ଶୁଦ୍ଧି ହେବେ ଜିତୁ ମୁଣ୍ଡା

ପାଟଣା,୩ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଚତୁରିସାହିର ଜିତୁ ମୁଣ୍ଡା ଭଊଣୀ କାଲାରା ମୁଣ୍ଡାଙ୍କ କଙ୍କଳା ନେଇ ମଲ୍ଲିପୋଷି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କୁ ନେବା ଘଟଣା ପରେ ଚର୍ଚ୍ଚା ଧମିବାରେ ନା ଧରୁନି। କଙ୍କାଳ ଖୋଳି ନେବା ଘଟଣାରେ ସାହିବାହି ଜିତୁ ମୁଣ୍ଡାକୁ ପୁଣି ଶୁଦ୍ଧି ହେବାକୁ କହିଛନ୍ତି। ଏହି କ୍ରମରେ ଜିତୁ ଆସନ୍ତା ବୁଧବାର ଶୁଦ୍ଧି ହେବେ ବୋଲି ସୂଚନା ମିଳିଛି।

ପ୍ରକାଶ ଯେ, ଭଉଣୀ କାଲାରାଙ୍କ ମୃତ୍ୟୁ ପରେ ଜିତୁ ଶୁଦ୍ଧି ହୋଇଥିଲେ। ହେଳେ ପୁଣି ମଶାଣିରୁ କଙ୍କାଳ ଖୋଳିଥିବାରୁ ଗାଁର ହୋ ସମାଜର ଲୋକମାନେ ତାଙ୍କୁ ଏକ ଘରକିଆ ଭଳି ରଖିଛନ୍ତି। ଶୁଦ୍ଧି ନ ହେଲେ ତାଙ୍କୁ ଜାତି ଭାଇ ବାସନ୍ଦ କରିବା ସହ ସାଧାରଣ ଚଳଣିରେ ଅଂଶଗ୍ରହଣ କରାଇବେ ନାହିଁ। କଙ୍କାଳ ଖୋଳି ବୋହିଥିବାରୁ ତାଙ୍କୁ ପ୍ରାୟଶ୍ଚିତ ଓ ଜାତି ହେବାକୁ ହୋ ସମାଜ ନିର୍ଦ୍ଦେଶ ଜାରି କରିଛି। ରବିବାର ବିନା କୁକୁଡ଼ା ଓ ଛେଳି ଯୋଗାଡ଼ରେ ସ୍ୱଳ୍ପ ଜାତି ଭାଇଙ୍କୁ ନେଇ ଜିତୁ ଶୁଦ୍ଧିକ୍ରିୟା ଆୟୋଜନ କରୁଥିବା ବେଳେ ଜାତି ଭାଇମାନେ ଅଡିବସି ଏହାକୁ ବନ୍ଦ କରିଥିଲେ।

ଘର ସମ୍ମୁଖରେ ୨ ନମ୍ୱର, ୩ ନମ୍ୱର୍‌ ୱାର୍ଡ଼ର ହୋ ସମାଜର ମୁରବୀ କାଣ୍ଡେ ମୁଣ୍ଡା, ଶୁକ୍ରା ମୁଣ୍ଡା, ମୁନିଆ ମୁଣ୍ଡା, ମକୁରୁ ମୁଣ୍ଡାଙ୍କ ସହ ଗ୍ରାମର ୨୫ଜଣ ମୂରବୀବସି ନିଶାପ କରିଥିଲେ। ବୁଧବାର ପରିବାର ଲୋକେ ମୁଣ୍ଡନ ହୋଇ ପ୍ରାୟଶ୍ଚିତ ହେବେ, ନୁଆ ଲୁଗା ପିନ୍ଧିବେ, ଗୁଣିଆ ହାଣ୍ଡିଆରେ କୁକୁଡ଼ା ରକ୍ତ ପକାଈ ପୂଜା କରିଥିବା ହାଣ୍ଡିକୁ ଅଶୌଚ ଥିବା ପରିବାରକୁ ପିଆଇବେ। ପରେ ଗାଁ, ଆତ୍ମୀୟ ସ୍ୱଜନଙ୍କୁ ମାଂସ, ଭାତ ଓ ହାଣ୍ଡିଆ ଦେଈ ଜିତୁ ଆପ୍ୟାୟିତ କରି ଜାତିରେ ମିଶିବେ ବୋଲି ନିଷ୍ପତ୍ତି ହୋଇଛି। ଜିତୁ ପ୍ରାୟ ୩ଶହ ଲୋକଙ୍କୁ ଖାସି, କୁକୁଡ଼ା, ଭାତ ଓ ହାଣ୍ଡିଆ ଖାଇବାକୁ ଦେବେ ବୋଲି କହିଛନ୍ତି। ଏଥି ପାଈଁ ଜିତୁଙ୍କ ପରିବାର ତରଫରୁ ଛେଳି କୁକୁଡ଼ା ଯୋଗାଡ଼ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ଜନିତ ବଧୂହତ୍ୟା ଘଟଣା, ୩ ମାସ ପରେ ବନ୍ଧା ହେଲେ ଶ୍ବଶୁର-ଦିଅର

ଦିଗପହଣ୍ଡି,୩ା୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଜକରାପଲ୍ଲୀ ଗ୍ରାମର ଅଜିତ ବିଷୋୟୀଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ବିଷୋୟୀଙ୍କୁ ଗତ ଫେବୃଆରୀ ୪ ତାରିଖରେ ଅଧିକା ଯୌତୁକ…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରାକ୍ଟର, ଆଉ ତା’ପରେ…

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ତେଲକୋଇ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ…

ବରଗଡ଼ ଜିଲା ପ୍ରିମିୟର ଲିଗ୍ ଉଦଘାଟିତ

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ରବିବାର ସନ୍ଧ୍ୟାରେ ବରଗଡ଼ ଜିଲା ପ୍ରିମିୟର ଲିଗ୍(ବିଡିପିଏଲ) ଉଦଘାଟିତ ହୋଇଛି। ବରଗଡ ଜିଲା କ୍ରିକେଟ ଏସୋସିଏସନର ସଭାପତି…

ରାସ୍ତା ଉପରେ ପଡ଼ିଲା ବିରାଟକାୟ ଗଛ; ଅଳ୍ପକେ ବର୍ତ୍ତିଲେ ପଥଚାରୀ, ଯାତାୟତ ବାଧାପ୍ରାପ୍ତ

ଥୁଆମୂଳ ରାମପୁର,୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରବିବାର ବିରାଟକାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା…

‘ମୁଁ ୬ ଜଣ ପୀଡିତାଙ୍କ ମଧ୍ୟରୁ ଜଣେ’, ବ୍ରିଜଭୂଷଣ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୩ା୫: ଭାରତର ପ୍ରସିଦ୍ଧ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ରବିବାର ଏକ ଚେତାବନୀ ଜାରି କରିଛନ୍ତି । ଗୋଣ୍ଡାରେ ହେବାକୁ ଥିବା ଜାତୀୟ ଓପନ୍ ରାଙ୍କିଂ ଟୁର୍ନାମେଣ୍ଟରେ ତାଙ୍କ…

ରୁଷିଆରେ ବାଲୁକା କଳା ପ୍ରଦର୍ଶନ କରିବେ ଓଡ଼ିଆ ପୁଅ ଓମ୍‌ ପ୍ରକାଶ

କର୍ଲାମୁଣ୍ଡା:୩।୫(ପ୍ରଦୀପ କୁମାର ସାହୁ): ଭାରତ-ରୁଷିଆ ଦୂତବାସଙ୍କ ମିଳିତ ଆନୁକୂଲ୍ୟରେ ଚଳିତ ମାସ ୧୦ରୁ ୧୨ତାରିଖ ପର୍ଯ୍ୟନ୍ତ ରୁଷିଆର ଏଲିସ୍ଥାଠାରେ ଭାରତୀୟ ସଂସ୍କୃତି ଦିବସ (Day of Indian…

ପରିସ୍ରା ପାଇଁ ଯାଇଥିବା ବେଳେ ଯୁବତୀଙ୍କୁ କାମୁଡିଦେଲା ସାପ, ଚାଲିଗଲା ଜୀବନ

ଦିଗପହଣ୍ଡି,୩ା୫(ଅଶେଷ ନାଥ ମିଶ୍ର): ସାପ କାମୁଡାରେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ତଲାସିଙ୍ଗି…

କାଳ ବୈଶାଖୀ ତାଣ୍ଡବ: ଉଡ଼ିଗଲା ୧୬୦ ଆଜବେଷ୍ଟସ ଛପର

ନନ୍ଦପୁର ୩।୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ସଦର ମହକୁମାରେ ରବିବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଝଡ଼ ତୋଫାନରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri