ପୋଲିସକୁ ବଡ଼ ସଫଳତା: ୪୪୭୫ ବୋତଲ କଫ୍‌ ସିରପ୍‌ ଜବତ, ୧୭ ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ବରଗଡ଼ ସହର ଉପକଣ୍ଠ ପୁରୁଣା ରିଜର୍ଭ ସମ୍ମୁଖ ରାସ୍ତାରେ ଅତର୍କିତ ଚଢ଼ାଉ କରି ପୋଲିସ ୪୪୭୫ ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏହି ଘଟଣାରେ ପୋଲିସ ୧୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଟାଉନ ଥାନା ନଦୀପଡ଼ା(ଡାଙ୍ଗ)ର ନବୀନ ପୁରୀ(୨୩), ଅତାବିରା ଥାନା ସିଂହପାଲି ଗ୍ରାମର ମୋହନ ମେହେର(୫୫), ହଲଦୀଟିକ୍ରା ନିବାସୀ ବସୁଦେବ ନାଗ(୨୩), ପ୍ରଫୁଲ୍ଲ ରଣା(୨୮), ଝାରବନ୍ଧ ଥାନା ଡଭା ନିବାସୀ ଦେବେନ୍ଦ୍ର ସାହୁ(୪୨), ଝାରବନ୍ଧର ସୁଶିଲ ବନଛୋର(୩୦), ରାହୁଳ ବାଗ(୨୪), ସାନଦାଦର ନିବାସୀ କୋଶଲ ଚନ୍ଦ୍ର ସାହୁ(୨୮), ଅମ୍ବାଭୋନା ଥାନା ଭୁକ୍ତାର ରଣଜିତ ପାତିକାର(୩୨), ସୋହେଲା ଥାନା ଲୁହୁରାଚଟିର ଆକାଶ ମେହେର(୨୬), ଗ୍ରୀଞ୍ଜେଲ ନିବାସୀ ଯୋଗଦାନନ୍ଦ ପଧାନ(୩୫), ସୋହେଲାର ଜିତୁ ବାରିକ(୩୧), ଜଗଦଲପୁରର ଗୌରାଙ୍ଗ ମେହେର(୨୫), ପଦ୍ମପୁର ଥାନା ସିଂଘନପୁର ନିବାସୀ କିଶୋର ଶାହା(୩୭), କୁଡ଼ାସିଂହାର ପ୍ରଦୀପ ପୋଢ଼(୨୫), ଗାଇସିଲେଟର ରତ୍ନମଣି ନାଗ(୩୧) ଏବଂ ହାଡ଼ୁ ବେହେରା(୫୦)। ସେମାନଙ୍କ ପାଖରୁ ଏକ ବୋଲେରୋ ମାକ୍ସ(ନଂ-ଓଡ଼ି୩୧ଏମ୍‌ ୫୦୧୮), ଏକ ମାରୁତି ସୁଜୁକି ଆର୍ଟିଗା(ନଂ-ଓଡ଼ି୧୭ଏସ୍‌ ୧୩୫୯), ଏକ ହୋଣ୍ଡା ଡ୍ରିମ ମୋଟର ସାଇକେଲ(ନଂ-ଓଡ଼ି୩୧୨୪୩୩) ମଧ୍ୟ ଜବତ ହୋଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ବରଗଡ଼ ଟାଉନ ଥାନା ପୋଲିସ ଏକ ମାମଲା(ନଂ-୫୩୩/୨୪) ରୁଜୁ କରିଛି।

ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସପି ପି.ଏସ୍‌ ମୀନା ସୂଚନା ଦେଇ କହିଥିଲେ, କଫ ସିରପ ଚାଲାଣ ହେଉଥିବା ସୂଚନା ପାଇ ବରଗଡ଼ ଟାଉନ ଥାନା ପୋଲିସ ଚଢ଼ାଉ କରିଥିଲା। ଜବତ ବୋଲେରୋ ମାକ୍ସ ଏବଂ ମାରୁତି ସୁଜୁକି ଭ୍ୟାନରେ ୩୦ ପେଟିରେ ଭର୍ତ୍ତି ହୋଇଥିବା ଉପରୋକ୍ତ ପରିମାଣର କଫ ସିରପ ଜବତ କରିଥିଲା। ଏହା ସହିତ ଘଟଣାସ୍ଥଳରୁ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ଜେରା କରାଯିବା ପରେ ଅନ୍ୟ ଅଭିଯୁକ୍ତମାନେ ଧରାପଡ଼ିଥିଲେ। କୋଲକାତାରୁ ଏହା ବରଗଡ଼କୁ ଚାଲାଣ ହେଉଥିବା ନେଇ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ଏବଂ ଏହାର ଅଧିକ ତଦନ୍ତ ଚାଲିଥିବା ଏସପି କହିଛନ୍ତି। ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ।

ଗତ ବର୍ଷକ ମଧ୍ୟରେ ୮୦୬ କି.ଗ୍ରା ଗଞ୍ଜେଇ, ୧୮ ହଜାରରୁ ଊର୍ଦ୍ଧ୍ୱ କଫ୍‌ ସିରପ, ୫.୭ ଗ୍ରାମ ବ୍ରାଉନସୁଗାର, ୩୯୦୦ ନିଶା ଇଞ୍ଜେକ୍ସନ, ୧୨ ହଜାର ୫୦୦ ନିଶା ଟାବଲେଟ୍‌ ସମେତ ବିଭିନ୍ନ ନିଶା ସାମଗ୍ରୀ ଜବତ ହୋଇଛି ବୋଲି ଏସପି ମୀନା କହିଥିଲେ। ପୂର୍ବରୁ ମଧ୍ୟ କଟକ ଏବଂ କୋଲକାତାରୁ ବରଗଡ଼କୁ କଫ ସିରପ ଚାଲାଣ ହେଉଥିବା ଜଣାପଡ଼ିଥିଲା। ଏବେ ପୁଣି କୋଲକାତାରୁ ଏଠାକୁ କଫ ସିରପ ଚାଲାଣ ହେଉଥିବା ଜଣାପଡ଼ିବା ପରେ ଏହାର ଅଧିକ ତଦନ୍ତ ଚାଲିଛି ଏବଂ ଏଥିରେ ଯେଉଁମାନେ ସମ୍ପୃକ୍ତ ଥିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯାନୁଷ୍ଠାନ ନିଆଯିବ ବୋଲି ଏସପି ମୀନା କହିଥିଲେ। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସପି ତପନ କୁମାର ମହାନ୍ତି, ଟାଉନ ଥାନା ଆଇଆଇସି ସତ୍ୟଜିତ୍‌ କଣ୍ଡାନକେଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri