ଆଜିଠାରୁ ଭାରତ-ବାଂଲାଦେଶ ଟେଷ୍ଟ ସିରିଜ୍‌: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଚେନ୍ନାଇ, ୧୯।୯ (ପି.ଟି.):ଭାରତ ଓ ବାଂଲାଦେଶ ମଧ୍ୟରେ ୨ ଟେଷ୍ଟ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଗୁରୁବାର ଏଠାରେ ଆରମ୍ଭ ହେବ। ବାଂଲାଦେଶ ଏହା ପୂର୍ବରୁ ଶକ୍ତିଶାଳୀ ପାକିସ୍ତାନ ବିପକ୍ଷରେ ୨-୦ରେ ସିରିଜ ବିଜୟୀ ହୋଇ ମନୋବଳ ଦୃଢ଼ କରିଛି। ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ବାଂଲାଦେଶ ପାକିସ୍ତାନ ବିପକ୍ଷ ସିରିଜକୁ କ୍ଲିନ୍‌ ସୁଇପ୍‌ କରିଥିଲା। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଦୃଷ୍ଟିରୁ ଭାରତ ପାଇଁ ବାଂଲାଦେଶ ବିପକ୍ଷ ସିରିଜ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ସିରିଜରେ ମଧ୍ୟ ସ୍ପିନରମାନେ ମୁଖ୍ୟ ଭୂମିକା ନେବେ ବୋଲି ଆଶା କରାଯାଉଛି।

ଗତ ଏକ ଦଶନ୍ଧି ମଧ୍ୟରେ ଘରୋଇ ପରିବେଶରେ ଭାରତର ବିଜୟ-ପରାଜୟ ରେକର୍ଡ ୪୦-୪ ରହିଛି। ତାରକା ବ୍ୟାଟର ବିରାଟ କୋହଲିଙ୍କ ପରି ଖେଳାଳିଙ୍କ ଉପସ୍ଥିତି ଯୋଗୁ ଏହା ସମ୍ଭବ ହୋଇପାରିଛି। ୨୦୧୫ଠାରୁ କୋହଲି ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି। ପ୍ରାୟ ସବୁ ଦଳ ବିପକ୍ଷରେ ସେ ଭଲ ଖେଳି ଆସୁଛନ୍ତି। ମାତ୍ର ୨୦୨୧ଠାରୁ ସ୍ପିନ୍‌ ବୋଲିଂ ବିପକ୍ଷରେ ତାଙ୍କ ପ୍ରଦର୍ଶନ ସେତେ ଭଲ ରହିନାହିଁ। ୧୫ ଟେଷ୍ଟରେ ଆଭରେଜ ମାତ୍ର ୩୦ ରହିଛି। ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି। ବିଶେଷ କରି ୨୦୧୭ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଓପନରଭାବେ ପ୍ରମୋଶନ ପାଇବା ପରଠାରୁ ସ୍ପିନରଙ୍କ ବିପକ୍ଷରେ ତାଙ୍କ ଆଭରେଜ ୯୦ରୁ ଊର୍ଦ୍ଧ୍ୱ ରହିଛି। ମାତ୍ର ୨୦୨୧ଠାରୁ ଓଭରଅଲ୍‌ ତାଙ୍କର ପ୍ରଦର୍ଶନରେ ଅବନତି ଘଟିଛି। ୧୫ ମ୍ୟାଚରେ ତାଙ୍କ ଆଭରେଜ ୪୪ରେ ସୀମିତ ରହିଛି। ଅନ୍ୟତମ ନିର୍ଭରଯୋଗ୍ୟ ବ୍ୟାଟର ଲୋକେଶ ରାହୁଲ ମଧ୍ୟ ସ୍ପିନରଙ୍କ ବିପକ୍ଷରେ ଭଲ ଫର୍ମରେ ନାହାନ୍ତି। ଗତ ୩ ବର୍ଷ ମଧ୍ୟରେ ସେ ଘରୋଇ ପରିବେଶରେ ୫ଟି ଟେଷ୍ଟ ଖେଳିବାର ସୁଯୋଗ ପାଇଥିବାବେଳେ ଆଭରେଜ ମାତ୍ର ୨୩.୪୦ ରହିଛି। ତେଣୁ ସ୍ପିନରଙ୍କ ବିପକ୍ଷରେ ଭାରତୀୟ ବ୍ୟାଟରଙ୍କୁ ସତର୍କତାର ସହ ଖେଳିବାକୁ ପଡ଼ିବ।

 

ନିକଟରେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତୀୟ ବ୍ୟାଟରମାନେ ସ୍ପିନରଙ୍କୁ ଖେଳି ନ ପାରି ୦-୨ରେ ସିରିଜ ହାରିଥିଲେ। ଦଳରେ ଭଲ ଆଭରେଜ ରଖିଥିବା କେତେକ ଖେଳାଳି ମଧ୍ୟ ଅଛନ୍ତି। ରିଷଭ ପନ୍ତ ୫ ମ୍ୟାଚରେ ୭୦, ଶୁବମନ ଗିଲ୍‌ ୧୦ ମ୍ୟାଚରେ ୫୬ ଓ ଯଶସ୍ବୀ ଜୟସ୍ବାଲ ୫ ମ୍ୟାଚରେ ୧୧୫ ଆଭରେଜରେ ରନ ସଂଗ୍ରହ କରିଛନ୍ତି। ତେବେ ଜୟସ୍ବାଲ ଓ ଗିଲ୍‌ ଚଳିତ ବର୍ଷ ପ୍ରାରମ୍ଭରେ ଇଂଲଣ୍ଡ ବିପକ୍ଷ ସିରିଜରେ ହିଁ ଭଲ ପ୍ରଦର୍ଶନ କରିଥିଲେ। ମାତ୍ର ଥ୍ରୀ ଲାୟନ୍ସ ଟିମ୍‌ରେ ଅଭିଜ୍ଞ ସ୍ପିନର ନ ଥିଲେ। ସେହି ତୁଳନାରେ ଦେଖିବାକୁ ଗଲେ ବାଂଲାଦେଶ ଦଳରେ ଅନେକ ଦକ୍ଷ ସ୍ପିନର ବାମହାତୀ ଶକିବ ଅଲ୍‌ ହାସନ, ତାଜିଉଲ ଇସଲାମ ଓ ଅଫ୍‌ ସ୍ପିନର ମେହିଦି ହାସନ ମିରାଜ ଆଦି ରହିଛନ୍ତି। ଏମାନେ ସେମାନଙ୍କ ଦିନରେ ଯେ କୌଣସି ପ୍ରତିଦ୍ୱନ୍ଦ୍ୱୀଙ୍କୁ କ୍ଷତି ପହଞ୍ଚାଇବାକୁ ସକ୍ଷମ।

ଭାରତୀୟ ବୋଲିଂ ବିଭାଗରେ ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ, ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ନିଶ୍ଚିତ। ଏମାନେ ଯେ କୌଣସି ପରିବେଶରେ ପ୍ରଭାବୀ ପ୍ରଦର୍ଶନ କରିବାକୁ ସକ୍ଷମ। ଏମଏ ଚିଦାମ୍ବରମ ଷ୍ଟାଡିୟମ ପିଚ୍‌କୁ ନିରୀକ୍ଷଣ ପରେ ଭାରତ ଆଉ ଜଣେ ପେସର ଆକାଶ ଦୀପ୍‌ କିମ୍ବା ଯଶ ଦୟାଲଙ୍କୁ ଖେଳାଇପାରେ। ତୃତୀୟ ସ୍ପିନର ଭାବେ କୁଲଦୀପ ଯାଦବଙ୍କୁ ମଧ୍ୟ ସୁଯୋଗ ମିଳିପାରେ।

ଏହି ମ୍ୟାଚ୍‌ ଚେନ୍ନାଇର ଏମ୍‌ ଚିଦାମ୍ବର ଷ୍ଟାଡିୟମରେ ଖେଳାଯିବ। ସକାଳ ୯.୩୦ରେ ମ୍ୟାଚ୍‌ ଆରମ୍ଭ ହେବ ଏବଂ ଟସ୍‌ ୯ଟାରେ ପଡିବ। ମ୍ୟାଚ୍‌ର ସିଧାପ୍ରସାରଣ Sports18 and Colors Cineplex TVରେ ପ୍ରସାରିତ ହେବ। ଏହାସହ ଜିଓସିନେମା ଆପ୍‌ରେ ମଧ୍ୟ ମ୍ୟାଚ୍‌ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ସୂର୍ଯ୍ୟକୁମାରଙ୍କ ଉପରେ ୫୦୦ କୋଟିର ମାନହାନି ମାମଲା କରିବି’, ଅଭିନେତ୍ରୀଙ୍କ ବଡ଼ ଦାବି, କହିଲେ…

ନୂଆଦିଲ୍ଲୀ,୨୨।୧: ଭାରତର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଅଭିନେତ୍ରୀ ଖୁସି ମୁଖାର୍ଜୀଙ୍କ ମଧ୍ୟରେ ବିବାଦ ବଢ଼ିବା ପରି ମନେ ହେଉଛି। ଅଭିନେତ୍ରୀ ଏବେ ଦାବି...

ରାହୁଲ–ପ୍ରିୟଙ୍କା କଳିର ଶିକାର ମୁଁ: ହିମନ୍ତ ବିଶ୍ୱ ଶର୍ମା

ନୂଆଦିଲ୍ଲୀ,୨୨ା୧: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗାନ୍ଧୀ ପରିବାର ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ଗଣମାଧ୍ୟମ ସହ ଆଲୋଚନାରେ ସେ ରାହୁଲ ଗାନ୍ଧୀ ଓ...

ସ୍ତ୍ରୀ-ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ୨ ଭାଇ, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଦିଗପହଣ୍ଡି,୨୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଛଣମେରି ପଞ୍ଚାୟତ ପେଣ୍ଡୁରାଖାଳି ଗ୍ରାମର ସିମାଞ୍ଚଳ ଗୌଡ଼ ଏବଂ ତାଙ୍କ ସ୍ତ୍ରୀ ଗେଲି ଗୌଡ଼ଙ୍କୁ ଗାଁର...

ପ୍ରଦୂଷଣରେ ଅଣନିଃଶ୍ୱାସୀ ସହରବାସୀ, ରାସ୍ତା ମରାମତି ପାଇଁ କେସ୍‌ ଦାୟର କଲେ ଆଇନଜୀବୀ

କେନ୍ଦୁଝର,୨୨ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରର ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସର୍ବସାଧାରଣ ରାସ୍ତାଘାଟର ମରାମତି ପାଇଁ ଜିଲା ଓକିଲ ସଂଘର ସଦସ୍ୟ ବରିଷ୍ଠ ଆଇନଜୀବୀ ଦେବାଶିଷ ପତି...

ଝାଡ଼ଖଣ୍ଡରେ ଭୟଙ୍କର ଦୁର୍ଘଟଣା; ରେଲଓ୍ବେ କ୍ରସିଂରେ ଚାଉଳ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରେନ, ତାପରେ…

ନୂଆଦିଲ୍ଲୀ,୨୨ା୧: ଝାଡ଼ଖଣ୍ଡର ଜସିଡିହରେ ଏକ ଟ୍ରକକୁ ଧକ୍କା ଦେଲା ଟ୍ରେନ । ଏହି ଦୁର୍ଘଟଣାରେ ଟ୍ରକ୍ ଅନେକ ଗାଡ଼ିକୁ ଧକ୍କା ଦେଇଥିଲା । ସୌଭାଗ୍ୟବଶତଃ, କୌଣସି...

ଅଭିଯୋଗକୁ ଖୋଲା ଚ୍ୟାଲେଞ୍ଜ୍ କଲେ ଅରବିନ୍ଦ ମହାପାତ୍ର, ନବୀନ ବାବୁ….

ଭୁବନେଶ୍ୱର,୨୨ା୧: ବୁଧବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପରୋକ୍ଷରେ ଟାର୍ଗେଟ କରିବା ପରେ ଗୁରୁବାର ଖୋଲା ଚ୍ୟାଲେଞ୍ଜ କଲେ ଅରବିନ୍ଦ ମହାପାତ୍ର । ଭିନ୍ନ ଭିନ୍ନ...

ଟି୨୦ ବିଶ୍ୱକପ ବର୍ଜନ କଲା ବାଂଲାଦେଶ: ICCକୁ ଦାୟୀ କଲେ ସରକାର

ଢାକା,୨୨।୧: ବାଂଲାଦେଶ ଦଳ ଟି୨୦ ବିଶ୍ୱକପ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି। ବାଂଲାଦେଶ କ୍ରିକେଟ ଦଳ ଭାରତରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ଟି୨୦ ବିଶ୍ୱକପରେ...

ଫ୍ୟାଟି ଲିଭର ସମସ୍ୟାରେ ପୀଡ଼ିତ କି? ପିଅନ୍ତୁ ଏହି ଡ଼ାଲିର ପାଣି; ଶରୀରରୁ କୋଲେଷ୍ଟରଲ ସହ ଓଜନ…

ଆଜିକାଲି ସମୟରେ ବଦଳୁଥିବା ଦିନଚର୍ଯ୍ୟା, ଖାଦ୍ୟପେୟ ଏବଂ ଶାରୀରିକ ପରିଶ୍ରମର ଅଭାବକୁ ନେଇ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି, ଯେଉଁଥିରେ ଫ୍ୟାଟି ଲିଭର ଏବଂ ହୃଦୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri