ଦୁଇଟି ନିଷ୍ପତ୍ତି

କେନ୍ଦ୍ର ନେଇଥିବା ଦୁଇଟି ନିଷ୍ପତ୍ତିକୁ ନେଇ ପଞ୍ଜାବ ଏବଂ ହରିୟାଣାର ଅଂଶୀଦାର ରାଜଧାନୀ ଚଣ୍ଡିଗଡ଼ ପୁଣି ଥରେ ଦୃଷ୍ଟି ଆକର୍ଷଣ କରିଛି । ଏଭଳି ନିଷ୍ପତ୍ତି ରାଜନୈତିକ ଦ୍ୱନ୍ଦ୍ୱ ବା ଉତ୍ତେଜନା ସୃଷ୍ଟିକରିଛି। ବିଶେଷକରି ପ୍ରଶାସନିକ ପରିବର୍ତ୍ତନ ତଥା ଅମଲାତାନ୍ତ୍ରିକ ଅଦଳବଦଳ ନିଷ୍ପତ୍ତି ପଞ୍ଜାବକୁ କ୍ରେଧିତ କରିଛି। ପ୍ରଥମେ କାର୍ମିକ ମନ୍ତ୍ରଣାଳୟ ଚଣ୍ଡିଗଡ଼ ପ୍ରଶାସକଙ୍କ ପରାମର୍ଶଦାତା ପଦବୀକୁ ରଦ୍ଦକରି ତା’ସ୍ଥାନରେ କେନ୍ଦ୍ରଶାସିତ ଅଞ୍ଚଳ( ୟୁଟି)ର ମୁଖ୍ୟ ଶାସନ ସଚିବ ପଦବୀ ସୃଷ୍ଟି ବିଷୟରେ ଘୋଷଣା କରିଥିଲା। ଏଥିପାଇଁ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି), କଂଗ୍ରେସ, ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ଏବଂ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀମାନେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହା କେବଳ ଏକ ଟାଇଟଲ ଅଦଳବଦଳ ବିଷୟ ନୁହେଁ; ୟୁଟି ଉପରେ ପଞ୍ଜାବର ସମ୍ମାନ ଏବଂ ଅଧିକାର ଦୃଷ୍ଟିକୋଣରୁ ଏକ ଝଟକା ବୋଲି ସେମାନେ କହିଛନ୍ତି। ଏହି ସମୟରେ କେନ୍ଦ୍ରର ଅନ୍ୟ ଏକ ନିଷ୍ପତ୍ତି ଚଣ୍ଡିଗଡ଼ ପୋଲିସ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ପୂର୍ବରୁ ଥିବା ଏଲ୍‌ଜିପି ନେତୃତ୍ୱାଧୀନ ପଦାନୁକ୍ରମ ପରମ୍ପରାକୁ ବଦଳାଇ ବର୍ତ୍ତମାନ କେନ୍ଦ୍ର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜିପି) ଏବଂ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ପାଇଁ ପଦବୀ ମଞ୍ଜୁର କରିଛି। ଏହି ପୁନଃ ବ୍ୟବସ୍ଥା ବର୍ତ୍ତମାନର ପୋଲିସର ମୁଖ୍ୟ ଏଡିଜିପି ସୁରେନ୍ଦର ସିଂ ଯାଦବଙ୍କ ନେତୃତ୍ୱକୁ ପରିବର୍ତ୍ତନ କରିବ ନାହିଁ । ଏଭଳି ପୁନଃ ବ୍ୟବସ୍ଥା ଚଣ୍ଡିଗଡ଼ର ପୋଲିସ ବ୍ୟବସ୍ଥାକୁ ଅନ୍ୟ ୟୁଟି ସହ ସମାନ କରିବା ଦିଗରେ ଏକ ଆନୁଷ୍ଠାନିକ ପରିବର୍ତ୍ତନର ସଙ୍କେତ ଦିଏ। ଦୀର୍ଘଦିନ ଧରି ଚଣ୍ଡିଗଡ଼କୁ ନିଜର ଅଧିକାର ଅଞ୍ଚଳ ଭାବେ ଦେଖିଆସୁଥିବା ପଞ୍ଜାବ ପାଇଁ ଏହିସବୁ ପଦକ୍ଷେପଏକ ଅପମାନ ସଦୃଶ ମନେହୁଏ। ପ୍ରଶାସନକୁ ଶୃଙ୍ଖଳିତ କରିବା ପାଇଁ ଏହା ବୋଧହୁଏ କେନ୍ଦ୍ରର ଏକ ପ୍ରୟାସ।
ପ୍ରଶାସନିକ ଅଦଳବଦଳ
କେନ୍ଦ୍ର ଏହାର ମୁଖ୍ୟ ପ୍ରଶାସନିକ ପଦବୀଗୁଡ଼ିକରେ ଅଦଳବଦଳ କରିଛି। ଏଥିରେ ୧୯୯୨ ବ୍ୟାଚ୍‌ ବିହାର କ୍ୟାଡର ଆଇଏଏସ୍‌ ଅଧିକାରୀ ଅରୁନିଶ ଚାୱଲାଙ୍କୁ ରାଜସ୍ବ ସଚିବ ପଦରୁ ବଦଳିକରି ତାଙ୍କ ସ୍ଥାନରେ ଓଡ଼ିଶା କ୍ୟାଡର ୧୯୮୭ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ତୁହିନକାନ୍ତ ପାଣ୍ଡେଙ୍କୁ ଅବସ୍ଥାପିତ କରାଯାଇଛି। ଏବେ ଚାୱଲାଙ୍କୁ ଡିପାର୍ଟମେଣ୍ଟ ଅଫ୍‌ ପବ୍ଲିକ୍‌ ଆସେଟ୍‌ ମ୍ୟାନେଜମେଣ୍ଟ(ଡିଆଇପିଏଏମ୍‌) ସଚିବ ଭାବରେ ଦାୟିତ୍ୱ ଦିଆଯାଇଥିବାବେଳେ ପାଣ୍ଡେ ରାଜସ୍ବ ସଚିବ ପଦବୀରେ ପାଦ ଦେଇଛନ୍ତି। ଏହି ପଦକ୍ଷେପ କେନ୍ଦ୍ର ବଜେଟ ସେଶନ ମଧ୍ୟରେ ନିଆଯାଇଥିବାରୁ ଏହାକୁ ନେଇ ଅନେକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି ଅଦଳବଦଳରେ ପାଣ୍ଡେଙ୍କୁ ପବ୍ଲିକ୍‌ ଏଣ୍ଟରପ୍ରାଇଜେସ୍‌ ବିଭାଗ (ଡିପିଇ)ର ଅତିରିକ୍ତ ଦାୟିତ୍ୱରୁ ମୁକ୍ତି ମିଳିଛି। ସେ ଜୁଲାଇ ୩୧ରେ ଅବସର ଗ୍ରହଣ କରିବାକୁ ଥିବାରୁ ଏହା ପୂର୍ବରୁ ଅନ୍ତତଃ କିଛି ମାସ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ଉପରେ ଧ୍ୟାନ ଦେବେ। ଏହି ସମୟରେ ଚାୱଲା ଡିଆଇପିଏଏମ୍‌ରେ ସଂସ୍କୃତି ମନ୍ତ୍ରଣାଳୟ ଓ ଡିପିଇ ଦ୍ୱୈତ ଭାର ବହନ କରିଛନ୍ତି। ଚାଓ୍ବାଲଙ୍କ ସର୍ଭିସ୍‌ କାର୍ଯ୍ୟକାଳ ୨୦୨୮ ପର୍ଯ୍ୟନ୍ତ ଥିବାରୁ ତାଙ୍କ ପାଖରେ ଏହି ଦାୟିତ୍ୱ ତୁଲାଇବା ପାଇଁ ଏକ ଲମ୍ବା ସମୟ ରହିଛି। ଏହି ଅଦଳବଦଳର ସମୟ ଏବଂ ସ୍ଥିତିକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ରାଜସ୍ବ ବିଭାଗର, ବିଶେଷକରି କେନ୍ଦ୍ର ବଜେଟ ପୂର୍ବରୁ, ରାଜସ୍ବ ସଚିବ ପଦବୀର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । କେତେକେ ଯୁକ୍ତି କରନ୍ତି , ଚାୱଲାଙ୍କ ଅତିରିକ୍ତ କାର୍ଯ୍ୟଭାର ବିଶେଷକରି ଗଣତନ୍ତ୍ର ଦିବସ ଏବଂ ମହାକୁମ୍ଭ ଭଳି ପ୍ରମୁଖ ଘଟଣାକୁ ନେଇ ନିଆଯାଇଥାଇପାରେ। ଏହି ଅଦଳବଦଳରେ ସରକାର ଅଭିଜ୍ଞତାକୁ ପ୍ରାଥମିକତା ଦେଇଥିବା ଅନେକେ ବିଶ୍ୱାସ କରନ୍ତି । ହେଲେ ଆକସ୍ମିକ ଭାବେ ନିଆଯାଇଥିବା ପଦକ୍ଷେପ ଅନେକ ଅଧିକାରୀଙ୍କୁ ଦ୍ୱନ୍ଦ୍ୱରେ ପକାଇଛି।
ଡିଜିଟାଲ ଯୋଦ୍ଧା
ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଏବଂ ଛାତ୍ରମାନଙ୍କୁ ‘ଡିଜିଟାଲ ଯୋଦ୍ଧା’ ଭାବରେ ତାଲିକାଭୁକ୍ତ କରିବାକୁ ଉତ୍ତରପ୍ରଦେଶ ପୋଲିସ ଗ୍ରହଣ କରିଥିବା ପଦକ୍ଷେପକୁ ନେଇ ଉତ୍ସୁକତା ପ୍ରକାଶ ପାଇଛି। ଏହା ଭୁଲ୍‌ ଖବର ରୋକିବା , ବ୍ୟାପୁଥିବା ସାଇବର ଅପରାଧ ଉପରେ ସଚେତନତା ସୃଷ୍ଟିକରିବା ସହ ପୋଲିସର ସଫଳତାକୁ ସାମ୍ନାକୁ ଆଣିବ। ଏହି ଯୋଜନା ପୂର୍ବରୁ ଥିବା ଏକ ‘ଡିଜିଟାଲ ସ୍ବେଚ୍ଛାସେବୀ’ କାର୍ଯ୍ୟକ୍ରମକୁ ଭିତ୍ତିକରି ଗଠନ ହୋଇଥିବାବେଳେ ଏହାର ନୂତନ ବିସ୍ତାରିତ କ୍ଷେତ୍ର ପ୍ରକୃତ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛି। ପୂର୍ବରୁ ଶିକ୍ଷକ, ଓକିଲ ଏବଂ ଅବସରପ୍ରାପ୍ତ ସୈନ୍ୟଙ୍କ ଭଳି ସ୍ବେଚ୍ଛାସେବୀଙ୍କ ଉପରେ ପୋଲିସ ନିର୍ଭର କରୁଥିଲା। ସେମାନେ ହ୍ବାଟ୍ସଆପ୍‌ ମାଧ୍ୟମରେ ଅପରାଧ ସମ୍ପର୍କରେ ରିପୋର୍ଟ କରିବା ଏବଂ ଗୁଜବ ଦୂରକରିବାରେ ପୋଲିସକୁ ଯୋଗାଯୋଗ କରୁଥିଲେ। ବର୍ତ୍ତମାନ, ମହାକୁମ୍ଭ ଚାଲିଥିବାବେଳେ, ପୋଲିସ ଇନ୍‌ଷ୍ଟାଗ୍ରାମ ଏବଂ ଏକ୍ସ (ପୂର୍ବରୁ ଟୁଇଟର) ଭଳି ପ୍ଲାଟ୍‌ଫର୍ମରେ କାର୍ଯ୍ୟ କରିବା ପାଇଁ ବୈଷୟିକ ଜ୍ଞାନକୌଶଳ ଶିକ୍ଷାପ୍ରାପ୍ତ ଛାତ୍ର ଏବଂ ଇନ୍‌ଫ୍ଲୁଏନ୍ସରଙ୍କୁ ଅଧିକ ଚାହଁୁଛି। ଏହି ଯୋଜନାରେ କର୍ମଶାଳା, ସାଇବର ସଚେତନତା ପ୍ରଶିକ୍ଷଣ ଏବଂ ସ୍କୁଲରେ ଡିଜିଟାଲ ସାକ୍ଷରତା ବୃଦ୍ଧି ପାଇଁ ସାଇବର କ୍ଲବ୍‌ ଗଠନକୁ ସାମିଲ କରାଯାଇଛି। ବାହାରକୁ ସୁସଙ୍ଗଠିତ ଦେଖାଯାଉଥିବା ଏହି ଯୋଜନା ଅନ୍‌ଲାଇନ ଭୁଲ୍‌ ତଥ୍ୟର ମୁକାବିଲା ପାଇଁ ଯୁବକମାନଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି ।
ସୂଚନା ବିଶ୍ଳେଷଣ ଏବଂ ଯାଞ୍ଚ କରିବାକୁ ଛାତ୍ରମାନଙ୍କୁ ପ୍ରଶିକ୍ଷଣ ଦେବା ପ୍ରଶଂସନୀୟ। ଡିଜିଟାଲ ଯୁଗରେ ଯଦି ଜନସାଧାରଣଙ୍କ ସଶକ୍ତୀକରଣ ଏବଂ ସ୍ବଚ୍ଛତା ଉପରେ ଧ୍ୟାନ ଦିଆଯାଏ, ‘ଡିଜିଟାଲ ଯୋଦ୍ଧା’ ଯୋଜନା ଏକ ପରିବର୍ତ୍ତନଶୀଳ ପଦକ୍ଷେପ ହୋଇପାରେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri