ଧାନକିଣା ବିଳମ୍ବିତ, ଚାଷୀ ଅସନ୍ତୋଷ

ବରଗଡ଼,୯।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚାଷୀମାନେ ଖରିଫ୍‌ ଧାନ ଅମଳ ଆରମ୍ଭ କରି ଦେଇଛନ୍ତି। ଜିଲାର ଉଭୟ ହୀରାକୁଦ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳରେ ଅମଳ ପ୍ରକ୍ରିୟା ଆଗେଇ ଚାଲିଛି। ଅନେକ ଚାଷୀ କ୍ଷେତରୁ ଧାନ ଫସଲ କାଟିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଜମିରେ ହାର୍ଭେଷ୍ଟର ମାଧ୍ୟମରେ ତ ଆଉ କେତେକ ଖଳାକୁ କଟାଧାନ ଆଣି ଅମଳ କରିଛନ୍ତି। ଏପରିକି ଅନେକ ଚାଷୀ ଅମଳ ଧାନକୁ ଖଳାରେ ଶୁଖାଇଥିବାବେଳେ ଆଉ କେତେକ ଶୁଖାଧାନକୁ ବିକ୍ରି ପାଇଁ ରଖିଛନ୍ତି। ମଣ୍ଡି ଖୋଲି ନ ଥିବା ଯୋଗୁ ସେମାନେ ଅମଳ ଧାନକୁ ବିକ୍ରି ପାଇଁ ମଣ୍ଡିକୁ ନେଇ ପାରିନାହାନ୍ତି। ଆସନ୍ତା ୨୦ତାରିଖରୁ ଜିଲାରେ ଧାନମଣ୍ଡି ଖୋଲିବାକୁ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ମଣ୍ଡି ଖୋଲିବାକୁ ଆହୁରି ୧୨ଦିନ ଥିବାବେଳେ ଏତେଦିନ ଧରି ଅମଳ ଧାନକୁ କିଭଳି ସୁରକ୍ଷିତ ରଖିବେ, ତାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ସେହିପରି ଧାନ ବିକ୍ରି କରିପାରି ନ ଥିବା ଯୋଗୁ ଅମଳ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ପାରିଶ୍ରମିକ ଦେବା ପାଇଁ ମଧ୍ୟ ହଟହଟାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଖରିଫ ଋତୁରେ ବରଗଡ଼ ଜିଲାର ଉଭୟ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ଧାନଚାଷ କରିଥାନ୍ତି। ଅଣଜଳସେଚିତ ଅଞ୍ଚଳର ଚାଷୀଙ୍କ ଫସଲ ସାଧାରଣତଃ ବର୍ଷା ଏବଂ ଉଠାଜଳସେଚନ ଉପରେ ନିର୍ଭର କରୁଥିବା ଯୋଗୁ ସମ୍ପୃକ୍ତ ଅଞ୍ଚଳର ଚାଷୀମାନେ ସ୍ବଳ୍ପ ମିଆଦୀ କିସମ ଧାନ ଚାଷ କରିଥାନ୍ତି। ଅନୁରୂପ ଭାବେ ଜଳସେଚିତ ଅଞ୍ଚଳର ଚାଷୀମାନେ ମଧ୍ୟ ଉଭୟ ସ୍ବଳ୍ପ ମିଆଦୀ ଏବଂ ଦୀର୍ଘ ମିଆଦୀ କିସମ ଧାନ ଚାଷ କରିଥାନ୍ତି। କେନାଲ ପାଣି ବନ୍ଦ ନେଇ ସୂଚନା ଦିଆଯାଇଥିବା ଯୋଗୁ ଜଳସେଚିତ ଅଞ୍ଚଳର ଅନେକ ଚାଷୀ ମଧ୍ୟ ଏଥର ସ୍ବଳ୍ପ ମିଆଦୀ କିସମ ଧାନ ଚାଷ କରିଥିଲେ। ଏହି କ୍ରମରେ ଜିଲାର ଉଭୟ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ଧାନ ଅମଳ କରିସାରିଥିବାବେଳେ ଅବଶିଷ୍ଟ ଚାଷୀଙ୍କ ଧାନ ଅମଳକ୍ଷମ ଅବସ୍ଥାରେ ରହିଛି। ଏହି ଦୃଷ୍ଟିରୁ ଏଥର ନଭେମ୍ବର ୧୦ତାରିଖ ସୁଦ୍ଧା ଜିଲାରେ ମଣ୍ଡି ଖୋଲି ଧାନକିଣା ଆରମ୍ଭ କରିବାକୁ ବିଭିନ୍ନ କୃଷକ ସଙ୍ଗଠନର ପ୍ରତିନିଧିମାନେ ଜିଲା ପ୍ରଶାସନ ସହିତ ସ୍ଥାନୟ ଜନ ପ୍ରତିନିଧିଙ୍କଠାରେ ଦାବି କରିଆସୁଥିଲେ। କିନ୍ତୁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିରେ ନଭେମ୍ବର ୧୦ ବଦଳରେ ୨୦ତାରିଖରେ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ଜାଣିବା ପରେ ଜିଲାର ଅନେକ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିଛି।
କଲାପାଣିର ଚାଷୀନେତା ସୁରେଶ ନେକାଣ୍ଟି କହିଛନ୍ତି, ସେ ୩ ଏକର ଜମିର ଧାନ ଅମଳ କରି ସାରିଛନ୍ତି। କିନ୍ତୁ ମଣ୍ଡି ଖୋଲିବା ବିଳମ୍ବ ହେଉଥିବା ଯୋଗୁ ତାଙ୍କ ଧାନ ବିକ୍ରି ମଧ୍ୟ ବିଳମ୍ବିତ ହେବ ବୋଲି ସେ କହିଛନ୍ତି। ଏଥର ନଭେମ୍ବର ୧୦ତାରିଖ ସୁଦ୍ଧା ମଣ୍ଡି ଖୋଲିବାକୁ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେତେବେଳେ ସେମାନେ ହଁ କହିଥିଲେ, କିନ୍ତୁ ମଣ୍ଡି ଖୋଲିବା ଦିବସକୁ ବିଳମ୍ବିତ କରାଗଲା। ଏହାଦ୍ୱାରା ଚାଷୀମାନେ କ୍ଷତିଗ୍ରସ୍ତ ହେବେ ଏବଂ ବେପାରୀମାନେ ଲାଭ ଉଠାଇବେ ବୋଲି ନେକାଣ୍ଟି କହିଛନ୍ତି। ସେହିପରି ଆଉ ଜଣେ ଚାଷୀନେତା ବରାହଗୋଡ଼ାର ଏକାଦଶିଆ ସାହୁ କହିଛନ୍ତି, ନୂଆ ସରକାରଙ୍କଠାରୁ ଚାଷୀମାନେ ବହୁତ କିଛି ଆଶା ରଖିଥିଲେ। କିନ୍ତୁ ଚାଷୀଙ୍କ ସେହି ଆଶାପୂରଣ ହେବ ବୋଲି ପରିଲକ୍ଷିତ ହେଉନାହିଁ। ନଭେମ୍ବର ୧୦ତାରିଖରୁ ମଣ୍ଡି ଖୋଲିବାକୁ ଆମେ ବିଧାୟକଙ୍କୁ କହିଥିଲୁ। କିନ୍ତୁ ତାହା ହେଲା ନାହିଁ। ଅନ୍ୟପଟେ ନୂଆ ସରକାର ଆସିବା ପରେ ଧାନ ସଂଗ୍ରହ କମିଟିରେ ପୂର୍ବରୁ ରହି ଆସିଥିବା ଚାଷୀ ପ୍ରତିନିଧିମାନଙ୍କୁ ମଧ୍ୟ ବାଦ୍‌ ଦିଆଯାଇଛି ଏବଂ ନୂତନ ଲୋକଙ୍କୁ ଚାଷୀ ପ୍ରତିନିଧି ଭାବେ ରଖାଯାଇଛି। ସେ ଯାହାହେଉ ଆଗରୁ ମଣ୍ଡି ଖୋଲି ନ ଥିଲେ ସୁଦ୍ଧା ଚାଷୀଙ୍କ ଧାନ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ମଣ୍ଡିରେ ଚାଷୀଙ୍କୁ ଜାଗା ଦିଆଯାଉଥିଲା। ଏଥର ମଧ୍ୟ ସେଭଳି ବ୍ୟବସ୍ଥା କରାଯାଉ। କଟ୍‌ନୀ ଛଟ୍‌ନୀ ହେବ ନାହିଁ ବୋଲି ନୂଆ ସରକାର ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଥିପାଇଁ ଧାନ ସଂଗ୍ରହ ସମୟରେ ମେଶିନ ବସିବ ବୋଲି ଶୁଣିବାକୁ ମିଳିଛି। ଯଦି କଟ୍‌ନୀ ଛଟ୍‌ନୀ ହେବ ଚାଷୀମାନେ ଦୃଢ଼ ବିରୋଧ କରିବେ ଏବଂ ସେଥିପାଇଁ ଯେଉଁ ପରିସ୍ଥିତି ଉପଜିବ ସରକାରୀ କଳ ଦାୟୀ ରହିବ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri