ଟ୍ରମ୍ପଙ୍କ ସାପ୍ତାହିକ ଛୁଟି ବାତିଲ, ଜାଣନ୍ତୁ ପୂରା ମାମଲା…

ଓ୍ବାଶିଂଟନ,୪ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଓ୍ବିକ୍‌ଲି ଅଫ୍‌ ବା ସାପ୍ତାହିକ ଛୁଟି ବାତିଲ କରିଛନ୍ତି। ହ୍ବାଇଟ୍‌ ହାଉସରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରମ୍ପ ଏହି ସମୟ ମଧ୍ୟରେ ହ୍ବାଇଟ୍‌ ହାଉସ୍‌ରେ ରହିବେ। ଉଚ୍ଚସ୍ତରୀୟ ରୁଦ୍ଧଦ୍ୱାର ବୈଠକର ଅଧ୍ୟକ୍ଷତା କରିବେ। ଇରାନ ସହିତ ବଢ଼ୁଥିବା ତିକ୍ତତା ଏବଂ ଯୁଦ୍ଧ ପରିସ୍ଥିତକୁ ଦୃଷ୍ଟିରେ ରଖି ଟ୍ରମ୍ପଙ୍କ ଛୁଟି କ୍ୟାନସେଲ୍‌ କରାଯାଇଛି।

ଏହି ସମୟରେ ଟ୍ରମ୍ପ ପ୍ରଶାସନ ଆମେରିକୀୟ କଂଗ୍ରେସକୁ ଏକ ପ୍ରମୁଖ ଖର୍ଚ୍ଚ ପ୍ରସ୍ତାବ ଦାଖଲ କରିଛନ୍ତି। ଯେଉଁଥିରେ ଆସନ୍ତା ବର୍ଷ ପାଇଁ $୧.୫ ଟ୍ରିଲିୟନ (ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୨୫ ଲକ୍ଷ କୋଟି ଟଙ୍କା) ପ୍ରତିରକ୍ଷା ବଜେଟ ଦାବି କରାଯାଇଛି। ଏହି ବଜେଟ ଗତ ବର୍ଷ ତୁଳନାରେ ପ୍ରାୟ ୪୨ ପ୍ରତିଶତ ଅଧିକ। କୁହାଯାଉଛି, ଇରାନ ସହିତ ଯୁଦ୍ଧ ଯୋଗୁ ଆମେରିକାର ସାମରିକ ଖର୍ଚ୍ଚରେ ତୀବ୍ର ବୃଦ୍ଧି ଘଟିଛି, ଯାହା ଏହି ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇଛି।

ରିପୋର୍ଟ ଅନୁସାରେ, ଯଦି ମଞ୍ଜୁର ହୁଏ, ତେବେ ଏହି ପ୍ରସ୍ତାବ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପେଣ୍ଟାଗନ ଖର୍ଚ୍ଚରେ ସବୁଠାରୁ ଅଧିକ ହେବ। ଏହି ପ୍ରସ୍ତାବରେ ୨୦୨୬ ପାଇଁ ପ୍ରତିରକ୍ଷା ବଜେଟ୍‌ରେ ୪୨ ପ୍ରତିଶତ ବୃଦ୍ଧି ସୂଚିତ ହୋଇଛି, ଯାହାକୁ ଆମେରିକାର ସାମରିକ ପ୍ରସ୍ତୁତିକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

ପ୍ରସ୍ତାବରେ କଂଗ୍ରେସକୁ ପ୍ରାୟ $ ୭୩ବିଲିୟନ (ପ୍ରାୟ ୧୦ ପ୍ରତିଶତ) ଅଣ-ପ୍ରତିରକ୍ଷା ଖର୍ଚ୍ଚ ହ୍ରାସ କରିବାକୁ ମଧ୍ୟ କୁହାଯାଇଛି। ଏହି ହ୍ରାସର ଉଦ୍ଦେଶ୍ୟ ବିବାଦୀୟ, ଅନାବଶ୍ୟକ କାର୍ଯ୍ୟକ୍ରମଗୁଡ଼ିକୁ ଦୂର କରିବା,ରାଜ୍ୟ ଏବଂ ସ୍ଥାନୀୟ ସରକାରଙ୍କୁ କିଛି ଦାୟିତ୍ୱ ହସ୍ତାନ୍ତର କରିବା ବୋଲି କୁହାଯାଇଛି। ଏହି ବଜେଟ୍‌ ପ୍ରସ୍ତାବ ଆଗାମୀ ସପ୍ତାହଗୁଡ଼ିକରେ ଆମେରିକୀୟ କଂଗ୍ରେସରେ ବିସ୍ତୃତ ଭାବରେ ଆଲୋଚନା ହେବ ବୋଲି ଆଶା କରାଯାଉଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦ୍ମଶ୍ରୀ ଡା. ଅଶୋକ ମହାପାତ୍ରଙ୍କ ପରଲୋକ: ଖେଲିଗଲା ଶୋକର ଛାୟା

ନୂଆଦିଲ୍ଲୀ,୨।୧୧: ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ପ୍ରଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ବ୍ରେନ ଷ୍ଟ୍ରୋକ…

ଏସିଆ କପ ପାଇଁ ଟିମ ଇଣ୍ଡିଆ ଘୋଷଣା: ତିଳକ ଅଧିନାୟକ; ବୈଭବଙ୍କୁ ମିଳିଲା ସୁଯୋଗ, ଏହି ଦିନ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ, ୨।୧୧: ୨୦୨୬ ପୁରୁଷ ରାଇଜିଂ ଷ୍ଟାର୍ସ ଏସିଆ କପ ପାଇଁ ଇଣ୍ଡିଆ-ଏ ଦଳ ଘୋଷଣା କରିଛି ବିସିସିଆଇ। ତିଳକ ବର୍ମାଙ୍କୁ ଦଳର ଅଧିନାୟକ ଏବଂ ରଜତ…

Delhi-NCRରେ ଗ୍ରୀନ୍‌ କ୍ରାକର୍ସ ଫୁଟାଇବାକୁ ଅନୁମତି, ସୁପ୍ରିମକୋର୍ଟ ରଖିଲେ ଏହି ସର୍ତ୍ତ…

ନୂଆଦିଲ୍ଲୀ,୨।୧୧: ଦୀପାବଳିରେ Delhi-NCRରେ ଗ୍ରୀନ୍‌ କ୍ରାକର୍ସ(green crackers) ଫୁଟାଇବା ପାଇଁ ସୁପ୍ରିମକୋର୍ଟ ଅସ୍ଥାୟୀ ଭାବେ ଅନୁମତି ପ୍ରଦାନ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, କେବଳ ନଭେମ୍ବର ୭…

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଜେଲ୍‌ ଗଲେ ବିଦ୍ୟାଭାରତୀ

ପାରଳାଖେମୁଣ୍ଡି,୨ା୧୧(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଜେଲ୍‌ ଯାଇଛନ୍ତି। ଆଗୁଆ ଜାମିନ୍‌ ଆବେଦନ ଖାରଜ ହେବା ପରେ…

ବୁଝିବା କଷ୍ଟକର

ସ୍କୁଲରେ ପିଲାମାନେ ମକ୍‌ ପାର୍ଲାମେଣ୍ଟ ବା ଛାୟା ସଂସଦରେ ଭାଗ ନେଇଥାଆନ୍ତି। ସେଥିରେ ବାଚସ୍ପତି, ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ଭୂମିକାରେ…

ଭୀଷଣ ବାତ୍ୟାରେ ପରିଣତ ହେଲା ‘ମୁରାସୁ’, ଏହିଠାରେ କରିବ ଲ୍ୟାଣ୍ଡ୍‌ଫଲ୍‌, ଆଇଏମ୍‌ଡି ଡିଜି କହିଲେ ପବନର ବେଗ ରହିବ…

ଭୁବନେଶ୍ୱର,୨ା୧୧: ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହୋଇଛି ‘ମୁରାସୁ’। ରବିବାର ସନ୍ଧ୍ୟା ସୁଦ୍ଧା ଏହା ତାମିଲନାଡୁର ଚେନ୍ନାଇଠାରୁ ୪୮୦ କି.ମି., ଆନ୍ଧ୍ରପ୍ରଦେଶର ନେଲୋରଠାରୁ ୫୫୦ କି.ମି., ମଚ୍ଛଲିପଟନମ୍‌ଠାରୁ…

ନେପାଳରେ ତୁଷାରପାତ: ଫସିଛନ୍ତି ୬ ଭାରତୀୟ ପର୍ଯ୍ୟଟକ

କାଠମାଣ୍ଡୁ,୨ା୧୧(ପି.ଟି.): ନେପାଳରେ ଶନିବାର ଅପରାହ୍ନରେ ପ୍ରବଳ ତୁଷାରପାତ ହେବାରୁ ଶେ-ଫୋକ୍‌ସୁଣ୍ଡୋ ଜାତୀୟ ଉଦ୍ୟାନ ଅଞ୍ଚଳରେ ୨ ମହିଳାଙ୍କ ସମେତ ୬ ଜଣ ଭାରତୀୟ ପର୍ଯ୍ୟଟକ ଫସିରହିଛନ୍ତି। ଘଟଣାସ୍ଥଳରେ…

ଜର୍ମାନୀରେ ଜେନ୍‌-ଜି ଆନ୍ଦୋଳନ ବେଳେ ହିଂସା

ଫ୍ରାଙ୍କଫର୍ଟ/ବର୍ଲିନ,୨ା୧୧ ଉନ୍ନତ ଶିକ୍ଷା ଓ ଦରଦାମ୍‌ ହ୍ରାସ, ସାର୍ବଜନିକ ସେବାରେ ଉନ୍ନତି ଦାବି ଏବଂ ବାଧ୍ୟତାମୂଳକ ସାମରିକ ସେବା ବିରୋଧରେ ଜର୍ମାନୀର ବିଭିନ୍ନ ସହରରେ ଜେନ୍‌-ଜି ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?