ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ, ଅସତ୍ୟ ଅନାଚାର ଆଦି ଯାବତୀୟ ଯୁଗ ଯନ୍ତ୍ରଣାରେ ନିରନ୍ତର ଘାଣ୍ଟି ହେଉଥିବା ଲୋକଟିକୁ ଲାଗେ, ସତେଯେମିତି କାହାଣୀର ସେଇ କାଳ୍ପନିକ ଚରିତ୍ରଟି ଜୀବନ୍ୟାସ ପାଇ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଛନ୍ତି ଶୋଷିତ ଓ ନିଷ୍ପେଷିତଙ୍କ ଉଦ୍ଧାର ପାଇଁ। ତାକୁ ଆଶ୍ୱସ୍ତ ଲାଗେ, ସେ ଖୁସି ହୁଏ। ସେଇ ଦିବ୍ୟ ଚରିତ୍ରଟି ତା’ ପାଇଁ ଅଚିହ୍ନା ଅଜଣା ହେଲେ ବି ତାକୁ କୋଳେଇ ଆଣି ଆଦରରେ ଆଲିଙ୍ଗନ କରିବାକୁ ତା’ ମନରେ ଇଚ୍ଛା ଜାଗେ।
ଜଣେ ରାଜା ଥିଲେ ଯେ, ସମସ୍ତ ପ୍ରଜାକୁଳର ସୁଖଦୁଃଖ ବୁଝିବା ତାଙ୍କ ପକ୍ଷେ ସମ୍ଭବ ନ ହେବାରୁ ସେଥିପାଇଁ ସେ କେତେକ ଅଧସ୍ତନ ଅମାତ୍ୟ ଓ ସାମନ୍ତମାନଙ୍କୁ ଦାୟିତ୍ୱ ଦେଇଥିଲେ। ସେମାନେ ଧୀରେ ଧୀରେ ସ୍ବେଚ୍ଛାଚାରୀ ଓ ଦୁର୍ନୀତିଗ୍ରସ୍ତ ହୋଇଗଲେ ଏବଂ ନାନାମତେ ଶୋଷଣ କରିଚାଲିଲେ ପ୍ରଜାମାନଙ୍କୁ। ରାଜାଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କର ସୁଯୋଗ ନ ଥିବାରୁ ସବୁ କିଛି ସହି ନେଇଥିଲେ ଅସହାୟ ପ୍ରଜାବୃନ୍ଦ। ଏମିତି ବହୁ ଦିନ ବିତିଗଲା। ପରେ ଦିନେ ଛଦ୍ମବେଶରେ ରାଜ୍ୟ ଭ୍ରମଣ କରୁଥିଲା ବେଳେ ପ୍ରକୃତ ସତ୍ୟ ସହ ସାମ୍ନାସାମ୍ନି ହୋଇଗଲା ରାଜାଙ୍କର। ପ୍ରଜାମାନଙ୍କଠୁଁ ତାଙ୍କର ଦୂରତା ହିଁ ଏସବୁ ବିଭ୍ରାଟର କାରଣ ବୋଲି ସେ ଜାଣିଲେ। ଏହାର ନିରାକରଣ ପାଇଁ ରାଜା ଏକ ଅଭିନବ ଯୋଜନା ପ୍ରସ୍ତୁତ କଲେ। ସେ ନିଜ ଶୟନକକ୍ଷରେ ଏକ ପ୍ରକାଣ୍ଡକାୟ ଘଣ୍ଟା ବାନ୍ଧିଲେ। ଘଣ୍ଟାରେ ବାନ୍ଧିଲେ ଲମ୍ବା ଦଉଡ଼ିଟିଏ, ଯାହାର ଅପର ମୁଣ୍ଡଟି ଓହଳିଥିଲା ରାଜନବରର ପ୍ରବେଶ ଦ୍ୱାରରେ। ଯେ କୌଣସି ସମୟରେ, ଯେ କେହି ପ୍ରଜା ସେଇ ଦଉଡ଼ିଟିକୁ ଟାଣି ଘଣ୍ଟା ବଜାଇ ନିଜ ଆପତ୍ତି ଅଭିଯୋଗ ତାଙ୍କ ଦୃଷ୍ଟିକୁ ଆଣିପାରିବାର ବ୍ୟବସ୍ଥା କରିଦେଲେ ସେ।
ରାଜାଙ୍କର ଏହି ଯୋଜନା ପ୍ରଜାଙ୍କୁ ନ୍ୟାୟନୀତିର ସୁଶାସନ ଦିଆଇଲା। ପ୍ରଜାମାନେ ନିର୍ଭୟରେ ଆଞ୍ଚଳିକ ପ୍ରଶାସକମାନଙ୍କ ଦୁର୍ନୀତି ଦୁରାଚାର ବିରୋଧରେ ରାଜାଙ୍କ ଆଗରେ ପ୍ରତ୍ୟକ୍ଷ ଭାବେ ଫେରାଦ ହୋଇପାରିଲେ। ରାଜା ଅଭିଯୋଗର ସତ୍ୟାସତ୍ୟ ନିରୂପଣ କଲେ ଓ ଆବଶ୍ୟକ ସ୍ଥଳେ ଦୁର୍ନୀତିଗ୍ରସ୍ତ ଓ ଅବହେଳାକାରୀ ସାମନ୍ତମାନଙ୍କୁ ପଦଚ୍ୟୁତ କରି ଦଣ୍ଡିତ କଲେ। ପ୍ରଜାମାନଙ୍କ ପ୍ରତ୍ୟକ୍ଷ ସେବାରେ ଆସିପାରିବାର ମୁଗ୍‌ଧ ଅନୁଭବ ନେଇ ନିଜ ରାଜପଣକୁ ସାର୍ଥକ ମନେକଲେ ରାଜା। ତାଙ୍କ ପ୍ରଜାସେବା ଯୋଜନାକୁ ଆଦର୍ଶ ଦୃଷ୍ଟାନ୍ତ ଭାବେ ଗ୍ରହଣ କରି ଅନ୍ୟ ରାଜ୍ୟର ରାଜାମାନେ ନିଜ ପ୍ରଜାଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦେଇ ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣିଲେ। ଜଣେ ଆଦର୍ଶ ରାଜାଙ୍କ ରାଜଦର୍ଶନ ଚାରିଆଡ଼େ ସୁଶାସନ ପ୍ରତିଷ୍ଠା କରିପାରିଲା।
ଅବଶ୍ୟ ଏ କଥା ଭିନ୍ନ ଯେ, ଯେଉଁ ରାଜାମାନେ ରାଜକୀୟ ଉପଭୋଗକୁ ରାଜପଦର ସମୁଚିତ ଉପଯୋଗ ବୋଲି ଭାବୁଥିଲେ, ଯେଉଁମାନଙ୍କ ପାଇଁ ଶୟନ କକ୍ଷର ଘଣ୍ଟାବାଦନ ଅପେକ୍ଷା ରଙ୍ଗମହଲର ନୂପୁର ଧ୍ୱନି ଅଧିକ ଆକର୍ଷଣ ରଖୁଥିଲା, ସେମାନେ ଘଣ୍ଟାବାଦନକାରୀ ପ୍ରଜାର ଆପତ୍ତି ଶୁଣିବାକୁ ନିଜେ ସମୟ ଦେଇ ନ ପାରି ଖଞ୍ଜି ଦେଉଥିଲେ ବିଭିନ୍ନ ବର୍ଗର କର୍ମଚାରୀଗଣ। ଏସବୁ କର୍ମଚାରୀବୃନ୍ଦ ସ୍ଥାନୀୟ ଭିତ୍ତିରେ ପ୍ରଜାମାନଙ୍କ ସମସ୍ୟା କେମିତି ସମାଧାନ କରୁଥିଲେ, ତାହା ଜାଣିବାକୁ ରାଜାଙ୍କର ସମୟ ଥିଲା, ନା ଥିଲା ସାମାନ୍ୟତମ ସ୍ପୃହା। ବେଳେବେଳେ ରାଜାଙ୍କୁ ଦୁଃଖ ଜଣାଇବାକୁ ଦୌଡ଼ି ଆସିଥିବା ପ୍ରଜାଟି ପାଇଁ ଘଣ୍ଟାର ଦଉଡ଼ି ଟାଣି ଧ୍ୱନି ସୃଷ୍ଟି କରିବା ସହଜ ହେଉ ନ ଥିଲା। ପ୍ରବେଶ ଦ୍ୱାରର ଦ୍ୱାରପାଳକୁ ସନ୍ତୁଷ୍ଟ ନ କଲାଯାଏ ଘଣ୍ଟାର ଦଉଡ଼ି ଧରିବାକୁ ତାକୁ ସୁଯୋଗ ମିଳୁ ନଥିଲା। ତେବେ ସେଥିପାଇଁ ଦୁଃଖ ନ ଥିଲା ତା’ର। ଯାଉ ପଛେ କିଛି ଅର୍ଥ, ଥରେ ଘଣ୍ଟା ବାଜିଲେ ଯେଉଁ ରାଜକରୁଣା ଝରିପଡ଼ିବ, ତାହା ତୁଳନାରେ ଏ ଅର୍ଥ ତ ନିହାତି ମାମୁଲି! ତେବେ ସେଇ କରୁଣା ଓ କରୁଣାସମ୍ଭୂତ ଉପଲବ୍ଧି ସେଇ ପ୍ରଜାଗଣଙ୍କୁ ଦ୍ୱିତୀୟବାର ଘଣ୍ଟାଧ୍ୱନି କରିବାକୁ କେବେ ବି ଅନୁପ୍ରେରିତ କରୁ ନ ଥିଲା। ଏମିତି ଥିଲା ରାଜାଙ୍କ ଘଣ୍ଟା ଓ ସେଇ ଘଣ୍ଟା ସହ ଜଡ଼ିତ ପ୍ରଜାମାନଙ୍କ ଦୁଃଖଦୁର୍ଦ୍ଦଶା ଓ ଆଶା ନିରାଶାର କାହାଣୀ!
ରାଜାମାନେ କେଉଁ ଦିନରୁ ନିଶ୍ଚିନ୍ନ ହୋଇଗଲେଣି। କେଉଁ ଦିନରୁ ରାଜତନ୍ତ୍ର ବିଲୟ ଲଭିଲାଣି। ଉଭେଇଗଲାଣି ରାଜକୀୟ ପ୍ରଥା ପରମ୍ପରାର ସାମନ୍ତବାଦୀ ଆଚରଣ ଓ ଉଚ୍ଚାରଣ। ମାତ୍ର ରାଜା ବୋଲାଉଥିବା ଏକାଳର ମନ୍ତ୍ରୀ, ଅମାତ୍ୟ ଓ ସାମନ୍ତଙ୍କ କାନରେ ସାଧାରଣ ପ୍ରଜାମାନେ ନିଜ ନିଜର ଦୁଃଖ ପକାଇ ତାହାର ପ୍ରତିକାର ଲୋଡ଼ିବାର ପ୍ରଥା ଏଯାଏ ବି ତିଷ୍ଠି ରହିଛି। ଏଇ ରାଜକର୍ତ୍ତାମାନଙ୍କୁ ଶୁଣାଇବା ପାଇଁ ଘଣ୍ଟାଧ୍ୱନି କରିବାର ଆକୁଳ ଉଦ୍ୟମ ଆଜିଯାଏଁ ଚାଲୁରହିଛି। କେବଳ ଯାହା ଗଣତନ୍ତ୍ରର ଗଣ୍ଡି ଭିତରେ ସତତ ପରିପୁଷ୍ଟ ଅମଲାତନ୍ତ୍ର ଏହି ଘଣ୍ଟାଧ୍ୱନିକୁ ଭିନ୍ନ ଲୟରେ ଓ ଭିନ୍ନ ତାଳରେ ଶୁଣାଇଚାଲିଛି, କେଉଁଠି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀବୃନ୍ଦଙ୍କ ଅଭିଯୋଗ ଶୁଣାଣିର ପ୍ରକୋଷ୍ଠ ମଧ୍ୟରେ ପ୍ରତିଧ୍ୱନିତ କୋଳାହଳ ମଧ୍ୟରେ ତ ଆଉ କେଉଁଠି ଜିଲାପାଳଙ୍କ କକ୍ଷ ମଧ୍ୟରେ!
ଅମଲାତନ୍ତ୍ରର ନାଗଫାଶରେ ମୁଖ୍ୟମନ୍ତ୍ରୀଙ୍କଠୁଁ ବିଭାଗୀୟ ମୁଖ୍ୟାଧିକାରୀଙ୍କ ଯାଏ, ପୁଣି ମୁଖ୍ୟ ସଚିବଙ୍କଠାରୁ ଜିଲାଧିପତିଙ୍କ ପର୍ଯ୍ୟନ୍ତ ସବୁ ରାଜକର୍ତ୍ତାଙ୍କୁ ଆପତ୍ତି ଅଭିଯୋଗ ଜଣାଇବା ସାଧାରଣ ମଣିଷଟି ପାଇଁ ଆଦୌ ସହଜ ନୁହେଁ। ଯଦି ବି କେହି ଭାଗ୍ୟବାନ୍‌ ପୁରୁଷ ଅବା ନାରୀ ଅପୂର୍ବ ଧୈର୍ଯ୍ୟ ପ୍ରଦର୍ଶନ କରି ଏମାନଙ୍କ ପାଖରେ ନିଜ ଦୁଃଖ ପେଶ୍‌ କରାଇବାରେ ସଫଳ ହୁଏ, ତଥାପି ଦୁଃଖମୋଚନର ଶେଷପର୍ବ ଯାଏ ବଞ୍ଚତ୍ ରହିବାକୁ ତା’ର ଧୈର୍ଯ୍ୟ ପାଖରେ ପ୍ରଶ୍ନଚିହ୍ନ ଲାଗିଯାଏ। ଗୋଟିଏ ତୈଳାକ୍ତ ଖମ୍ବରେ ଚଢ଼ି ଶୀର୍ଷରେ ପହଞ୍ଚତ୍ବାକୁ ବିଫଳ ପ୍ରୟାସ କରୁଥିବା ମାଙ୍କଡ଼ଟି ପରି ତା’ର ଦୁଃଖ ଅମଲାତନ୍ତ୍ରର ତୈଳାକ୍ତ ଖମ୍ବରେ ବାରମ୍ବାର ତଳୁ ଉପର ଓ ଉପରୁ ତଳ ହେଉଥିବ ସିନା, କେବେ ବି ନିରାକରଣର ଶୀର୍ଷରେ ପହଞ୍ଚତ୍ପାରିବ ନାହିଁ। ତେବେ ଯେଉଁଠି ଅମଲାତନ୍ତ୍ରରୁ ମୁକୁଳି ଆସି ମାନବୀୟ ଆବେଦନର ଆହ୍ବାନରେ କେହି ରାଜକର୍ତ୍ତା ଦୁଃଖୀର ଦୁଃଖକୁ ନିଜ ଦୁଃଖ ବୋଲି ମନେକରନ୍ତି, ସେତେବେଳେ ମନେପଡ଼ନ୍ତି ସେଇ କାହାଣୀର ରାଜା; ଯିଏ ଘଣ୍ଟାବାଦନକାରୀର ଅଭିଯୋଗ ଶୁଣି ତତ୍‌କ୍ଷଣାତ୍‌ ତାହାର ପ୍ରତିକାର କରୁଥିଲେ। ଏ କଥା ବି ମନେପଡ଼େ ଯେ, ରାଜତନ୍ତ୍ର ହେଉ କି ଗଣତନ୍ତ୍ର ଅବା ଅମଲାତନ୍ତ୍ର; ନାଗରିକଙ୍କ ଘଣ୍ଟାଧ୍ୱନି ଶୁଣି ନିଜ ଭିତରେ ଅସ୍ଥିର ଅନୁଭବ କରୁଥିବା ଶାସକଙ୍କ ସଂଖ୍ୟା କମିଥାଇପାରେ, ହେଲେ ସମ୍ପୂର୍ଣ୍ଣ ଲୋପ ପାଇଯାଇ ନାହିଁ।
ଅଳ୍ପଦିନ ତଳେ ଏକ ଟିଭି କାର୍ଯ୍ୟକ୍ରମ ଦେଖୁଥିଲା ବେଳେ ସେମିତି ଜଣେ ଶାସକ ଆଖିରେ ପଡ଼ିଲେ। ଗୋଟିଏ ପ୍ରମୁଖ ଟିଭି ଚାନେଲର ଏକ ମାନବଧର୍ମୀ କାର୍ଯ୍ୟକ୍ରମ ‘ଆପଣ ଏକା ନୁହଁନ୍ତି’ରେ ପ୍ରଦର୍ଶିତ ହୋଇଥିଲା ଦୁଇଜଣ ଅସହାୟ ବୃଦ୍ଧାବୃଦ୍ଧଙ୍କ କାହାଣୀ। ଦୀର୍ଘ କୋଡ଼ିଏବର୍ଷ ହେଲା ନିଜର ଦୃଷ୍ଟିଶକ୍ତି ହରାଇ ନିଜ ବୃଦ୍ଧ ସ୍ବାମୀଙ୍କ ଆଖିରେ ଦୁନିଆକୁ ଦେଖୁଥିବା ବୁଢ଼ୀଜଣକ ରହୁଥିଲେ କଞ୍ଚା କାନ୍ଥ ଉପରେ ପାଲଟଣା ଏକ ଭଙ୍ଗା କୁଡ଼ିଆରେ। ସରକାରଙ୍କ ବହୁବିଧ ଆବାସ ଯୋଜନା ଦୀର୍ଘ କୋଡ଼ିଏ ବର୍ଷ ଭିତରେ ତାଙ୍କ ପାଇଁ କେବେ ବି ଉପଲବ୍ଧ ହୋଇ ପାରୁ ନ ଥିଲା। ଘଟଣାଟି ଥିଲା ସୁବର୍ଣ୍ଣପୁର ଜିଲାର ଏକ ଜଙ୍ଗଲଘେରା ଗଁାର କଥା, ଯାହା କେଉଁ ସୂତ୍ରରୁ କେଜାଣି ଜିଲାପାଳ ନୃପରାଜ ସାହୁଙ୍କ କାନରେ ପଡ଼ିଥିଲା। ଜିଲାପାଳ ନିଜେ ଆସି ପହଞ୍ଚତ୍ ଯାଇଥିଲେ ସେଇ ଅସହାୟ ବୁଢ଼ୀବୁଢ଼ାଙ୍କ ପାଖରେ। ମୁଣ୍ଡ ନୁଅଁାଇ ପାଲଟଣା ଘର ଭିତରକୁ ଯାଇ ଚକାମାଡ଼ି ବସି ଯାଇଥିଲେ ବୁଢ଼ୀବୁଢ଼ାଙ୍କ ପାଖରେ।
ଆଃ! କି ମୁଗ୍ଧ ଅନୁଭବ ସୃଷ୍ଟି ହେଉଥିଲା ଏଇ ଦିବ୍ୟ ଦୃଶ୍ୟଟି ଅବଲୋକନ କରୁଥିବା ଦର୍ଶକଙ୍କ ଚେତନାରେ। ଅତୀତରେ ଜଣେ ଜିଲାପାଳଙ୍କ ପଦବୀର ଔଦ୍ଧତ୍ୟରେ ଅତିଷ୍ଠ ହୋଇ ଏ ଲେଖକ ଦିନେ କେଉଁଠି ଲେଖିଥିଲା- ”ଏଇ ମଣିମାମାନେ ଏମିତି ଅଭିଶପ୍ତ ଯେ, ପଦରେ ଥିଲାବେଳେ ଏମାନେ କାହାକୁ ଚାହାନ୍ତି ନାହିଁ। ଆଉ ପଦବୀ ଚାଲିଗଲା ପରେ ଏମାନଙ୍କୁ ବି କେହି ଆଡ଼ଆଖିରେ ଚାହାନ୍ତି ନାହିଁ।“ ମାତ୍ର ସେଦିନ ଟିଭି ଦେଖିଲା ବେଳେ ଲାଗୁଥିଲା, ସବୁ ମଣିମାମାନେ ସମାନ ନୁହନ୍ତି। ଏମିତି କିଛି ମଣିମା ଥାଆନ୍ତି, ଯେଉଁମାନଙ୍କ ମାନବୀୟ ସମ୍ବେଦନା ଏତେ ଗଭୀର ଯେ ପଦବୀରୁ ଅବସର ନେବା ପରଠୁଁ ଜୀବନରୁ ଅବସର ନେବା ପର୍ଯ୍ୟନ୍ତ ଓ ତାହା ପରେ ମଧ୍ୟ ଏମାନେ ଲୋକସ୍ମୃତିରେ ବଞ୍ଚତ୍ ରହିବାର ଯୋଗ୍ୟତା ଅର୍ଜନ କରିଥାନ୍ତି ଚିରକାଳ; ଠିକ୍‌ ନୃପରାଜ ବାବୁଙ୍କ ପରି।
– ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?