‘କ୍ଲାଇମେଟ୍‌ ଚେଞ୍ଜ: ବିଲ୍ଡିଂ ରିଜିଲିଆନ୍ସ’: ଜଙ୍ଗଲ ସୃଷ୍ଟି ପାଇଁ ପ୍ରତିଶ୍ରୁତିବଦ୍ଧ

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏକ୍ଷେତ୍ରରେ ସହଭାଗୀ କରାଇପାରିବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ:ବିଲ୍ଡିଂ ରିଜିଲିଆନ୍ସ’। ଆସନ୍ତା ୨୪ ତାରିଖରେ ଧରିତ୍ରୀର ୫୧ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଯୁବ ସମ୍ମିଳନୀର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହେବ। ଏହି ୟୁଥ୍‌ କନ୍‌କ୍ଲେଭ୍‌ରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ।

ଧରିତ୍ରୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୋଗଦେବେ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ‘ଲେଡି ଟାର୍ଜନ’ ଭାବେ ପରିଚିତ ମୟୂରଭଞ୍ଜ ଜିଲାର ଯମୁନା ଟୁଡୁ। ଯମୁନା ୫୦ ହେକ୍ଟର ଜଙ୍ଗଲ ଜମିକୁ ସୁରକ୍ଷିତ କରିପାରିଛନ୍ତି। ଏଥିସହ ୧୦ହଜାର ମହିଳାଙ୍କୁ ଏକାଠି କରି ବୃକ୍ଷ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରିପାରିଛନ୍ତି। ସେ ନିଜ ଗ୍ରାମର ମହିଳାମାନଙ୍କୁ ପରିବେଶ ସମ୍ବନ୍ଧୀୟ ଶିକ୍ଷା ମଧ୍ୟ ପ୍ରଦାନ କରିଛନ୍ତି। ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଦ୍ୟମ ଯୋଗୁ ୨୦୧୯ରେ ସେ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଛନ୍ତି। ଯମୁନାଙ୍କ ପରିବେଶ ସୁରକ୍ଷା ପ୍ରୀତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଲେଡି ଟାର୍ଜନ୍‌ ଆଖ୍ୟା ଦେଇଛନ୍ତି।
୧୯୮୦ ମସିହାରେ ମୟୂରଭଞ୍ଜ ଜିଲାରେ ଜନ୍ମିତ ଯମୁନା ଝାଡ଼ଖଣ୍ଡର ପୋଟ୍‌୍‌କା ଜଙ୍ଗଲ ସୁରକ୍ଷା ନେଇ ଅନେକ କାର୍ଯ୍ୟ କରିଛନ୍ତି। ମାଓବାଦୀ, ଜଙ୍ଗଲ ମାଫିଆଙ୍କ ଦ୍ୱାରା ବ୍ୟାପକ ଜଙ୍ଗଲ ନଷ୍ଟହେବା ଯମୁନାଙ୍କୁ ବହୁ କଷ୍ଟ ଦେଇଥିଲା। ସେ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ପ୍ରାରମ୍ଭିକ ସ୍ତରରେ ସେ ଗ୍ରାମର ମହିଳାମାନଙ୍କୁ ରୋଷେଇ ପାଇଁ ଜଙ୍ଗଲରୁ କାଠ କାଟିବାକୁ ବାରଣ କରିଥିଲେ। ଯଦି ଆମେ ଜାଳେଣି ପାଇଁ ଏପରି ଭାବେ ଗଛ କାଟି ଚାଲିବା, ତେବେ ଦିନ ଆସିବ ଜଙ୍ଗଲ ସମ୍ପୂର୍ଣ୍ଣ ସଫା ହୋଇଯିବ ବୋଲି ସେ ମହିଳାମାନଙ୍କୁ ବୁଝାଇଥିଲେ। ଯମୁନା କୁହନ୍ତି, ମହିଳାମାନଙ୍କୁ ବୁଝାଇବା ପାଇଁ ସେ ବହୁତ କଷ୍ଟ କରିଛନ୍ତି। କ୍ରମଶଃ ଗ୍ରାମାଞ୍ଚଳର ମହିଳାମାନେ ତାଙ୍କ କଥା ବୁଝି ଜାଳେଣି ପାଇଁ ଗଛ କାଟିବା ବନ୍ଦ କରିଦେଇଛନ୍ତି। ମାଓବାଦୀ ଏବଂ ମାଫିଆଙ୍କ ଭୟ ତାଙ୍କୁ ଅଟକାଇପାରି ନାହିଁ।

୧୯୯୮ରୁ ୨୦୦୫ ପର୍ଯ୍ୟନ୍ତ ଜଙ୍ଗଲରେ ଗଛ କଟା ବନ୍ଦ ପାଇଁ ସେ ସଚେତନତା ସୃଷ୍ଟି କରି ଏହାକୁ ସୁରକ୍ଷା ଦେଇପାରିଛନ୍ତି। ସେ ପ୍ରଥମେ ତାଙ୍କ ଗ୍ରାମର ମହିଳାମାନଙ୍କୁ ଜଙ୍ଗଲ ସୁରକ୍ଷା ପାଇଁ ସଚେତନ କରାଇବା ପରେ ଅନ୍ୟ ଗ୍ରାମର ମହିଳାମାନଙ୍କୁ ସଚେତନ କରାଇଥାନ୍ତି ବୋଲି କହନ୍ତି ଯମୁନା। ସେ ପରିବେଶ ସୁରକ୍ଷା ପାଇଁ ମହିଳାମାନଙ୍କୁ ଶିକ୍ଷାଦାନ କରିଛନ୍ତି। ସେ ପରିବେଶ ସଂରକ୍ଷଣ ପାଇଁ ନିରନ୍ତର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଇଆସିଛନ୍ତି। ବିଶ୍ୱ ସ୍ତରରେ ଦେଖିଲେ ଭାରତରେ ଅଧିକ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନୁଭୂତ ହେଉଛି। ତାପମାତ୍ରା ଅଧିକ ରହିବା ସହିତ ଅଂଶୁଘାତଜନିତ ମୃତ୍ୟୁ, ଖାଦ୍ୟ ଉତ୍ପାଦନ ହ୍ରାସ, ଅଧିକ ଦିନ ଧରି ଗ୍ରୀଷ୍ମ ପ୍ରବାହ, ଜଳ ବିବାଦ ଭଳି ସ୍ଥିତି ଉପୁଜୁଛି। ତେଣୁ ଏବେ ନିଷ୍ପତ୍ତି ନେବାର ସମୟ ଆସିଛି। ଏକ ସୁରକ୍ଷିତ ସବୁଜ ଦେଶ ଗଠନ କରିବା ନିମନ୍ତେ ସମସ୍ତେ ବଦ୍ଧପରିକର ହେବା ଆବଶ୍ୟକ ବୋଲି ଯମୁନା କୁହନ୍ତି।
ପ୍ରକୃତିକୁ ଭଲ ପାଉଥିବା ଯମୁନା ପ୍ରତ୍ୟେକ ବର୍ଷ ରାଖୀ ପୂର୍ଣ୍ଣମୀରେ ଗଛରେ ରାଖୀ ବାନ୍ଧିବା ପରିବେଶ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ସୂଚାଇଥାଏ। ଏହା ମାଧ୍ୟମରେ ସେ ସମାଜକୁ ପରିବେଶର ସୁରକ୍ଷା ବାର୍ତ୍ତା ମଧ୍ୟ ଦେଇ ଆସୁଛନ୍ତି। ଗଛ ପ୍ରତି ଥିବା ତାଙ୍କ ଅନାବିଳ ଭଲ ପାଇବା ଯୋଗୁ ସେ ଗ୍ରାମବାସୀଙ୍କୁ ସଚେତନ କରାଇବାରେ ସଫଳ ହେବା ସହ ବନ ସୁରକ୍ଷା ସମିତି ଗଠନ କରିପାରିଥିଲେ। ତାଙ୍କର ଏହି ପ୍ରଚେଷ୍ଟା ଅନେକ ହଜାର ଲୋକଙ୍କୁ ଏକାଠି କରିବା ସହ ବେଆଇନ ଭାବେ ଗଛ କଟାକୁ ରୋକିପାରିଛି। ଯମୁନାଙ୍କ ଏହି ମହତ୍‌ କାର୍ଯ୍ୟକୁ ସମ୍ମାନ ଜଣାଇ ତାଙ୍କୁ ୨୦୧୮ରେ ନୀତି ଆୟୋଗ ଦ୍ୱାରା ପ୍ରଦତ୍ତ ଓମ୍ୟାନ ଟ୍ରାନ୍ସଫରିଂ ଇଣ୍ଡିଆ(ଡବ୍ଲ୍ୟୁଟିଆଇ) ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri