ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ ବ୍ୟକ୍ତିଗତ ଠାକୁର ଘରେ ବୃ୍‌ଦ୍ଧାଙ୍କ ପ୍ରବେଶକୁ ବାରଣ କରିବା ସହିତ ତାଙ୍କୁ ଆକ୍ରମଣ କରାଯାଇଥିଲା। ଏନେଇ ବୁଦ୍ଧାଙ୍କ ପୁଅ ପ୍ରଫୁଲ୍ଲ ସେଠୀ ଗୁରୁବାର ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଗ୍ରାମାଞ୍ଚଳ ପୋଲିସ ନଂ ୧୮୭/୨୬ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ମହେଶ୍ୱର ଲେଙ୍କାଙ୍କ ପରିବାରର ଜଣକୁ ଥାନାକୁ ଡକାଇ ଘଟଣା ସମ୍ପର୍କରେ ପଚରାଉଚରା କରାଯାଉଥିବା ନେଇ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସୁକାନ୍ତ ପାତ୍ର କହିଛନ୍ତି ।
ଅଭିଯୋଗ ଅନୁଯାଇ ଖଣତା ଗ୍ରାମରେ ସତ୍ୟଭାମା ସେଠୀ ଜଣେ ମାନସିକ ବିକାରଗସ୍ତ ବୃଦ୍ଧା। ସେ ଗୁରୁବାର ଦୋକାନକୁ ଯାଇ ଭୁଲରେ ସେହି ଗ୍ରାମର ମହେଶ୍ୱରଙ୍କ ଠାକୁର ଘରେ ପଶି ଯାଇଥିଲେ। ସେ ଜଣେ ଅନୁସୂଚିତ ଜାତିର ମହିଳା ହୋଇଥିବାରୁ ଠାକୁର ଘରକୁ କାହିଁକି ପଶିଆସୁଲୁ ବୋଲି ମହେଶ୍ୱର ଓ ତାଙ୍କ ପରିବାର ଲୋକେ ଉତ୍‌କ୍ଷିପ୍ତ ହୋଇ ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ବହୁ ସମୟ ବାନ୍ଧିରଖି ପରେ ଛାଡି ଦେଇଥିଲେ। ବୃଦ୍ଧାଙ୍କ ଅବସ୍ଥା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିଲେ। ଏହା ଜାଣିି ପୁଅ ପ୍ରଫୁଲ୍ଲ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧା ମା’ଙ୍କର ଚିକିତ୍ସା କରାଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ମାତ୍ର ଥାନା ଅଧିକାରୀ ଛୁଟିରେ ଥିବାରୁ ପୋଲିସ ଶୁକ୍ରବାର ସୁଦ୍ଧା ସେପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ସମ୍ବିଧାନର ଧାରା ୧୭ ଏବଂ ଏସି/ଏସ୍‌ଟି(ଅତ୍ୟାଚାର ନିବାରଣ) ଆଇନ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଜୋର ଧରିଛି। କିନ୍ତୁ ଏତଲାରେ ଦର୍ଶାଯାଇଥିବା ମାନସିକ ବିକାର ଅବସ୍ଥା ଏସ୍‌ସି/ଏସ୍‌ଟି ଆଇନ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିର୍ବନ୍ଧର ୪ ମାସ ପରେ ପୃଥ୍ବୀ ଶ’ ସହ ସମ୍ପର୍କ ତୁଟାଇଲେ ଆକୃତି ଅଗ୍ରଓ୍ବାଲ, ପ୍ରତାରଣା କରିଥିବା ଅଭିଯୋଗ

ନୂଆଦିଲ୍ଲୀ,୫।୭: ପୁଣି ଥରେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’। ସେ ଏବଂ ତାଙ୍କ ଭାବି ପତ୍ନୀ ଆକୃତି ଅଗ୍ରୱାଲଙ୍କ ସମ୍ପର୍କରେ ସୃଷ୍ଟି…

ବାଇକ୍‌ ସହ ଲୁଟିନେଇଥିଲେ ଟଙ୍କା, ପୋଲିସ ୫ ଜଣଙ୍କୁ ଗିରଫ କରି ତାଙ୍କଠାରୁ…

ରିଷିଡ଼ା/ମ.ରାମପୁର,୫ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ.ରାମପୁର ନିକଟସ୍ଥ ଅରନଝରଣ ଘାଟିଠାରେ ୩ତାରିଖ ଶୁକ୍ରବାର ୫ଜଣ ଦୁର୍ବୃତ୍ତ ଏକ ଗାଡ଼ିରେ ଆସି ବଗବେଡ଼ା ଗାଁର ହେମସାଗର ଦେହେରିଆ ଓ…

ମେଟାକୁ କେନ୍ଦ୍ର ସରକାରଙ୍କ ଅଲ୍ଟିମେଟମ୍, ଏହି ବିଜ୍ଞାପନ ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ,୫ା୭: ଶିଶୁ ଯୌନ ଶୋଷଣ ସହିତ ଜଡିତ ଇନଷ୍ଟାଗ୍ରାମରେ ଦେୟଯୁକ୍ତ ବିଜ୍ଞାପନ ସମ୍ପର୍କରେ ଭାରତ ସରକାର ମେଟା ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସୂତ୍ର…

ପ୍ରକାଶ ପାଇଲା ଭୋଟର ତାଲିକା: ୨୭ ଲକ୍ଷ ୯୨ ହଜାର ୧୫୮ ଜଣ ସାମିଲ, ବାଦ୍‌ ପଡ଼ିଲେ…

ଛତ୍ରପୁର,୫ା୭(ଦିଲ୍ଲୀପ ସାମଲ): ଭାରତର ଗଣତାନ୍ତ୍ରିକ ପର୍ବ କୁହାଯାଉଥିବା ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା, ନିର୍ଭୁଲ ଏବଂ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ…

୯ ଘଣ୍ଟା ଧରି ପାଣିରେ ଫସିଛି କାର୍‌, ଭିତରେ ୪ ଜଣ ଥାଇ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ଲାଠୋର ନୂଆପଡ଼ା ରାସ୍ତାରେ ଥିବା ରେଲଓ୍ବେ ଅଣ୍ଡର ଗ୍ରାଉଣ୍ଡ ପୋଲ ଭିତର ଦେଇ ଏକ କାର୍‌ ଯାଉଥିବାବେଳେ ପାଣି…

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ: ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଲାଗି ରହିଛି ବର୍ଷା। ଲଗାଣ ବର୍ଷା ଗରିବ ଲୋକଙ୍କ ପାଇଁ ସତେ ଯେମିତି କାଳ ସାଜିଛି। ଶନିବାର ରାତିରେ ପ୍ରବଳ…

Aamir Khan Wedding: ୬୦ ବର୍ଷରେ ତୃତୀୟ ବିବାହ କଲେ ଆମିର, ବଧୂ ସାଜିଲେ ଗୌରୀ, ଦେଖନ୍ତୁ PHOTO

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମିର ଖାନ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ସେ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରାଟ୍‌ଙ୍କ ସହ ତୃତୀୟ…

SIRରେ କଟିଲା ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରଙ୍କ ନାଁ

ଭୁବନେଶ୍ୱର,୫ା୭: ରାଜ୍ୟରେ SIR ପ୍ରକ୍ରିୟାରେ ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ କଟିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌ ଗୋପାଳନ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri