ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩ ବର୍ଷର ନାବାଳିକାକୁ ଜଣେ ବ୍ୟକ୍ତି ବଳାତ୍କାର କରିବା ସହ ଗର୍ଭବତୀ କରିଥିବା ନେଇ ଥାନାରେ ଏକ ଗୁରୁତର ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଧାନବାଡ ଗ୍ରାମର ଇଣ୍ଡିଆ ପ୍ରଧାନ (୩୨)। ବିଶେଷ ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ପୂର୍ବରୁ ବିବାହିତ ଏବଂ ସେ ଦୁଇଟି ସନ୍ତାନର ବାପା ମଧ୍ୟ।

ନାବାଳିକା ଜଣକ ଗର୍ଭବତୀ ଥିବା ଜଣାପଡ଼ିବା ପରେ ପରିବାର ପକ୍ଷରୁ ମଙ୍ଗଳବାର ଦିନ ଜରଡ଼ା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପରିବାରର ଅଭିଯୋଗକୁ ଭିତ୍ତି କରି ପୋଲିସ ୧୧୧/୨୬ ନମ୍ବରରେ ଏକ ମାମଲା ରୁଜୁ କରିଛି। ପୋଲିସ ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ଇଣ୍ଡିଆ ପ୍ରଧାନକୁ କାବୁ କରିବା ସହ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି।

ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ନାବାଳିକା ସହ ଏଭଳି ବର୍ବରୋଚିତ କାଣ୍ଡ ଭିଆଇଥିବା ଅଭିଯୁକ୍ତ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ୱେଲିଂଟନରେ ଟିମ୍‌ଇଣ୍ଡିଆର ରେକର୍ଡ ବର୍ଷା: ରାହୁଲ ଏକାକୀ କଲେ ୬ ରେକର୍ଡ

ୱେଲିଂଟନ,୨୧।୧୧:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୱେଲିଂଟନ ଟେଷ୍ଟର ତୃତୀୟ ଦିନରେ ରେକର୍ଡର ବର୍ଷା ହୋଇଛି। ଗୋଟିଏ ପଟେ କେଏଲ ରାହୁଲ ଐତିହାସିକ ଶତକ ହାସଲ କରି…

ଆର୍‌ଆଇଙ୍କୁ ମରଣାନ୍ତକ ଆକ୍ରମଣ, ଜମିମାଫିଆଙ୍କୁ ନେଇ ବଢୁଛି ସନ୍ଦେହ

ରାଉରକେଲା,୨୧ା୧୧(ସଙ୍ଗୀତା ଜେନା): ସରକାରୀ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଜମି ମାଫିଆଙ୍କ ବେଆଇନ କାର୍ଯ୍ୟକଳାପକୁ ସହଯୋଗ ନ କରିବା ଏବଂ ସରକାରୀ ନିୟମ ଅନୁଯାୟୀ…

ମାତ୍ର ୨ ରନ ପାଇଁ ଶତକରୁ ବଞ୍ଚିତ ହେଲେ ଗିଲ: କିନ୍ତୁ ପ୍ରଥମ ଭାରତୀୟ ଭାବେ ହାସଲ କଲେ ଏମିତି କାରନାମା

ଓ୍ବେଲିଂଟନ,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଦମ୍‌ଦାର ବ୍ୟାଟିଂ କରିଛନ୍ତି ଭାରତୀୟ ଅଧିନାୟକ ଶୁବମନ ଗିଲ। ତେବେ ଶତକରୁ ମାତ୍ର ୨ ରନ ଦୂରରେ…

ଟ୍ରମ୍ପଙ୍କ ବଡ଼ ଚେତାବନୀ, ବିଦେଶରେ AI ଡାଟା ସେଣ୍ଟର ନିର୍ମାଣ କରୁଥିବା ଆମେରିକୀୟ କମ୍ପାନୀଗୁଡ଼ିକ ବିରୋଧରେ ନେବେ କଠୋର ପଦକ୍ଷେପ

ଓ୍ବାଶିଂଟନ,୨୧।୧୧: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ କୃତ୍ରିମ ବୁଦ୍ଧିମତ୍ତା (AI) କମ୍ପାନୀଗୁଡ଼ିକୁ ବିଦେଶରେ ଡାଟା ସେଣ୍ଟର ବିକାଶ କରିବାରୁ ରୋକିବା ଏବଂ ଆମେରିକା ଭିତରେ ନିବେଶକୁ…

୧୨ ବର୍ଷ ପରେ ନ୍ୟୁଜିଲାଣ୍ଡ ମାଟିରେ ଐତିହାସିକ ରେକର୍ଡ କଲେ ଶୁବମନ ଗିଲ

ଓ୍ବେଲିଂଟନ,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଦମ୍‌ଦାର ବ୍ୟାଟିଂ କରିଛନ୍ତି ଭାରତୀୟ ଅଧିନାୟକ ଶୁବମନ ଗିଲ। ଆକ୍ରମଣାତ୍ମକ ଅନ୍ଦାଜରେ ବ୍ୟାଟିଂ କରି ମାତ୍ର…

‘ମୋ ସ୍ତ୍ରୀ କାନ୍ଦୁଥିଲେ… ତା’ପରେ ମୋ ପାଖକୁ ଗୌତମ ଗମ୍ଭୀରଙ୍କ ଫୋନ ଆସିଲା…’ ଏମିତି କହି କାନ୍ଦି ପକାଇଲେ ସରଫରାଜ ଖାନ

ନୂଆଦିଲ୍ଲୀ,୨୧।୧୧: ସରଫରାଜ ଖାନ ବର୍ତ୍ତମାନ ଭାରତୀୟ ଦଳର ଅଂଶ ନୁହଁନ୍ତି। ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ଶୋ’ ‘ବୈଠ ଔର୍‌ ବୋଲ’ (Baith Aur Bol) ରେ,…

ଭାରତର ୪ ରାଫେଲ ଯୁଦ୍ଧବିମାନ ନିଖୋଜ: ରିପୋର୍ଟ

ନୂଆଦିଲ୍ଲୀ,୨୧ା୧୧: ଭାରତୀୟ ବାୟୁସେନାର ୩୬ ରାଫେଲ ଯୁଦ୍ଧବିମାନ ମଧ୍ୟରୁ ୪ଟି କମ୍‌ ରହିଥିବା ନେଇ ବ୍ରିଟିଶ୍‌ ବିମାନ ଚଳାଚଳ ସଂସ୍ଥାର ଏକ ପତ୍ରିକାରେ ରିପୋର୍ଟ କରାଯାଇଥିବାବେଳେ ବାୟୁସେନାର…

ସୁନା କିଣୁଥିଲେ ସାବଧାନ! ରେନିୟମ-ଇରିଡିୟମ ମିଶାଇ ବଢ଼ାଯାଉଛି ଗହଣାର ଓଜନ; ରିପୋର୍ଟ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୧୧: ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ସୁନାରେ ରେନିୟମ (Rhenium) ଏବଂ ଇରିଡିୟମ (Iridium) ଭଳି ଧାତୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?