Posted inଜାତୀୟ

ଜମ୍ମୁ କଶ୍ମୀରରେ ନିର୍ବାଚନ: ଜାତୀୟ ରାଜନୀତିରେ ହଲଚଲ, ଏହି ଦଳରୁ ନିର୍ବାଚନ ଲଢ଼ିବେ ଗୁଲାମ ନବୀ ଆଜାଦ!

ଶ୍ରୀନଗର,୧୬।୮: ଜମ୍ମୁରେ ବଢୁଥିବା ଆତଙ୍କବାଦୀ ଘଟଣାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ନିର୍ବାଚନ କରିବା କଷ୍ଟକର ହେବ ବୋଲି କଳ୍ପନାଜଳ୍ପନା କରାଯାଉଥିଲା। କିନ୍ତୁ ଏସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି। ଧାରା ୩୭୦ ହଟାଇବା ପରେ ଏତେ ବର୍ଷ ପରେ ଆଜି ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି । ୧୦ବର୍ଷ ପରେ ଏଠାରେ ନିର୍ବାଚନ ହେବାକୁ ଯାଉଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଶୁକ୍ରବାର ପ୍ରେସ୍ କନଫରେନ୍ସ କରି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି।

ଜମ୍ମୁ କଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଜମ୍ମୁ କଶ୍ମୀରରେ ତିନିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୨୫ରେ ଅନୁଷ୍ଠିତ ହେବ। ତୃତୀୟ ପର୍ଯ୍ୟାୟ ଭୋଟ ଅକ୍ଟୋବର ୧ରେ ଅନୁଷ୍ଠିତ ହେବ ଏବଂ ଭୋଟ ଗଣନା ଅକ୍ଟୋବର ୪ରେ କରାଯିବ। ଏଠାରେ ସମସ୍ତ ପ୍ରାର୍ଥୀଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ। ଏହା ସହିତ ସମସ୍ତ ମତଦାନ କେନ୍ଦ୍ରଗୁଡ଼ିକ ମଧ୍ୟ ସିସିଟିଭି କ୍ୟାମେରା ଦ୍ୱାରା ତଦାରଖ କରାଯିବ।

୩୭୦ ହଟିବା ପରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମିଳିଛି। ଏହା ପୂର୍ବରୁ ରାଜ୍ୟର ଆସନ ସଂଖ୍ୟା ସ୍ଥିର ହୋଇଛି। ୮୬ ଲକ୍ଷ ଭୋଟର ମୋଟ ୯୦ଟି ଆସନ ପାଇଁ ଭୋଟ ଦେବାକୁ ଯାଉଛନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ରାଜ୍ୟ ରାଜନୀତିରେ ହସ୍ତକ୍ଷେପ କରୁଥିବା ତୁଙ୍ଗନେତାମାନେ କ’ଣ କରିବେ ତାକୁ ନେଇ ପ୍ରଶ୍ନ ଉଠୁଛି।

ବିଚ୍ଛିନ୍ନତାବାଦୀଙ୍କ ସହ ଜଡିତ ଅନେକ ନେତା ଦୋଷୀ ସାବ୍ୟସ୍ତ ହେବା ପରେ ନିର୍ବାଚନ ଲଢେଇରୁ ଦୂରେଇ ରହିଥିବାବେଳେ ଅନେକ ନେତା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। କିଛିଜଣ ନିର୍ବାଚନରେ ପାଦ ଦେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ଘୋଷଣା କରିଛନ୍ତି। ସମ୍ପ୍ରତି ଲୋକ ସଭା ନିର୍ବାଚନରେ ବାରାମୁଲ୍ଲା ଆସନରୁ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ହରାଇଥିଲେ। ପୂର୍ବତନ ସିଏମ ମେହବୁବା ମୁଫତି ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ଘୋଷଣା କରିଛନ୍ତି। ମେହବୁବା କହିଥିଲେ ଯେ ଯେପର୍ଯ୍ୟନ୍ତ କଶ୍ମୀରରେ ଧାରା ୩୭୦ ଏବଂ ପୂର୍ଣ୍ଣ ରାଜ୍ୟର ମାନ୍ୟତା ନ ଆସିବ ସେ ପର୍ଯ୍ୟନ୍ତ ସେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ।

ଗୋଟିଏ ପଟେ ଏହି ଦୁଇ ବଡ ନେତା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ଘୋଷଣା କରିଥିବାବେଳେ ଅନ୍ୟ ପଟେ ଅନେକ ନେତା ଅଛନ୍ତି ଯେଉଁମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ଏମାନଙ୍କ ମଧ୍ୟରେ ବଡ ନାମ ହେଉଛି ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକଙ୍କ ନାମ। ୨୦୨୨ରେ, ୟାସିନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ଜମ୍ମୁ-କଶ୍ମୀର ନିର୍ବାଚନରେ ବିଚ୍ଛିନ୍ନତାବାଦୀ ନେତା ଶବବୀର ଶାହାଙ୍କ ଦଳ ଜମ୍ମୁ-କଶ୍ମୀର ଫ୍ରିଡମ ପାର୍ଟି ଏବଂ ନାଏମ ଖାନଙ୍କ ଦଳ ଜମ୍ମୁ-କଶ୍ମୀର ନ୍ୟାସନାଲ ଫ୍ରଣ୍ଟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ। ୨୦୨୩ରେ ଉଭୟ ଦଳ କେନ୍ଦ୍ର ସରକାରଙ୍କ ଦ୍ୱାରା ବ୍ୟାନ ହୋଇଛନ୍ତି। ଗୃହ ମନ୍ତ୍ରଣାଳୟ ଦ୍ୱାରା ଏହି ପ୍ରତିବନ୍ଧକ ଘୋଷଣା କରାଯାଇଛି। ଏହି ଦଳଗୁଡିକ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ୧୯୯୮ରେ ଶବବୀର ଶାହା ତାଙ୍କ ଦଳ ଗଠନ କରିଥିଲେ। ଧାରା ୩୭୦ ହଟାଯିବା ପରଠାରୁ ଶବବୀର ଜେଲରେ ଅଛନ୍ତି। ତାଙ୍କ ବିରୋଧରେ UAPA ଅଧୀନରେ ଏକ ମାମଲା ରୁଜୁ ହୋଇଛି।
ସେହିପରି ନାଏମ ଖାନ ମଧ୍ୟ ବର୍ତ୍ତମାନ ଜେଲରେ ଅଛନ୍ତି। ନିକଟରେ ଲୋକ ସଭା ନିର୍ବାଚନରେ ନାଏମଙ୍କ ଭାଇ ମୁନିର ବାରାମୁଲ୍ଲା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ମାତ୍ର ତାଙ୍କୁ ମାତ୍ର ଦୁଇ ହଜାର ଭୋଟ ମିଳିଥିଲା। ନାଜିର ଅହମ୍ମଦ ଖାନ ବାରାମୁଲାର ଗୁରେଜରୁ ତିନିଥର ବିଧାୟକ ହୋଇଛନ୍ତି। ବର୍ତ୍ତମାନ ସେ ଏହି ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। କମିଶନର ଏହି ଆସନଗୁଡ଼ିକୁ ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ବୋଲି ଘୋଷଣା କରିଛନ୍ତି। ଏଠାରେ ଥିବା ନେତାମାନେ ବର୍ତ୍ତମାନ ନିଜ ପାଇଁ ଏକ ସୁରକ୍ଷିତ ଆସନ ଖୋଜିବା ଆରମ୍ଭ କରିଛନ୍ତି। କୌତୁହଳର ବିଷୟ, ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ଅଧିକାଂଶ ସିଟ ୨୦୧୪ରେ ଜାତୀୟ ସମ୍ମିଳନୀ ଏବଂ ପିଡିପି ଜିତିଥିଲା।

କହିରଖୁଛୁ କି, ଉମର ଅବଦୁଲ୍ଲା ନିଜେ ଘୋଷଣା କରିଛନ୍ତି ଯେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ, କିନ୍ତୁ ଜାତୀୟ ସମ୍ମିଳନୀର ଚେହେରା ହୋଇ ସେ ପ୍ରଚାର କରିପାରିବେ। ଉମରଙ୍କ ପାର୍ଟି ଉପତ୍ୟକାର ୩୭-୪୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ। କଂଗ୍ରେସ ସହିତ ଦଳର ଏକ ମେଣ୍ଟ ରହିଛି।

ମେହବୁବା ମୁଫତି ଜମ୍ମୁ-କଶ୍ମୀରରେ ଧାରା ୩୭୦ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ଶପଥ ନେଇଛନ୍ତି। ତେବେ ସେ ଅତୀତରେ ମଧ୍ୟ ଅନେକ ପ୍ରତିଜ୍ଞା ଭାଙ୍ଗିଛନ୍ତି। ଏଭଳି ପରିସ୍ଥିତିରେ ଏଥର ଅନୁମାନ କରାଯାଉଛି ଯେ ମେହବୁବା ଏହି ଶପଥ ଭାଙ୍ଗି ନିର୍ବାଚନ ମଇଦାନକୁ ଓହ୍ଲାଇବେ।

ଗୁଲାମ ନବୀ ଆଜାଦ ପୂର୍ବରୁ ସେ କଂଗ୍ରେସରେ ଥିଲେ ଏବଂ ବର୍ତ୍ତମାନ ସେ ନିଜର ଦଳ ଗଠନ କରିଛନ୍ତି। ତେବେ ସେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ନ ଥିଲେ। ବିଧାନସଭାରେ କ’ଣ କରିବେ ସେନେଇ ସନ୍ଦେହ ଘେରରେ ରହିଛନ୍ତି।

ଶବବୀର ଶାହା ବର୍ତ୍ତମାନ ଜେଲରେ, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା କମ। କିନ୍ତୁ ଲୋକ ସଭାରେ ପ୍ରତିଦ୍ୱନ୍ଦ୍ୱିତା କରିନାହାନ୍ତି। ତେବେ ବିଧାନସଭା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଘୋଷଣା କରି ନାହାନ୍ତି।

ଫାରୁକ ଅବଦୁଲ୍ଲା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ, ଏଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ଫାରୁକ କହିଛନ୍ତି, ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି ଏବଂ ଯଦି ଜିତେ ତେବେ ମୁଁ ମୁଖ୍ୟମନ୍ତ୍ରୀ ହେବି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

ନୀତିନ ନବୀନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୧୨: ନୀତିନ ନବୀନ ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ନୀତିନ ନବୀନ ଜଣେ ଯୁବ ନେତା...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri