Posted inUncategorized

ଷ୍ଟିୟରିଂ କମିଟିରେ ଆଉ ୭ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ: ଏଥିରେ ବି ନାହିଁ ବାହିନୀପତିଙ୍କ ନାଁ

ଭୁବନେଶ୍ୱରଳ,୨୩।୮: ପିସିସି ଭଙ୍ଗ ହେବା ପରେ ଘୋଷଣା ହୋଇଥିଲା ଷ୍ଟିୟରିଂ କମିଟି। ଏହି ଷ୍ଟିୟରିଂ କମିଟି ପିସିସି ସଭାପତି ବାଛିବ।ପୂର୍ବରୁ ୧୪ ଜଣିଆ ଷ୍ଟିୟରିଂ କମିଟି ସଦସ୍ୟଙ୍କ ନାଁ ଘୋଷଣା ହୋଇଥିଲା। ଏହି ୧୪ ଜଣିଆ ଷ୍ଟିୟରିଂ କମିଟି ପିସିସି ଚଳାଇବ ବୋଲି ଘୋଷଣା ହୋଇଥିବା ବେଳେ ଏଥିରୁ କେତେକ ଟାଣୁଆ ନେତାଙ୍କୁ ବାଦ୍‌ ଦିଆଯାଇଥିଲା।  ଯେଉଁଥିରେ ଥିଲେ ନିରଞ୍ଜନ, ଶରତ ଓ ତାରା।
ପିସିସି ଷ୍ଟିୟରିଂ କମିଟିରେ ଆଉ ୭ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଶୁକ୍ରବାର ସାମିଲ ହୋଇଛନ୍ତି।  ଯେଉଥିରେ ନିରଞ୍ଜନ  ଓ ଶରତଙ୍କ ନାଁ ଥିଲା ବେଳେ ତାରା ବାଦ୍‌ ପଡ଼ିଛନ୍ତି।  ତେବେ ଏହି ତାଲିକାରେ ରହିଛନ୍ତି ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ନରସିଂହ ମିଶ୍ର, ରାମ ଖୁଣ୍ଟିଆ, ସନ୍ତୋଷ ସିଂ ସାଲୁଜା  ଓ ଶରତ ରାଉତ। ଏମାନେ  ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ହୋଇଥିବା ବେଳେ ଏଥର ମଧ୍ୟ ତାରା ବାହିନୀପତିଙ୍କୁ ବାଦ୍‌ ଦିଆଯାଇଛି। ପୂର୍ବରୁ ମଧ୍ୟ ୧୪ ଜଣିଆ ଷ୍ଟିୟରିଂ କମିଟିରେ  ତାରାଙ୍କ ସ୍ଥାନ ନଥିଲା।

ଅନ୍ୟପକ୍ଷେ ପିସିସି ସଭାପତି ଚୟନ ଆସନ୍ତା ୨ ମାସ ମଧ୍ୟରେ କରାଯିବ। ଦିଲ୍ଲୀରୁ କେତେଜଣ ନେତା ଆସି ଦଳର କେତେଜଣ ନେତାଙ୍କ ସହ ଆଲୋଚନାକରି ମତାମତ ନେବେ। ଏହା ସହ ବିଭିନ୍ନ ଉପାୟରେ ସର୍ଭେ କରାଯାଇ କାହାକୁ ସଭାପତି କଲେ ଠିକ୍‌ ହେବ, ସେନେଇ ମଧ୍ୟ ମତ ସଂଗ୍ରହ କରାଯିବ ବୋଲି ଷ୍ଟିୟରିଂ କମିଟି ଅଧ୍ୟକ୍ଷ ତଥା ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଥିବା ଜଣାପଡ଼ିଛି।
କଂଗ୍ରେସ ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ଗୁରୁବାର ଅଜୟ କୁମାରଙ୍କ ନେତୃତ୍ୱରେ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଛି। ଏଥିରେ ୧୩ ଜଣ ବିଧାୟକ ଏବଂ ଷ୍ଟିୟରିଂ କମିଟି ସଦସ୍ୟଙ୍କ ମତାମତ ଲୋଡ଼ା ଯାଇଛି। ପ୍ରତି ୧୫ ଦିନରେ ଥରେ ଷ୍ଟିୟରିଂ କମିଟି ବୈଠକ ଅନୁଷ୍ଠିତ ହେବ। ସଭାପତି ଚୟନ ନେଇ ଅଜୟ ନିର୍ଦ୍ଦିଷ୍ଟ ସମୟ ଦେବା ପରେ ଦଳରେ ଆଶ୍ୱସ୍ତ ପ୍ରକାଶ ପାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri