ଏମିତି ଏକ ଗାଁ, ଯେଉଁଠି ଘର ଛାଡି ଆସିଥିବା ପ୍ରେମୀଯୁଗଳଙ୍କୁ ମିଳେ ଆଶ୍ରୟ, ଖାଇବା-ରହିବା ସବୁ ମାଗଣା

ସାରା ଦୁନିଆରେ ପ୍ରେମକୁ ନେଇ ପ୍ରତ୍ୟେକ ଭାଷା ଏବଂ ସାହିତ୍ୟରେ ଅନେକ ଲେଖା ରହିଛି। ଲୈଲା-ମଜନୁ ଏବଂ ରୋମିଓ-ଜୁଲିଏଟ ପରି ଅନେକ ନାମ ରହିଛି, ଯେଉଁମାନେ ପ୍ରେମର ନାମକୁ ଅମର କରିଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଭାରତର ଏପରି ଏକ ଗାଁ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ପ୍ରେମୀଯୁଗଳ ଘରୁ ପଳାୟନ କରି ଏହି ଗାଁରେ ଆଶ୍ରୟ ନିଅନ୍ତି। କହିରଖୁଛୁ କି, ଏହି ଗାଁର ଲୋକମାନେ ପ୍ରେମୀ ଯୁଗଳଙ୍କୁ ଆଶ୍ରୟ ଦିଅନ୍ତି।

ଭାରତରେ ପ୍ରେମ ବିବାହକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରାଯାଇ ନାହିଁ। କେବଳ ଏତିକି ନୁହେଁ, ଅନେକ ଲୋକ ଏହାକୁ ଖରାପ ଦୃଷ୍ଟିରେ ମଧ୍ୟ ନିଅନ୍ତି। ବିଶେଷକରି ଅନ୍ୟ ଧର୍ମର କିମ୍ବା ଅନ୍ୟ ଜାତିର ବ୍ୟକ୍ତିଙ୍କୁ ବିବାହ କଲେ ସେହି ସ୍ଥାନରେ ବିତର୍କ ଆରମ୍ଭ ହୋଇଯାଏ। ଏହିପରି ବିବାହ ବେଳେବେଳେ ସାମାଜିକ ପ୍ରତିବନ୍ଧକ ସାମ୍ନା କରିବାକୁ ପଡେ ।
କିନ୍ତୁ ପ୍ରେମ ବିବାହ ଦୁନିଆର ଅନେକ ଦେଶରେ ସାଧାରଣ ହୋଇଗଲାଣି । କିନ୍ତୁ ପ୍ରେମ ବିବାହ ଭାରତରେ ସମ୍ପୂର୍ଣ୍ଣ ରୂପେ ଗ୍ରହଣୀୟ ନୁହେଁ। ତେବେ ଭାରତର ବିଭିନ୍ନ ମହାନଗରରେ ପ୍ରେମ ବିବାହର ଧାରା ଆରମ୍ଭ ହୋଇ ସାରିଛି। କିନ୍ତୁ ବେଳେବେଳେ ଏପରି ମଧ୍ୟ ଘଟେ ଯେ ଯେତେବେଳେ ପରିବାର ସଦସ୍ୟ ରାଜି ହୁଅନ୍ତି ନାହିଁ, ସେତେବେଳେ ଯେଉଁମାନେ ପରସ୍ପରକୁ ଭଲ ପାଆନ୍ତି ସେମାନେ ଘରୁ ପଳାଇ ବିବାହ କରନ୍ତି। ଯେତେବେଳେ ସେମାନେ ଘରୁ ପଳାନ୍ତି, ସେତେବେଳେ ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନ ଖୋଜିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ପ୍ରେମୀମାନଙ୍କୁ ଆଶ୍ରୟ ଦିଆଯାଏ।

ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ପ୍ରେମୀ ଯୁଗଳଙ୍କୁ ଆଶ୍ରୟ ଦିଆଯାଏ। ଏହି ସ୍ଥାନ ହେଉଛି ହିମାଚଳ ପ୍ରଦେଶର କୁଲୁ ଜିଲାରେ ଅବସ୍ଥିତ ଶାଙ୍ଗଚୁଲ ମହାଦେବ ମନ୍ଦିର। ଦେଶର ବିଭିନ୍ନ ସ୍ଥାନରୁ ପ୍ରେମପକ୍ଷୀମାନେ ଏହି ମନ୍ଦିରକୁ ଆସନ୍ତି । ସେମାନଙ୍କୁ ଏଠାରେ ମୁଣ୍ଡ ଗୁୟ୍ଜିବା ପାଇଁ ଘର ଦିଆଯିବା ସହ ଖାଦ୍ୟପାନୀୟର ମଧ୍ୟ ବ୍ୟବସ୍ଥା କରାଯାଏ।

ଏହି ଗାଁର ଲୋକମାନେ ବିଶ୍ୱାସ କରନ୍ତି ଯେ, ଯଦି ସେମାନେ ପ୍ରେମୀ ଯୁଗଳଙ୍କୁ ଆଶ୍ରୟ ନ ଦିଅନ୍ତି, ତେବେ ଭଗବାନ ସେମାନଙ୍କ ଉପରେ ରାଗିଯିବେ। ବିଶ୍ୱାସ ଅନୁଯାୟୀ ପାଣ୍ଡବମାନେ ଏହି ଗାଁକୁ ଆଶ୍ରୟ ନେବାକୁ ଆସିଥିଲେ। ତା’ପରେ ଲୋକମାନେ ତାଙ୍କୁ ଏହି ମନ୍ଦିରରେ ଲୁଚାଇଲେ। ସେମାନଙ୍କୁ ଖୋଜି ଖୋଜି କୌରବମାଦେ ଯେତେବେଳେ ସେଠାରେ ପହଞ୍ଚିଲେ ଶାଙ୍ଗଚୁଲା ମହାଦେବ ପାଣ୍ଡବମାନଙ୍କୁ ରକ୍ଷା କରିଥିଲେ। ମହାଦେବ କହିଥିଲେ ଯେ, ଯିଏ ତାଙ୍କର ଶରଣକୁ ଆସେ, ସେ ତାଙ୍କୁ ସୁରକ୍ଷା ଦେବ।

ଏହି ବିଶ୍ୱାସ ଆଧାରରେ ଆଜି ମଧ୍ୟ ଏଠାରେ ଆଶ୍ରୟ ନେଉଥିବା ଲୋକମାନେ ସୁରକ୍ଷିତ ଅଛନ୍ତି। ଏହି ପରମ୍ପରା ଶତାବ୍ଦୀ ଧରି ଚାଲିଆସୁଛି। ପ୍ରତ୍ୟେକ ପ୍ରେମୀ ଯୁଗଳଙ୍କ ପାଇଁ ଏଠାରେ ଖାଦ୍ୟ ଏବଂ ରହିବା ବ୍ୟବସ୍ଥା କରାଯାଉଛି। କେବଳ ଏତିକି ନୁହେଁ, ଏହି ଗାଁରେ ପୋଲିସର ପ୍ରବେଶ ନିଷେଧ ରହିଛି। ଏତିସହ ଗାଁରେ କୌଣସି ଅସ୍ତ୍ରଶସ୍ତ୍ର ପରିବହନ ମଧ୍ୟ ନିଷେଧ।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri