ଏଲ୍‌ଆଇସିର ତ୍ରୈମାସିକ ଫଳାଫଳ

ମୁମ୍ବାଇ,୯।୧୧: ଭାରତୀୟ ଜୀବନ ବୀମା ନିଗମ (ଲାଇଫ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି ଇଣ୍ଡିଆ) ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଏହି ବୈଠକରେ ନିଗମର ଆଗାମୀ କାର୍ଯ୍ୟକଳାପ ସାଙ୍ଗକୁ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଏବଂ ଅର୍ଦ୍ଧବାର୍ଷିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି।
ଉଲ୍ଲେଖଯୋଗ୍ୟ,୨୦୨୪ ସେପ୍ଟେମ୍ବର ୩୦ ଶେଷ ସୁଦ୍ଧା ଏବଂ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ ବା ଅର୍ଦ୍ଧବାର୍ଷିକ ମଧ୍ୟରେ ନିଗମର ଟିକସ ପରବର୍ତ୍ତୀ ଲାଭ (ପିଏଟି) ୧୮,୦୮୨ କୋଟି ରହିଛି। ଏପରିକି ଗତ ବର୍ଷର ଏହି ଅବଧି ତୁଳନାରେ ଚଳିତ ବର୍ଷର କାରବାର ୩.୫୧% ବୃଦ୍ଧି ଘଟିଥିଲାବେଳେ ୨୦୨୩ର ଏହି ସମୟରେ ନିଗମର ପିଏଟି ୧୭,୪୬୯ କୋଟି ଥିଲାବେଳେ ୨୦୨୪ର ଏହି ସମୟରେ ପିଏଟି ୧୮,୦୮୨ କୋଟିରେ ପହଞ୍ଚତ୍ଛି। ସେହିଭଳି ନିଗମର ମୋଟ କାରବାର ଏବଂ ବଜାର ଅଂଶ ଚଳିତ ଆର୍ଥିକ ବର୍ଷର ଅର୍ଦ୍ଧବାର୍ଷିକ ଶେଷ ସୁଦ୍ଧା ୬୧.୦୭% ରହିଥିଲାବେଳେ ଗତ ଆର୍ଥିକ ବର୍ଷର ଏହି ଅବଧି ମଧ୍ୟରେ ନିଗମର ମୋଟ କାରବାର ଏବଂ ବଜାର ଅଂଶ ୫୮.୫୦% ରହିଥିଲା। ସେହିପରି ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଶେଷ ସୁଦ୍ଧା ନିଗମର ବଜାର ଅଂଶ ପ୍ରତ୍ୟକ୍ଷ କାରବାର କ୍ଷେତ୍ରରେ ୩୯.୭୯% ଏବଂ ସମୂହ କାରବାର କ୍ଷେତ୍ରରେ ୭୪.୭୭% ବୃଦ୍ଧି ହାସଲ କରିଛି।
ଏ ସମ୍ପର୍କରେ ଏଲ୍‌ଆଇସିର ଏମ୍‌ଡି ତଥା ସିଇଓ ସିଦ୍ଧାର୍ଥ ମହାନ୍ତି କହିଥିଲେ, ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଏବଂ ଅର୍ଦ୍ଧବାର୍ଷିକ ଆର୍ଥିକ ଫଳାଫଳ ଘୋଷଣା କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ମୋଟ କାରବାର ଏବଂ ବଜାର ଅଂଶ ଚଳିତ ଆର୍ଥିକ ବର୍ଷର ଅର୍ଦ୍ଧବାର୍ଷିକ ଶେଷ ସୁଦ୍ଧା ୬୧.୦୭% ରହିଥିଲାବେଳେ ଗତ ଆର୍ଥିକ ବର୍ଷ ର ଏହି ଅବଧି ମଧ୍ୟରେ ନିଗମର ମୋଟ କାରବାର ଏବଂ ବଜାର ଅଂଶ ୫୮.୫୦% ରହିଥିଲା। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷରେ ନିଗମ ମୋଟ ୫୮.୮୭% କାରବାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ମୁନିରଙ୍କ ହାତରେ ନ୍ୟୁକ୍ଲିଅର ବଟନ୍‌

ଇସ୍‌ଲାମାବାଦ,୬ା୧୨: ପାକିସ୍ତାନ ରାଷ୍ଟ୍ରପତି ଆସିଫ୍‌ ଅଲୀ ଜର୍ଦ୍ଦାରୀଙ୍କ ଅଫିସିଆଲ୍‌ ‘X’ ହ୍ୟାଣ୍ଡେଲରୁ ଶୁକ୍ରବାର ଏକ ପୋଷ୍ଟ କରାଯାଇଛି। ବର୍ତ୍ତମାନ ସିଓଏଏସ୍‌ ଥିବା ଫିଲ୍ଡ ମାର୍ଶଲ ଆସିମ୍‌...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ଫିକା ପଡ଼ିଲା ଖ୍ରୀଷ୍ଟମାସ ସେଲିବ୍ରେଶନ, ୧୦ ମୃତ ୧୯ ଆହତ

ପ୍ୟାରିସ,୬।୧୨: ଫ୍ରାନ୍ସର ଗୁଆଡେଲୁପର ସେଣ୍ଟ-ଆନରେ ଏକ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଗାଡ଼ି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କୁ ଚାପି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri