ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ ସବୁ ଶବ୍ଦ ରହିଛି ସେ ସବୁର ବ୍ୟବହାର ଶୈଳୀ ସ୍ଥଳ ବିଶେଷରେ ଅଲଗା ଅଲଗା ହୋଇଥିଲେ ବି ସମସ୍ତଙ୍କର ମର୍ମ ଏକ ଏବଂ ତାହା ହେଉଛି ଜୈବିକ ଜନ୍ମଦାତା। କିନ୍ତୁ ସନ୍ତାନଟିକୁ ଯିଏ ଲାଳନପାଳନ କରେ, ଯିଏ ପୋଷ୍ୟ ଭାବରେ ଗ୍ରହଣ କରେ, ଯିଏ ଧର୍ମକୁ ସାକ୍ଷୀ ରଖି ଗ୍ରହଣ କରେ, ଶ୍ୱଶୁର, ସାବତ ବାପା, ଆଇନ ଗତ ବାପା, ଜୀବନ ବଞ୍ଚାଇଥିବା ଲୋକ ଏ ସମସ୍ତଙ୍କୁ ପିତାର ମାନ୍ୟତା ଦିଆ ଯାଇଥାଏ। ଏହା ଛଡ଼ା ପିତାଙ୍କର ପିତାଙ୍କୁ ଜେଜେବାପା (ପିତାମହ), ବଡ଼ ଭାଇଙ୍କୁ ବଡ଼ବାପା, ସାନ ଭାଇଙ୍କୁ ସାନବାପା ଏବଂ ଉଭୟଙ୍କୁ ଖୁଲ୍ୟତାତ କୁହଯାଏ। ଅତଏବ ଉଲ୍ଲିଖିତ ପ୍ରତ୍ୟେକଟି ଶବ୍ଦ ମୁଖ୍ୟତଃ ପାରିବାରିକ ହୋଇଥିଲେ ବି ଏହାର ପରିସର ଏତେ ବ୍ୟାପକ ଯେ ପରିବାର ଭିତରେ ସୀମିତ ନ ହୋଇ ତାହା ଦେଶ କାଳ ପାତ୍ର ଭିତ୍ତିରେ ଏକାଧିକ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ ଯଥା ଜନ୍ମଦାତା, ବ୍ରତୋପନୟନକର୍ତ୍ତା, ବିଦ୍ୟାଦାତା, ଅନ୍ନଦାତା ଭୟତ୍ରାତା ଏମାନେ ସମସ୍ତେ ପିତୃ ପଦବାଚ୍ୟ-ଚାଣକ୍ୟ ନୀତି।
ଆଶ୍ଚର୍ଯ୍ୟ ହେବାକୁ ପଡ଼େ ଯେ ପାଶ୍ଚାତ୍ୟ ସଂସ୍କୃତିରେ ତତ୍ତୁଲ୍ୟ ଚିନ୍ତାଧାରା ଅନୁଭୂତ ହୁଏ। ଇଂଲିଶ ଭାଷାରେ ପିତାର ପ୍ରତିଶବ୍ଦ ‘ଫାଦର’ ଯାହାର ଅଭିଧାନିକ ଅର୍ଥ ‘ପ୍ରୋଜେନିଟର୍‌ ଅର୍‌ ଏ ମେଲ୍‌ ମେମ୍ବର୍‌ ହୁ କଜେସ ପ୍ରେଗ୍ନାନ୍ସି’। କିନ୍ତୁ ଶବ୍ଦ ପ୍ରକରଣରେ ‘FATHER’ ଶବ୍ଦରେ ବ୍ୟବହୃତ ପ୍ରତିଟି ବର୍ଣ୍ଣ ଗୋଟିଏ ଗୋଟିଏ ସତନ୍ତ୍ର ସଙ୍କେତର ବାର୍ତ୍ତାବହ ବୋଲି କେତେକ ବ୍ୟାଖ୍ୟାକାର ମତ ଦିଅନ୍ତି ଯଥା, ‘ଏଫ’(ଫ୍ରେଣ୍ଡ), ‘ଏ’ (ଆଡଭାଇଜର୍‌), ‘ଟି’(ଟିଚର୍‌), ‘ଏଚ’ (ହେଭେନ), ‘ଇ’(ଏକ୍‌ଜେମ୍ପ୍ଲାରି), ‘ଆର୍‌’(ରେସ୍କ୍ୟୁଅର୍‌) ଯାହାର ଅର୍ଥ ଯଥାକ୍ରମେ ବନ୍ଧୁ, ଉପଦେଷ୍ଟା, ଶିକ୍ଷକ, ସ୍ବର୍ଗ ବା ଈଶ୍ୱର, ଦୃଷ୍ଟାନ୍ତମୂଳକ ବା ଆଦର୍ଶ, ରକ୍ଷକ। ଆମ ସଂସ୍କୃତିରେ ପିତାଙ୍କୁ ଠିକ୍‌ ଏହି ସ୍ଥାନ ଦିଆ ଯାଇଛି ଯଥା ‘ବନ୍ଧୁ’, ‘ଉପଦେଷ୍ଟା ଓ ଶିକ୍ଷକ’, ‘ସ୍ବର୍ଗ ବା ଈଶ୍ୱର’, ‘ଦୃଷ୍ଟାନ୍ତମୂଳକ ବା ଆଦର୍ଶ , ‘ରକ୍ଷକ’। ସର୍ବୋପରି ପୃଥିବୀରେ ଈଶ୍ୱରଙ୍କୁ ତ ବିଶ୍ୱପିତା ବା ଜଗତ ପିତା କୁହାଯାଏ। ଏହା ବ୍ୟତୀତ ସଚରାଚର କୌଣସି ଆବିଷ୍କାରକ, ଉଦ୍ଭାବକ, ପ୍ରତିଷ୍ଠାତା, ନିର୍ମାତା, ମୁକ୍ତିଦାତା ଆଦିଙ୍କୁ ପିତାର ମାନ୍ୟତା ମିଳିଥାଏ ଯେପରି ଜାତିର ଜନକ, ଦେଶର ପିତା, ଆଧୁନିକ ବିଜ୍ଞାନର ଜନ୍ମଦାତା, (ପରାଧୀନତାରୁ) ମୁକ୍ତିଦାତା, କୌଣସି ଏକ ସଂସ୍ଥାର ପ୍ରତିଷ୍ଠାତା-ଜନକ (ଫାଉଣ୍ଡିଂ ଫାଦର୍‌),‘ଗଡ ଫାଦର୍‌’, ‘ଫୋଷ୍ଟର୍‌ ଫାଦର୍‌’ ଇତ୍ୟାଦି। ସେହିପରି ଧାର୍ମିକ ବା ଆଧ୍ୟାତ୍ମିକ କ୍ଷେତ୍ରରେ ପିତା ଶବ୍ଦର ପ୍ରଚଳନ ବହୁଳ ଭାବରେ ପରିଲକ୍ଷିତ ହୁଏ ଯଥା ପୋପ୍‌ ଓ ଚର୍ଚ୍ଚର ଚାପେଲଙ୍କୁ ଫାଦର୍‌, ମଠବାଡିର ମହନ୍ତ, ଆଖଡ଼ାର ଅଧ୍ୟକ୍ଷ, ମନ୍ଦିରର ପୂଜକ, ଯୋଗୀ, ସନ୍ନ୍ୟାସୀ, ବାବାଜି, ପ୍ରବଚକ,ବାବା, ପୁରୋହିତ, ପରିବ୍ରାଜକ ଏ ସମସ୍ତଙ୍କୁ ପିତା କିମ୍ବା ବାବା ସମ୍ବୋଧନ କରାଯାଏ। କୌଣସି ଅଞ୍ଚଳର ତ୍ୟାଗପୂତ ବ୍ୟକ୍ତିତ୍ୱ, ଭାଷାର ଜନ୍ମଦାତା ବା ପ୍ରଚାରକ, ଗଣ ସଂଗ୍ରାମର ଅଗ୍ରଦୂତ ଆଦିଙ୍କୁ ପିତା, ଅଭିଭାବକ, ମୁରବୀ ବୋଲି କୁହାଯାଇଥାଏ ଯେପରି ‘ଫାଦର୍‌ ଅଫ ଦି ସିଟି’, ‘ଗଡ଼ଜାତର ମୁରବୀ,‘ଭାଷାର ଜନ୍ମଦାତା’, ‘ଓଡ଼ିଆ ନାଟକର ଜନକ’, ଇତ୍ୟାଦି ଇତ୍ୟାଦି।
ଏବେ ବ୍ୟକ୍ତିଗତ ଜୀବନରେ ପିତୃ କିମ୍ବା ତତ୍ତୁଲ୍ୟ ଶବ୍ଦ କିପରି ଅପରିହାର୍ଯ୍ୟ ସେ ବିଷୟରେ ଆଲୋଚନା କରାଯାଉ। ସନ୍ତାନଟିର ମୌଳିକ ପରିଚୟ ତା’ର ପିତା ଏବଂ ପିତାଙ୍କର ସାଙ୍ଗ୍ୟା ସନ୍ତାନଟିର ଉତ୍ତରାଧିକାର। ପିତାଙ୍କ ପରିଚୟ ବିନା ସନ୍ତାନର ସ୍ଥିତି କିପରି ଦୟନୀୟ ମହାବୀର କର୍ଣ୍ଣ ତା’ର ସାକ୍ଷୀ। ଝିଅଟିର ବାପଘର ତା’ର ଗର୍ବ ଓ ଗୌରବର ପ୍ରତୀକ। ସେଥିପାଇଁ କୁହଯାଏ, ‘ପିତୃଦତ୍ତ କନ୍ୟା ଓ ରାଜଦତ୍ତ ବସୁମତୀ (ଭୂମି)କୁ କେହି ଅନ୍ୟଥା କରି ପାରେନାହିଁ ’। ଆମ ସମାଜରେ ବାପା ଶବ୍ଦକୁ ଆଧାର କରି ଅନେକ ଲଘୁ ତଥା କଟୁ ମନ୍ତବ୍ୟ ଯୁଗ ଯୁଗରୁ ଗଡି ଆସିଛି, ଯାହାର କେତୋଟି ଦୃଷ୍ଟାନ୍ତ ହେଲା, ବାପ ଅଜା ଅମଳରୁ, ବାପ ଅଜା ଚଉଦ ପୁରୁଷ, ତୋ ବାପା ଅଜା କ’ଣ ଥାତି ରଖିଛନ୍ତି, ବାପ ଅଜା ଅମଳର ସାଲିଆନା କିମ୍ବା ଖାନଦାନୀ, ତୋ ବୋପାର କ’ଣ ଗଲା, କୋଉ ବାପ ଆସି ପିଠିରେ ପଡିବ, ମୋ ବାପା କିଏ ଜାଣିଛୁ ଟି, ବାପର ପୁଅ ତ କରି ଦେଖା ଇତ୍ୟାଦି ଇତ୍ୟାଦି। ବିଶ୍ୱରେ ପିତାଙ୍କ ବିଷୟରେ ସଂଖ୍ୟାତୀତ କାହାଣୀ ରହିଛି। ପ୍ରାଚୀନ ଓଡ଼ିଆ ଗଳ୍ପ ସାହିତ୍ୟରେ ଚାଟଶାଳୀରେ ପଢୁଥିବା ପିତୃପରିଚୟହୀନ ଶିଶୁର ମନସ୍ତତ୍ତ୍ୱ ଉପରେ ଆଧାରିତ ସେହିଭଳି ଏକ ଲୋକପ୍ରିୟ ବଚନିକା ହେଲା, ”ଅଣ ବାପୁଆର ଖଡି ଗଡ଼ିଗଲା କିଏ ଆଣି ଦେବ “।
ଏହିପରି ଭାବରେ ବିଶ୍ୱରେ ପିତୃ ବା ତତ୍ତୁଲ୍ୟ ଶବ୍ଦ ଯୁଗ ଯୁଗ ଧରି କେବଳ ମର୍ଯ୍ୟାଦାର ନିଦର୍ଶନ ହୋଇ ରହିନାହିଁ ବରଂ ଅପରିହାର୍ଯ୍ୟତାର ସଙ୍କେତ ହୋଇ ରହି ଯାଇଅଛି। କିନ୍ତୁ ପରିତାପର ବିଷୟ ଏବେ ସମାଜରେ ପିତାଙ୍କୁ ଗୌଣ କରି ଦିଆଯାଉଛି ଏବଂ ସ୍ଥଳ ବିଶେଷରେ ଅଣଦେଖା, ଅବହେଳା ଓ ଅତ୍ୟାଚାର କରାଯାଉଛି। ସମସ୍ତେ ଦିନେ ନା ଦିନେ ପିତା ହୁଅନ୍ତି। ସନ୍ତାନଟିଏ ନିଜ ପିତାଙ୍କୁ ଯେଉଁଭଳି ସମ୍ମାନ ଦିଏ ସେହିଭଳି ସମ୍ମାନ ତା’ର ସନ୍ତାନ ଦିନେ ତାକୁ ଦିଏ। ଏତିକି ବୁଝି ପାରିଲେ ଆଜିକାଲି ସମାଜରେ ଘଟୁଥିବା ଅନେକ ଅଘଟଣ ଏଡ଼େଇ ହୁଅନ୍ତା।
ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଲାଗିଲା ଜୋରଦାର ଝଟକା! ପ୍ରଥମେ ଶୋଚନୀୟ ପରାଜୟ, ଆଉ ଏବେ… ରାସ୍ତାକୁ ଓହ୍ଲାଇବେ ଦିଦି!

କୋଲକାତା,୨୧।୫: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ଚିନ୍ତା ବୃଦ୍ଧି ପାଇଛି। ନିକଟରେ ରାଜ୍ୟ ବିଧାନସଭା ନିର୍ବାଚନରେ ଦମନମୂଳକ ପରାଜୟ ପରେ, ତାଙ୍କୁ…

ପରିବା ବିକାଳିଙ୍କ ଝିଅ ଯୁକ୍ତ ୨ ବିଜ୍ଞାନରେ ଟପ୍ପର: ଜିଲା ପାଇଁ ଆଣିଲେ ଗୌରବ

ମୋହନା,୨୧ା୫(ମନ୍ମଥ ମିଶ୍ର): ବାପା ଜଣେ ପରିବା ବ୍ୟବସାୟୀ, ହେଲେ ଝିଅ ଯୁକ୍ତ ଦୁଇ ବିଜ୍ଞାନରେ ୫୬୦ ନମ୍ବର ଆଣି ଜିଲା ପାଇଁ ଗୌରବ ଆଣିଛନ୍ତି। ଗଜପତି ଜିଲା…

ଏବେ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଦେବାକୁ ପଡିବ ଏତେ ଟଙ୍କା! ଜାରି ହେଲା ନୂଆ ଦାମ୍‌

ନୂଆଦିଲ୍‌ଲୀ,୨୧।୫: ପଶ୍ଚିମ ଏସିଆରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଯୋଗୁଁ, ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ…

ରାଗିଯାଇ ପଡ଼ିଆରେ ଏମିତି କାମ କଲେ ହାର୍ଦ୍ଦିକ ପାଣ୍ଡ୍ୟା: BCCI ଦେଲା ଦଣ୍ଡ

ନୂଆଦିଲ୍ଲୀ,୨୧।୫: ଖେଳାଳି ଏବଂ ଦଳ ଅଧିକାରୀମାନଙ୍କ ପାଇଁ ପ୍ରଯୁଜ୍ୟ ଆଇପିଏଲ ଆଚରଣ ସଂହିତା (ସ୍ତର ୧) ଉଲ୍ଲଂଘନ କରି ଫସିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା।…

୪୦ ବିଲିୟନ ଡଲାର ନିବେଶ, ପ୍ରଯୁକ୍ତିବିଦ୍ୟା… ପ୍ରଧାନମନ୍ତ୍ରୀ ମୋଦିଙ୍କ ୫ ଦେଶ ଗସ୍ତରୁ କ’ଣ ହେଲା ହାସଲ? ଜାଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ, ୨୧।୫: ଭାରତ କେବଳ ଏକ ବଜାର ନୁହେଁ ବରଂ ବିଶ୍ୱର ପ୍ରମୁଖ ଅର୍ଥନୀତି ମଧ୍ୟରେ ଏକ ବିଶ୍ୱସ୍ତ ଶକ୍ତି ଭାବରେ ଉଭା ହେଉଛି। ଏହି କାରଣରୁ…

୪ ଓଭରଲୋଡ଼ିଙ୍ଗି ଚିପ୍ସ ବୋଝେଇ ହାଇୱା ଜବତ, ୨ଲକ୍ଷ ୭୭ ହଜାର…

ପାଟଣା,୨୧।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପୋଲିସ ଓଭର ଲୋଡ ଥିବା ୪ଚିପ୍ସ ବୋଝେଇ ହାଇୱାକୁ ଗୁରୁବାର ପାଟଣା ବୈତରଣୀ ନଦୀ ବ୍ରିଜ ନିକଟରୁ ଜବତ…

ରାଜଧାନୀରେ ୨୪ଘଣ୍ଟାରେ ୫ଜଣଙ୍କୁ ହତ୍ୟା, ଘର ଭିତରେ ପଶି ମା’ପୁଅଙ୍କୁ ମାରିଦେଲେ

ନୂଆଦିଲ୍ଲୀ,୨୧।୫: ଜୀତାୟ ରାଜଧାନୀରେ ଅପରାଧ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇଛି । ଏବେ ଦିଲ୍ଲୀର…

ICC ବିଶ୍ୱକପରୁ ବାଦ ପଡ଼ିବେ ରୋହିତ ଶର୍ମା ! ସାମ୍‌ନାକୁ ଆସିଲା ବଡ଼ ଖବର, ଚିନ୍ତାରେ BCCI

ନୂଆଦିଲ୍ଲୀ,୨୧।୫: ICC ODI ବିଶ୍ୱକପରେ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଂଶଗ୍ରହଣକୁ ନେଇ ପ୍ରଶ୍ନ ଉଠିଛି। ଚୟନକର୍ତ୍ତାମାନେ ଆସନ୍ତା ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri