ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ ସମୟରେ ଆମକୁ କେବଳ କିଛି ସମୟ ପାଇଁ କାହା ସହ ଚାଟିଂ କରିବାକୁ ପଡ଼େ କିମ୍ବା କିଛି ଡକ୍ୟୁମେଣ୍ଟ ପଠାଇବାକୁ ପଡ଼େ, ଯେଉଁଥିପାଇଁ ନମ୍ବର ସେଭ କରିବା ବିରକ୍ତିକର ମନେହୁଏ। ଏବେ ଏହାର ଏକ ସହଜ ସମାଧାନ ଆସିଛି। ଏଣିକି ଆପଣ କୌଣସି ଥାର୍ଡ ପାର୍ଟି ଆପ ବିନା ମଧ୍ୟ ଅଜଣା ନମ୍ବରରେ ମେସେଜ କରିପାରିବେ।

କୌଣସି ଆପ ବିନା କରନ୍ତୁ ଚାଟିଂ:
ଏହି ସୁବିଧା ପାଇଁ ଆପଣଙ୍କୁ ଅଲଗା କୌଣସି ଆପ୍‌ ଇନଷ୍ଟଲ କରିବାକୁ ପଡ଼ିବ ନାହିଁ। ମେଟା (Meta) ନିଜେ ହାଟ୍ସଆପ ୟୁଜର୍ସଙ୍କୁ ଏହି ଅପ୍ସନ ପ୍ରଦାନ କରୁଛି।

ନମ୍ବର ସେଭ ନକରି କିପରି କରିବେ WhatsApp ଚାଟିଂ?
ନିମ୍ନରେ ଦିଆଯାଇଥିବା ଷ୍ଟେପ୍ସ ଅନୁସରଣ କରନ୍ତୁ:

୧. ନିଜକୁ କରନ୍ତୁ ମେସେଜ: ସର୍ବପ୍ରଥମେ ଆପଣ ଯେଉଁ ନମ୍ବର ସହ ଚାଟ କରିବାକୁ ଚାହୁଁଛନ୍ତି, ସେହି ନମ୍ବରକୁ କପି କରନ୍ତୁ ଏବଂ ହାଟ୍ସଆପରେ ନିଜ ଚାଟ ବକ୍ସ (You) କିମ୍ବା କୌଣସି ବନ୍ଧୁଙ୍କ ଚାଟ ବକ୍ସରେ ପଠାଇ ଦିଅନ୍ତୁ।
୨. ଲିଙ୍କ ଉପରେ କ୍ଲିକ କରନ୍ତୁ: ମେସେଜ ସେଣ୍ଡ ହେବା ପରେ ନମ୍ବରଟି ନୀଳ ରଙ୍ଗ (Blue Link)ରେ ଦେଖାଯିବ। ସେହି ନମ୍ବର ଉପରେ ଟ୍ୟାପ କରନ୍ତୁ।
୩. ଅପ୍ସନ ବାଛନ୍ତୁ:ନମ୍ବର ଉପରେ କ୍ଲିକ କରିବା ମାତ୍ରେ ଆପଣଙ୍କୁ ’Message’, ’Audio’, ’Video’ ପରି କିଛି ଅପ୍ସନ ମିଳିବ।
୪. ଚାଟିଂ ଆରମ୍ଭ କରନ୍ତୁ: ଯଦି ଆପଣ ମେସେଜ କରିବାକୁ ଚାହୁଁଛନ୍ତି, ତେବେ ’Message’ ଉପରେ ଟ୍ୟାପ କରନ୍ତୁ। ଏହା ସହିତ ସେହି ବ୍ୟକ୍ତିଙ୍କ ଚାଟ ପେଜ ଓପନ ହୋଇଯିବ ଏବଂ ଆପଣ ସିଧାସଳଖ କଥା ହୋଇପାରିବେ।

ଏହି ଉପାୟରେ ଆପଣ କେବଳ ମେସେଜ ନୁହେଁ, ବରଂ ଭଏସ କଲ ଏବଂ ଭିଡିଓ କଲ ମଧ୍ୟ କରିପାରିବେ। ଯଦି ଆପଣ ହାଟ୍ସଆପ ପେମେଣ୍ଟ ବ୍ୟବହାର କରୁଛନ୍ତି, ତେବେ ପଇସା ମଧ୍ୟ ପଠାଇ ପାରିବେ।

ଅନ୍ୟ ଏକ ସହଜ ଉପାୟ: ୱେବ୍‌ ଲିଙ୍କ ମାଧ୍ୟମରେ
ଆପଣ ଚାହିଁଲେ ନିଜ ମୋବାଇଲ କିମ୍ବା ଲାପଟପ୍‌ ବ୍ରାଉଜରରେ ଏକ ଲିଙ୍କ ବ୍ୟବହାର କରି ମଧ୍ୟ ଚାଟିଂ କରିପାରିବେ।
-ବ୍ରାଉଜରରେ https://wa.me/୯୧XXXXXXXXXX ଟାଇପ କରନ୍ତୁ। (ଏଠାରେ ୯୧ ହେଉଛି ଭାରତର କୋଡ ଏବଂ X ଜାଗାରେ ମୋବାଇଲ ନମ୍ବର ଦିଅନ୍ତୁ)।
-ଏହାପରେ ’Continue to Chat’ ଉପରେ କ୍ଲିକ କରନ୍ତୁ। ଏହା ଆପଣଙ୍କୁ ସିଧା ହାଟ୍ସଆପ ଚାଟ୍‌ ବକ୍ସକୁ ନେଇଯିବ।

ଏଣିକି ଛୋଟ ଛୋଟ କାମ ପାଇଁ ଅଜଣା ଲୋକଙ୍କ ନମ୍ବର ଫୋନରେ ସେଭ କରି କଣ୍ଟାକ୍ଟ ଲିଷ୍ଟ ଭିଡ଼ କରିବାର ଆଉ ଆବଶ୍ୟକତା ନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକର ଫାଇନାଲ ମ୍ୟାଚ୍‌: ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଲା ଶ୍ରୀଲଙ୍କା

ଦୋହା,୨୯।୧୧: Asia Cup Rising Stars 2026 ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଅତ୍ୟନ୍ତ ରୋମାଞ୍ଚକପୂର୍ଣ୍ଣ ହୋଇଥିଲା। ଯେଉଁଥିରେ ଶ୍ରୀଲଙ୍କା ‘ଏ’ (Sri Lanka ’A’) ଦଳ ପାକିସ୍ତାନ…

ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ୧୩ ମୃତ, ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ରାଞ୍ଚି,୨୯ା୧୧: ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଦ୍ରୁତ ବେଗରେ ଆସୁଥିବା ଏକ ଏସ୍‌ୟୁଭି ଭାରୀ ଯାନକୁ ଧକ୍କା ଦେବାରୁ ୫ ପିଲା ଓ ୩ ମହିଳାଙ୍କ ସମେତ ୧୩…

ମହମ୍ମଦ ସିରାଜଙ୍କୁ ଅଣଦେଖା କରିବା ନେଇ ରାଗିଗଲେ ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ କହିଲେ….

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍‌ରେ ଯୁବ…

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଏକାଠି ବସି ମୋଦିଙ୍କ ବାର୍ତ୍ତା ଶୁଣିଲେ ଭାଜପା କାର୍ଯ୍ୟକର୍ତ୍ତା

ହାଟଡ଼ିହୀ/ଆନନ୍ଦପୁର/ଛେନାପଦୀ,୨୯।୧୧(ଶୁଭକାନ୍ତ ନାୟକ/ସୁଶାନ୍ତ ସାହୁ/ଶ୍ରୀଧର ମହାରଣା/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରବିବାର ବିଧାନସଭାସ୍ତରୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ହୋଟେଲରେ ଯୁବମୋର୍ଚ୍ଚା…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

ଭୂସ୍ଖଳନରେ ୧୩ ଜୀବନ ହାନି, ଦୁର୍ଦ୍ଦିନରେ ଥିବା ଗିଡ଼ିପାବାଲି ପରିବାରଙ୍କୁ ପୁଣି ସହାୟତାର ହାତ ବଢ଼ାଇଲେ ଅସୀମା

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ): ବାତ୍ୟା, ବର୍ଷାର ବିଭୀଷିକା ଥମିଯାଇଛି, ହେଲେ ଏହାର ଦୁଃଖଦ ଚିହ୍ନ ଏବେ ବି ଅନେକ ପରିବାରଙ୍କ ଜୀବନରେ ଲିଭିନାହିଁ। ଅନେକ ପରିବାର ସର୍ବସ୍ବ ହରାଇଥିବା…

କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ…

ଗୁଡ଼ାରି ଡାକ୍ତରଖାନାରେ ନାହିଁ ଏକ୍ସ-ରେ ସୁବିଧା, ୪୫ କିମି ଦୂର ଯାଉଛନ୍ତି ରୋଗୀ

ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?