ପ୍ରଥମ ରୋଜଗାର ଟଙ୍କା ନେଇ କ’ଣ କୁହନ୍ତି ପ୍ରଶାସନିକ ଅଧିକାରୀ କାନନବାଳା ନାୟକ

ପିଲାଟି ଦିନରୁ ମୁଁ ଭାରି ସ୍ବାଭିମାନୀ। କାହାଠୁ କିଛି ମାଗିବାକୁ ମୋତେ ଆଦୌ ଭଲ ଲାଗେନା, ଏପରିକି ବାପା ମାଆଙ୍କୁ ମଧ୍ୟ। ପ୍ରାଥମିକ ସ୍କୁଲରେ ପଢ଼ିବା ଦିନରୁ କିଛି ନା କିଛି ରୋଜଗାର କରିବାର ପନ୍ଥା ଖୋଜୁଥାଏ। ଭାଗ୍ୟର ବିଡ଼ମ୍ବନା ମଧ୍ୟ ଏମିତି, ୪ର୍ଥ ଶ୍ରେଣୀରେ ପଢ଼ିବା ବେଳକୁ ବାପା କ୍ୟାନ୍‌ସରରେ ଆକ୍ରାନ୍ତ ହୋଇ ଇହଧାମ ତ୍ୟାଗକଲେ। ସେତେବେଳକୁ ମୋତେ ମାତ୍ର ୯ବର୍ଷ ବୟସ। ବାପା ଗଲା ପରେ ଅଭାବ ମୋର ସ୍ବାଭିମାନୀ ପ୍ରକୃତିଟିକୁ ବଢ଼େଇଦେଲା। ମାଆ ଜଣେ ଗୃହିଣୀ। ଆମର ଥିଲା ଯୌଥ ପରିବାର। ପରିବାରର ସମ୍ପୂର୍ଣ୍ଣ ଦାୟିତ୍ୱ କାକାଙ୍କ ଉପରେ। କାକାଙ୍କୁ ଆମେ ପ୍ରବଳ ଭୟ। ତେଣୁ କିଛି ଦରକାର ହେଲେ ଆମେ କାକାଙ୍କୁ ଆଣିବା ପାଇଁ କହିପାରୁ ନ ଥିଲୁ। ସେଥିପାଇଁ ମୁଁ ମନେ ମନେ ସ୍ଥିର କଲି, ନିଜର ଖାତା କଲମର ଖର୍ଚ୍ଚ ମୁଁ ନିଜେ ବହନ କରିବି। ସେହିସମୟରେ ବିଦ୍ୟାଳୟର କେତେଜଣ ପିଲା ଷ୍ଟିକର ଓ ଜଳଛବି ବଜାରରୁ କମ୍‌ ପଇସାରେ ଆଣି ଅଧିକ ପଇସାରେ ଅନ୍ୟ ପିଲାଙ୍କୁ ବିକ୍ରି କରୁଛନ୍ତି। ତାହା ଦେଖି ମୁଁ ମନେ ମନେ ସ୍ଥିରକଲି ମୁଁ ବି ଏମିତି ରୋଜଗାର କରିବି। ହେଲେ ଷ୍ଟିକର କି ଜଳଛବି କିଣିବା ପାଇଁ ପଇସା କେଉଁଠୁ ଆଣିବି? ମାଆ ପାଖରେ ଚାରଣିଟିଏ ନ ଥାଏ ବୋଲି ମୁଁ ଜାଣିଥିଲି। କାକାଙ୍କୁ ମାଗିଲେ ଗାଳି ଶୁଣିବି,ଏକଥା ବହୁତ ଭଲ ଭାବରେ ଜାଣିଥିଲି। ବାପା କି ମାଆଙ୍କ ଭିତରୁ କେହି ଜଣେ ଯଦି ଅସମୟରେ ଛାଡ଼ି ଚାଲିଯାଏ, ତେବେ ପିଲାମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ଼ ହୋଇଯାଆନ୍ତି। କଥାରେ ଅଛି ‘ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ’। ମୋ ମୁଣ୍ଡକୁ ଗୋଟେ ବୁଦ୍ଧି ଜୁଟିଲା। ଯେଉଁ ପିଲାମାନେ ବଜାରରୁ ଷ୍ଟିକର ଓ ଜଳଛବି ଆଣୁଥିଲେ ତାଙ୍କ ଭିତରୁ ଜଣେ ମୋର ଭଲ ସାଙ୍ଗ ଥିଲା। ମୁଁ ତାକୁ ଯାଇ କହିଲି, ତୁ ମୋତେ କିଛି ଷ୍ଟିକର ଦେ, ମୁଁ ତାକୁ ବିକ୍ରିକରି ତତେ ତୋ ପଇସା ଫେରାଇଦେବି। ସେ ମୋ କଥାରେ ରାଜିହୋଇ ମତେ ଚାରିଟି ଷ୍ଟିକର ଦେଲା; ଯାହାର ମୂଲ୍ୟ ଏକ ଟଙ୍କା ଥିଲା। ମୁଁ ସେ ଷ୍ଟିକରକୁ ତିନି ଟଙ୍କାରେ ଅନ୍ୟ ପିଲାଙ୍କୁ ବିକିଲି। ତାକୁ ତା’ର ଟଙ୍କାଟେ ଫେରାଇଦେଲି ଏବଂ ଆଉ ୨ ଟଙ୍କାରେ ବଜାରରୁ ଷ୍ଟିକର ଆଣିବାକୁ କହିଲି। ସେହି ୨ଟଙ୍କା ହିଁ ଥିଲା ମୋର ପ୍ରଥମ ରୋଜଗାର; ଯାହାକୁ ଉପଯୋଗକରି ମୁଁ ଆଉ କିଛି ଟଙ୍କା ଅର୍ଜନ କରିବାକୁ ସକ୍ଷମ ହେଲି। ଖାତା ଓ କଲମ ପାଇଁ ମୋତେ ଆଉ କାହା ଆଗରେ ହାତ ପତାଇବାକୁ ପଡ଼ିଲାନାହିଁ। ୬ଷ୍ଠଶ୍ରେଣୀରେ ପଢ଼ୁଥିବା ସମୟରେ ଦିନେ ଆମ ସ୍କୁଲର ପ୍ରଧାନ ଶିକ୍ଷକ ଖାଇବାଛୁଟିରେ ମତେ ଆଉ ୨ ଜଣ ପୁଅ ପିଲାଙ୍କୁ ଡାକି କହିଲେ, ତୁମ ପାଇଁ ଗୋଟେ ଖୁସିର ଖବର ଅଛି। ତୁମେ ୩ଜଣ ତୃତୀୟ ଶ୍ରେଣୀରେ ସ୍କଲାରଶିପ୍‌ ପାଇଛ। ସେଥର ସ୍କଲାରଶିପରେ ମିଳିଥିଲା ୯ ଟଙ୍କା। ସେ ସମୟରେ ଆମ ଘରର ଆର୍ଥିକ ଅବସ୍ଥା ଭଲ ନ ଥିଲା। ଘରୁ ସ୍କୁଲର ଦୂରତା ୧ କି.ମି.ରୁ ଅଳ୍ପ ଅଧିକ ହେବ। ସେ ସମୟରେ ଝିଅପିଲାମାନେ ସାଇକେଲ ଚଲାଉ ନ ଥିଲେ। ତେଣୁ ପ୍ରାୟ ସମସ୍ତେ ଚାଲି ଚାଲି ସ୍କୁଲ ଯାଉଥିଲେ। ରାସ୍ତାରେ ପାଦରେ କିଛି ଫୋଡ଼ି ନ ହେବା ପାଇଁ ପାଦରେ ଚପଲ ପିନ୍ଧୁଥିଲେ। ଅର୍ଥାଭାବରୁ ମୋର ପାଦରେ ଚପଲ ହଳେ ନ ଥିଲା। ଫୁଙ୍ଗୁଳା ପାଦରେ ଏତେ ରାସ୍ତା ଯିବାକୁ ଭାରି କଷ୍ଟ ହେଉଥିଲା। ତେଣୁ ମୁଁ ମୋ ସ୍କଲାରଶିପ୍‌ ଟଙ୍କାରେ ବାଟା ଚପଲ ହଳେ କିଣିଥିଲି। ଠୁଙ୍ଗା ତିଆରିଠାରୁ ଆରମ୍ଭକରି ଛେଳି ପାଳି ନିଜର ପାଠପଢ଼ା ସହ ଅନ୍ୟାନ୍ୟ ଖର୍ଚ୍ଚ ଉଠାଇଛି ଅନ୍ୟ ଭଉଣୀଙ୍କ ସହାୟତାରେ ହାଇସ୍କୁଲ ପଢ଼ିବା ସମୟରେ। ଫାଷ୍ଟ ଡିଭିଜନରେ ମାଟ୍ରିକ୍‌ ପାସ୍‌କଲି। ତା’ପରେ ଟ୍ୟୁଶନକରି ଯୁକ୍ତ୨ରୁ ସ୍ନାତକ ପର୍ଯ୍ୟନ୍ତ ପାଠ ପଢ଼ିଲି। ସ୍ନାତକରେ ଡିଷ୍ଟିଂଶନ ସହ ଅନର୍ସରେ ସବୁ ପିଲାଙ୍କଠୁ ବେଶି ନମ୍ବର ରଖି ବାରିପଦା ଏମ୍‌ପିସି କଲେଜରୁ ପାସ୍‌କଲି। ସେହି ଟ୍ୟୁଶନ କରିବା ଭିତରେ ମୁଁ ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ହେବାର ସୁଯୋଗ ପାଇଲି। ଓଡ଼ିଶା ଅର୍ଥ ସେବାର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାମକରି ଉଚ୍ଚ ବେତନ ପାଉଥିବା ମୋର ଆଜିର ରୋଜଗାର ପିଲାବେଳର ସେହି ଷ୍ଟିକର ବିକ୍ରିର ରୋଜଗାରଠାରୁ କାହିଁକି କେଜାଣି କମ୍‌ ଓ ଫିକା ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri