ଇସ୍ରାଏଲ ଉପରେ ରକେଟ୍ ମାଡ଼ କଲା ହେଜ୍‌ବୋଲ୍ଲା: ଏକାଧିକ ଆହତ, ଅନେକ ଗାଡି ନଷ୍ଟ

ନୂଆଦିଲ୍ଲୀ,୧୧।୧୧: ପୁଣି ଇସ୍ରାଏଲ ଉପରେ ରକେଟ୍ ମାଡ଼ କଲା ହେଜ୍‌ବୋଲ୍ଲା। ସୋମବାର ନର୍ଥନ ସିଟି ହାଇଫା ଆଡକୁ ୯୦ ରୁ ଅଧିକ ରକେଟ୍ ସହିତ ଇସ୍ରାଏଲ ଉପରେ ଏକ ନୂତନ ଷ୍ଟ୍ରାଇକ୍ କରିଛି ହେଜ୍‌ବୋଲ୍ଲା। ରିପୋର୍ଟ ଅନୁସାରେ ଏଥିରେ ପ୍ରାୟ ଚାରି ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି।

ପ୍ରାଥମିକ ସୂଚନା ଅନୁଯାୟୀ ଇସ୍ରାଏଲର ଡିଫେନ୍ସ ସିଷ୍ଟମ ଆଇରନ ଡୋମ୍ ଅନେକ ରକେଟକୁ ଅଟକାଇବାରେ ସଫଳ ହୋଇଥିଲା। କିନ୍ତୁ ଅନେକ ରକେଟ ହାଇଫା ଉପକୂଳ ଜନବସତି ଅଞ୍ଚଳରେ ପହଞ୍ଚିବାରେ ସକ୍ଷମ ହୋଇଥିଲା।

ଇସ୍ରାଏଲର ସେନା କହିଛି ଯେ, ଏହି ରକେଟ ଗୁଡିକ ଗାଲିଲେ ଅଞ୍ଚଳରେ ମାଡ଼ କରାଯଇଅଥିଲା। ସେଗୁଡିକ ମଧ୍ୟରୁ ଅନେକ ସେନାର ଡିଫେନ୍ସ ସିଷ୍ଟମ ଆକାଶରେ ଧ୍ୱଂସ କରିଦେଇଥିଲା, କିନ୍ତୁ କିଛି ରକେଟ କାର୍ମିଏଲ ଏବଂ ସ୍ଥାନୀୟ ଅଞ୍ଚଳରେ ପଡିଥିଲା।

ରକେଟ ପଡିବା ଏବଂ ଏହା ପରା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାର କିଛିକ୍ଷଣ ପରେ ଇସ୍ରାଏଲ ସେନା ଦାବିକରିଛି ଯେ, ଏକ ଡ୍ରୋନ୍ ଆକ୍ରମଣରେ ରକେଟ ମାଡ଼ ପାଇଁ ବ୍ୟବହାର ହୋଇଥିବା ଲଞ୍ଚରକୁ ଧ୍ବଂସ କରିଦିଆଯାଇଛି।

ତେବେ ଏହି ରକେଟ ମାଡ଼ ବହୁତ ବଡ ଅଟେ, କାରଣ ସେପ୍ଟେମ୍ବର ମାସରେ ପେଜର ଆକ୍ରମଣ ପଛରେ ହାତ ଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ୱୀକାର କରିବାର ଗୋଟିଏ ଦିନ ପରେ ଘଟିଛି। ଏହି ପେଜର ଆକ୍ରମଣରେ ଲେବନାନରେ ପ୍ରାୟ ୩୯ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ୩୦୦୦ ରୁ ଅଧିକ ଲୋକେ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Video: ଅନ୍ଧାଧୁନ କରିଚାଲିଥିଲେ ଗୁଳିମାଡ଼, ମାଡି ବସିଲେ ସାହାସୀ ଯୁବକ

ସିଡନୀ,୧୪।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବିଚ୍ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡ ଯୋଗୁ ଆତଙ୍କ ଖେଳିଯାଇଛି। ଦୁଇଜଣ ବନ୍ଧୁକଧାରୀଙ୍କ ଅନ୍ଧାଧୁନ ଗୁଳିମାଡ଼ ଭିତରେ ଜଣେ...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ଭାଜପାକୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି, ନୀତିନ ନବୀନଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ,୧୪।୧୨:  ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

ଇହୁଦୀ ପର୍ବ ପାଳନ ବେଳେ ବିଚରେ ଫାୟାରିଂ, ୧୦ ମୃତ

ନୂଆଦିଲ୍ଲୀ,୧୪।୧୨: ଆଜି ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚ୍‌ରେ ସ୍ପଷ୍ଟ ଦିବାଲୋକରେ ଗୁଳିମାଡ଼ ଘଟିଛି। ଦୁଇଜଣ ସଶସ୍ତ୍ର ଆକ୍ରମଣକାରୀ ସାଧାରଣ ଲୋକଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri