କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା ପାଇଁ ଉଚିତ ମଣୁଛି। ପ୍ରଥମ କଥା ହେଉଛି, ଭବିଷ୍ୟତରେ ଘଟିବାକୁ ଥିବା ସ୍ଥିତିକୁ ଲକ୍ଷ୍ୟ କରି ସାରା ବିଶ୍ୱର ରାଷ୍ଟ୍ରଗୁଡ଼ିକ ସେମାନଙ୍କ ନାଗରିକଙ୍କୁ ପ୍ରସ୍ତୁତ କରୁଛନ୍ତି। ଅଷ୍ଟ୍ରେଲିଆ ନାଗରିକଙ୍କୁ କାର୍‌ ବ୍ୟବହାର ନ କରିବାକୁ ଉତ୍ସାହିତ କରିବା ପାଇଁ ତାସମାନିଆ ଏବଂ ଭିକ୍ଟୋରିଆରେ ସାଧାରଣ ପରିବହନକୁ ଦେୟମୁକ୍ତ କରିଛି। ମିଶରରେ ରାତି ୯ଟାରେ ଦୋକାନ ଏବଂ ରେସ୍ତୋଁରା ବନ୍ଦ କରିବାକୁ ବାଧ୍ୟ କରାଯାଇଛି। ଫିଲିପାଇନ୍ସରେ ଏବେ ସପ୍ତାହରେ ଚାରି ଦିନ କର୍ମଦିବସ ରଖାଯାଇଛି ଏବଂ ପାକିସ୍ତାନ ମଧ୍ୟ ସେହି ବାଟ ଧରିଛି। ମ୍ୟାନ୍‌ମାରରେ ରାସ୍ତାରୁ କାରଗୁଡ଼ିକୁ ଦୂରେଇ ରଖିବା ପାଇଁ ଏକ ଅଯୁଗ୍ମ-ଯୁଗ୍ମ ଦିବସ ବ୍ୟବସ୍ଥା ଲାଗୁ କରାଯାଇଛି। ସ୍ଲୋଭେନିଆରେ ଇନ୍ଧନ କ୍ରୟର ସୀମା ରଖାଯାଇଛି ୫୦ ଲିଟର ଏବଂ ନେପାଳ ଏଲ୍‌ପିଜି ସିଲିଣ୍ଡରରେ ଗ୍ୟାସ ପରିମାଣ ହ୍ରାସ କରିଛି। ବାଂଲାଦେଶ ଏହାର ବିଶ୍ୱବିଦ୍ୟାଳୟଗୁଡ଼ିକୁ ବନ୍ଦ କରି ଯୋଜନାବଦ୍ଧ ଭାବେ ବ୍ଲାକ୍‌ଆଉଟ ଆରମ୍ଭ କରିଛି। ଦକ୍ଷିଣ ସୁଦାନ ମଧ୍ୟ ବିଦ୍ୟୁତ୍‌ ବ୍ୟବହାର ସୀମିତ କରୁଛି। ଶ୍ରୀଲଙ୍କା ବୁଧବାରକୁ ଏକ ସାଧାରଣ ଛୁଟିଦିନ ଘୋଷଣା କରିଛି। ଏଭଳି ଘଟଣାଗୁଡ଼ିକର ଏକ ଲମ୍ବା ତାଲିକା ରହିଛି। ହେଲେ ଭାରତରେ ଏପର୍ଯ୍ୟନ୍ତ ଏଭଳି କୌଣସି ପଦକ୍ଷେପ ନିଆଯାଇ ନାହିଁ ଦୁଇଟି କାରଣ ପାଇଁ। ପ୍ରଥମତଃ, ଜଣାପଡ଼ୁଛି ଆମ ସରକାର, ଯଦିଓ ସ୍ପଷ୍ଟ ଭାବେ କହିନାହାନ୍ତି, ତଥାପି ଭାବୁଛନ୍ତି ଯେ ଏଠାରେ ପ୍ରକୃତରେ କୌଣସି ସମସ୍ୟା ନାହିଁ। ଆମକୁ କୁହାଯାଇଛି ଯେ ଲୋକମାନେ ଯେଉଁ ଅଭାବ ଅନୁଭବ କରୁଛନ୍ତି ତାହା ଆଶଙ୍କାର ପରିଣାମ ଏବଂ ଯଦି ଭାରତୀୟଙ୍କ ଭିତରେ ଏହି ଅହେତୁକ ଆଶଙ୍କା କମିଯାଏ ତେବେ ସବୁକିଛି ସ୍ବାଭାବିକ ହୋଇଯିବ। ଅନ୍ୟ କାରଣ ହେଉଛି, ଆମ ସରକାର ଆକଳନ କରୁଛନ୍ତି ଯେ ମଧ୍ୟପ୍ରାଚ୍ୟରୁ ଆମଦାନୀ ହେଉଥିବା ଇନ୍ଧନ, ଗ୍ୟାସ, ସାର ଓ ଅନ୍ୟ ଉତ୍ପାଦକ ସାମଗ୍ରୀ ଇତ୍ୟାଦି ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ଅଛି। ଏଭଳି କହିବାର ମାନେ କିଛି ନାହିଁ କାରଣ କେହି ଜାଣନ୍ତିନି ଯୁଦ୍ଧ କେତେଦିନ ଚାଲିବ। ଇରାନଯୁଦ୍ଧ ଜାରି ରହିଲେ ଆଗକୁ ସ୍ଥିତିରେ ପରିବର୍ତ୍ତନ ହେବା ଦେଖିବାକୁ ମିଳିବ। ତୈଳ ବ୍ୟବସାୟୀମାନେ କହିଛନ୍ତି, ଏହି ସପ୍ତାହରୁ ଅଭାବ ଆରମ୍ଭ ହୋଇଯିବ। ସେମାନଙ୍କ ମତରେ, ବର୍ତ୍ତମାନ ଯୁଦ୍ଧ ଆରମ୍ଭ ହେବା ସମୟରେ ପାଣିରେ ଥିବା ସବୁ ଜାହାଜ ଖାଲି କରିଦିଆଯାଇଛି ଏବଂ ନୂଆ ଜାହାଜ ଆସୁନାହିଁ।
ମୁଁ ଲକ୍ଷ୍ୟ କରିଥିବା ଦ୍ୱିତୀୟ କଥା ହେଉଛି, କଂଗ୍ରେସର ବିନା ଅନୁମୋଦନରେ ଏପରି କି ଯୁଦ୍ଧ ଘୋଷଣା ନ କରି ଆମେରିକା ଇରାନ ଉପରେ ଆକ୍ରମଣ କରିଛି। ଏହା କାହିଁକି ପ୍ରାସଙ୍ଗିକ? ଯେତେବେଳେ ଆମେରିକାର ସମ୍ବିଧାନ ଉପରେ ବିତର୍କ ହେଉଥିଲା, ସେତେବେଳେ ଏହାର ପ୍ରତିଷ୍ଠାତାମାନେ ଅନୁଭବ କରିଥିଲେ ଯେ ଜଣେ ବ୍ୟକ୍ତିଙ୍କର ଯୁଦ୍ଧ ଘୋଷଣା କରିବାର କ୍ଷମତା ତାଙ୍କୁ ଜଣେ ନିର୍ବାଚିତ ନେତା ନୁହେଁ ବରଂ ରାଜା କରିଦିଏ। କେବଳ ଆନୁଷ୍ଠାନିକ ଘୋଷଣା ପରେ ରାଷ୍ଟ୍ରପତି ଯୁଦ୍ଧ ପାଇଁ ନିର୍ଦ୍ଦେଶ ଦେଇ ତାହାକୁ ପରିଚାଳନା କରିପାରୁଥିଲେ। କଂଗ୍ରେସକୁ ଯୁଦ୍ଧ ଘୋଷଣା କରିବାର ଦାୟିତ୍ୱ ବହନ କରିବାକୁ ପଡ଼ିଥିଲା। ଇରାନ ଯୁଦ୍ଧରେ ଏହି ଅସହମତି ବା ବିଚ୍ୟୁତି ଗୁରୁତ୍ୱପୂର୍ଣ୍ଣ କ୍ଷମତାର ଅବକ୍ଷୟ ଘଟାଇଛି ଏବଂ ଆମେରିକା ରାଷ୍ଟ୍ରପତି ଓ ଜଣେ ରାଜାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ଦର୍ଶାଇଦେଇଛି। ଆଶ୍ଚର୍ଯ୍ୟର କଥା, ଯେଉଁ ରକ୍ଷଣଶୀଳ ବ୍ୟକ୍ତିମାନେ ନିଜକୁ ସମ୍ବିଧାନର ସମର୍ଥକ କହି ଗର୍ବ କରନ୍ତି, ସେମାନେ ଏଭଳି ସ୍ଥିତି ସୃଷ୍ଟି କରିବାକୁ ଚାହିଁଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କୁ ଜଣେ ପାରଙ୍ଗମ ରାଷ୍ଟ୍ରପତି ଭାବେ କାହିଁକି ଅଧିକ ଗୁରୁତ୍ୱ ଦିଆଯାଉଛି ତାହାର ବି ଅନ୍ୟ କାରଣ ଅଛି। ସେ କହିଛନ୍ତି ଯୁଦ୍ଧ ଚାଲିବ। ସେ କହନ୍ତି, ଆଲୋଚନା ଠିକ୍‌ ଭାବେ ଆଗକୁ ବଢ଼ୁଛି ଏବଂ ପୁଣି କହନ୍ତି ଇରାନର ସମସ୍ତ ନେତାଙ୍କୁ ଆମେରିକା ହତ୍ୟା କରିଛି, ତେଣୁ ଆଲୋଚନା କରିବା ପାଇଁ କେହି ନାହାନ୍ତି। ସେ ଏକ ପୋଷ୍ଟରେ ଇରାନକୁ ହର୍ମୁଜ ଷ୍ଟ୍ରେଟ୍‌ ଖୋଲିବାକୁ ଦାବି କରିଛନ୍ତି। ହେଲେ ପରେ ଅନ୍ୟ ଏକ ଭାଷଣରେ କହିଛନ୍ତି, ଆମେରିକା ହର୍ମୁଜରୁ ହଟିଯିବ ଏବଂ ତାହାକୁ ଖୋଲିବା ଦାୟିତ୍ୱ ଅନ୍ୟ ଦେଶମାନଙ୍କର। ଆମେରିକାର ନାଗରିକମାନେ, ଗଣମାଧ୍ୟମ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଏହାକୁ ସମର୍ଥନ କରୁଥିବା ମନେହେଉଛି; ଯଦ୍ଦ୍ବାରା ଟ୍ରମ୍ପ ଯାହା କରିଛନ୍ତି ତାହା ଜାରି ରଖିଛନ୍ତି।
ଏଥିରେ ଭାରତର ଭୂମିକା କ’ଣ ରହିଛି ତାହାକୁ ନେଇ ମୋର ତୃତୀୟ ମତ ରହିଛି। ଆମର ଅନେକ ହ୍ବାଟ୍ସଆପ୍‌ ଗ୍ରୁପ ବିଶ୍ୱାସ କରନ୍ତି ଯେ ଜବାହରଲାଲ ନେହେରୁ ଆମର ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ସଦସ୍ୟତା ହରାଇଥିଲେ। ଏହି ବିଶ୍ୱାସର ଆଧାର କ’ଣ ତାହା ସ୍ପଷ୍ଟ ନୁହେଁ। କିନ୍ତୁ ଆସନ୍ତୁ ଧରିନେବା ଯେ ୟୁଏନ୍‌ଏସ୍‌ସିରେ ଆମର ଏକ ସ୍ଥାୟୀ ସଦସ୍ୟ ପଦ ଥିଲା। ଏଥିରେ ରହି ଆମେ ଏବେ ମଧ୍ୟପ୍ରାଚ୍ୟ ଯୁଦ୍ଧର ସମାଧାନ କରିବା ପାଇଁ କ’ଣ କରିପାରିଥାଆନ୍ତୁ? ୟୁଏନ୍‌ଏସ୍‌ସିରେ ଥିବା ଦେଶମାନଙ୍କର ଭିଟୋ ଶକ୍ତି ଅଛି, ଯାହାର ଅର୍ଥ ହେଉଛି ସୁରକ୍ଷା ପରିଷଦରେ ଭୋଟ ପାଇଁ ଆସୁଥିବା ପ୍ରସଙ୍ଗଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିବାର ଅଧିକାର। ବ୍ରିଟେନର ସେହି ଶକ୍ତି ଅଛି, ହେଲେ କହୁଛି ଯେ ଏହି ଯୁଦ୍ଧରେ ଏହା ଜଡ଼ିତ ନୁହେଁ। ସଦସ୍ୟ ରହି ଏହା କ’ଣ କରିଛି ଏବଂ କ’ଣ କରିପାରିବ? ଏମିତି କିଛି ବି ନାହିଁ ଯାହା ସମ୍ପର୍କରେ ବିଚାର କରାଯାଇପାରିବ ନାହିଁ। ଏଣୁ ବିଶ୍ୱ ଏହି ମୁହୂର୍ତ୍ତରେ ୟୁଏନ୍‌ଏସ୍‌ସି ଆଡ଼କୁ କାହିଁକି ମୁହାଁଉ ନାହିଁ। ଭାରତ ସମେତ ଯେକୌଣସି ଦେଶ ଏହି ଯୁଦ୍ଧର ଅନ୍ତ ଘଟାଇପାରିବ କିମ୍ବା ଏହାର କ୍ଷତିକାରକ ପ୍ରଭାବକୁ ହ୍ରାସ କରିପାରିବ। ଏଥିପାଇଁ ପ୍ରଥମେ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଏକତ୍ରିତ କରିବା ପାଇଁ ପଦକ୍ଷେପ ନିଆଯିବା ଉଚିତ। ଯେଉଁମାନେ ଏଥିରେ ଜଡ଼ିତ ହେବାକୁ ଚାହଁୁନାହାନ୍ତି, ସେମାନଙ୍କ ପାଖରେ ଭିଟୋ କ୍ଷମତା ଥାଉ କି ନ ଥାଉ ସେଥିରେ କୌଣସି ଫରକ ପଡ଼ିବ ନାହିଁ। ସେମାନେ କେବଳ ଦର୍ଶକ। ବିଶ୍ୱକୁ ନୂଆ ରୂପ ଦେବାରେ ଅନେକ କାର୍ଯ୍ୟକ୍ରମ ରହିଛି ଏବଂ ବିଶ୍ୱର କାର୍ଯ୍ୟଧାରାକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେବାର ବି କ୍ଷମତା ରହିଛି। ଇରାନ ଯୁଦ୍ଧ ଏପରି ଏକ ଉଦାହରଣ ଏବଂ ଆମେ ଏହାକୁ ପସନ୍ଦ କରୁ କି ନ କରୁ ଏବଂ ଚାହୁଁ କି ନ ଚାହୁଁ ଆମେରିକାର ରାଷ୍ଟ୍ରପତି-ରାଜା ଆମ ସମସ୍ତଙ୍କୁ ଏହି ନୂତନ ବାସ୍ତବତାରେ ପ୍ରବେଶ କରିବାକୁ ବାଧ୍ୟ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ସୁପ୍ରିମକୋର୍ଟ ଇସିଙ୍କୁ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?