Posted inଖେଳ

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ ଓଡ଼ିଶା। ଯୋଧପୁରର ବର୍କତୁଲା ଖାଁ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଉଦ୍‌ଘାଟନୀ ମ୍ୟାଚରେ ଓଡ଼ିଶା ଦଳ ୨ ରନରେ ଡିଫେଣ୍ଡିଂ ଚାମ୍ପିୟନ ମଣିପାଲ ଟାଇଗର୍ସକୁ ପରାସ୍ତ କରିଛି। ଲୋ ସ୍କୋରିଂ ବିଶିଷ୍ଟ ମ୍ୟାଚରେ କୋଣାର୍କ ସୂର୍ଯ୍ୟସ ୨୦ ଓଭରରେ ୯ ଉଇକେଟ ହରାଇ ୧୦୪ ରନ କରିଥିଲା। ମାତ୍ର ଚମତ୍କାର ବୋଲିଂ ଓ ଫିଲ୍ଡିଂ କରି ଇରଫାନ ପଠାନଙ୍କ ଦଳ ମଣିପାଲ ଟାଇଗର୍ସ ସ୍କୋରକୁ ୨୦ ଓଭରରେ ୧୦୨/୮ରେ ସୀମିତ ରଖିଥିଲା। ଶେଷ ଓଭରରୁ ବିଜୟ ପାଇଁ ୧୩ ରନ ଆବଶ୍ୟକ ହେଉଥିବାବେଳେ ଇରଫାନ ୧୦ ରନଦେଇ ଗୋଟିଏ ଉଇକେଟ ନେଇଥିଲେ। ଶେଷ ଓଭରର ପ୍ରଥମ ବଲ୍‌ ୱାଇଡ୍‌ ଓ ପରବର୍ତ୍ତୀ ବଲ୍‌ ଛକା ହେବାରୁ ଚାପକୁ ଆସି ଯାଇଥିଲେ ଇରଫାନ। ମାତ୍ର ଧୈର୍ଯ୍ୟ ରଖି ସେ ପରବର୍ତ୍ତୀ ୫ଟି ବଲ୍‌ ଚମତ୍କାର ବୋଲିଂ କରି ମ୍ୟାଚ ଜିତାଇଥିଲେ। ଶେଷ ବଲ୍‌ରୁ ୩ ରନ ଆବଶ୍ୟକ ହେଉଥିବାବେଳେ ଓବୁସ ପିନାରଙ୍କବଡ ଶଟ୍‌କୁ ଅମ୍ବାତି ରାୟୁୁଡ଼ୁଙ୍କୁ କ୍ୟାଚ କରିବା ସହ ଓଡ଼ିଶା ଦଳର ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଥିଲା।
ଲୋ ସ୍କୋରିଂ ମ୍ୟାଚ ହୋଇଥିବାରୁ କୋଣାର୍କ ସୂର୍ଯ୍ୟସ ଦଳକୁ ଭଲ ଆରମ୍ଭ କରିବା ଆବଶ୍ୟକ ହେଉଥିଲା। ଚମତ୍କାର ଆରମ୍ଭ କରିଥିଲେ ଦଳର ତାରକା ବାମହାତୀ ସ୍ପିନର ଶାହାବାଜ ନଦୀମ। ସେ ଇନିଂସର ଦ୍ୱିତୀୟ ବଲ୍‌ରେ ରବିନ ଉଥପ୍ପାଙ୍କୁ ଆଉଟ କରି ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ। କେବଳ ସେତିକି ନୁହେଁ ଦ୍ୱିତୀୟ ଓଭରର ୩ୟ ବଲ୍‌ରେ ସୋଲୋମନ ମିର୍‌ଙ୍କୁ ବିନୟ କୁମାର ଏବଂ ତୃତୀୟ ଓଭରର ୫ମ ବଲ୍‌ରେ ମନୋଜ ତିୱାରୀଙ୍କୁ ଏଲବିଡବ୍ଲ୍ୟୁ କରି ବେନ୍‌ ଲାଫଲିନ୍‌ ବିପକ୍ଷ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ସୌରଭ ତିୱାରୀ କ୍ରିଜରେ କିଛି ସିମୟ ରହିଥିଲେ ହେଁ ୧୭ ବଲ୍‌ରୁ ୫ ରନ କରିଥିବାବେଳେ ଦିଲସାନ ମୁନାୱିରାଙ୍କ ବଲ୍‌ରେ ଇରଫାନ ପଠାନଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଫଳରେ ୭ ଓଭର ଶେଷ ବେଳକୁ ଦଳର ସ୍କୋର ୧୪/୪ ହୋଇ ଯାଇଥିଲା। ଆଞ୍ଜେଲୋ ପେରେରା ମଧ୍ୟ ସିଙ୍ଗଲ ଡିଜିଟରେ ଆଉଟ ହୋଇଥିଲେ। ସେ ୫ ରନକରିି ନିଜ ଦେଶର ମୁନାୱିରାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ୧୩ଶ ଓଭରରେ ଅସେଲା ଗୁଣରନେତ୍ଙ୍କ ଆଉଟ ସହ ମଣିପାଲ ଟାଇଗର୍ସର ବିଜୟ ସମ୍ଭାବନା ମଉଳି ଯାଇଥିଲା। ଗୁଣରନେତ୍ ୧୫ ରନକରି ନଦୀମଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ମାତ୍ର ଶେଷ ଭାଗରେ ଡାନିଏଲ ଖ୍ରିଷ୍ଟିଆନ ୩୦ ଓ ଓବୁସ ପିନାର ୨୪ ବଲ୍‌ରୁ ୩୪ ରନକରି ମ୍ୟାଚ ଛଡ଼ାଇନେବା ପରିସ୍ଥିତି ସୃଷ୍ଟି କରିଥିଲେ। ମାତ୍ର ଚାପ ସ୍ଥିତିରେ ଇରଫାନଙ୍କ ଅଭିଜ୍ଞତା କାମ ଦେଇଥିଲା ଏବଂ ବିଜୟୀ ହୋଇଥିଲା କୋଣାର୍କ ସୂର୍ଯ୍ୟସ ଓଡ଼ିଶା।
ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ମଣିପାଲ ଟାଇଗର୍ସି ଅଧିନାୟକ ହରଭଜନ ସିଂ। ଶେଲଡନ କଟ୍ରେଲଙ୍କ ପ୍ରଥମ ଓଭରରେ ୯ ରନ ନେଇ ଭଲ ଆରମ୍ଭ କରିଥିଲା କୋଣାର୍କ ସୂର୍ଯ୍ୟସ। ମାତ୍ର ପରବର୍ତ୍ତୀ ୩ ଓଭରରେ ୩ ଉଇକେଟ ହରାଇ ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା ଇରଫାନ ପଠାନଙ୍କ ନେତୃତ୍ୱାଧୀନ ଏହି ଦଳ। ଦ୍ୱିତୀୟ ଓଭରର ୪ର୍ଥ ବଲ୍‌ରେ ହରଭଜନଙ୍କ ହାତରେ କରାଇ ମଣିପାଲ ଟାଇଗର୍ସକୁ ପ୍ରଥମ ବ୍ରେକ୍‌ ଥ୍ରୁ ଦେଇଥିଲେ ଦ୍ରୁତ ବୋଲରୀ ଅନୁରୀତ ସିଂ। ରାୟୁଡ଼ୁ ୭ ବଲ୍‌ରୁ ୮ ରନ କରିଥିଲେ। ୍ଯଯାଚର ତୃତୀୟ ଏବଂ ନିଜର ତୃତୀୟ ଓଭରର ୩ୟ ବଲ୍‌ରେ ରିଚାର୍ଡ ଲେଭିଙ୍କୁ ସେହି ହରଭଜନଙ୍କ ହାତରେ କ୍ୟାଚ କରାଇ ପ୍ୟାଭିଲିୟନ ପଠାଇଥିଲେ କର୍ଟେଲ। କେବଳ ସେତିକି ନୁହେଁ ୪ର୍ଥ ଓଭରରେ ବୋଲିଂ ଭାର ପାଇଥିବା ରାହୁୂଲ ଶୁକ୍ଳା ୩ୟ ଓଭରରେ କେଭିନ ଓ’ବ୍ରାଏନଙ୍କୁ ଆଉଟ କରିଥିବାବେଳେ ୭ମ ଓଭରର ୪ର୍ଥ ବଲ୍‌ରେ ଦିଲସାନ ମୁନାବୀରାଙ୍କୁ ଆଉଟ କରି କୋଣାର୍କ ସୂର୍ଯ୍ୟସର ଟପ୍‌ ଅର୍ଡର ୍ଯଯାଟିିଂ ବିପଯର୍‌ୟୟ ଘଟାଇଥିଲେ ଓବୁସ ପିନାର। ଲେଭି ଓ ଓ’ବ୍ରାଏନ ୬ ରନ ଲେଖାଏ ଏବଂ ମୁନାୱିରା ୧୧ ରନ କରିଥିଲେ।
ଓଡ଼ିଶା ଦଳସହ ଇରଫାନ ପଠାନଙ୍କ ଆରମ୍ଭ ଭଲ ହୋଇଥିଲେ ମଧ୍ୟ ସେ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ଚତୁର୍ଥ ଉଇକେଟ ପତନ ପରେ ଇରଫାନ କ୍ରିଜକୁ ଆସିଥିରୁ ସେ ଦଳକୁ ସେ ଦଳକୁ ସଙ୍କଟରୁ ଉଦ୍ଧାର କରିବେ ବୋଲି ଆଶା କରାଯାଉଥିଲା। ମାତ୍ର ସେ ୨୩ ବଲ୍‌ରୁ ୨ ଚୌକା ସହାୟତାରେ ୧୮ ରନ କରିଥିବାବେଳେ ହରଭଜନଙ୍କୁ ଖେଳିବାରେ ତ୍ରୁଟି କରି କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ଫଳରେ କୋଣାର୍କ ସୂର୍ଯ୍ୟସ ସ୍କୋର ୫୪/୫ ହୋଇ ଯାଇଥିଲା। ଏତିକିରେ ଦଳ ଉପରୁ ବିପଦ ଟଳି ନ ଥିଲା। ଦଳର ସବୁଠାରୁ ବିସ୍ଫୋରକ ବ୍ୟାଟର ୟୁସୁଫ ପଠାନ ମାତ୍ର ୩ ରନକରି ଆଉଟ ହେବାରୁ ସୂର୍ଯ୍ୟସର ବଡ଼ ସ୍କୋର ଆଶା ଶେଷ ହୋଇ ଯାଇଥିଲା। ତେବେ ଶେଷ ଭାଗରେ ନଭିନ ଷ୍ଟିୱାର୍ଟଙ୍କ ୧୨ ବଲ୍‌ରୁ ୧୭ (୧ ଚୌକା, ୧ ଛକା) ଓ ବିନୟ କୁମାରଙ୍କ ୫ ବଲ୍‌ରୁ ଅପରାଜିତ ୧୧ (୧ ଚୌକା, ୧ ଛକା) ରନ ଯୋଗୁ ଓଡ଼ିଶା ଦଳ ରନ ସଂଖ୍ୟା ୧୦୦ ଅତିକ୍ରମ କରିଥିଲା। ରସ୍‌ ଟେଲର ଧିମା ବ୍ୟାଟିଂକରି ୨୮ ବଲ୍‌ରୁ ଯଦିଓ ମାତ୍ର ୧୪ ରନ କରିଥିଲେ ତେବେ ତାଙ୍କ ଉପସ୍ଥିତି ଯୋଗୁ ଦଳ ପୂରା ୨୦ ଓଭର ଖେଳିବାକୁ ସକ୍ଷମ ହୋଇଥିଲା। ୨୦ ଓଭରରେ ୯ ଉଇକେଟ ହରାଇ ୧୦୪ ରନ କରିଥିଲା କୋଣାର୍କ ସୂର୍ଯ୍ୟସ। ମଣିପାଲ ଟାଇଗର୍ସ ପକ୍ଷରୁ ଅନୁରୀତ ସିଂ ଓ ଓବୁସ ପିନାର ୨ଟି ଲେଖାଏ ଏବଂ ଶେଲଡନ କଟ୍ରେଲ, ରାହୁଲ ଶୁକ୍ଳା ଓ ହରଭଜନ ସିିଂ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଆର୍‌. ବିନୟ କୁମାରଙ୍କୁ ପ୍ଲେୟର୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
କୋଣାର୍କ ସୂର୍ଯ୍ୟସ ୨୦ ଓଭରରେ ୧୦୪/୯ (ଇରଫାନ ପଠାନ-୧୮, ନଭିନ ଷ୍ଟିୱାର୍ଟ-୧୭, ରସ୍‌ ଟେଲର-୧୪, ଅନୁରୀତ ସିଂ-୨/୨୬, ଓବୁସ ପିନାର-୨/୧୦, ଶେଲଡନ କଟ୍ରେଲ-୧/୨୬, ରାହୁଲ ଶୁକ୍ଳା-୧/୨୩, ହରଭଜନ ସିଂ-୧/୧୧)। ମଣିପାଲ ଟାଇଗର୍ସ ୨୦ ଓଭରରେ ୧୦୨/୮ (ଓବୁସ ପିନାର-୩୪, ଡାନିଏଲ ଖ୍ରିଷ୍ଟିଆନ-୩୦, ଅସେଲା ଗୁଣରନେତ୍-୧୫, ଶାହାବାଜ ନଦୀମ-୨/୨୫, ଦିଲସାନ ମୁନାୱିରା-୨/୧୧, ବିନୟ କୁମାର-୨/୨୧, ବେନ୍‌ ଲାଫଲିନ୍‌-୧/୧୭, ଇରଫାନ ପଠାନ-୧/୧୦)।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri