Posted inଜାତୀୟ

ନବାନ୍ନ ଅଭିଯାନ ବେଳେ ସଂଘର୍ଷ

କୋଲ୍‌କାତା,୨୮ା୮: କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିକରି ମଙ୍ଗଳବାର ଅପରାହ୍ନରେ ବିକ୍ଷୋଭକାରୀମାନେ ରାଜ୍ୟ ସଚିବାଳୟ ‘ନବାନ୍ନ’ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ। ଛାତ୍ର ସଂଗଠନ ‘ପଶ୍ଚିମବଙ୍ଗ ଛାତ୍ର ସମାଜ’ ଏବଂ ଅସନ୍ତୁଷ୍ଟ ରାଜ୍ୟ ସରକାରୀ କର୍ମଚାରୀ ସଂଗଠନ ‘ସଂଗ୍ରାମୀ ଯୌଥ ମଞ୍ଚ’ ପକ୍ଷରୁ ନବାନ୍ନ ଅଭିଯାନ ବିଭିନ୍ନ ସ୍ଥାନରୁ ବାହାରିଥିଲାବେଳେ ଏହା ହିଂସାତ୍ମକ ସଂଘର୍ଷର ରୂପ ନେଇଛି। ହାଓଡ଼ା ମଇଦାନ ଅଞ୍ଚଳର ଜି.ଟି. ରୋଡ୍‌ଠାରେ ପୋଲିସ ବିକ୍ଷୋଭକାରୀଙ୍କୁ ଅଟକାଇବାରୁ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଛି। ବିକ୍ଷୋଭକାରୀ ବାରିକେଡ୍‌ ଭାଙ୍ଗି ଆଗକୁ ଯିବାକୁ ଉଦ୍ୟମ କଲାବେଳେ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ପାଣିମାଡ଼ ଓ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ଲାଠିଚାଳନା କରିଥିଲା। ବିକ୍ଷୋଭକାରୀମାନେ ମଧ୍ୟ ପୋଲିସ ଉପରକୁ ଟେକାମାଡ଼ କରିଥିଲେ। ଫଳରେ ଜି.ଟି. ରୋଡ୍‌ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ସଂଘର୍ଷରେ ହାଓଡ଼ା କମିଶନରେଟ୍‌ ପୋଲିସର ଚଣ୍ଡିତାଲା ଥାନା ଭାରପ୍ରାପ୍ତ ଅଧିକାରୀ ଆହତ ହୋଇଛନ୍ତି। ପୋଲିସ ଶତାଧିକ ବିକ୍ଷୋଭକାରୀଙ୍କୁ ଗିରଫ କରିଛି।
ହାଷ୍ଟିଙ୍ଗ୍‌ସ ଏବଂ ଏମ୍‌.ଜି. ରୋଡ୍‌ ଅଞ୍ଚଳରେ ମଧ୍ୟ ବିକ୍ଷୋଭକାରୀ ପୋଲିସ ଉପରକୁ ଟେକାମାଡ଼ କରିବାରୁ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଗୋଡ଼ାଇ ପିଟିଥିଲେ। ଆମେ ଆଇନ ଭାଙ୍ଗିନାହୁଁ। ମୃତା ଡାକ୍ତରଙ୍କ ପାଇଁ ନ୍ୟାୟ ଦାବିରେ ଶାନ୍ତିପୂର୍ଣ୍ଣ ରାଲି କରୁଥିବାବେଳେ ପୋଲିସ ଆମକୁ ମାଡ଼ ମାରିଛି। ମମତା ବାନାର୍ଜୀ ଏଥିପାଇଁ ନିଜକୁ ଦାୟୀ କରିବା ସହ ଇସ୍ତଫା ଦିଅନ୍ତୁ ବୋଲି ଜଣେ ମହିଳା ବିକ୍ଷୋଭକାରୀ କହିଛନ୍ତି। ଅନ୍ୟପକ୍ଷରେ ଆନ୍ଦୋଳନକାରୀ କେତେକ ସ୍ଥାନରେ ବାରିକେଡ୍‌ ଭାଙ୍ଗି ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିବାରୁ ଲାଠିଚାଳନା ଓ ଲୁହବୁହା ବାଷ୍ପ ପ୍ରୟୋଗ କରାଗଲା ବୋଲି ପୋଲିସ ସଫେଇ ଦେଇଛି। ଛାତ୍ରୀଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଭାଜପା ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରା ଦିଆଯାଇଛି। ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁରକ୍ଷା ଦେଉଥିବା ଅଭିଯୋଗକରି ଟ୍ରେନି ଡାକ୍ତର ବଳାତ୍କାର ଓ ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ପାଇଁ ଭାଜପା ତାଙ୍କ ଇସ୍ତଫା ଦାବି କରିଛି। ମମତାଙ୍କ ସମେତ ଅପରାଧରେ ଜଡ଼ିତ ଥିବା କୋଲକାତା ପୋଲିସ କମିଶନର ବିନୀତ ଗୋଏଲଙ୍କ ପଲିଗ୍ରାଫ ପରୀକ୍ଷା କରାଯାଉ ବୋଲି ଭାଜପା କହିଛି।
ପ୍ରଥମେ ହାଓଡ଼ା ବ୍ରିଜ୍‌ର କୋଲକାତା ପାର୍ଶ୍ୱ ଏବଂ କୋନା ଏକ୍ସପ୍ରେସ୍‌ଓ୍ବେର ସାନ୍ତ୍ରାଗାଛି ରେଳଷ୍ଟେଶନ ନିକଟରେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲାଠିଚାଳନା ସହ ପାଣିମାଡ଼ ଓ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ସାନ୍ତ୍ରାଗାଛିରେ ଆନ୍ଦୋଳନକାରୀଙ୍କ ଟେକାମାଡ଼ରେ ବହୁ ପୋଲିସ ଆହତ ହୋଇଥିବାବେଳେ ସେମାନଙ୍କ କାର୍ଯ୍ୟାନୁଷ୍ଠାନରେ ମଧ୍ୟ ଅନେକ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ନବାନ୍ନ ଅଭିଯାନ ପୂର୍ବରୁ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା। ଗିରଫ ବ୍ୟକ୍ତିମାନେ ହତ୍ୟା ଷଡ଼ଯନ୍ତ୍ର ଓ ହତ୍ୟା ଉଦ୍ୟମରେ ସମ୍ପୃକ୍ତ ବୋଲି ପୋଲିସ କହିଛି। ଅନ୍ୟପକ୍ଷରେ ଉକ୍ତ ୪ ଜଣ ଛାତ୍ର କର୍ମୀ ମଧ୍ୟରାତ୍ରରୁ ନିଖୋଜ ହୋଇଯାଇଥିବା ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଥିଲେ।
ରାଜ୍ୟ ସଚିବାଳୟକୁ ଯାଇଥିବା ରାସ୍ତାର ୨୦ରୁ ଊର୍ଦ୍ଧ୍ୱ ସ୍ଥାନରେ ପୋଲିସ ଲୁହା ଓ ଆଲୁମିନିୟମ ବାରିକେଡ୍‌ ଲଗାଇଥିଲା। ବିକ୍ଷୋଭକାରୀ ଏହା ଉପରେ ଯେପରି ଚଢ଼ି ନ ପାରିବେ, ସେଥିପାଇଁ ସେଥିରେ ତେଲ ଲଗାଯାଇଥିଲା। ସଚିବାଳୟ ରାସ୍ତାରେ ୬,୦୦୦ ପୋଲିସ ମୁତୟନ ହୋଇଥିଲେ। ବିଭିନ୍ନ ରାଜ୍ୟରୁ ଅତିରିକ୍ତ ପୋଲିସ ଫୋର୍ସ ମଗାଯିବା ସହ ରାପିଡ୍‌ ଆକ୍ସନ ଫୋର୍ସ, କୁଇକ୍‌ ଆକ୍ସନ ଟିମ୍‌ ଏବଂ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ମୁତୟନ ହୋଇଥିଲେ। ଆନ୍ଦୋଳନକାରୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନ ଏବଂ ରୋବୋକପ୍‌ ନିୟୋଜିତ ହେବା ସହ ବିକ୍ଷୋଭ ସ୍ଥଳରେ ଦଙ୍ଗା ନିରୋଧୀ ବଜ୍ରଯାନ ରଖାଯାଇଥିଲା। ଆନ୍ଦୋଳନକାରୀ ନବାନ୍ନ ଅଭିଯାନ ପାଇଁ ଅନୁମତି ଲୋଡ଼ି ନ ଥିବାରୁ ଏହି ବିକ୍ଷୋଭ ଶୋଭାଯାତ୍ରା ବେଆଇନ ଥିଲା ବୋଲି ପୋଲିସ କହିଛି।
ଆର୍‌.ଜି. କର ହସ୍ପିଟାଲର ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ପ୍ରଦାନ, ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଏବଂ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ପଶ୍ଚିମବଙ୍ଗ ଛାତ୍ର ସମାଜ ନବାନ୍ନ ଅଭିଯାନର ଡାକରା ଦେଇଥିଲା। ରବୀନ୍ଦ୍ର ଭାରତୀ ୟୁନିଭର୍ସିଟିର ଛାତ୍ରନେତା ପ୍ରବୀର ଦାସ, କଲ୍ୟାଣୀ ୟୁନିଭର୍ସିଟିର ଶୁଭଙ୍କର ହାଲ୍‌ଦାର ଏବଂ ରବୀନ୍ଦ୍ର ମୁକ୍ତ ବିଶ୍ୱବିଦ୍ୟାଳୟର ସାୟନ ଲାହିରି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଅନ୍ୟପକ୍ଷରେ ଆନ୍ଦୋଳନ ପଛରେ ଭାଜପା ରହିଥିବା ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଅଭିଯୋଗ କରିଛି। ଟିଏମ୍‌ସିର ଅଭିଯୋଗକୁ ଭାଜପା ଖଣ୍ଡନ କରିବା ସହ ଆନ୍ଦୋଳନକୁ ସମର୍ଥନ ଜଣାଇବ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri