ସମନ୍ୱିତ କୃଷି ପଦ୍ଧତିରେ ସାମିଲ ହେଲେ କୋଟିଆର ୨୨ ଚାଷୀ

ପଟ୍ଟାଙ୍ଗି୨୫/୧୧(ଶରତ ଧଳ): କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆ ପଞ୍ଚାୟତକୁ ସ୍ଵତନ୍ତ୍ର ଧ୍ୟାନ ଦେଉଥିବା ବେଳେ ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ସମନ୍ୱିତ କୃଷି ପଦ୍ଧତିରେ ୨୨ ଚାଷୀଙ୍କୁ ସାମିଲ କରିଛି। କୃଷି, ଉଦ୍ୟାନ, ମତ୍ସ୍ୟ, ପଶୁପାଳନ ଓ ଜଙ୍ଗଲ ୫ ଗୋଟି ବିଭାଗର ସହଯୋଗରେ ସମନ୍ୱିତ କୃଷି ପଦ୍ଧତି ଯୋଜନା କାର‌୍ୟ୍ୟକାରୀ ହେଉଛି। ଏହି ଯୋଜନାରେ ସାଧାରଣ ବର୍ଗର ହିତାଧିକାରୀ ଚାଷୀଙ୍କୁ ୪୦ ପ୍ରତିଶତ ଏବଂ ମହିଳା, ଆଦିବାସୀ ଓ ଅନୁସୂଚିତ ବର୍ଗଙ୍କୁ ୫୦ ପ୍ରତିଶତ ରିହାତି ରାଜ୍ୟ ସରକାର ପ୍ରଦାନ କରୁଛନ୍ତି।

ଏହି ଅଞ୍ଚଳ ବାସିନ୍ଦା ପୁରୁଣା ପଦ୍ଧତିରେ ମାଣ୍ଡିଆ, ଧାନ, ମକା, ବିରି, ପନିପରିବା, ଫୁଲ, ମତ୍ସ୍ୟଚାଷ, ଗୋପାଳନ, କୁକୁଡ଼ା, ଛେଳି, ମେଣ୍ଢା ଆଦି ପାଳନ କରି ଉତ୍ପାଦିତ ଶସ୍ୟକୁ ବଜାରରେ ବିକ୍ରି କରି ଅର୍ଥ ଉପାର୍ଜନ କରିଥାନ୍ତି । ସେହି ଅର୍ଥରେ ଜୀବିକା ନିର୍ବାହ କଷ୍ଟସାଧ୍ୟ ହେତୁ ସେମାନଙ୍କ ଆର୍ଥିକ ସ୍ଵଚ୍ଛଳତା ବୃଦ୍ଧି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଆସୁଛନ୍ତି। କୃଷି ବିଭାଗର ସମସ୍ତ ଯୋଜନା ଅଞ୍ଚଳରେ କିପରି ପହଞ୍ଚିବ ଏବଂ ସମସ୍ତ ଯୋଜନାରେ ହିତାଧିକାରୀମାନେ ଅନ୍ତର୍ଭୁକ୍ତ ହୋଇପାରିବେ, ନୂତନ ଜ୍ଞାନ କୌଶଳକୁ ଆପଣେଇ ପାହାଡ଼ ଉପରେ ଚାଷ କରି ଆର୍ଥିକ ଅବସ୍ଥାକୁ ସୁଦୃଢ କରିପାରିବେ ସେ ନେଇ ସରକାର ଉଦ୍ୟମ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri