସମ୍ପର୍କରେ ଧରିତ୍ରୀ ପ୍ରତିନିଧି ଦାରିଙ୍ଗବାଡି ଆଇଆଇସି କନକ କୁମାର ମାଝୀଙ୍କୁ ମୌଖିକ ଭାବେ ଜଣାଇଛନ୍ତି ଯଦି ଉକ୍ତ ଚିଠି ଫେରିଆସେ ତେବେ ସେ ଉକ୍ତ ଚିଠି କୁ ନେଇ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri