Posted inଜାତୀୟ

ଦେଶରେ ଏହି ୩୧ ଜଣଙ୍କ ହେଲିକପ୍ଟର କେବେ ବି କରାଯାଏନି ଯାଞ୍ଚ, ନ ମାନିଲେ…

ନୂଆଦିଲ୍ଲୀ,୧୫।୧୧: ମହାରାଷ୍ଟ୍ର ନିର୍ବାଚନୀ ତାତି ମଧ୍ୟରେ ବିମାନ ଯାତ୍ରା ସମୟରେ କରାଯାଇଥିବା ଯାଞ୍ଚ ଏବେ ଜାତୀୟ ରାଜନୀତିରେ ଝଡ ସୃଷ୍ଟି କରିଛି। ନିକଟରେ ଯେତେବେଳେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ବିମାନକୁ ଦୁଇଥର ଯାଞ୍ଚ କରାଯାଇଥିଲା, ସେତେବେଳେ ସେ ନିଜର ଅସନ୍ତୋଷ ଝାଡିଥିଲେ। ମଙ୍ଗଳବାର ସୋଲାପୁରରେ ନିର୍ବାଚନ ଅଧିକାରୀମାନେ ଦିନେ ଦ୍ୱିତୀୟ ଥର ପାଇଁ ତାଙ୍କ ହେଲିକପ୍ଟରର ଯାଞ୍ଚ କରିିଥିଲେ। ବିମାନ ଯାଞ୍ଚ କରିବା ସହ ସେମାନେ ଉଦ୍ଧବଙ୍କ ବ୍ୟାଗ୍‌ ମଧ୍ୟ ଯାଞ୍ଚ କରିଥିଲେ। ଯାହାକୁ ନେଇ ଉଦ୍ଧବ ଖପ୍ପା ହୋଇ ଯାଇଥିଲେ। ଏନେଇ ପ୍ରତିକ୍ରିୟା ରଖି ଉଦ୍ଧବ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି, ଯେତେବେଳେ ସୋଲାପୁର ଯାଇଥିଲେ ତାଙ୍କ ହେଲିକପ୍ଟରର କାହିଁକି ଯାଞ୍ଚ ହେଲାନାହିଁିଁ? ଗତଥର ଯେତେବେଳେ ସେ ଓଡ଼ିଶା ଯାଥିଲେ। ସେତେବେଳ ତାଙ୍କ ବିମାନର ତଲାସି କରାଯାଇଥିଲା। ଯାହାପରେ ଜଣେ ବ୍ୟକ୍ତିଙ୍କୁ ନିଲମ୍ବିତ କରାଯାଇଥିଲା।

ତେବେ କେବଳ ଉଦ୍ଧବ ନୁହନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବ୍ୟାଗ୍‌ ମଧ୍ୟ ଥରେ ଯାଞ୍ଚ ହୋଇଛି। ଏହି ଯାଞ୍ଚ ରାଜନୀତିି ତାଲିକାରେ ଅଜିତ ପାୱାର ଏବଂ ରାମଦାସ ଅଠୱାଲେଙ୍କ ନାମ ମଧ୍ୟ ରହିଛି। ଏପରି ପରିସ୍ଥିତିରେ, ପ୍ରଶ୍ନ ଉଠୁଛି ଯେ, ପ୍ରୋଟୋକଲ ଅନୁଯାୟୀ କେଉଁ କେର୍ଉ ବ୍ୟକ୍ତିଙ୍କ ବିମାନ ଯାଞ୍ଚ କରାଯାଏ ନାହିଁ।

ବିମାନ ଯାତ୍ରା ସମୟରେ କେଉଁ ବ୍ୟକ୍ତି, ନେତା ଓ ଉଚ୍ଚ ପଦବୀରେ ଥିବା ବ୍ୟକ୍ତିଙ୍କ ଯାଞ୍ଚ କରାଯାଏ ନାହିଁ? ଏହି ପ୍ରଶ୍ନ ଲୋକ ସଭାରେ ମଧ୍ୟ ପଚରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହାର ଉତ୍ତର ମଧ୍ୟ ଦେଇଛି। ମନ୍ତ୍ରଣାଳୟ ଅନୁଯାୟୀ ଏହି ନିୟମ କହୁଛି ଯେ ବିମାନ ଯାତ୍ରା ପ୍ରୋଟୋକଲ ଅନୁଯାୟୀ ଦେଶର କିଛି ବ୍ୟକ୍ତିଙ୍କ ବିମାନ ଯାଞ୍ଚ କରଯାଏ ନାହିଁ।

ମନ୍ତ୍ରଣାଳୟ ଦ୍ୱାରା ୩୧ ଜଣଙ୍କୁ ଏକ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ପୂର୍ବତନ ରାଷ୍ଟ୍ରପତି, ପୂର୍ବତନ ଉପରାଷ୍ଟ୍ରପତି, ଭାରତର ପ୍ରଧାନ ବିଚାରପତି, ଲୋକ ସଭା ବାଚସ୍ପତି, କ୍ୟାବିନେଟ ସ୍ତରୀୟ କେନ୍ଦ୍ର ମନ୍ତ୍ରୀ, ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ଉପାଧ୍ୟକ୍ଷ, ଯୋଜନା ଆୟୋଗ, ଲୋକ ସଭା ଓ ରାଜ୍ୟ ସଭାର ବିରୋଧୀ, ଭାରତ ରତ୍ନରେ ଭୂଷିତ, ବିଦେଶର ରାଷ୍ଟ୍ରଦୂତ, ଉଚ୍ଚ ଆୟୁକ୍ତ ଏବଂ ତାଙ୍କ ଜୀବନ ସାଥୀ।

ଏହା ବ୍ୟତୀତ ହାଇକୋର୍ଟର ବିଚାରପତି, ମୁଖ୍ୟ ନିର୍ବାଚନ କମିଶନର, ଭାରତର ଅଡିଟର ଜେନେରାଲ, ରାଜ୍ୟ ସଭାର ଡେପୁଟି ସ୍ପିକର ଏବଂ ଲୋକ ସଭାର ଡେପୁଟି ସ୍ପିକର, କେନ୍ଦ୍ର ମନ୍ତ୍ରୀ ପରିଷଦର ରାଷ୍ଟ୍ର ମନ୍ତ୍ରୀ, ଆଟର୍ଣ୍ଣି ଜେନେରାଲ, କ୍ୟାବିନେଟ ସଚିବ, ୟୁନିଅନ ଟେରିଟୋରୀର ଲେଫ୍ଟନାଣ୍ଟ ଗଭର୍ନରସ ଇତ୍ୟାଦିଙ୍କ ଯାଞ୍ଚ କରାଯାଏ ନାହିଁ। ସେହିପରି ଏହି ତାଲିକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ସ୍ତ୍ରୀ-ସ୍ବାମୀ ମଧ୍ୟ ଅଛନ୍ତି।

ଦେଶରେ କେତେକ ମନୋନୀତ ବ୍ୟକ୍ତିଙ୍କ କାହିଁକି ଯାଞ୍ଚ କରାଯା ନାହିଁ, ଏହାର ତିନୋଟି ମୁଖ୍ୟ କାରଣ ରହିଛି। ପ୍ରଥମଟି ହେଉଛି ଦେଶର ସର୍ବୋଚ୍ଚ ପଦବୀରେ ଥିବା ଲୋକଙ୍କ ପାଇଁ ଏହି ପ୍ରୋଟୋକଲ ପ୍ରସ୍ତୁତ କରାଯାଇଛି। ଯାହାକୁ ମାନିବା ବାଧ୍ୟତାମୂଳକ ଅଟେ। ଦ୍ୱିତୀୟ କାରଣ ହେଉଛି ବିଦେଶୀ ଅତିଥି ଏବଂ ଉଚ୍ଚ ପଦବୀର ଲୋକଙ୍କୁ ଦିଆଯାଇଥିବା ସମ୍ମାନ। ତୃତୀୟ କାରଣ ହେଉଛି ସେମାନଙ୍କର ସୁରକ୍ଷା ଓ ନିରାପତ୍ତା, ଯାହାଫଳରେ ଏହି ବାହାନାରେ କୌଣସି ବ୍ୟକ୍ତି କିମ୍ବା ଶତ୍ରୁ ସେମାନଙ୍କ ନିକଟରେ ପହଞ୍ଚି ପାରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri