ଏହି ଗାଁରେ ପହଞ୍ଚି ତାଜୁବ ହେଲେ ବ୍ଲକ ଅଧ୍ୟକ୍ଷ: ଶୁଣିଲେ ଅଭିଯୋଗ

ଦାରିଙ୍ଗବାଡି, ୨୪ା୧୦(ଅରୁଣ ସାହୁ )-ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲାର ଦାରିଙ୍ଗିବାଡି ବ୍ଲକରେ ଏପରି ଗ୍ରାମ ଅଛି ଯେଉଁଠି ଲୋକେ ଏଯାଏ ମୌଳିକ ସୁବିଧା ସୁଯୋଗ ପାଇନାହାନ୍ତି। ସେଠାରେ ପ୍ରଶାସନ ପହଞ୍ଚତ୍ପାରିନି। ଏହି ଗ୍ରାମଟି ହେଲା ଶିର୍‌କାବର୍ଗ ପଞ୍ଚାୟତର ସାତାରୀପାଙ୍ଗା ଗ୍ରାମ। ଗ୍ରାମରେ ବିଦ୍ୟୁତ, ପାନୀୟଜଳ, ଅଙ୍ଗନୱାଡି କେନ୍ଦ୍ର ବିଦ୍ୟାଳୟ ନାହିଁ। ପକ୍କା ରାସ୍ତା, ନଳକୂପ, କୂପ, ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ସୁବିଧାରୁ ଗ୍ରାମବାସୀ ବଞ୍ଚତ୍ତ ହୋଇ ରହିଛନ୍ତି। ୭ କି.ମି. ଲମ୍ବିଥିବା କେକେ ପାହାଡ ଚଢି ପାଦଚଲା ରାସ୍ତାରେ ଚାଲିଚାଲି ଯିବା ପରେ ପଡେ ଏହି ଆଦିବାସୀ ଅଧ୍ୟୁଷିତ ସାତାରୀପାଙ୍ଗା ଗ୍ରାମ। ଗ୍ରାମରେ ପାଖାପାଖି ୨୦ ପରିବାର ବସବାସ କରନ୍ତି। ଗ୍ରାମକୁ ସ୍ବାସ୍ଥ୍ୟସେବା ଅପହଞ୍ଚ ଯୋଗୁ ଗ୍ରାମବାସୀ ଗୁଣିଗାରେଡି ଉପରେ ଭରସା କରନ୍ତି। ଶିର୍‌କାବର୍ଗ ପଞ୍ଚାୟତର ପଡୋଶୀ ଦନେକବାଡି ଗ୍ରାମର କିଛି ଲୋକ ଏ ସମ୍ପର୍କରେ ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନଙ୍କୁ ଅବଗତ କରାଇଥିଲେ। ତେବେ ବାତ୍ୟା ‘ଦାନା’ଆସୁଥିବାରୁ ପାହାଡ଼ ଉପରେ କିଭଳି ଲୋକେ ସୁରକ୍ଷିତ ଅଛନ୍ତି ଓ ସେମାନଙ୍କ ଅଭିଯୋଗ ଶୁଣିବାକୁ ଅଧ୍ୟକ୍ଷ ପ୍ରଧାନ ସାତାରୀପାଙ୍ଗା ଗ୍ରାମକୁ ଗୁରୁବାର ଗସ୍ତ କରିଥିଲେ। ପାହାଡ ଚଢି ପାଦଚଲା ରାସ୍ତାରେ ୭ କି.ମି. ଚାଲିଚାଲି ଯାଇ ଗ୍ରାମରେ ପହଞ୍ଚତ୍ ଗ୍ରାମବାସୀଙ୍କୁ ଭେଟିଥିଲେ। ପାଦରେ ଚାଲି ଚାଲି ୭ କିଲୋମିଟର ପହଞ୍ଚିଲା ପରେ ସେଠାରେ ଯାହା ଦେଖିଲେ ବ୍ଲକ ଅଧ୍ୟକ୍ଷ ଚକିତ ହୋଇଯାଇଥିଲେ।ସେଠାରେ ସେମାନଙ୍କ ଅଭିଯୋଗ ଶୁଣିିଥିଲେ। ପ୍ରଥମେ ଏହି ଗ୍ରାମକୁ ରାସ୍ତା ସଂଯୋଗୀକରଣ କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ବିଦ୍ୟୁତ୍‌, ପିଇବାପାଣି, ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରିବାକୁ ସେ ଜିଲା ପ୍ରଶାସନକୁ ଜଣାଇ ପଦକ୍ଷେପ ନେବେ ବୋଲି ଲୋକଙ୍କୁ କହିଥିଲେ। ବ୍ଲକ ଅଧ୍ୟକ୍ଷଙ୍କ ସହ ଦାନେକବାଡି ଗ୍ରାମର ପ୍ରଦୀପ ବଳିୟାରସିଂ, ଦାସିଙ୍ଗବାଡିର ପୂର୍ବତନ ସମିତିସଭ୍ୟ ଧୀରେନ ପ୍ରଧାନ, ସୁଦର୍ଶନ ପ୍ରଧାନ, ବିକ୍ରମ ପ୍ରଧାନ, ଶିର୍‌କାବର୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୁନସ ପ୍ରଧାନ ଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri