Posted inଖେଳ

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା। ବୋଲିଂ ବିଭାଗର ପ୍ରଦର୍ଶନରେ ସୁଧାର ଦ୍ୱାରା ହିଁ ଦଳର ଭାଗ୍ୟ ପରିବର୍ତ୍ତନ ହୋଇପାରିବ। ସିଏସ୍‌କେ ଏପର୍ଯ୍ୟନ୍ତ ଖେଳିଥିବା ଦୁଇଟି ମ୍ୟାଚ୍‌ରେ ପରାଜିତ ହୋଇଛି।

ଏପର୍ଯ୍ୟନ୍ତ ଯାହା ଦେଖିଛୁ, ସିଏସ୍‌କେର ସବୁଠୁ ବଡ଼ ସମସ୍ୟା ହେଉଛି ସେମାନଙ୍କ ବୋଲିଂ। ଏହାର ଅର୍ଥ ବୋଲରଙ୍କୁ ସୁଯୋଗ ଦେବା ପାଇଁ ସେମାନଙ୍କୁ ନିୟମିତ ୨୨୫-୨୩୦ ରନ କରିବାକୁ ପଡ଼ିବ। ପ୍ରାୟତଃ ଦଳ ପାଖରେ ବ୍ୟାଟିଂ ଗଭୀରତା ରହିଛି। ଉଦାହରଣ ସ୍ୱରୂପ ପଞ୍ଜାବ କିଙ୍ଗ୍ସ ପାଇଁ ନଂ-୭ରେ ମାର୍କସ ଷ୍ଟୋଇନିସ ବ୍ୟାଟିଂ କରୁଛନ୍ତି। ଅନେକ ଦଳ ପାଖରେ ଗଭୀର ବ୍ୟାଟିଂ ଲାଇନଅପ୍‌ ଥିବାରୁ ଚେନ୍ନାଇକୁ ତା’ର ବୋଲିଂ ଅର୍ଡରରେ ସୁଧାର ଆଣିବାକୁ ପଡ଼ିବ“ ବୋଲି ଗାଭାସ୍କର ଷ୍ଟାର ସ୍ପୋଟର୍‌ସକୁ କହିଛନ୍ତି।

ଏହାବାଦ୍‌ ସେ ଆୟୁଷ ମାହାତ୍ରେଙ୍କ ସମ୍ପର୍କରେ ପ୍ରକାଶ କରିଛନ୍ତି, ମୋ ମତରେ ନଂ-୩ ମାହାତ୍ରେଙ୍କ ଲାଗି ଭଲ ପୋଜିଶନ। ସେ ୧୯ ବର୍ଷରୁ କମ୍‌ କ୍ରିକେଟରେ ଲୋୟର ଅର୍ଡରରେ ବ୍ୟାଟିଂ କରିଛନ୍ତି। କିନ୍ତୁ ତାଙ୍କୁ ନଂ-୩ ପୋଜିଶନ ସୁହାଇବ। ସେ ଗତ ମ୍ୟାଚ୍‌ରେ ପ୍ରଥମ ବଲରେ ଆଉଟ୍‌ ହୋଇଥିଲେ। କିନ୍ତୁ ଏଥିଯୋଗୁ ସେ ପ୍ରଭାବିତ ହୋଇ ନ ଥିଲେ। ଏହା ହିଁ ପରବର୍ତ୍ତୀ ପିଢ଼ିର ଚିନ୍ତାଧାରାର ସୌନ୍ଦର୍ଯ୍ୟ। ସେମାନେ ଅତୀତ କଥା ଅଧିକ ଚିନ୍ତା କରନ୍ତି ନାହିଁ ଏବଂ ବର୍ତ୍ତମାନ ଉପରେ ଧ୍ୟାନ ଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri