ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ସମଗ୍ର ଓଡ଼ିଶାରେ ଏହାର ଉପସ୍ଥିତିକୁ ବିସ୍ତାର କରିପାରିଛନ୍ତି। ଦୃଢ଼ ନୈତିକ ମୂଲ୍ୟବୋଧ ଏବଂ ସାଂଗଠନିକ ଉତ୍କର୍ଷ ବଜାୟ ରଖି ଗୁଣାତ୍ମକ ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ଉପରେ ପ୍ରାଥମିକତା ଦେଉଥିବା ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର…

ପ୍ର-୧୯୯୭ ମସିହାରେ ହାଇଟେକ୍‌ ଗ୍ରୁପ ପ୍ରତିଷ୍ଠା କରିବା ପଛରେ ଦୃଷ୍ଟିକୋଣ କ’ଣ ଥିଲା ଏବଂ ସମୟାନୁକ୍ରମେ ସେହି ଦୃଷ୍ଟିକୋଣ କିପରି ବିକଶିତ ହୋଇଛି?
ଉ- ୧୯୯୭ ମସିହାରେ ଓଡ଼ିଶାର ଛାତ୍ରୀଛାତ୍ରମାନଙ୍କ ପାଇଁ ବୈଷୟିକ ଏବଂ ବୃତ୍ତିଗତ କ୍ଷେତ୍ରରେ ଉଚ୍ଚମାନର ଶିକ୍ଷା ସୁଯୋଗ ସୃଷ୍ଟିକରିବା ଦୃଷ୍ଟିକୋଣ ନେଇ ହାଇଟେକ୍‌ ଗ୍ରୁପ୍‌ର ପ୍ରତିଷ୍ଠା କରାଯାଇଥିଲା। ସେତେବେଳେ ଅନେକ ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା। ସମୟକ୍ରମେ ଏହି ଦୂରଦୃଷ୍ଟି କେବଳ ଶିକ୍ଷା ମଧ୍ୟରେ ସୀମିତ ନ ରହି ସ୍ବାସ୍ଥ୍ୟସେବା ଏବଂ ଗବେଷଣା ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ବର୍ତ୍ତମାନ ଆମେ ଏକ ସମନ୍ବିତ ଇକୋସିଷ୍ଟମ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛୁ, ଯାହାକି ପ୍ରତିଭାକୁ ଚିହ୍ନଟ କରିବା ସହ ନବସୃଜନକୁ ପ୍ରୋତ୍ସାହିତ କରିବ।
ପ୍ର- ପାରଳାଖେମୁଣ୍ଡିର ଗୋଟିଏ କ୍ୟାମ୍ପସରୁ ସାରା ଓଡ଼ିଶାରେ ଅନେକ କ୍ୟାମ୍ପସ ପ୍ରତିଷ୍ଠା ଯାଏ ଦ୍ରୁତ ବିସ୍ତାର କିପରି ସମ୍ଭବ ହେଲା?
ଉ-ଆମର ଏହି ବିସ୍ତାର ଯାତ୍ରା ଠିକ୍‌ ଯୋଜନା ଏବଂ ଆଞ୍ଚଳିକ ଆବଶ୍ୟକତାକୁ ବୁଝିବା ଦ୍ୱାରା ହିଁ ସମ୍ଭବ ହୋଇଛି। ଆମେ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ, ଯୋଗ୍ୟ ଅଧ୍ୟାପକ ନିଯୁକ୍ତି ଏବଂ ସମସ୍ତ କ୍ୟାମ୍ପସ୍‌ରେ ସମାନ ଗୁଣବତ୍ତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଛୁ। ଛାତ୍ରୀଛାତ୍ର, ଅଭିଭାବକ ଏବଂ ଅଂଶୀଦାରମାନଙ୍କ ବିଶ୍ୱାସ ଓ ସମର୍ଥନ ଆମକୁ କ୍ରମାଗତ ଭାବେ ଏବଂ ସଫଳତାର ସହ ଆଗକୁ ବଢ଼ିବାରେ ସାହାଯ୍ୟ କରିଛି।
ପ୍ର- ଅଞ୍ଚଳର ଅନ୍ୟ ଘରୋଇ କଲେଜଗୁଡ଼ିକଠାରୁ ହାଇଟେକ୍‌ର ଇଞ୍ଜିନିୟରିଂ ଏବଂ ମେଡିକାଲ ପ୍ରତିଷ୍ଠାନ କିପରି ଭିନ୍ନ?
ଉ- ପ୍ରୟୋଗାତ୍ମକ ଶିକ୍ଷା ଏବଂ ବାସ୍ତବ ଦୁନିଆର ଅଭିଜ୍ଞତା ଉପରେ ଆମର ଗୁରୁତ୍ୱ। ଏହା ହିଁ ହାଇଟେକ୍‌କୁ ଅନ୍ୟ ପ୍ରତିଷ୍ଠାନ ତୁଳନାରେ ଭିନ୍ନ କରିଥାଏ। ଆମର ଇଞ୍ଜିନିୟରିଂ ପ୍ରତିଷ୍ଠାନଗୁଡ଼ିକ ଶିଳ୍ପଭିତ୍ତିକ ପ୍ରଶିକ୍ଷଣ, ଦକ୍ଷତା ବିକାଶ ଏବଂ ନବସୃଜନ ଉପରେ ଧ୍ୟାନ ଦିଅନ୍ତି। ଚିକିତ୍ସା କ୍ଷେତ୍ରରେ ଆମର କଲେଜଗୁଡ଼ିକ ଛାତ୍ରୀଛାତ୍ରମାନଙ୍କୁ ହାତପାହାନ୍ତା କ୍ଲିନିକାଲ ଅଭିଜ୍ଞତା ହାସଲ କରିବାକୁ ସୁଯୋଗ ଦିଏ। ଆମେ ଶିକ୍ଷାକ୍ଷେତ୍ର ବ୍ୟତୀତ ସାମଗ୍ରିକ ବିକାଶ ସୁନିଶ୍ଚିତ କରି ଶୃଙ୍ଖଳା, ନୈତିକତା ଏବଂ ଛାତ୍ରକୈନ୍ଦ୍ରିକ ଆଭିମୁଖ୍ୟକୁ ମଧ୍ୟ ପ୍ରାଧାନ୍ୟ ଦେଇଥାଉ।
ପ୍ର- ପୂର୍ବ ଭାରତରେ ପ୍ରଥମ ଘରୋଇ ମେଡିକାଲ କଲେଜ ପ୍ରତିଷ୍ଠା କରିବା ସମୟରେ ଆପଣ କେଉଁ ସବୁ ଆହ୍ବାନର ସମ୍ମୁଖୀନ ହୋଇଥିଲେ? ହାଇଟେକ୍‌ ଗ୍ରୁପ୍‌ର ଭବିଷ୍ୟତରେ ସମ୍ପ୍ରସାରଣ ଯୋଜନା କ’ଣ ରହିଛି?
ଉ- ପୂର୍ବ ଭାରତରେ ପ୍ରଥମ ଘରୋଇ ମେଡିକାଲ କଲେଜ ସ୍ଥାପନ କରିବା ପାଇଁ ଅନେକ ଆହ୍ବାନ ଆସିଥିଲା। ନିୟାମକ ଅନୁମୋଦନ, ଭିତ୍ତିଭୂମି ବିକାଶ ଏବଂ ଦକ୍ଷ ଅଧ୍ୟାପକ, ବିଶେଷଜ୍ଞ ନିଯୁକ୍ତି ସହଜ ନ ଥିଲା। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିଶ୍ୱାସ ସୃଷ୍ଟି କରିବା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା। ଏହାସତ୍ତ୍ୱେ ଆମେ ଆମର ଲକ୍ଷ୍ୟ ପ୍ରତି ପ୍ରତିଶ୍ରୁତିବଦ୍ଧ ରହିଲୁ ଏବଂ ସଫଳତାର ସହିତ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କଲୁ। ଆଗକୁ ଆମର ଶିକ୍ଷାଗତ କାର୍ଯ୍ୟକ୍ରମଗୁଡ଼ିକୁ ବିସ୍ତାର କରିବା ସହ ଅତ୍ୟାଧୁନିକ ଚିକିତ୍ସା ବିଭାଗ ଏବଂ ଗବେଷଣା କ୍ଷେତ୍ରକୁ ସୁଦୃଢ଼ କରିବାକୁ ଯୋଜନା କରୁଛୁ। ଓଡ଼ିଶା ବାହାରେ ସମ୍ପ୍ରସାରଣ କରିବାର ସୁଯୋଗ ଅପେକ୍ଷାରେ ଅଛୁ।
ପ୍ର- ଜଣେ ଉଦ୍ୟୋଗୀ ଭାବେ ଆପଣ ଏହି କ୍ଷେତ୍ରକୁ କାହିଁକି ବାଛିଲେ ଏବଂ ଯୁବୋଦ୍ୟୋଗୀଙ୍କୁ କ’ଣ ପରାମର୍ଶ ଦେବେ?
ଉ- ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା ସମାଜକୁ ପରିବର୍ତ୍ତନ କରିବାର ଶକ୍ତି ରଖିଥିବାରୁ ମୁଁ ଏହି କ୍ଷେତ୍ରକୁ ବାଛିଲି। ଯୁବୋଦ୍ୟୋଗୀମାନେ ଉତ୍ତମ ଗୁଣବତ୍ତା, ସଚ୍ଚୋଟତା ଏବଂ ଦୀର୍ଘକାଳୀନ ଦୃଷ୍ଟିକୋଣ ଉପରେ ଧ୍ୟାନ ଦିଅନ୍ତୁ। ଏହା ଶୀଘ୍ର ଲାଭ ପାଇବାର କ୍ଷେତ୍ର ନୁହେଁ, ଏଥିପାଇଁ ନିଷ୍ଠା, ଧୈଯ୍ୟ ଏବଂ ଲୋକଙ୍କ ସେବା କରିବା ପାଇଁ ପ୍ରକୃତ ପ୍ରତିବଦ୍ଧତା ଆବଶ୍ୟକ। ନିଜ ଉଦ୍ଦେଶ୍ୟ ପ୍ରତି ଏକାଗ୍ର ରହିଲେ ଏବଂ ନିରନ୍ତର ଶ୍ରେଷ୍ଠତା ପାଇଁ ଚେଷ୍ଟା କଲେ ସଫଳତା ଆପେ ଆପେ ମିଳିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମଦବିକ୍ରିକୁ ବିରୋଧ କରି ଏକାଠି ହେଲେ ଗାଁ ଲୋକେ, କାର୍ଯ୍ୟାନୁଷ୍ଠାନ ଦାବିରେ…

ଡେରାବିଶ,୨୮ା୧୧ (ବେବର୍ତ୍ତା ଅଜୟ ଦାସ): ଗ୍ରାମରେ ବେଆଇନ ମଦବିକ୍ରିକୁ ବିରୋଧ କରି ଡେରାବିଶ ଥାନା ବାଲିଆ ପଞ୍ଚାୟତ ମୁଲଣାପାଟଣା ଗ୍ରାମବାସୀ ଏକାଠି ହୋଇଛନ୍ତି। ଶୁକ୍ରବାର ଗ୍ରାମର ବହୁ…

ରାତି ଅଧିଆ ବାଇକ୍‌ରେ ଚନ୍ଦନ କାଠ ଚାଲାଣ, ପୋଲିସ ଜାଲରେ ୩ ଅଭିଯୁକ୍ତ                     

ଦିଗପହଣ୍ଡି/ଚିକିଟି,୨୮|୧୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ) ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଚିକିଟି ଫାଣ୍ଡି ଅଧିକାରୀ ଏସ.ଆଇ ଗୌତମ ସାହୁ ସଦଳବଳେ ଚିକିଟି,କୃଷ୍ଣପୁର,ଲିଆଖାଇ, ଧାନଘର ଛକ…

ଡିଲିମିଟେସନ ବିଲ୍‌କୁ ନେଇ ବଡ଼ କଥା କହିଲେ ପ୍ରସନ୍ନ ଆଚାର୍ଯ୍ୟ: ନବୀନଙ୍କ …

ଭୁବନେଶ୍ୱର୨୮।୧୧: ଡିଲିମିଟେସନ ବିଲ୍‌କୁ ବିଜୁ ଜନତା ଦଳ (ବିଜେଡି) ସମର୍ଥନ କରିବ କି ନାହିଁ, ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ପ୍ରସଙ୍ଗରେ…

କଟକଣାକୁ ମାନୁନାହାନ୍ତି ମତ୍ସ୍ୟଜୀବୀ, ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ

କେନ୍ଦ୍ରାପଡ଼ା,୨୮ା୧୧(ଜଗନ୍ନାଥ ଧଳ): ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଗତ ନଭେମ୍ବର ପହିଲାରୁ ଆସନ୍ତା ୨୦୨୭ ମେ ଶେଷ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ କଟକଣା ମଧ୍ୟରେ…

ଘରୁ ବାହାରିଥିଲେ ସନ୍ତୋଷ, ବାରଙ୍ଗରେ ଜଳିଗଲା ଜୀବନ: ଏସିପି କହିଲେ….

ବାରଙ୍ଗ,୨୮।୧୧(ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଗୋଡ଼ିସାହି ଅଞ୍ଚଳରେ ଏକ କାର୍‌ ନିକଟରୁ ଉଦ୍ଧାର ହୋଇଥିବା ଅର୍ଦ୍ଧଦଗ୍ଧ ମୃତଦେହର ପରିଚୟ ମିଳିଛି। ମୃତକ ହେଉଛନ୍ତି କଟକ କଲ୍ୟାଣ…

ରୋହିତ ଶର୍ମା MIର ଅଧିନାୟକ ହେବା ଉପରେ ଏମିତି ପ୍ରତିକ୍ରିୟା ଦେଲେ ଚହଲ, ଯାହା ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୮।୧୧: ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଛନ୍ତି। ତିନି ସିଜିନର ବ୍ୟବଧାନ ପରେ, ରୋହିତଙ୍କୁ ପୁଣିଥରେ ‘ଅଧିନାୟକ’ ଭାବେ ଦେଖିବାକୁ ମିଳିବ। ଦଳର ପୂର୍ବତନ…

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଗୋଡ଼େଇ ଗୋଡ଼େଇ ହାଣିଲେ

ଭୁବନେଶ୍ୱର, ୨୮ । ୧୧ରାଜଧାନୀରେ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରି ହାଣିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ପୂର୍ବ…

ସୀମା ନିର୍ଦ୍ଧାରଣ ବିଲ ଉପରେ କେନ୍ଦ୍ରକୁ ସମର୍ଥନ ଘୋଷଣା କରିଛି DMK; ଷ୍ଟାଲିନ କହିଲେ ଏହା ତାମିଲନାଡୁ ପାଇଁ ବଡ଼ ବିଜୟ

ନୂଆଦିଲ୍ଲୀ,୨୮।୧୧: ଶନିବାର ଡିଏମକେ (DMK) କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ବିଲକୁ ଆନୁଷ୍ଠାନିକ ଭାବେ ସମର୍ଥନ ଜଣାଇଛି। ଦଳର ମୁଖ୍ୟ ଏମ. କେ. ଷ୍ଟାଲିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?