ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ ସବୁ ଶବ୍ଦ ରହିଛି ସେ ସବୁର ବ୍ୟବହାର ଶୈଳୀ ସ୍ଥଳ ବିଶେଷରେ ଅଲଗା ଅଲଗା ହୋଇଥିଲେ ବି ସମସ୍ତଙ୍କର ମର୍ମ ଏକ ଏବଂ ତାହା ହେଉଛି ଜୈବିକ ଜନ୍ମଦାତା। କିନ୍ତୁ ସନ୍ତାନଟିକୁ ଯିଏ ଲାଳନପାଳନ କରେ, ଯିଏ ପୋଷ୍ୟ ଭାବରେ ଗ୍ରହଣ କରେ, ଯିଏ ଧର୍ମକୁ ସାକ୍ଷୀ ରଖି ଗ୍ରହଣ କରେ, ଶ୍ୱଶୁର, ସାବତ ବାପା, ଆଇନ ଗତ ବାପା, ଜୀବନ ବଞ୍ଚାଇଥିବା ଲୋକ ଏ ସମସ୍ତଙ୍କୁ ପିତାର ମାନ୍ୟତା ଦିଆ ଯାଇଥାଏ। ଏହା ଛଡ଼ା ପିତାଙ୍କର ପିତାଙ୍କୁ ଜେଜେବାପା (ପିତାମହ), ବଡ଼ ଭାଇଙ୍କୁ ବଡ଼ବାପା, ସାନ ଭାଇଙ୍କୁ ସାନବାପା ଏବଂ ଉଭୟଙ୍କୁ ଖୁଲ୍ୟତାତ କୁହଯାଏ। ଅତଏବ ଉଲ୍ଲିଖିତ ପ୍ରତ୍ୟେକଟି ଶବ୍ଦ ମୁଖ୍ୟତଃ ପାରିବାରିକ ହୋଇଥିଲେ ବି ଏହାର ପରିସର ଏତେ ବ୍ୟାପକ ଯେ ପରିବାର ଭିତରେ ସୀମିତ ନ ହୋଇ ତାହା ଦେଶ କାଳ ପାତ୍ର ଭିତ୍ତିରେ ଏକାଧିକ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ ଯଥା ଜନ୍ମଦାତା, ବ୍ରତୋପନୟନକର୍ତ୍ତା, ବିଦ୍ୟାଦାତା, ଅନ୍ନଦାତା ଭୟତ୍ରାତା ଏମାନେ ସମସ୍ତେ ପିତୃ ପଦବାଚ୍ୟ-ଚାଣକ୍ୟ ନୀତି।
ଆଶ୍ଚର୍ଯ୍ୟ ହେବାକୁ ପଡ଼େ ଯେ ପାଶ୍ଚାତ୍ୟ ସଂସ୍କୃତିରେ ତତ୍ତୁଲ୍ୟ ଚିନ୍ତାଧାରା ଅନୁଭୂତ ହୁଏ। ଇଂଲିଶ ଭାଷାରେ ପିତାର ପ୍ରତିଶବ୍ଦ ‘ଫାଦର’ ଯାହାର ଅଭିଧାନିକ ଅର୍ଥ ‘ପ୍ରୋଜେନିଟର୍‌ ଅର୍‌ ଏ ମେଲ୍‌ ମେମ୍ବର୍‌ ହୁ କଜେସ ପ୍ରେଗ୍ନାନ୍ସି’। କିନ୍ତୁ ଶବ୍ଦ ପ୍ରକରଣରେ ‘FATHER’ ଶବ୍ଦରେ ବ୍ୟବହୃତ ପ୍ରତିଟି ବର୍ଣ୍ଣ ଗୋଟିଏ ଗୋଟିଏ ସତନ୍ତ୍ର ସଙ୍କେତର ବାର୍ତ୍ତାବହ ବୋଲି କେତେକ ବ୍ୟାଖ୍ୟାକାର ମତ ଦିଅନ୍ତି ଯଥା, ‘ଏଫ’(ଫ୍ରେଣ୍ଡ), ‘ଏ’ (ଆଡଭାଇଜର୍‌), ‘ଟି’(ଟିଚର୍‌), ‘ଏଚ’ (ହେଭେନ), ‘ଇ’(ଏକ୍‌ଜେମ୍ପ୍ଲାରି), ‘ଆର୍‌’(ରେସ୍କ୍ୟୁଅର୍‌) ଯାହାର ଅର୍ଥ ଯଥାକ୍ରମେ ବନ୍ଧୁ, ଉପଦେଷ୍ଟା, ଶିକ୍ଷକ, ସ୍ବର୍ଗ ବା ଈଶ୍ୱର, ଦୃଷ୍ଟାନ୍ତମୂଳକ ବା ଆଦର୍ଶ, ରକ୍ଷକ। ଆମ ସଂସ୍କୃତିରେ ପିତାଙ୍କୁ ଠିକ୍‌ ଏହି ସ୍ଥାନ ଦିଆ ଯାଇଛି ଯଥା ‘ବନ୍ଧୁ’, ‘ଉପଦେଷ୍ଟା ଓ ଶିକ୍ଷକ’, ‘ସ୍ବର୍ଗ ବା ଈଶ୍ୱର’, ‘ଦୃଷ୍ଟାନ୍ତମୂଳକ ବା ଆଦର୍ଶ , ‘ରକ୍ଷକ’। ସର୍ବୋପରି ପୃଥିବୀରେ ଈଶ୍ୱରଙ୍କୁ ତ ବିଶ୍ୱପିତା ବା ଜଗତ ପିତା କୁହାଯାଏ। ଏହା ବ୍ୟତୀତ ସଚରାଚର କୌଣସି ଆବିଷ୍କାରକ, ଉଦ୍ଭାବକ, ପ୍ରତିଷ୍ଠାତା, ନିର୍ମାତା, ମୁକ୍ତିଦାତା ଆଦିଙ୍କୁ ପିତାର ମାନ୍ୟତା ମିଳିଥାଏ ଯେପରି ଜାତିର ଜନକ, ଦେଶର ପିତା, ଆଧୁନିକ ବିଜ୍ଞାନର ଜନ୍ମଦାତା, (ପରାଧୀନତାରୁ) ମୁକ୍ତିଦାତା, କୌଣସି ଏକ ସଂସ୍ଥାର ପ୍ରତିଷ୍ଠାତା-ଜନକ (ଫାଉଣ୍ଡିଂ ଫାଦର୍‌),‘ଗଡ ଫାଦର୍‌’, ‘ଫୋଷ୍ଟର୍‌ ଫାଦର୍‌’ ଇତ୍ୟାଦି। ସେହିପରି ଧାର୍ମିକ ବା ଆଧ୍ୟାତ୍ମିକ କ୍ଷେତ୍ରରେ ପିତା ଶବ୍ଦର ପ୍ରଚଳନ ବହୁଳ ଭାବରେ ପରିଲକ୍ଷିତ ହୁଏ ଯଥା ପୋପ୍‌ ଓ ଚର୍ଚ୍ଚର ଚାପେଲଙ୍କୁ ଫାଦର୍‌, ମଠବାଡିର ମହନ୍ତ, ଆଖଡ଼ାର ଅଧ୍ୟକ୍ଷ, ମନ୍ଦିରର ପୂଜକ, ଯୋଗୀ, ସନ୍ନ୍ୟାସୀ, ବାବାଜି, ପ୍ରବଚକ,ବାବା, ପୁରୋହିତ, ପରିବ୍ରାଜକ ଏ ସମସ୍ତଙ୍କୁ ପିତା କିମ୍ବା ବାବା ସମ୍ବୋଧନ କରାଯାଏ। କୌଣସି ଅଞ୍ଚଳର ତ୍ୟାଗପୂତ ବ୍ୟକ୍ତିତ୍ୱ, ଭାଷାର ଜନ୍ମଦାତା ବା ପ୍ରଚାରକ, ଗଣ ସଂଗ୍ରାମର ଅଗ୍ରଦୂତ ଆଦିଙ୍କୁ ପିତା, ଅଭିଭାବକ, ମୁରବୀ ବୋଲି କୁହାଯାଇଥାଏ ଯେପରି ‘ଫାଦର୍‌ ଅଫ ଦି ସିଟି’, ‘ଗଡ଼ଜାତର ମୁରବୀ,‘ଭାଷାର ଜନ୍ମଦାତା’, ‘ଓଡ଼ିଆ ନାଟକର ଜନକ’, ଇତ୍ୟାଦି ଇତ୍ୟାଦି।
ଏବେ ବ୍ୟକ୍ତିଗତ ଜୀବନରେ ପିତୃ କିମ୍ବା ତତ୍ତୁଲ୍ୟ ଶବ୍ଦ କିପରି ଅପରିହାର୍ଯ୍ୟ ସେ ବିଷୟରେ ଆଲୋଚନା କରାଯାଉ। ସନ୍ତାନଟିର ମୌଳିକ ପରିଚୟ ତା’ର ପିତା ଏବଂ ପିତାଙ୍କର ସାଙ୍ଗ୍ୟା ସନ୍ତାନଟିର ଉତ୍ତରାଧିକାର। ପିତାଙ୍କ ପରିଚୟ ବିନା ସନ୍ତାନର ସ୍ଥିତି କିପରି ଦୟନୀୟ ମହାବୀର କର୍ଣ୍ଣ ତା’ର ସାକ୍ଷୀ। ଝିଅଟିର ବାପଘର ତା’ର ଗର୍ବ ଓ ଗୌରବର ପ୍ରତୀକ। ସେଥିପାଇଁ କୁହଯାଏ, ‘ପିତୃଦତ୍ତ କନ୍ୟା ଓ ରାଜଦତ୍ତ ବସୁମତୀ (ଭୂମି)କୁ କେହି ଅନ୍ୟଥା କରି ପାରେନାହିଁ ’। ଆମ ସମାଜରେ ବାପା ଶବ୍ଦକୁ ଆଧାର କରି ଅନେକ ଲଘୁ ତଥା କଟୁ ମନ୍ତବ୍ୟ ଯୁଗ ଯୁଗରୁ ଗଡି ଆସିଛି, ଯାହାର କେତୋଟି ଦୃଷ୍ଟାନ୍ତ ହେଲା, ବାପ ଅଜା ଅମଳରୁ, ବାପ ଅଜା ଚଉଦ ପୁରୁଷ, ତୋ ବାପା ଅଜା କ’ଣ ଥାତି ରଖିଛନ୍ତି, ବାପ ଅଜା ଅମଳର ସାଲିଆନା କିମ୍ବା ଖାନଦାନୀ, ତୋ ବୋପାର କ’ଣ ଗଲା, କୋଉ ବାପ ଆସି ପିଠିରେ ପଡିବ, ମୋ ବାପା କିଏ ଜାଣିଛୁ ଟି, ବାପର ପୁଅ ତ କରି ଦେଖା ଇତ୍ୟାଦି ଇତ୍ୟାଦି। ବିଶ୍ୱରେ ପିତାଙ୍କ ବିଷୟରେ ସଂଖ୍ୟାତୀତ କାହାଣୀ ରହିଛି। ପ୍ରାଚୀନ ଓଡ଼ିଆ ଗଳ୍ପ ସାହିତ୍ୟରେ ଚାଟଶାଳୀରେ ପଢୁଥିବା ପିତୃପରିଚୟହୀନ ଶିଶୁର ମନସ୍ତତ୍ତ୍ୱ ଉପରେ ଆଧାରିତ ସେହିଭଳି ଏକ ଲୋକପ୍ରିୟ ବଚନିକା ହେଲା, ”ଅଣ ବାପୁଆର ଖଡି ଗଡ଼ିଗଲା କିଏ ଆଣି ଦେବ “।
ଏହିପରି ଭାବରେ ବିଶ୍ୱରେ ପିତୃ ବା ତତ୍ତୁଲ୍ୟ ଶବ୍ଦ ଯୁଗ ଯୁଗ ଧରି କେବଳ ମର୍ଯ୍ୟାଦାର ନିଦର୍ଶନ ହୋଇ ରହିନାହିଁ ବରଂ ଅପରିହାର୍ଯ୍ୟତାର ସଙ୍କେତ ହୋଇ ରହି ଯାଇଅଛି। କିନ୍ତୁ ପରିତାପର ବିଷୟ ଏବେ ସମାଜରେ ପିତାଙ୍କୁ ଗୌଣ କରି ଦିଆଯାଉଛି ଏବଂ ସ୍ଥଳ ବିଶେଷରେ ଅଣଦେଖା, ଅବହେଳା ଓ ଅତ୍ୟାଚାର କରାଯାଉଛି। ସମସ୍ତେ ଦିନେ ନା ଦିନେ ପିତା ହୁଅନ୍ତି। ସନ୍ତାନଟିଏ ନିଜ ପିତାଙ୍କୁ ଯେଉଁଭଳି ସମ୍ମାନ ଦିଏ ସେହିଭଳି ସମ୍ମାନ ତା’ର ସନ୍ତାନ ଦିନେ ତାକୁ ଦିଏ। ଏତିକି ବୁଝି ପାରିଲେ ଆଜିକାଲି ସମାଜରେ ଘଟୁଥିବା ଅନେକ ଅଘଟଣ ଏଡ଼େଇ ହୁଅନ୍ତା।
ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

ସିରିଜ ବିସ୍ଫୋରଣରେ ଥରି ଉଠିଲା ସିରିଆ; ଡାମାସ୍କସରେ ମାକ୍ରନଙ୍କ ହୋଟେଲ ନିକଟରେ ମଧ୍ୟ ବଡ଼ ବିସ୍ଫୋରଣ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି

ଡାମାସ୍କସ,୭।୭: ମଙ୍ଗଳବାର ସିରିଆର ରାଜଧାନୀ ଡାମାସ୍କସରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ବର୍ତ୍ତମାନ ସିରିଆ ଗସ୍ତରେ ଅଛନ୍ତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri