Posted inଖେଳ

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। ଏହା ରାଜସ୍ଥାନର ଲଗାତର ଦ୍ୱିତୀୟ ବିଜୟ ହୋଇଥିବା ବେଳେ ଗୁଜରାଟ ତା’ର ଦ୍ୱିତୀୟ ପରାଜୟବରଣ କରିଛି। ଏହି ମ୍ୟାଚ୍‌ ଜରିଆରେ ବିଷ୍ଣୋଇ ଟି୨୦ କ୍ରିକେଟରେ ୨୦୦ ଉଇକେଟ ପୂରଣ କରିଛନ୍ତି।

ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୨୧୦ ରନ କରିଥିଲା। ଦଳ ପାଇଁ ଧ୍ରୁବ ଜୁରେଲ ୪୨ ବଲରେ ସର୍ୱାଧିକ ୭୫ (୫ ଲେଖାଏ ଚୌକା ଓ ଛକା) ଓ ଯଶସ୍ୱି ଜୟସ୍ୱାଲ ୩୬ ବଲରେ ୫୫ (୬ ଚୌକା ଓ ୩ ଛକା) ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବୈଭବ ସୂର୍ଯ୍ୟବଂଶୀ ୧୮ ବଲରେ ୩୧ (୫ ଚୌକା ଓ ୧ ଛକା) ଓ ଶିମରନ ହେଟମାୟର ୧୮ (୧ ଚୌକା ଓ ୨ ଛକା) ରନ କରିଥିଲେ। ଜବାବରେ ଗୁଜରାଟକୁ ସାଇ ସୁଦର୍ଶନ ଓ କୁମାର କୁଶାଗ୍ର ଭଲ ଆରମ୍ଭ ଦେଇଥିଲେ। ଦୁହେଁ ୮ ଓଭରରେ ଦଳୀୟ ସ୍କୋରକୁ ୭୮ ରନରେ ପହଞ୍ଚିଥିଲେ। କୁଶାଗ୍ର ୧୮ (୩ ଚୌକା) ରନ କରି ପ୍ରଥମ ବ୍ୟାଟର ଭାବେ ଆଉଟ୍‌ ହୋଇଥିଲେ। ଏହିଠାରୁ ସୁଦର୍ଶନ ଓ ଜୋଶ ବଟଲର ଦଳୀୟ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ହେଲେ ଏହାପରେ ଦଳ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲା। ଏକଦା ୧୦୭/୧ ସ୍କୋର କରିଥିବା ଗୁଜରାଟ ପରବର୍ତ୍ତୀ ୫୪ ରନ ମଧ୍ୟରେ ୬ ଉଇକେଟ ହରାଇ ଦିଗହରା ହୋଇଯାଇଥିଲା। ସୁଦର୍ଶନ ୪୪ ବଲରେ ୭୩ (୯ ଚୌକା ଓ ୩ ଛକା), ଗ୍ଲେନ ଫିଲିପ୍ସ (୩), ଓ୍ୱାଶିଂଟନ ସୁନ୍ଦର (୪), ଜୋଶ ବଟଲର ୧୪ ବଲରେ ୨୬ (୫ ଚୌକା), ରାହୁଲ ତଓ୍ୱେଟିଆ (୧୨) ଆଉଟ୍‌ ହୋଇଥିଲେ।

କାମଚଳା ଅଧିନାୟକ ରଶିଦ ଖାନ ଓ ରାବାଡା ଅଷ୍ଟମ ଉଇକେଟରେ ୨୯ ବଲରେ ୪୩ ରନ ଯୋଡ଼ିଥିଲେ। ହେଲେ ତାହା ଦଳକୁ ଜିତାଇବା ପାଇଁ ଯଥେଷ୍ଟ ହୋଇ ନ ଥିଲା। ଗୁଜରାଟ ଶେଷ ପର୍ଯ୍ୟନ୍ତ ଖେଳିବା ସତ୍ତ୍ୱେ ୮ ଉଇକେଟ ହରାଇ ୨୦୪ ରନ କରିବାକୁ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର, ହତ୍ୟା ଅଭିଯୋଗରେ ଜଣଙ୍କୁ ପିଟି ମାରିଦେଲେ

ବାରୁଇପୁର(ପଶ୍ଚିମବଙ୍ଗ),୭।୭: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବାରୁଇପୁର ଅଞ୍ଚଳରେ ଜଣେ ୧୧ ବର୍ଷୀୟା ବାଳିକାଙ୍କ ମୃତଦେହ ରବିବାର ମିଳିବା ପରେ ତାଙ୍କୁ ବଳାତ୍କାର ପରେ…

ରୋନାଲ୍ଡୋଙ୍କ ବିଶ୍ୱକପ୍‌ ସ୍ବପ୍ନ ଶେଷ: ବିଶ୍ୱକପ୍‌ରୁ ବିଦା ହେଲା ପର୍ତ୍ତୁଗାଲ

ଆର୍ଲିଂଟନ,୭ା୭:ଇଞ୍ଜୁରି ଟାଇମ୍‌ରେ ମିକେଲ ମେରିନୋଙ୍କ ଗୋଲ ବଳରେ ସୋମବାର ରାତିରେ ଅନୁଷ୍ଠିତ ଚଳିତ ବିଶ୍ୱକପ୍‌ର ଏକ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ପେନ ୧-୦ ଗୋଲରେ ପର୍ତ୍ତୁଗାଲକୁ ପରାସ୍ତ କରି…

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ;ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ୧୩ ମୃତ

ମୁମ୍ବାଇ,୭।୭: ମୁମ୍ବାଇ ଓ ଆଖପାଖ ଜିଲାରେ ୩/୪ ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ଦେଶର ଆର୍ଥିକ ରାଜଧାନୀ ଏକପ୍ରକାର ଅଚଳ ହୋଇଯାଇଛି। ବର୍ଷାଜନିତ ଘଟଣାରେ ୧୩ଜଣଙ୍କ…

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri